ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ଭାରତର ତିନୋଟି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଏବଂ ଦୁବାଇରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲ ପାଇଁ ଟିକେଟ୍ ବିକ୍ରୟ ବିବରଣୀ ଆଜି ପ୍ରକାଶ କରିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି 2025 ଫେବୃଆରୀ 19 ତାରିଖରେ ଆରମ୍ଭ ହେବାକୁ ଯାଉଛି । ଭାରତ 20 ତାରିଖରେ ବାଂଲାଦେଶ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ ।
🚨 TEAM INDIA'S MATCHES TICKETS AVAILABLE IN CT 🚨
— Tanuj Singh (@ImTanujSingh) February 3, 2025
- ICC Confirms the tickets for Team India's matches in the Champions Trophy 2025 at Dubai are now available. pic.twitter.com/YfYkJXXTp5
ଫେବୃଆରୀ 3ରୁ ଟିକେଟ୍ ବିକ୍ରି ଆରମ୍ଭ-
ଭାରତର ତିନୋଟି ଗ୍ରୁପ୍-ଷ୍ଟେଜ୍ ମ୍ୟାଚ୍ ଏବଂ ଦୁବାଇ, ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସେମି-ଫାଇନାଲ ପାଇଁ ଟିକେଟ୍ ଫେବୃଆରୀ 3, ସୋମବାର ସନ୍ଧ୍ୟା 5:30 ରୁ କିଣିବା ପାଇଁ ଉପଲବ୍ଧ ହୋଇଛି ।
ଟିକେଟର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ 3 ହଜାର-
ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବଡ଼ ମ୍ୟାଚ୍ ପାଇଁ ଟିକେଟ୍ ମଧ୍ୟ ଆଜି ରିଲିଜ୍ ହେବ । ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ହାଇ-ପ୍ରୋଫାଇଲ୍ ମ୍ୟାଚ୍ ପାଇଁ ପ୍ରଶଂସକମାନେ ଅନଲାଇନରେ ଟିକେଟ୍ କିଣିପାରିବେ । ସାଧାରଣ ଷ୍ଟାଣ୍ଡ ମୂଲ୍ୟ AED 125 (2950 ଭାରତୀୟ ଟଙ୍କା) ରୁ ଆରମ୍ଭ ହେବ। ରବିବାର, ମାର୍ଚ୍ଚ 9 ତାରିଖରେ ବହୁ ପ୍ରତୀକ୍ଷିତ ଫାଇନାଲ ପାଇଁ ଟିକେଟ୍ ଦୁବାଇରେ ପ୍ରଥମ ସେମିଫାଇନାଲ ପରେ ପ୍ରକାଶିତ ହେବ ।
🚨CT 2025: PAKISTAN VS INDIA IN DUBAI TICKETS UPDATE🚨
— Salman 🇵🇰 (@SalmanAsif2007) February 3, 2025
- Tickets sale will start from today.
- Fans can buy tickets online starting at 16:00 Gulf Standard Time (GST).
- General stand ticket prices will begin at 125 Dirhams. pic.twitter.com/iWHDR2lcRK
ଚାମ୍ପିଅନ୍ସ ଟ୍ରଫି 2025ରେ ଦୁବାଇରେ ହେବାକୁ ଥିବା ମ୍ୟାଚ୍ଗୁଡ଼ିକର ସୂଚୀ :-
ଫେବୃଆରୀ ୨୦: ବାଂଲାଦେଶ ବନାମ ଭାରତ, ଦୁବାଇ
ଫେବୃଆରୀ ୨୩: ପାକିସ୍ତାନ ବନାମ ଭାରତ, ଦୁବାଇ
ମାର୍ଚ୍ଚ ୨: ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
ମାର୍ଚ୍ଚ ୪: ସେମିଫାଇନାଲ ୧, ଦୁବାଇ
ମାର୍ଚ୍ଚ ୯: ଫାଇନାଲ୍, ଲାହୋର
ପାକିସ୍ତାନରେ ମ୍ୟାଚ୍ ଟିକେଟ୍ ବିକ୍ରି ଆରମ୍ଭ-
ପାକିସ୍ତାନରେ, କରାଚୀ, ଲାହୋର ଏବଂ ରାୱଲପିଣ୍ଡିରେ ହେବାକୁ ଥିବା ୧୦ଟି ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି । ଏହା ସହିତ, ଯେଉଁମାନେ ପାକିସ୍ତାନର ସମସ୍ତ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ କିଣିବାକୁ ଚାହାଁନ୍ତି, ସେମାନେ ଫେବୃଆରୀ 3, ସୋମବାର ଦିନଠୁ ଦେଶର 26ଟି ସହରରେ ଥିବା 108 ଟିସିଏସ୍ କେନ୍ଦ୍ରରେ ଟିକେଟ୍ କିଣିପାରିବେ ।
ଆଇସିସି ଚାମ୍ପିଅନ୍ସ ଟ୍ରଫି 2025- 19 ଦିନର ମେଗା କ୍ରିକେଟ୍ ଇଭେଣ୍ଟ । ବିଶ୍ୱର ଶ୍ରେଷ୍ଠ-8 ଦଳ 19 ଦିନ ବ୍ୟାପୀ 15ଟି ହାଇ-ଭୋଲଟେଜ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱିତା କରିବେ ।