କଟକ: ବାରବାଟୀରେ ବାଧା ସାଜିଲା ଫ୍ଲଡ ଲାଇଟ । ଆଜି(ରବିବାର) କଟକ ବାରବାଟୀ ଷ୍ଟାଡିୟମରେ ଭାରତ- ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ ସମୟରେ ଫିଲ୍ଡରେ ଫ୍ଲଡ ଲାଇଟରେ ସମସ୍ୟା ଦେଖିବାକୁ ମିଳିଛି । ଓପନର ଭାବେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିବା ସମୟରେ ଏହି ସମସ୍ୟା ଦେଖିବାକୁ ମିଳିଛି । ଯେଉଁଥିପାଇଁ ମ୍ୟାଚକୁ ୩୦ ମିନିଟ୍ ସ୍ଥଗିତ ରଖିବାକୁ ପଡିଛି ।
ଲାଇଟ ସମସ୍ୟା, ଷ୍ଟାଡିୟମ ଅନ୍ଧାର:
ବାରବାଟୀ ଷ୍ଟାଡିୟମରେ ଫ୍ଲଡ ଲାଇନ ସମସ୍ୟା । କିଛି ସମୟ ପାଇଁ ଅନ୍ଧାର ହୋଇଗଲା ଷ୍ଟାଡିୟମ । ଲାଇଟ ବନ୍ଦ ହୋଇଯିବାରୁ ଖେଳ ବାଧାପ୍ରାପ୍ତ ଘଟିଛି । ଅନ୍ୟପଟେ ଏହାକୁ ନେଇ ପଡିଆରେ କ୍ୟାପଟେନ ରୋହିତ ଶର୍ମା ବିରକ୍ତ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।
![Barabati stadium](https://etvbharatimages.akamaized.net/etvbharat/prod-images/09-02-2025/23507006_cutttt-5.jpeg)
ଖେଳ ସାମୟିକ ସମୟ ପାଇଁ ସ୍ଥଗିତ:
ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚର ପ୍ରଥମ ଇନିଂସରେ ଇଂଲଣ୍ଡ ୩୦୪ ରନ କରି ଭାରତକୁ ୩୦୫ ରନ ବିଜୟ ଲକ୍ଷ୍ୟ ଦେଇଥିଲେ । ଦ୍ୱିତୀୟ ଇନିଂସରେ ଭାରତର ଓପନର ଭାବେ କ୍ୟାପଟେନ ରୋହିତ ଶର୍ମା ଓ ଶୁଭମନ ଗିଲ ଖେଳ ଆରମ୍ଭ କରିଥିଲେ । ତେବେ ୬ ଓଭର ଆରମ୍ଭ ହେଉଥିବା ବେଳେ ହଠାତ ଷ୍ଟାଡିୟମର ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା । ଯେଉଁଥିପାଇଁ ଖେଳକୁ ସ୍ଥଗିତ ରଖିବାକୁ ପଡିଥିଲା ।
ଭାରତୀୟ ଖେଳାଳି ଖେଳୁଥିବା ବେଳେ ବାଧା ସାଜିଲା ଫ୍ଲଡ ଲାଇଟ:
![Barabati stadium](https://etvbharatimages.akamaized.net/etvbharat/prod-images/09-02-2025/23507006_cutttt-4.jpeg)
ଫ୍ଲଡ ଲାଇଟରେ ସମସ୍ୟା ଦେଖାଯିବା ପରେ ରୋହିତ ଶର୍ମା କିଛି ସମୟ ପାଇଁ ପଡିଆରେ ଅମ୍ପାୟାରଙ୍କ ସହ କିଛି ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ପଡିଆରେ ସେମାନଙ୍କ କଥାବାର୍ତ୍ତା ବା ଅଙ୍ଗଭଙ୍ଗୀରୁ ରୋହିତ ଶର୍ମା ଖେଳକୁ ଚାଲୁ ରଖିବା ପାଇଁ ଚାହୁଁଥିବା ଅନୁମାନ କରାଯାଉଥିବା ବେଳେ ଇଂଲଣ୍ଡ ଖେଳାଳି କିନ୍ତୁ ଏଥିରେ ରାଜି ହୋଇନଥିଲେ । କିଛି ସମୟର ଆଲୋଚନା ପରେ ଉଭୟ ଟିମର ଖେଳାଳି ପଡିଆରୁ ଫେରି ଯାଇଥିଲେ । ପାଖାପାଖି ୩୦ ମିନିଟ ଖେଳ ବନ୍ଦ ରହିବା ପରେ ପୁଣି ଆରମ୍ଭ ହୋଇଛି ।
![Barabati stadium](https://etvbharatimages.akamaized.net/etvbharat/prod-images/09-02-2025/23507006_cutttt-3.jpeg)