ETV Bharat / politics

ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନ: ସଫେଇ ରଖିଲା ରାଜ୍ୟ କଂଗ୍ରେସ, ବିଜେପିକୁ ସମାଲୋଚନା - JAYADEV JENA TARGET BJP

ପ୍ରେସମିଟରେ ବିଜେପି ଉପରେ ବର୍ଷିଲେ କଂଗ୍ରେସ ନେତା ଜୟଦେବ ଜେନା । ସୋନିଆ ଗାନ୍ଧୀଙ୍କୁ ସମାଲୋଚନା ଯଥାର୍ଥ ନୁହେଁ ବୋଲି କହିଲେ କଂଗ୍ରେସ ନେତା ।

congress leader Jayadev Jena press meet
congress leader Jayadev Jena press meet (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 8:19 PM IST

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଦେଶ ତମାମ ରାଜନୀତି ଜୋର ଧରିଛି । ଏହାମଧ୍ୟରେ ଜବାବ ରଖିଛି ରାଜ୍ୟ କଂଗ୍ରେସ । ସୋନିଆ ଗାନ୍ଧୀଙ୍କୁ ସମାଲୋଚନା ଯଥାର୍ଥ ନୁହେଁ କହି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।

ସଂସଦ ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣକୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଦେଇଥିବା ବିବାଦୀୟ ଟିପ୍ପଣୀକୁ ଦେଶ ତମାମ ସମାଲୋଚନା ଜାରି ରହିଛି । ଏପରିକି ଗୃହରେ ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଛି ବିଜେପି । ଏହାମଧ୍ୟରେ ରାଜ୍ୟ କଂଗ୍ରେସ ପକ୍ଷରୁ ଏନେଇ ପ୍ରେସମିଟ କରାଯାଇ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା ଯଥାର୍ଥ ନୁହେଁ ବୋଲି କୁହାଯାଇଛି । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ ।

congress leader Jayadev Jena press meet (ETV Bharat Odisha)

ସୋନିଆ ଗାନ୍ଧୀଙ୍କୁ ଅପମାନିତ କରିବା ପାଇଁ ଯୋଜନା:

ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ବିଜେପିକୁ କଡା ସମାଲୋଚନା କରିବା ସହ ସୋନିଆ ଗାନ୍ଧୀ କୌଣସି ସଭାସମିତି କିମ୍ବା ଗଣମାଧ୍ୟମରେ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି । ଚକ୍ରାନ୍ତ କରାଯାଇ ସୋନିଆ ଗାନ୍ଧୀଙ୍କୁ ଅପମାନିତ କରିବା ପାଇଁ ଏଭଳି ଯୋଜନା ହୋଇଛି ଓ କିଏ ଏଭଳି ହିନ କାର୍ଯ୍ୟ କରିଛି ତାହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି କଂଗ୍ରେସ ନେତା ।

ବିଜେପିକୁ କଡା ଟାର୍ଗେଟ:

ବିଭିନ୍ନ ପ୍ରସଙ୍ଗ ଉଠାଇ ବିଜେପିକୁ କଡା ସମାଲୋଚନା କରିଛନ୍ତି ଜୟଦେବ ଜେନା । କୁମ୍ଭମେଳାରେ ଦଳାଚକଟାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବିଜେପି ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇପାରିଲେ ନାହିଁ କହି ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ସେହିଭଳି ନୂଆ ସଂସଦ ଭବନ ଉଦଘାଟନ ସମୟରେ ଓ ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ସମୟରେ ମଧ୍ୟ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାନଯିବା ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜୟଦେବ ଜେନା ।

ଏହାମଧ୍ୟ ପଢନ୍ତୁ...

ଜେଲରେ ଉଦିତ ପ୍ରଧାନଙ୍କୁ ଭେଟିଲେ କଂଗ୍ରେସ ନେତା, କହିଲେ ଗଣତନ୍ତ୍ର ପାଇଁ ସରକାରଙ୍କ ସମ୍ମାନ ନାହିଁ

ବଜେଟରେ ଓଡ଼ିଶାକୁ ଅବହେଳା, ବର୍ଷିଲେ ବିରୋଧୀ

ସୋନିଆଙ୍କ ବିବାଦୀୟ ମନ୍ତବ୍ୟକୁ ତେଜିଲା ରାଜନୀତି, ରାଜଧାନୀରେ ଗର୍ଜିଲା ବିଜେପି

କଳା ପତାକା ପ୍ରଦର୍ଶନ କରିବାରୁ କଂଗ୍ରେସ କର୍ମୀଙ୍କୁ ଗିରଫ:
ଜୟଦେବ ଜେନା ଆଉମଧ୍ୟ କହିଛନ୍ତି," ଛାତ୍ର କଂଗ୍ରେସ ନେତା ଏବଂ କର୍ମୀଙ୍କୁ ବେଆଇନ ଭାବରେ ଗିରଫ କରିଛି ପୋଲିସ । ଦେଶର ସ୍ୱାଧୀନତାକୁ ତାଚ୍ଛଲ୍ୟ କରିଥିଲେ ମୋହନ ଭଗବତ । ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅପମାନ ମଧ୍ୟ କରିଛନ୍ତି । ଏହାକୁ ବିରୋଧ କରି ଛାତ୍ର କଂଗ୍ରେସ ତରଫରୁ ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଥିଲା । ଏବେ ରାଜ୍ୟରେ କଳାପତାକା ପ୍ରଦର୍ଶନ କଲେ ମଧ୍ୟ ଯୁବକଙ୍କୁ ଜେଲ ଯିବାକୁ ପଡୁଛି, ଏହା ଦୁର୍ଭାଗ୍ୟ ।"

କଂଗ୍ରେସର ଆନ୍ଦୋଳନ ଚେତାବନୀ:
ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପୂର୍ଣ୍ଣ ବିଗିଡି ଯାଇଛି । ପୂର୍ବତନ ରାଜ୍ୟପାଳଙ୍କ ପୁଅ ମାଡ ମରାଗଲା କିନ୍ତୁ ପୋଲିସ କିଛି କରିପାରିଲେ ନାହିଁ । ପ୍ରତାପ ଷଡ଼ଙ୍ଗୀଙ୍କ ଘର ପାଖରେ ମହିଳାଙ୍କୁ ଆକ୍ରମଣ ହେଲା, ସେ ଦିଗରେ ପୋଲିସର ସଠିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଲା ନାହିଁ । ସହଦେବ ସାହୁଙ୍କୁ ହତ୍ୟା କରାଗଲା । ଏଭଳି ବେଆଇନ କାର୍ଯ୍ୟକୁ ଜୋରଦାର ବିରୋଧ କରାଯିବ ଓ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.