ETV Bharat / sports

କୋହଲିଙ୍କ ଉଦାରତା ! ଘଣ୍ଟା ଘଣ୍ଟା ଧରି ଫ୍ଲାଟ ବାହାରେ ବସିଥିଲେ ଫ୍ୟାନ୍ସ, ଘରକୁ ଡାକିଲେ ବିରାଟ - VIRAT KOHLI MEET FANS INSIDE HOUSE

ବିରାଟ କୋହଲି ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ଘର ଭିତରକୁ ଡାକି ଭେଟିଲେ ।

Virat Kohli
Virat Kohli (Virat Kohli)
author img

By ETV Bharat Odisha Team

Published : Feb 3, 2025, 7:41 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଫ୍ୟାନ ଫଲୋଇଂଙ୍କ ପାଇଁ ଲୋକପ୍ରିୟ । ପ୍ରଶଂସକମାନେ କୋହିଲଙ୍କ ଗୋଟିଏ ଝଲକ ପାଇବା ପାଇଁ କିଛି ବି କରିପାରନ୍ତି । ଏହାର ଏକ ଝଲକ ସମ୍ପ୍ରତି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । କାରଣ ପ୍ରଶଂସକମାନେ କୋହଲିଙ୍କୁ ଭେଟିବା ପାଇଁ ଷ୍ଟାଡିୟମର ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆରେ ପହଞ୍ଚି ତାଙ୍କ ପାଦ ଛୁଇଁ ତାଙ୍କୁ ସ୍ୱାଗତ କରିଥିଲେ ।

ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ବିରାଟ -

ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ଯାହାଙ୍କର ସୋସିଆଲ ମିଡିଆରେ ସର୍ବାଧିକ ଫଲୋଅର୍ସ ରହିଛନ୍ତି । ତେଣୁ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭଲ ପାଆନ୍ତି। କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ପିଲାମାନଙ୍କ ସହିତ ଦୀର୍ଘ ଦିନ ଧରି ଲଣ୍ଡନରେ ରହୁଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇରେ ରହୁଥିଲେ । କିନ୍ତୁ ଏବେ ଯେତେବେଳେ କୋହଲି ରଣଜୀ ଟ୍ରଫି ଖେଳିବାକୁ ଆସି ଗୁରୁଗ୍ରାମରେ ତାଙ୍କ ଘରେ ରହିଥିଲେ । ଏହି ସମୟରେ ତାଙ୍କର ପାଗଳ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସିଥିଲେ ।

କୋହଲିଙ୍କୁ ଭେଟି ତାଙ୍କ ପ୍ରଶଂସକମାନେ ଖୁସ୍-

ବିରାଟ କୋହଲିଙ୍କ ଦୁଇ ଜଣ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ତାଙ୍କ ଗୁରୁଗ୍ରାମସ୍ଥିତ ଘରେ ପହଞ୍ଚିଥିଲେ । ଏହି ଦୁଇ ପ୍ରଶଂସକ ରାତିରେ ଘଣ୍ଟା ଘଣ୍ଟା ଧରି କୋହଲିଙ୍କ ଘର ବାହାରେ ଅପେକ୍ଷା କରିଥିଲେ । ପରେ କୋହଲି ଉଭୟଙ୍କ ସ୍ୱପ୍ନକୁ ସାକାର କରିଥିଲେ । ବିରାଟ ଏହି ପ୍ରଶଂସକମାନଙ୍କୁ ତାଙ୍କ ଘର ଭିତରକୁ ଡାକି ସେମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ବିରାଟ ତାଙ୍କୁ ଏକ ଅଟୋଗ୍ରାଫ୍ ମଧ୍ୟ ଦେଇଥିଲେ ।

ଇଂଲଣ୍ଡ ସିରିଜରେ ଦେଖିବାକୁ ମିଳିବ ବିରାଟଙ୍କ ଯାଦୁ-

ପ୍ରଶଂସକମାନେ ବିରାଟଙ୍କୁ ଇଂଲଣ୍ଡ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜରେ ଖେଳିବାର ଦେଖିପାରିବେ । ଏହା ପରେ କୋହଲି ICC ଚାମ୍ପିଅନ୍ସ ଟ୍ରଫି 2025 ରେ ମଧ୍ୟ ଧମାକା କରୁଥିବାର ଦେଖାଯିବେ । ଇଂଲଣ୍ଡ ବିପକ୍ଷ ପ୍ରଥମ ଏକଦିବସୀୟ ପାଇଁ ବିରାଟ ନାଗପୁରରେ ପହଞ୍ଚିଛନ୍ତି ।

ଏହା ବି ପଢନ୍ତୁ- କୋହଲିଙ୍କୁ ଦେଖିବାକୁ ଷ୍ଟାଡିୟମରେ ଖଚାଖଚ ଭିଡ, ଫ୍ୟାନ୍ସ ଛୁଇଁଲେ ବିରାଟଙ୍କ ପାଦ - STAMPEDE AT ARUN JAITLEY STADIUM

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.