ETV Bharat / state

ନୀଳମାଧବ ମନ୍ଦିର ରୂପାନ୍ତରଣ କାର୍ଯ୍ୟ ଶେଷ କେବେ ? ସରିଲା କଣ୍ଟ ସରୁନି କାମ - KANTILO NILAMADHAB TEMPLE

କଣ୍ଟିଲୋ ନୀଳମାଧବ ମନ୍ଦିର ଉନ୍ନତିକରଣ ନିମନ୍ତେ ପୂର୍ବ ସରକାର ଘୋଷଣା କରିଥିଲେ ୧୦୦ କୋଟି, ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ଥିବା ବେଳେ କୁଆଡେ ଗଲା ଟଙ୍କା ସେନେଇ ଉଠିଛି ପ୍ରଶ୍ନ ।

Kantilo Nilamadhab temple
Kantilo Nilamadhab temple (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 10:17 PM IST

ନୟାଗଡ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦିକ୍ଷେତ୍ର ନୟାଗଡ଼ର କଣ୍ଟିଲୋ ନୀଳମାଧବଙ୍କ ପୀଠ । ବହୁ ପୁରାତନ ଏହି ପୀଠର ରୂପାନ୍ତରଣ ପାଇଁ ୨୦୨୨ ଏପ୍ରିଲ ମାସରେ ତତ୍କାଳୀନ ସରକାର ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ । ହେଲେ ନିର୍ଦ୍ଧାରିତ ସମୟ ସୀମା ଶେଷ ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନଥିବାରୁ ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ସେପଟେ ସ୍ଥାନୀୟ ବିଧାୟକ କହିଛନ୍ତି ବିଭିନ୍ନ କାରଣରୁ ମନ୍ଦିର ରୂପାନ୍ତରଣ କାର୍ଯ୍ୟରେ ବିଳମ୍ବ ହୋଇଛି, ତୁରନ୍ତ କାମ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Kantilo Nilamadhab temple Developmental work (ETV Bharat Odisha)

ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କଣ୍ଟିଲୋ ନୀଳମାଧବ ମନ୍ଦିର:
ନୟାଗଡ଼ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ କଣ୍ଟିଲୋ ନୀଳମାଧବଙ୍କ ପୀଠ । ପ୍ରାକୃତିକ ଶୋଭାରାଶି, ମନମୁଗ୍ଧକର ପରିବେଶ, ବିସ୍ତିର୍ଣ୍ଣ ଜଳରାଶି ମହାନଦୀରେ ବୋଟିଂ କରିବାର ମଜା ଏଠାକୁ ପର୍ଯ୍ୟଟକଙ୍କୁ ଟାଣିଆଣେ । ମହାନଦୀର ପଦ ଦେଶରେ ଏବଂ ନୀଳାଦ୍ରି ପର୍ବତ ଉପରେ ବିରାଜିତ ପ୍ରଭୁ ନୀଳମାଧବ । ବହୁ ପୁରାତନ ଏହି ମନ୍ଦିର କୀର୍ତ୍ତିରାଜିର ପୁନରୁଦ୍ଧାର ପରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ପଶ୍ଚିମବଙ୍ଗରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି, "ଏହି ମନ୍ଦିରକୁ ଆସିବା ପରେ ବହୁତ ଖୁସି ଲାଗୁଛି । ଠାକୁରଙ୍କ ସୁନାବେଶ, ଏଠାକାର ପ୍ରସାଦ ବେଶ ଭଲ ଲାଗିଲା । ଗ୍ରନ୍ଥ ପଢି ଜାଣିଥିଲି ନୀଳମାଧବ ବିଷୟରେ । ଏଠାକୁ ଆସି ବେଶ ଖୁସି ଲାଗିଲା ।"

Kantilo Nilamadhab temple
Kantilo Nilamadhab temple (ETV Bharat Odisha)

ସମୟ ସରିଥିଲେ ମଧ୍ୟ ସରୁନି ରୂପାନ୍ତରଣ କାର୍ଯ୍ୟ:

ପୂର୍ବ ସରକାର ଏହି ମନ୍ଦିରର ଉନ୍ନତିକରଣ ନିମନ୍ତେ ୧୦୦କୋଟି ଟଙ୍କା ଘୋଷଣା କରିଥିବା ବେଳେ ମାତ୍ର ୩୦ କୋଟି ଟଙ୍କା ଅନୁଦାନରେ ନୀଳମାଧବଙ୍କ ମୁଖ୍ୟ ମନ୍ଦିର ମରାମତି କାର୍ଯ୍ୟ ସହ ସୌନ୍ଦର୍ଯ୍ୟକରଣ ସହ ନୂତନ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ଚାଲିଛି । ତେବେ ଶହେ କୋଟି ଟଙ୍କା ଘୋଷଣା ହୋଇଥିବା ବେଳେ ମାତ୍ର ୩୦ କୋଟି ଟଙ୍କା କାହିଁକି ମଞ୍ଜୁର ହୋଇଛି ଏବଂ ବାକି ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ନୀଳମାଧବ ମନ୍ଦିର ସେବାୟତ ସଂଘ ସଭାପତି ସୀମାଞ୍ଚଳ ମିଶ୍ର ।

ବିକାଶ ଅଧାରେ ରହିଛି:

ସେ କହିଛନ୍ତି, "ଶହେ କୋଟି ଟଙ୍କା ପୂର୍ବ ସରକାର ଘୋଷଣା କରିଥିଲେ । ଶହେ କୋଟି ଟଙ୍କାରୁ ୭୦କୋଟି ଟଙ୍କା କୁଆଡେ ଗଲା ଆମେ ଜାଣିନାହୁଁ । ୩୦ କୋଟି ଟଙ୍କାରେ କାମ ହୋଇଥିବା ବହିରେ ଲେଖାହୋଇଛି । ଆଲୋକ ସଂଯୋଗୀକରଣ ମଧ୍ୟ ନିମ୍ନମାନର ଲଗାଇଛନ୍ତି । ଏଠାରେ ବିକାଶ ଅଧାରେ ରହିଛି । ରାତି ହେଲେ ଠାକୁର ଅନ୍ଧାରରେ ରହୁଛନ୍ତି ।"

କାମ ଅଧାପନ୍ତରିଆ:

ସେହିଭଳି ନୀଳମାଧବ ମନ୍ଦିରର ଆଉ ଜଣେ ସେବାୟତ ମଧ୍ୟ ସମାନ ଅଭିଯୋଗ ଆଣିବା ସହ କହିଛନ୍ତି, "ନବୀନ ପଟ୍ଟନାୟକ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମନ୍ଦିରର ଉନ୍ନତିକରଣ ପାଇଁ ୧୦୦କୋଟି ଘୋଷଣା କରିଥିଲେ । ଚନ୍ଦନ ପୋଖରୀ, ଲିପ୍ଟ କାମ, ସିଂହଦ୍ୱାର କାମ ହେବା ପାଇଁ ଟଙ୍କା ଦିଆଯାଇଥିଲା । ଆଶାନୂରୁପ କାମ ହୋଇନାହିଁ । ସବୁ କାମ ଅଧାପନ୍ତରିଆ ହୋଇ ପଡିରହିଛି ।"

ମନ୍ଦିରର ବିକାଶ ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ ୧୦୦କୋଟି:

୨୦୨୨ ମସିହା ଏପ୍ରିଲ ମାସରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟିଲୋ ନୀଳମାଧବ ପୀଠର ବିକାଶ ନିମନ୍ତେ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ ଓ ଏହି ବିକାଶ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ଉନ୍ନତିମୂଳକ ପ୍ରକଳ୍ପରେ ମନ୍ଦିରର ସିଂହଦ୍ୱାର କାର୍ଯ୍ୟଠୁ ନେଇ ଚନ୍ଦନ ପୋଖରୀ ପୁନରୁଦ୍ଧାର, ଦିବ୍ୟାଙ୍ଗ ଏବଂ ବୟସ୍କ ଶ୍ରଦ୍ଧାଳୁ ନିମନ୍ତେ ଲିପ୍ଟ, ପରିକ୍ରମା ପ୍ରକଳ୍ପ, ମୁଖ୍ୟ ମନ୍ଦିର ସମେତ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିର ମରାମତି କାର୍ଯ୍ୟ, ଆଲୋକିକରଣ ବ୍ୟବସ୍ଥା, ରାସ ମଣ୍ଡପ ପୁନରୁଦ୍ଧାର, ହନୁମାନ ମନ୍ଦିର ଚତୁଃପାର୍ଶ୍ୱ, ବିଶ୍ବନାଥ ମନ୍ଦିର, ପଶ୍ଚିମ ଓ ଦକ୍ଷିଣହାର ପାହାଚ ଉନ୍ନତିକରଣ, ଗାଡି ପାର୍କିଂ, ଚପଲ ଷ୍ଟାଣ୍ଡ୍ ବ୍ୟବସ୍ଥା ଆଦି ସାମିଲ ଥିଲା ।

ସରୁନି କାମ:

ହେଲେ ଏହି ପ୍ରକଳ୍ପ ପାଇଁ ନିର୍ଦ୍ଧାରିତ ସମୟ ପାର କରିଯାଇଥିଲେ ମଧ୍ୟ ଏବେସୁଦ୍ଧା କାମ ଶେଷ ହୋଇପାରିନାହିଁ । ମନ୍ଦିର ଚତୁଃପାର୍ଶ୍ଵର ରୂପାନ୍ତରିତ କାର୍ଯ୍ୟ ମ୍ୟାପ ଅନୁଯାୟୀ ଆରମ୍ଭ ହୋଇ ନାହିଁ, ଉଚ୍ଛେଦ ଓ ବିସ୍ଥାପନ ଥଇଥାନ କାର୍ଯ୍ୟ ମଧ୍ୟ ଏବେସୁଦ୍ଧା ଆରମ୍ଭ ହୋଇନାହିଁ । ଏହାଛଡା ଚନ୍ଦନ ପୋଖରୀରେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ରୂପାନ୍ତରିତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଏକ ଠିକା ସଂସ୍ଥା କରୁଥିବା ବେଳେ ନିମ୍ନମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି ।

ଏହାମଧ୍ୟ ପଢନ୍ତୁ...

୫ ବର୍ଷ ହେଲା ସରୁନି ପୋଲ କାମ, ନ୍ୟାୟ ପାଇଁ ସରପଞ୍ଚଙ୍କ ଆମରଣ ଅନଶନ

ଠିକାଦାରଙ୍କ ଇଚ୍ଛାରେ ଚାଲିଛି ସେତୁ ନିର୍ମାଣ, ଦିନ ଗଡୁଛି କାମ ସରୁନି - Construction work of balat setu

ସରୁନି ଜଳସେଚନ ପ୍ରକଳ୍ପ କାର୍ଯ୍ୟ, ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲାସୁତୁରା ଅଭିଯୋଗ - IRRIGATION PROBLEM

ଖୁବ ଶୀଘ୍ର ସରିବ ପ୍ରକଳ୍ପ କାର୍ଯ୍ୟ:

ସେପଟେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ଵାଇଁ କହିଛନ୍ତି,"ନୀଳମାଧବ ପୀଠର ବିକାଶ ନେଇ ସେ ବିଧାନସଭାରେ ପ୍ରଶ୍ନ ଉଠାଇଛି । ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ । ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଖୁବ୍ ଶୀଘ୍ର ରୂପାନ୍ତରିତ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଜୋରସୋରରେ ମନ୍ଦିର ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି । ରେଳ ଲାଇନ ମଧ୍ୟ ଏହି ବାଟ ଦେଇ ଯିବ । ଯାହାଦ୍ୱାରା ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢିବ ।"

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.