ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଇସ୍ତଫା । ଆଜି (ରବିବାର) ସନ୍ଧ୍ୟାରେ ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ଦେବାର କିଛି ସମୟ ପୂର୍ବରୁ ଏନ ବିରେନ ସିଂ ବିଜେପି ସାଂସଦ ସମ୍ବିତ ପାତ୍ର ଓ ମନ୍ତ୍ରୀ ବିଧାୟକଙ୍କୁ ଭେଟିଥିଲେ । ଏହାପରେ ସେ ରାଜଭବନ ଗସ୍ତ କରିଥିଲେ ।
#WATCH | Manipur CM N Biren Singh hands over the letter of resignation from the post of Chief Minister to Governor Ajay Kumar Bhalla at the Raj Bhavan in Imphal. pic.twitter.com/xCoiQUsmgQ
— ANI (@ANI) February 9, 2025
ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା:
ଏନ ବିରେନ ସିଂ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି, "ବର୍ତ୍ତମାନ ଯାଏଁ ମଣିପୁରବାସୀଙ୍କ ସେବା କରିବାର ସୁଯୋଗ ମିଳିଥିଲା । ଯାହା ମୋ ପାଇଁ ସମ୍ମାନର କଥା । ମୁଁ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ଜଣାଉଛି । ଠିକ୍ ସମୟରେ କେନ୍ଦ୍ର ସରକାର ଉଚିତ ପଦକ୍ଷେପ ନେଇଛନ୍ତି । ବହୁ ବିକାଶମୂଳକ କାମ କରିଛନ୍ତି । ମଣିପୁରବାସୀଙ୍କ ହିତ ପାଇଁ ବହୁ ଜନହିତକର ଯୋଜନା ପାଇଁ କରିଛନ୍ତି । ମୋର କେନ୍ଦ୍ର ସରକାରଙ୍କୁ ଅନୁରୋଧ ଯେ, ଏହିଭଳି ଜନହିତକର କାର୍ଯ୍ୟ ଜାରି ରଖନ୍ତୁ ।" ଅନ୍ୟପଟେ ରାଜ୍ୟପାଳ ଏନ ବିରେନ ସିଂଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ଯାଏଁ ଦାୟିତ୍ବ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ବର୍ତ୍ତମାନ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ରହିବେ ଏନ ବିରେନ ସିଂ ।
ବିରୋଧୀଙ୍କ ଅନାସ୍ଥା:
10 ଫେବୃଆରୀରେ ମଣିପୁର ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ବିରୋଧୀ ସରକାରଙ୍କ ବିରୋଧରେ ଅନାସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି । କଂଗ୍ରେସ ନେତା ଆଲୋକ ଶର୍ମା କହିଛନ୍ତି, "ଏନ ବିରେନ ସିଂଙ୍କୁ 2 ବର୍ଷ ପୂର୍ବରୁ ହିଁ ବରଖାସ୍ତ କରାଯିବା ଆବଶ୍ୟକ ଥିଲା। ଦେଶ ତାଙ୍କୁ କେବେବି କ୍ଷମା ଦେବନି । ମଣିପୁରରେ ବିଧାୟକଙ୍କ ଅନ୍ତରାତ୍ମା ଜାଗ୍ରତ ହୋଇଛି । ସେ ବାଧ୍ୟ ହୋଇ ଇସ୍ତଫା ଦେଇଛନ୍ତି ।"
ମଣିପୁର ହିଂସା:
କହିରଖୁଛୁ, ମଣିପୁର ହିଂସା ଦୀର୍ଘ ସମୟ ଧରି ଦେଶରେ ଚହଳ ସୃଷ୍ଟି କରିଥିଲା । ରାଜ୍ୟରେ ମୈତାଇ ଓ କୁକି ସମ୍ପ୍ରଦାୟଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ବହୁ ଲୋକଙ୍କ ଜୀବନ ଯାଇଥିବାବେଳେ ହଜାର ହଜାର ଲୋକ ନିଜ ବାସସ୍ଥାନ ଛାଡିଛନ୍ତି ।
ଏହା ବି ପଢନ୍ତୁ...ଆତିଶୀଙ୍କ ଇସ୍ତଫା, ଖୁବଶୀଘ୍ର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା
ଏହା ବି ପଢନ୍ତୁ...ମଣିପୁର ହିଂସା: ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା NPP
ଏହା ବି ପଢନ୍ତୁ...ପୁଣି ଅଶାନ୍ତ ମଣିପୁର: 6 ଅପହୃତଙ୍କ ହତ୍ୟା ପରେ ତେଜିଲା ହିଂସା, ମନ୍ତ୍ରୀ-ବିଧାୟକଙ୍କ ବାସଭବନରେ ଆକ୍ରମଣ