ହାଇଦ୍ରାବାଦ: ଆଜିଠୁ ବେଙ୍ଗାଲୁରୁରେ ଆରମ୍ଭ ହୋଇଛି ଏସିଆର ସର୍ବବୃହତ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ ‘ଏରୋ ଇଣ୍ଡିଆ-2025’ । ଚଳିତବର୍ଷ ଏହି କାର୍ଯ୍ୟକ୍ରମର 15ତମ ସଂସ୍କରଣକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି (ସୋମବାର) ବେଙ୍ଗାଲୁରୁର ୟେଲଙ୍କା ବାୟୁସେନା ଷ୍ଟେସନରେ ଉଦଘାଟନ୍ କରିଛନ୍ତି । ଚଳିତବର୍ଷର ଥିମ୍ ବା ଅନୁଚିନ୍ତା ରହିଛି 'ରନ-ୱେ ଟୁ ଏ ବିଲିୟନ୍ ଅପରଚ୍ୟୁନିଟି' । ଏହି ପାଞ୍ଚଦିନିଆ ଏରୋ ପ୍ରଦର୍ଶନୀରେ ଭାରତର ବାୟୁଶକ୍ତି ଏବଂ ସ୍ୱଦେଶୀ ଅତ୍ୟାଧୁନିକ ଉପଲବ୍ଧି ସହ ବିଶ୍ୱସ୍ତରୀୟ ଏରୋସ୍ପେସ୍ କମ୍ପାନୀଗୁଡ଼ିକ ଦ୍ବାରା ନିର୍ମିତ ଓ ବିକଶିତ ଅତ୍ୟାଧୁନିକ ଏୟାରକ୍ରାଫ୍ଟ ଓ ଏୟାର ଡିଫେନ୍ସ ସିଷ୍ଟମ୍ ଉପକରଣର ପ୍ରଦର୍ଶନୀ କରାଯାଉଛି ।
- ବାୟୁ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’କୁ ଗୁରୁତ୍ବ
ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏଥର 'ଆତ୍ମନିର୍ଭର ଭାରତ' ଏବଂ 'ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ' ଦୃଷ୍ଟିକୋଣକୁ ପ୍ରଦର୍ଶନୀରେ ଗୁରୁତ୍ବ ଦିଆଯାଉଛି । ଏହି କାର୍ଯ୍ୟକ୍ରମ ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ତଥା ସ୍ୱଦେଶୀକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ତର୍ଜାତୀୟ ପ୍ଲାଟଫର୍ମ ପ୍ରଦାନ କରିବ । ଫଳରେ 2047 ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ଭିଜନକୁ ଆହୁରି ବଳ ମିଳିବ ।
Rajnath Singh inaugurates Aero India 2025, terms it " mahakumbh" which focuses on india's external power
— ANI Digital (@ani_digital) February 10, 2025
read @ANI Story | https://t.co/d7SN3UAOzL#RajnathSingh #AeroIndia2025 #Mahakumbh pic.twitter.com/w4nncxvrUY
- ପ୍ରଦର୍ଶନୀରେ ୨ ଦିନିଆ ଏୟାର ଶୋ’:-
ଆଜି କାର୍ଯ୍ୟକ୍ରମକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦଘାଟନ୍ କରିଥିବା ବେଳେ, ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବ କୁମାର, ପ୍ରତିରକ୍ଷା ପ୍ରମୁଖ ଅନୀଲ ଚୌହାନ ଏବଂ ତିନି ଭାରତୀୟ ସଶସ୍ତ୍ର ବାହିନୀ ମୁଖ୍ୟ ଉପସ୍ଥିତ ଥିଲେ । ‘ଏରୋ-ଇଣ୍ଡିଆ ୨୦୨୫’ ୧୪ରେ ଉଦଯାପିତ ହେବ । କାର୍ଯ୍ୟକ୍ରମରରେ ୧୦ ରୁ ୧୨ ତାରିଖକୁ ବ୍ୟାବସାୟିକ କାର୍ଯ୍ୟ ଦିବସ ଭାବରେ ସଂରକ୍ଷିତ ରଖାଯାଇଛି । ଉଦଯାପନୀ ପୂର୍ବରୁ ୧୩ ଏବଂ ୧୪ ତାରିଖରେ ଏୟାର ଶୋ’ ବା ଫ୍ଲାଇପାଷ୍ଟ ହେବ । ଏଥିରେ ଭାରତୀୟ ବାୟୁସେନାରେ ନିୟୋଜିତ ବିଭିନ୍ନ ଲଢୁଆ ବିମାନ ଓ ହେଲିକପ୍ଟର ଉଡାଣ ଓ ଯୁଦ୍ଧକୌଶଳ ପ୍ରଦର୍ଶନ କରିବେ ।
ଏହା ମଧ୍ୟ ପଢନ୍ତୁ:- ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |
- ୧୯୯୬ରୁ ହୋଇ ଆସୁଛି ଏହି କାର୍ଯ୍ୟକ୍ରମ
ପ୍ରଥମେ ୧୯୯୬ ମସିହାରେ ବେଙ୍ଗାଲୁରୁ ସହରର ଉପକଣ୍ଠରେ ଥିବା ୟେଲଙ୍କା ବାୟୁସେନା ଷ୍ଟେସନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଏକ ଦ୍ବିବାର୍ଷିକ କାର୍ଯ୍ୟକ୍ରମ । 1996 ମସିହା ପରଠାରୁ ପ୍ରତ୍ୟେକ ଦୁଇବର୍ଷ ବ୍ୟବଧାନରେ ଏହି କାର୍ଯ୍ୟକ୍ରମ ବେଙ୍ଗାଲୁରୁରେ ଆୟୋଜିତ ହୋଇଆସୁଛି । ୟେଲଙ୍କା ଏୟାର ବେସ ହେଉଛି ଭାରତୀୟ ବାୟୁସେନାର ଏକ ପ୍ରମୁଖ ଦକ୍ଷିଣ ଏୟାର ବେସ । ଏହା ଦେଶର ସର୍ବବୃହତ୍ତ ବାୟୁସେନା ପ୍ରଶିକ୍ଷଣ ବେସ୍ ମଧ୍ୟ । ଚଳିତଥର ଏହି କାର୍ଯ୍ୟକ୍ରମ 15ତମ ସଂସ୍କରଣରେ ପହଞ୍ଚିଥିବା ବେଳେ ମୋଟ୍ ୪୨,୦୦୦ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ଅନୁଷ୍ଠିତ ହେଉଛି । ଏଥିରେ ୧୫୦ ବିଦେଶୀ କମ୍ପାନୀ ସମେତ ୯୦୦ ରୁ ଅଧିକ ଏରୋ-ଅପରେଟର ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତର ଏସିଆ ମହାଦେଶର ସର୍ବବୃହତ ‘ଏରୋ ଏକ୍ଜିିବିସନ’ ବା ଏରୋସ୍ପେଶ-ପ୍ରତିରକ୍ଷା ପ୍ରଦର୍ଶନୀ ଭାବେ ରେକର୍ଡ ବଜାୟ ରଖିଛି ।
ଇଟିଭି ଭାରତ, ବ୍ୟୁରୋ