ETV Bharat / opinion

ପ୍ରତିରକ୍ଷା ବଜେଟ୍‌ 2025, ସୁଧାରର କିଛି ସମ୍ଭାବନା ଅଛି କି ! - DEFENCE BUDGET 2025

ଚଳିତ ସାଧାରଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ ବ୍ୟୟବରାଦ । ବିକଶିତ ଦେଶମାନଙ୍କ ତୂଳନାରେ ଏହା କେତେ । ପଢନ୍ତୁ ମେଜର ଜେନେରାଲ (ଅବସରପ୍ରାପ୍ତ) ହର୍ଷ କାକ୍କରଙ୍କ ଆଲେଖ୍ୟ ।

ପ୍ରତିରକ୍ଷା ବଜେଟ୍‌ 2025
ପ୍ରତିରକ୍ଷା ବଜେଟ୍‌ 2025 (ETV Bharat Odisha)
author img

By Major General Harsha Kakar

Published : Feb 3, 2025, 7:22 PM IST

ହାଇଦ୍ରାବାଦ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକବର୍ଷ 2025-26 ପାଇଁ ଦୁଇଦିନ ତଳେ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ କରିଛନ୍ତି । ଏଥିରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା କ୍ଷେତ୍ର ପାଇଁ ମୋଟ 6,81,210 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହା ପୂର୍ବବର୍ଷ ତୁଳନାରେ 9.53% ବୃଦ୍ଧି ପାଇଛି । ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (ପିଆଇବି) ବଜେଟକୁ ପ୍ରଶଂସା କରିଛି । ସଂସ୍ଥା କହିଛି, ଚଳିତ ବଜେଟରେ ଏହି ଆବଣ୍ଟନ ଆଗାମୀ ଆର୍ଥିକବର୍ଷ ପାଇଁ ଯୋଜନା କରାଯାଇଥିବା ପ୍ରମୁଖ ଅଧିଗ୍ରହଣକୁ ବଳ ଦେବ । ପ୍ରତିରକ୍ଷା ସମ୍ପର୍କିତ ବିଭିନ୍ନ କ୍ଷେତ୍ରରେ ସମନ୍ୱୟ ପଦକ୍ଷେପକୁ ପ୍ରୋତ୍ସାହିତ କରିବ । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ନିବେଶ ଦେଶର ସାମଗ୍ରିକ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ । ଏହା ଦେଶର GDPକୁ ବୃଦ୍ଧି କରିବ ଏବଂ ଯୁବକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ପ୍ରଦାନ କରିବାରେ ସହାୟକ ହେବ ।

ପ୍ରତିରକ୍ଷା ବଜେଟ୍‌ 2025
ପ୍ରତିରକ୍ଷା ବଜେଟ୍‌ 2025 (ETV Bharat Odisha)
  • ପ୍ରତିରକ୍ଷା କ୍ଷେତ୍ରକୁ ସର୍ବାଧିକ ବ୍ୟୟବରାଦ

ଚଳିତ ବଜେଟରେ ପ୍ରତିରକ୍ଷା ବ୍ୟୟବରାଦ ସାଧାରଣ ବଜେଟର ୧୩.୪୫ % । ଏହି ଆବଣ୍ଟନ ସମସ୍ତ ମନ୍ତ୍ରଣାଳୟ ମଧ୍ୟରେ ସର୍ବାଧିକ ମଧ୍ୟ । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରତିରକ୍ଷା ବଜେଟ୍ ମୋଟ ବଜେଟର ୧୪ %ରୁ କମ ରହିଛି । ପ୍ରତିରକ୍ଷା କ୍ଷେତ୍ର ଦେଶର ସକଳ ଘରୋଇ ଉତ୍ପାଦ (GDP)ର ପ୍ରାୟ 1.91% । ଅର୍ଥନୀତି ଏବଂ ବଜେଟ୍ ଆବଣ୍ଟନ ଉଭୟ ବୃଦ୍ଧି ପାଉଥିଲେ ସୁଦ୍ଧା ଏହି ପ୍ରତିଶତ ବର୍ଷ ଓ୍ବାରୀ ହ୍ରାସ ପାଇବାରେ ଲାଗିଛି । 2020-21 ପ୍ରତିରକ୍ଷା କ୍ଷେତ୍ର ଦେଶର GDP ର 2.4% ଥିଲା । ସେହିପରି 2022-23ରେ 2.1% ଥିଲା । ମାତ୍ର ଗତ ଦୁଇବର୍ଷ ମଧ୍ୟରେ ଏହା ତଳକୁ ଖସିଛି । ଗତବର୍ଷ ଏହି ପରିମାଣ ମୋଟ ଜିଡିପିର 1.98% ଏବଂ ଚଳିତଥର 1.91% ହୋଇଛି । ପ୍ରତିରକ୍ଷା କ୍ଷେତ୍ରକୁ ବୟବରାଦ ରାଶି ୯.୫୩% ବୃଦ୍ଧି ପାଇଥିଲେ ମଧ୍ୟ, ଜିଡିପି ତୁଳନାରେ ଏହା ୦.୦୭% ହ୍ରାସ ପାଇଛି । ୨୦୨୦ ମସିହାରେ ଗଲୱାନ ଉପତ୍ୟକାରେ ଭାରତ-ଚୀନ ସେନା ମଧ୍ୟରେ ସଂଘର୍ଷ ପରେ, ସରକାର ୨୦୨୦-୨୧ ମସିହାରେ ପ୍ରତିରକ୍ଷା ବ୍ୟୟବରାଦ ବୃଦ୍ଧି କରିଥିଲେ । କିନ୍ତୁ ଏହାର ପରବର୍ତ୍ତୀ ବର୍ଷମାନଙ୍କରେ ଏହି ଅନୁପାତ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ।

  • ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ବଢାଇବା ପାଇଁ ଟ୍ରମ୍ପଙ୍କ ଚାପ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା କ୍ଷେତ୍ରରେ ଅଧିକ ଫୋକସ କରୁଛନ୍ତି । କେବଳ ଆମେରିକାରେ ନୁହେଁ ବରଂ ‘ନାଟୋ’ରେ ସଦସ୍ୟ ଥିବା ରାଷ୍ଟ୍ରମାନଙ୍କ ଉପରେ ମଧ୍ୟ ଟ୍ରମ୍ପ ଏହି କ୍ଷେତ୍ରରେ ଚାପ ସୃଷ୍ଟି କରିବାରେ ଲାଗିଛନ୍ତି । ନାଟୋ ସଦସ୍ୟ ରାଷ୍ଟ୍ରମାନେ ସେମାନଙ୍କ ମୋଟ ‘ଜିଡିପି’ର 5 ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ର ପାଇଁ ଖର୍ଚ୍ଚ କରନ୍ତୁ ବୋଲି ସେ ଦାବି କରୁଛନ୍ତି । ଫଳରେ ନାଟୋର ସାମଗ୍ରିକ ଶକ୍ତି ଓ ସାମର୍ଥ୍ୟ ବଢିବ ବୋଲି ଟ୍ରମ୍ପଙ୍କ ଦାବି ରହୁଛି । ଟ୍ରମ୍ପଙ୍କ ଚାପ ସତ୍ତ୍ବେ ମଧ୍ୟ ଅଧିକାଂଶ ‘ନାଟୋ’ ସଦସ୍ୟ ଦେଶ ଏପର୍ଯ୍ୟନ୍ତ ସେମାନଙ୍କର ‘ଜିଡିପି’ର ପ୍ରାୟ 2%ରୁ ପ୍ରତିରକ୍ଷା ପାଇଁ ଖର୍ଚ୍ଚ କରୁନାହାନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରିବା ରାଷ୍ଟ୍ର ତାଲିକାରେ ଆଗରେ ରହିଛି ଆମେରିକା । ଓ୍ବାଶିଂଟନ ତାର ମୋଟ GDP ର ପ୍ରାୟ 3.5% କେବଳ ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ କରେ । ଏହି ପରିମାଣ ଭାରତ ଅପେକ୍ଷା ଢେର ଅଧିକ । ସେହିପରି ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ଚୀନ ପ୍ରତିରକ୍ଷା କ୍ଷେତ୍ରରେ ଦେଶର ମୋଟ ଜିଡିପିର 1.8% ଖର୍ଚ୍ଚ କରୁଛି । ଚୀନର ଜିଡିପି ଭାରତ ତୁଳନାରେ ପ୍ରାୟ ପାଞ୍ଚ ଗୁଣ । ତେବେ ଚୀନର ପ୍ରତିରକ୍ଷା କ୍ଷେତ୍ର ମଧ୍ୟରେ ବେସାମରିକ ଏବଂ ସାମରିକ ପ୍ରଯୁକ୍ତିବିଦ୍ୟାର ଓ ଉଭୟ କ୍ଷେତ୍ର ପାଇଁ ବ୍ୟବହୃତ କ୍ଷେତ୍ରରେ ନିବେଶ ଓ ରଣନୈତିକ ଭିତ୍ତିଭୂମି ନିର୍ମାଣକୁ ବାଦ ଦିଆଯାଇଛି । ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (SIPRI) ଅନୁଯାୟୀ, ଚୀନର ଏହି ଖର୍ଚ୍ଚ ବିଶ୍ୱ ଜିଡିପିର ପ୍ରାୟ 1.8% ହେବ ।

  • ଭାରତରେ ସାମରିକ ଅପେକ୍ଷା ଭିତ୍ତିଭୂମି ବିକାଶର ଆବଶ୍ୟକତା

ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପ୍ରତ୍ୟେକ ରାଷ୍ଟ୍ରର ଜାତୀୟ ସୁରକ୍ଷା ଓ ଆଭ୍ୟନ୍ତରୀଣ ପ୍ରଗତିର ଆବଶ୍ୟକତା ରହିଛି । ଆମେରିକା ବିଶ୍ୱସ୍ତରୀୟ ନିଜର ସାମରିକ ଆଧିପତ୍ୟ ବଜାୟ ରଖିବାକୁ ଚାହୁଁଛି । ସେହିପରି ଚୀନ ସାମରିକ କ୍ଷମତାରେ ଆମେରିକା ସହିତ ସମକକ୍ଷ ହେବା ଉପରେ ଅଧିକ ଧ୍ୟାନ ଦେଉଛି । ମାତ୍ର ଭାରତର ଚିତ୍ର ଏମାନଙ୍କଠାରୁ ଭିନ୍ନ । ଭାରତରେ ସାମାଜିକ ଏବଂ ଭିତ୍ତିଭୂମି ବିକାଶର ଆବଶ୍ୟକତା ଅଧିକ ରହିଛି । ଏହାସହ, ଯେପର୍ଯ୍ୟନ୍ତ କୌଣସି ଦେଶ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଭାବରେ ସୁରକ୍ଷିତ ନହୁଏ, ସେପର୍ଯ୍ୟନ୍ତ ଏହା ନିବେଶକୁ ଆକର୍ଷିତ କରିପାରିବ ନାହିଁ । ଏହି ଆବଶ୍ୟକତା ଗୁଡ଼ିକୁ ସନ୍ତୁଳିତ କରିବା ସରକାରଙ୍କ ପ୍ରାଥମିକ କାମ । ତଥାପି, ପ୍ରତିରକ୍ଷା କ୍ଷେତ୍ର ପାଇଁ ଖର୍ଚ୍ଚ ହ୍ରାସ କରିବା ଏକ ବିପଦପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇପାରେ ।

ସେହିପରି ପ୍ରତିରକ୍ଷା ପୁଞ୍ଜି ବଜେଟ୍ ୧,୮୫,୦୦୦ କୋଟି ଟଙ୍କା ରଖାଯାଇଛି । ଯାହା ମୋଟ ପ୍ରତିରକ୍ଷା ଆବଣ୍ଟନର ୨୭% । ଏଥିମଧ୍ୟରୁ ପ୍ରାୟ 1,50,000 (ଦେଢ ଲକ୍ଷ କୋଟି) ଟଙ୍କା ଭାରତୀୟ ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ରଖାଯାଇଛି । ଏଥିମଧ୍ୟରୁ ବିମାନ ଏବଂ ଜେଟ ଇଞ୍ଜିନ କ୍ରୟ ପାଇଁ 48,614 କୋଟି ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ନୌସେନାର ଶକ୍ତି ବୃଦ୍ଧି ପାଇଁ 24,390 କୋଟି ଟଙ୍କା ବ୍ୟୟବରାଦ ହେବ । ସେହିପରି ଅନ୍ୟାନ୍ୟ ଉପକରଣ ପାଇଁ 63,099 କୋଟି ଟଙ୍କା ବ୍ୟବସ୍ଥା କରିଛି ଅର୍ଥ ମନ୍ତ୍ରଣାଳୟ । ପ୍ରତିରକ୍ଷା ମନ୍ତ୍ରଣାଳୟ ଗତ ବର୍ଷ ଏହାର ଆବଣ୍ଟିତ ପୁଞ୍ଜି ବଜେଟରୁ ୧୨,୫୦୦ କୋଟି ଟଙ୍କା ଫେରାଇ ଦେଇଥିଲା ବୋଲି ଏକ ରିପୋର୍ଟ ପ୍ରକାଶ ପାଇଥିଲା ।

ଚଳିତ ବର୍ଷର ବଜେଟରେ, ବିଭିନ୍ନ ବିଭାଗ ଅଧୀନରେ ଗବେଷଣା ଏବଂ ବିକାଶ ପାଇଁ ଆବଣ୍ଟିତ ପରିମାଣ ବୃଦ୍ଧି କରାଯାଇଛି। ଡିଆରଡିଓ ବଜେଟ୍ ପ୍ରାୟ ୧୨.୫% ବୃଦ୍ଧି କରାଯାଇ ୨୬,୮୧୬ କୋଟି ଟଙ୍କା କରାଯାଇଛି । ଘରୋଇ ଉଦ୍ୟୋଗ ଦ୍ୱାରା ପ୍ରତିରକ୍ଷା କ୍ଷେତ୍ରରେ ନିବେଶକୁ ଉତ୍ସାହିତ କରିବା ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକୁ ସୁଦୃଢ଼ ​​କରିବା ପାଇଁ ଜାରି ରହିଥିବା ‘IDEX’ ଯୋଜନାରେ ୪୫୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ତଥାପି, ଗବେଷଣା ଏବଂ ବିକାଶ କ୍ଷେତ୍ରରେ ଭାରତର ମୋଟ ନିବେଶ ଜିଡିପିର 1% ରୁ କମ୍ । ଏହାର ଅଧିକାଂଶ କେନ୍ଦ୍ର ସରକାର କରନ୍ତି । ତୁଳନାତ୍ମକ ଭାବେ ଦେଖିଲେ ଆମେରିକା ଏହାର ଜିଡିପିର 3.4% ରିସର୍ଚ୍ଚ ଦିଗରେ ଖର୍ଚ୍ଚ କରେ ଏବଂ ସେହିଧାରାରେ ଚୀନ ମଧ୍ୟ ପ୍ରାୟ 2.68% ଖର୍ଚ୍ଚ କରୁଛି । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ପାଇଁ ପାଣ୍ଠି ୧୨.୪% ବୃଦ୍ଧି ପାଇଛି, କିନ୍ତୁ ଏହି (ପ୍ରତିରକ୍ଷା ଗବେଷଣା) ରାଶି ଆମେରିକାର ପ୍ରତିରକ୍ଷା ବଜେଟର ୧୩ % ତୁଳନାରେ ୧% ରୁ ମଧ୍ୟ କମ୍ ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.