ETV Bharat / international

Kargil war: 25 ବର୍ଷ ପରେ ସତ ମାନିଲା ପାକିସ୍ତାନ, ଯୁଦ୍ଧରେ ଅନେକ ସୈନିକ ମୃତ୍ୟୁ ହୋଇଥିବା ସ୍ବୀକାର କଲେ ସେନାମୁଖ୍ୟ - Kargil War 1999

author img

By ETV Bharat Odisha Team

Published : Sep 8, 2024, 8:35 AM IST

Kargil War 1999: କାର୍ଗିଲ ଯୁଦ୍ଧକୁ ନେଇ ମିଛ କହୁଥିବା ପାକିସ୍ତାନ ଦୀର୍ଘ 25 ବର୍ଷ ପରେ ସତ ମାନିଛି । ଯୁଦ୍ଧରେ ପାକିସ୍ତାନର ଅନେର ସୈନ୍ୟ ପ୍ରାଣ ହରାଇବା କହିଲେ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀର । ପୂର୍ବରୁ କରିଆସୁଥିଲା ଖଣ୍ଡନ । ଅଧିକ ପଢନ୍ତୁ

Kargil War 1999
Kargil War 1999 ((IANS))

ହାଇଦ୍ରାବାଦ: ପୁଣି ଥରେ ତାଜା ହୋଇଛି 1999 ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସଂଗଠିତ କାର୍ଗିଲ ଯୁଦ୍ଧ ଘଟଣା । ଦୀର୍ଘ 25 ବର୍ଷ ଧରି କାର୍ଗିଲ ଯୁଦ୍ଧକୁ ନେଇ ପାକିସ୍ତାନ ଯେଉଁ ମିଛ କହି ଆସୁଥିଲା, ତାହା ଏବେ ଧରାପଡିଛି । ଏହାର ଗୁମର ଖୋଲି ଦେଇଛନ୍ତି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନୀର । କାର୍ଗିଲ ଯୁଦ୍ଧରେ ପାକିସ୍ତାନ ସେନାର ପ୍ରତ୍ୟେକ୍ଷ ଭୂମିକା ଥିଲା ଓ ଏଥିରେ ଦେଶର ବହୁ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ସେ ସ୍ବୀକାର କରିଛନ୍ତି । ପ୍ରଥମ ଥର ପାଇଁ ପାକିସ୍ତାନ, କାର୍ଗିଲ ଯୁଦ୍ଧରେ ତାର ସୈନ୍ୟଙ୍କ ମୃତ୍ୟୁ ହୋଇଥିବା କଥା ସ୍ବୀକାର କରିଛି । ପୂର୍ବରୁ ପାକିସ୍ତାନ ଏହି ଆକ୍ରମଣରେ ସେନାର ସମ୍ପୃକ୍ତିକୁ ଖଣ୍ଡନ କରିବା ସହ ଏହା ପଛରେ ମୁଜାହିଦ୍ଦିନଙ୍କ ଭୂମିକା ଥିବା କହି ଆସୁଥିଲା ।

  • କଣ କହିଲେ ପାକିସ୍ତାନ ସେନାମୁଖ୍ୟ:-

ଗତକାଲି (ଶନିବାର) ପାକିସ୍ତାନ ସେନା ମୁଖ୍ୟାଳୟ ରାଓ୍ବଲପିଣ୍ଡିରେ ପ୍ରତିରକ୍ଷା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ସେନାମୁଖ୍ୟ ଅସୀମ ମୁନୀର ଅଭିଭାଷଣରେ ଭାରତ ସହିତ ହୋଇଥିବା ତିନି ଯୁଦ୍ଧ ସହିତ କାର୍ଗିଲ ଯୁଦ୍ଧ ବିଷୟରେ କହିଥିଲେ । 1965, 1971 ଓ 1999 ରେ ହୋଇଥିବା ସମସ୍ତ 3 ଯୁଦ୍ଧରେ ପାକିସ୍ତାନ ଓ ଇସଲାମ ପାଇଁ ଅନେକ ସୈନିକ ବଳିଦାନ ଦେଇଛନ୍ତି । କାର୍ଗିଲ ଯୁଦ୍ଧରେ ପାକିସ୍ତାନର ଅନେକ ସୈନିକ ପ୍ରାଣ ହରାଇଥିଲେ ବୋଲି କହିଥିଲେ ମୁନୀର ।

ଏହା ମଧ୍ୟ ପଢନ୍ତୁ-କାର୍ଗିଲ ବିଜୟଗାଥା, ହିନ୍ଦୁସ୍ତାନ ସେନାର ପରାକ୍ରମରେ ହାରିଲା ପାକିସ୍ତାନ, କାର୍ଗିଲ ଶୀର୍ଷରେ ଉଡିଲା ତ୍ରିରଙ୍ଗା; 13 ଓଡିଆ ଯବାନଙ୍କ ବଳିଦାନକୁ ଝୁରୁଛି ଓଡିଶା - 25th Kargil Vijay Diwas

  • କାର୍ଗିଲ ଯୁଦ୍ଧରେ ପାକିସ୍ତାନ ସେନା ପ୍ରାଣ ହରାଇଛନ୍ତି:

ସମାବେଶରେ ଅଭିଭାଷଣରେ ଅସୀମ ମୁନୀର କହିଥିଲେ,"ନିଶ୍ଚିତ ଭାବରେ ପାକିସ୍ତାନ ଏକ ଶକ୍ତିଶାଳୀ ଏବଂ ସାହସୀ ରାଷ୍ଟ୍ର । ଯାହା ସ୍ୱାଧୀନତାର ମୂଲ୍ୟକୁ ବୁଝିଛି ଏବଂ ଏହାକୁ କିପରି ବଞ୍ଚାଇ ରଖାଯାଇପାରିବ ତାହା ବି ଜାଣିଛି । 1948, 1965, 1971, ପାକିସ୍ତାନ ଏବଂ ଭାରତ ମଧ୍ୟରେ କାର୍ଗିଲ ଯୁଦ୍ଧ କିମ୍ବା ସିଆଚିନରେ ହୋଇଥିବା ଯୁଦ୍ଧରେ ହଜାର ହଜାର ସୈନିକ ନିଜ ଜୀବନ ବଳିଦାନ ଦେଇଥିଲେ ଓ ଦେଶର ସୁରକ୍ଷା ପାଇଁ ଶହୀଦ ହୋଇଥିଲେ ।''

  • 25 ବର୍ଷ ପରେ ସତ ମାନିଲା ପାକିସ୍ତାନ:

କାର୍ଗିଲ ଯୁଦ୍ଧରେ ପ୍ରଥମେ ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ଅଞ୍ଚଳରେ ଆକ୍ରମଣ କରିଥିବା ଭାରତ ଦାବି କରିଆସୁଥିଲା । କିନ୍ତୁ ଏହାକୁ ମାନିବାକୁ ନାରାଜା ଥିଲା ପାକ୍‌ । ଏହା ପାକିସ୍ତାନ ସେନା ନୁହେଁ ବରଂ ସ୍ବାଧୀନ କାଶ୍ମୀର ପାଇଁ ଭାରତ ବିରୋଧରେ ଲଢୁଥିବା ଜିହାଦୀ ବା ମୁଜାହିଦ୍ଦିନଙ୍କ କାମ ବୋଲି ଇସଲାମାବାଦ କହିଆସିଛି । ପ୍ରଥମ ଥର ପାଇଁ ପାକିସ୍ତାନର କେହି ସେନା ମୁଖ୍ୟ କାର୍ଗିଲ ଯୁଦ୍ଧରେ ସୈନ୍ୟବାହିନୀର ପ୍ରତ୍ୟକ୍ଷ ଭୂମିକା ନେଇ ସ୍ବୀକାର କରିଛନ୍ତି ।

ଏହା ମଧ୍ୟ ପଢନ୍ତୁୃ-ସ୍ମୃତିରେ କାର୍ଗିଲ ବୀର, ଶ୍ରଦ୍ଧାଞ୍ଜଳି ଜଣାଇଲେ ବଲିଉଡ ସେଲିବ୍ରିଟି - Celebs On Kargil Vijay Diwas

  • କାର୍ଗିଲ ଯୁଦ୍ଧ ସମ୍ପର୍କରେ :

25 ବର୍ଷ ତଳେ ଅର୍ଥାତ 1999 ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଯୁଦ୍ଧ ହୋଇଥିଲା । ଯାହା କାର୍ଗିଲ ଯୁଦ୍ଧ ଭାବେ ପରିଚିତ । ପାକିସ୍ତାନ ସେନା ଲଦାଖ ନିକଟବର୍ତ୍ତୀ କାର୍ଗିଲ ଉଚ୍ଚ ପାହାଡକୁ କବଜା କରିଥିଲେ ଓ ଭାରତୀୟ ପୋଷ୍ଟକୁ ଆକ୍ରମଣ କରିଥିଲେ । ଭାରତୀୟ ସେନା ମଧ୍ୟ ଅପ୍ରତ୍ୟାଶିତ ଆକ୍ରମଣର କଡା ଜବାବ ଦେଇଥିଲା । ଏହି ମିଶନର ନାମ ଥିଲା ‘ଅପରେସନ ବିଜୟ’ । 1999, ମେ’ 3 ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଜୁଲାଇ 26 ତାରିଖରେ ଶେଷ ହୋଇଥିଲା । ଯୁଦ୍ଧରେ ଭାରତୀୟ ସେନା ଅଦମ୍ୟ ସାହାସ ଦେଖାଇ ଶତ୍ରୁକୁ ମାତ ଦେଇଥିଲେ । ବିଭିନ୍ନ ରିପୋର୍ଟ ମୁତାବକ, 2 ମାସ ଧରି ଚାଲିଥିବା ଏହି ଯୁଦ୍ଧରେ ଭାରତର ପ୍ରାୟ 545 ଯବାନ ଶହୀଦ ହୋଇଥିଲେ ଓ ପାକିସ୍ତାନର 3 ହଜାର ସୈନ୍ୟଙ୍କ ମୃତ୍ୟୁ ହୋଇଥିଲା । ହେଲେ ଏହି ତଥ୍ୟକୁ ପାକିସ୍ତାନ ଅସ୍ବୀକାର କରିଆସିଥିଲା । ଏବେ ସେନାମୁଖ୍ୟଙ୍କ ବୟାନ ପାକିସ୍ତାନର ଭୂମିକାକୁ ପଦାରେ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.