ହାଇଦ୍ରାବାଦ: ହିନ୍ଦୁ ଧର୍ମରେ ଗୁପ୍ତ ନବରାତ୍ରିର ବିଶେଷ ମହତ୍ତ୍ବ ରହିଛି । ଏହା ବର୍ଷକୁ ୨ ଥର ପାଳନ କରାଯାଏ । ଥରେ ମାଘ ମାସରେ ଏବଂ ଦ୍ବିତୀୟ ଆଷାଢ଼ ମାସର ଶୁକ୍ଳ ପକ୍ଷରେ। ଏହି ନବରାତ୍ରିକୁ ଗୁପ୍ତ ଏଥିପାଇଁ କୁହାଯାଏ, କାରଣ ଏଥିରେ ଭକ୍ତମାନେ ସେମାନଙ୍କର ସାଧନା, ବିଧି ଏବଂ ପୂଜାକୁ ଗୁପ୍ତ ଭାବରେ କରନ୍ତି । ଏହାକୁ ତାନ୍ତ୍ରିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ ।
ଲକ୍ଷ୍ନୌର ଜ୍ୟୋତିଷ ଡକ୍ଟର ଉମାଶଙ୍କର ମିଶ୍ରଙ୍କ ଅନୁସାରେ, ଚଳିତ ବର୍ଷ ମାଘ ମାସର ଗୁପ୍ତ ନବରାତ୍ରି ଗତକାଲି (30 ଜାନୁଆରୀ)ରୁ ଆରମ୍ଭ ହୋଇଥିବାବେଳେ ଏହା 7 ଫେବୃଆରୀ ପର୍ଯ୍ୟନ୍ତ ପାଳନ କରାଯିବ। ଏହି ସମୟରେ, ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ଅତ୍ୟନ୍ତ ଶ୍ରଦ୍ଧା ଏବଂ ଭକ୍ତିର ସହିତ ପୂଜା କରାଯାଏ। ଗୁପ୍ତ ନବରାତ୍ରିରେ ରାଶି ଅନୁସାରେ କେଉଁ ଉପାୟ ଆପଣାଇବା ଲାଭଦାୟକ ହେବ ଆସନ୍ତୁ ଜାଣିବା ।
ଗୁପ୍ତ ନବରାତ୍ରିର ମହତ୍ତ୍ବ:
ଗୁପ୍ତ ନବରାତ୍ରି ହେଉଛି ଧ୍ୟାନ ଏବଂ ଆତ୍ମନିରୀକ୍ଷଣର ସମୟ। ଏହି ସମୟରେ ସାଧକମାନେ ସେମାନଙ୍କର ଆନ୍ତରିକ ଶକ୍ତିକୁ ଜାଗ୍ରତ କରିବାକୁ ଏବଂ ଆଧ୍ୟାତ୍ମିକ ଉନ୍ନତି ପ୍ରାପ୍ତ କରିବାକୁ ଚେଷ୍ଟା କରନ୍ତି । ଏହା ବିଶ୍ବାସ କରାଯାଏ ଯେ, ଗୁପ୍ତ ନବରାତ୍ରିରେ କରାଯାଇଥିବା ପୂଜାବିଧି ଏବଂ ଧ୍ୟାନ ଶୀଘ୍ର ଫଳ ପ୍ରଦାନ କରେ । ଏହି ସମୟରେ ଭକ୍ତମାନେ ଦେବୀ ଦୁର୍ଗାଙ୍କ ବିଭିନ୍ନ ରୂପର ପୂଜା କରନ୍ତି ଏବଂ ତାଙ୍କଠାରୁ ଆଶୀର୍ବାଦ ପ୍ରାପ୍ତ କରିଥାନ୍ତି।
ଗୁପ୍ତ ନବରାତ୍ରିରେ ରାଶି ଅନୁସାରେ ଗ୍ରହଣ କରିବାକୁ ଥିବା ପଦକ୍ଷେପ:
ଗୁପ୍ତ ନବରାତ୍ରିରେ ରାଶି ଅନୁସାରେ କିଛି ବିଶେଷ ଉପାୟ ଗ୍ରହଣ କରିବା ଦ୍ବାରା, ସକାରାତ୍ମକ ଉର୍ଜା ବୃଦ୍ଧି ହୁଏ। ପ୍ରତ୍ୟେକ ରାଶି ପାଇଁ କିଛି ଉପାୟ ଦିଆଯାଇଛି:
ମେଷ ରାଶି:
- ନବରାତ୍ରିରେ ଲାଲ ରଙ୍ଗର ଫୁଲରେ ଦେବୀଙ୍କ ପୂଜା କରନ୍ତୁ।
- ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ "ଦୁର୍ଗା ସପ୍ତଶତୀ" ପାଠ କରନ୍ତୁ।
- ନିଜ ସାମର୍ଥ୍ୟ ଅନୁସାରେ ରାଶି ଏବଂ ଗୁଡ଼ ଦାନ କରନ୍ତୁ ।
ବୃଷ ରାଶି:
- ନବରାତ୍ରି ସମୟରେ ଧଳା ରଙ୍ଗର ଫୁଲରେ ଦେବୀଙ୍କ ପୂଜା କରନ୍ତୁ।
- ମା' ବ୍ରହ୍ମଚାରିଣୀଙ୍କର ପୂଜା କରନ୍ତୁ ।
- ନିୟମିତ ଭାବରେ ହଳଦିଆ ରଙ୍ଗର ଜିନିଷ ଦାନ କରନ୍ତୁ।
ମିଥୁନ ରାଶି:
- ନବରାତ୍ରିରେ ମଧ୍ୟରାତ୍ରି ପୂଜା କରନ୍ତୁ।
- ଯଥାସମ୍ଭବ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପାଠ କରନ୍ତୁ।
- ଲାଲ ରଙ୍ଗର ଫଳ ଏବଂ ମିଠା ଦାନ କରନ୍ତୁ ।
କର୍କଟ ରାଶି:
- ନବରାତ୍ରିରେ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ।
- ମୁଖ୍ୟତଃ ମା' ଲଳିତାଙ୍କୁ ପୂଜା କରନ୍ତୁ।
- ଗରିବ ଲୋକଙ୍କୁ ନିୟମିତ ଭାବରେ ହାଲୱା, ପୁରୀ ଦାନ କରନ୍ତୁ।
ସିଂହ ରାଶି:
- ନବରାତ୍ରିରେ ଦୁର୍ଗା କବଚ ପାଠ କରନ୍ତୁ।
- ଯଥାସମ୍ଭବ ମା' କାଳୀଙ୍କ ପୂଜା କରନ୍ତୁ।
- ଗରିବ ଲୋକଙ୍କୁ ନିୟମିତ ଭାବରେ ପୋଷାକ ଦାନ କରନ୍ତୁ ।
କନ୍ୟା ରାଶି:
- ନବରାତ୍ରିରେ ଶ୍ରୀ ସୂକ୍ତମ୍ ପାଠ କରନ୍ତୁ।
- ଯଥାସମ୍ଭବ ଦେବୀ ଲକ୍ଷ୍ମୀଙ୍କର ପୂଜା କରନ୍ତୁ।
- ଲାଲ ଫଳ, ମିଠା ଏବଂ ଲାଲ ବସ୍ତ୍ର ଦାନ କରନ୍ତୁ।
ତୁଳା ରାଶି:
- ନବରାତ୍ରିରେ କନକଧାରା ସ୍ତୋତ୍ର ପାଠ କରନ୍ତୁ।
- ମଧ୍ୟରାତ୍ରିରେ ପୂଜା କରିବାକୁ ଚେଷ୍ଟା କରନ୍ତୁ।
- ହଳଦିଆ ଫଳ ଏବଂ ହଳଦିଆ ମିଠା ଦାନ କରନ୍ତୁ।
ବିଛା ରାଶି:
- ନବରାତ୍ରିରେ ମହିଷାସୁର ମର୍ଦ୍ଦିନୀ ସ୍ତୋତ୍ର ପାଠ କରନ୍ତୁ।
- ଆପଣଙ୍କ ଖାଦ୍ୟକୁ ନିୟନ୍ତ୍ରିତ ଏବଂ ସାତ୍ତ୍ୱିକ ରଖିବାକୁ ଚେଷ୍ଟା କରନ୍ତୁ ।
- ଆପଣଙ୍କ ସାମର୍ଥ୍ୟ ଅନୁସାରେ ଖାଦ୍ୟ ଏବଂ ପୋଷାକ ଦାନ କରନ୍ତୁ।
ଧନୁ ରାଶି:
- ନବରାତ୍ରିରେ ବିନ୍ଧେଶ୍ବରୀ ସ୍ତୋତ୍ର ପାଠ କରନ୍ତୁ।
- ଦେବୀଙ୍କୁ ୨ ବେଳା ହଳଦିଆ ଫୁଲ ଦେଇ ପୂଜା କରନ୍ତୁ।
- ଆପଣଙ୍କ ଖାଦ୍ୟ ଏବଂ ଜୀବନଶୈଳୀକୁ ସାତ୍ୱିକ ରଖନ୍ତୁ।
ମକର ରାଶି:
- ନବରାତ୍ରିରେ ଦୁର୍ଗା ସପ୍ତଶତୀ ପାଠ କରନ୍ତୁ।
- ୨ ବେଳା କର୍ପୂର ସହିତ ଦେବୀଙ୍କ ଆରତୀ କରନ୍ତୁ।
- ଗରିବ ଲୋକଙ୍କୁ ହାଲୱା ପୁରୀ ଦାନ କରନ୍ତୁ।
କୁମ୍ଭ ରାଶି:
- ନବରାତ୍ରି ରାତିରେ ସୂକ୍ତ ପାଠ କରନ୍ତୁ।
- ମଧ୍ୟରାତ୍ରିରେ ପୂଜା କରିବାକୁ ଚେଷ୍ଟା କରନ୍ତୁ ।
- ଗରିବ ଲୋକଙ୍କୁ ଲାଲ ଫଳ ଦାନ କରନ୍ତୁ।
ମୀନ ରାଶି:
- ନବରାତ୍ରିରେ କବଚ, କୀଳକ ଏବଂ ଅର୍ଗଳା ପାଠ କରନ୍ତୁ।
- ୨ ବେଳା ଦେବୀଙ୍କ ପୂଜା କରିନ୍ତୁ ।
- ରାଶି ଏବଂ ଗୁଡ଼ ଦାନ କରିବା ଲାଭଦାୟକ ହେବ।
(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ, ବାସ୍ତୁଶାସ୍ତ୍ର ଏବଂ ବିଦ୍ୱାନମାନଙ୍କ ମତ ଉପରେ ଆଧାରିତ । ETV Bharat ବ୍ୟକ୍ତିଗତ ଭାବରେ କୌଣସି ଦାବିକୁ ସମର୍ଥନ କରେନାହିଁ ।)
ଏହା ବି ପଢନ୍ତୁ...ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ଶନିଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଉପରକୁ ଆସିପାରେ ବିପଦ