ETV Bharat / state

ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅନିଶ୍ଚିତତା - DHADI DARSHAN

ଫେବ୍ରୁଆରୀ ୧ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ନେଇ ଏବେବି ଅନିଶ୍ଚିତତା । ଶୀଘ୍ର କାର୍ଯ୍ୟକାରୀ କରିବାକୁ ଭକ୍ତଙ୍କ ଦାବି ।

DHADI DARSHAN
DHADI DARSHAN (ETV Bharat Odisha)
author img

By ETV Bharat Odisha Team

Published : Jan 31, 2025, 7:41 AM IST

ପୁରୀ: ଆସନ୍ତାକାଲି (ଫେବ୍ରୁଆରୀ ୧ ତାରିଖ) ଠାରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ କି ନାହିଁ ତା'କୁ ନେଇ ଏବେ ଅନିଶ୍ଚିତତା ଲାଗି ରହିଛି । ଏନେଇ ଥିବା ଆବଶ୍ୟକୀୟ ପ୍ରକ୍ରିୟା ଶେଷ ହୋଇନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନୂଆ ନିର୍ଦ୍ଦେଶନାମା ମଧ୍ୟ ଆସିନାହିଁ । ଶ୍ରୀମନ୍ଦିର ନାଟମଣ୍ଡପରେ ଥିବା ହୁଣ୍ଡି ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ନିୟମ ରହିଛି । ତେଣୁ ହୁଣ୍ଡି ଗୁଡିକର ସ୍ଥାନାନ୍ତରଣ ହେବା ପରେ ହିଁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ । ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ଆସିବା ପରେ ନାଟମଣ୍ଡପରେ ଥିବା ହୁଣ୍ଡିକୁ ସ୍ଥାନାନ୍ତର କରାଯାଇ ଧାଡ଼ି ଦର୍ଶନ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ନାଟମଣ୍ଡପରେ ଅସ୍ଥାୟୀ ବ୍ୟାରିକେଡ୍ ଏବଂ ରାମ୍ପ କରାଯାଇ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ ।

Dhadi Darshan System At Puri Srimandir (ETV Bharat Odisha)

ଧାଡ଼ି ଦର୍ଶନ ବିଳମ୍ବକୁ ନେଇ ଭକ୍ତ ମହଲରେ ଅସନ୍ତୋଷ:

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାରେ ଅହେତୁକ ବିଳମ୍ବକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କ ଉଦାସୀନତାକୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭବାନୀପାଟଣାରୁ ଆସିଥିବା ଜଣେ ଭକ୍ତ ନମିତାଞ୍ଜଳୀ ପାଣିଗ୍ରାହୀ କହିଛନ୍ତି, "ଶ୍ରୀମନ୍ଦିର ବାହାରେ ଯେଭଳି ଧାଡ଼ି ବ୍ୟବସ୍ଥା ହୋଇଛି ଶ୍ରୀମନ୍ଦିର ଭିତରେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ବେଳେ ଧାଡ଼ି ଦର୍ଶନ ବ୍ୟବସ୍ଥା ରହିବା ଉଚିତ୍ । ମହିଳା, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା ରହିବା ଉଚିତ୍ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବହୁ ଦୂରରୁ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ହେଲେ ଭକ୍ତ ଉପକୃତ ହୋଇ ପାରିବେ। ମହାପ୍ରଭୁଙ୍କ ଦର୍ଶନ ଭଲରେ କରିପାରିବେ । ବିଭିନ୍ନ ପର୍ବପର୍ବାଣୀ ଓ ଛୁଟି ଦିନ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସୁଥିବା ଭକ୍ତ ପ୍ରବଳ ଭିଡ଼ ଯୋଗୁଁ ଅସୁବିଧା ଭୋଗୁଛନ୍ତି । ମହାପ୍ରଭୁଙ୍କ ଦର୍ଶନ ସଠିକ ଭାଗରେ କରିପାରୁନାହାଁନ୍ତି । ମନ୍ଦିର ଭିତରେ ଠେଲାପେଲାରେ ଭକ୍ତ ଆହତ ହେଉଛନ୍ତି । ସାରା ବିଶ୍ବରୁ ଭକ୍ତ ମହାପ୍ରଭୁଙ୍କ ନିକଟକୁ ଆସୁଛନ୍ତି । ତେଣୁ ଶ୍ରୀମନ୍ଦିରରେ ନିହାତି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ ହେବା ଉଚିତ୍ । ଏହା ଫଳରେ ଭକ୍ତ ଭଲ ଅନୁଭୂତି ନେଇ ଫେରିବେ । ଭାରତର ବିଭିନ୍ନ ପ୍ରସିଦ୍ଧ ମନ୍ଦିରରେ ଲାଇନ ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିରରେ ଶୀଘ୍ର ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ।"

Srimandir Dhadi Darshan
Srimandir Dhadi Darshan (ETV Bharat Odisha)
ଭକ୍ତଙ୍କ ପ୍ରତିକ୍ରିୟା:

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଆଉ ଜଣେ ଭକ୍ତ କେ.ବନଜା କହିଛନ୍ତି, "ଆମେ ଛୋଟ ପିଲାଙ୍କୁ ନେଇ ଦର୍ଶନ ପାଇଁ ଯାଇଥିଲୁ । ହେଲେ ପ୍ରବଳ ଭିଡ ଯୋଗୁଁ ଅସୁବିଧା ଭୋଗିଲୁ। ଛୋଟ ପିଲା, ବରିଷ୍ଠ ନାଗରିକ, ମହିଳାମାନେ ପ୍ରବଳ ଠେଲାପେଲାରେ ସମସ୍ୟା ଭୋଗୁଛନ୍ତି । ଅନେକ ଚେତାଶୂନ୍ୟ ହୋଇ ପଡୁଛନ୍ତି । ସରକାର ଧାଡ଼ି ଦର୍ଶନ ପାଇଁ ଯେଉଁ ଚିନ୍ତା କରିଛନ୍ତି ତାହା ସ୍ବାଗତଯୋଗ୍ୟ । ତିରୁପତି, ସିମାଞ୍ଚଳ ଭଳି ପ୍ରସିଦ୍ଧ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ରହିଛି । ଯାତ୍ରୀମାନେ ଧାଡ଼ି ଦର୍ଶନ କରିବା ଦ୍ବାରା ଭକ୍ତ ଶୃଙ୍ଖଳାରେ ଦର୍ଶନ କରୁଛନ୍ତି । ଶ୍ରୀମନ୍ଦିର ବାହାରୁ ଆରମ୍ଭ ହେଇଥିବା ଧାଡ଼ି ଦର୍ଶନ ମହାପ୍ରଭୁଙ୍କୁ ଦର୍ଶନ କରିବା ଯାଏଁ ରହିବା ଉଚିତ୍ । ଯେତେ ଶୀଘ୍ର ଧାଡ଼ି ଦର୍ଶନ ଆରମ୍ଭ ହେବ ଭକ୍ତ ବେଶ୍ ଉପକୃତ ହେବେ ।"

ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା:

ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରକ୍ରିୟା ଜାରି ରହିଛି । କେତେକ ଆଇନଗତ ଅନୁମତି ରହିଛି । ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଶ୍ରୀମନ୍ଦିର ଭିତରେ ଆମେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରିବୁ । କେତେକ ସେବାୟତ ନିଯୋଗ ସହ ଆଲଚୋନା ରହିଛି । ତାହା ଖୁବଶୀଘ୍ର ଶେଷ କରାଯିବ । ନାଟ ମଣ୍ଡପ ଭିତରେ ଅସ୍ଥାୟୀ ବ୍ୟାରିକେଡ୍ ଓ ରାମ୍ପ ପାଇଁ ସମସ୍ତ ବ୍ୟବସ୍ଥା ସରିଛି । ନାଟ ମଣ୍ଡପ ଭିତରେ ଥିବା ହୁଣ୍ଡିକୁ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ । ଏଥିପାଇଁ ଆମେ କେବଳ ଏବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ ।

ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା :ଜଗା ଦର୍ଶନ ସମୟରେ ଆଉ ହେବ ନାହିଁ ଠେଲାପେଲା ପରିସ୍ଥିତି । ଭକ୍ତମାନେ ଧାଡ଼ିରେ ଯାଇ ଶୃଙ୍ଖଳିତ ଭାବରେ ମହାପ୍ରଭୁଙ୍କର ଦର୍ଶନ କରି ଫେରିବେ । ଶ୍ରୀମନ୍ଦିର ସାତପାହାଚ ଠାରୁ ନାଟମଣ୍ଡପ ଦେଇ ଜୟ ବିଜୟ ଦ୍ଵାର ପର୍ଯ୍ୟନ୍ତ କାଠରେ ନିର୍ମିତ ଏକ ଅସ୍ଥାୟୀ ବ୍ୟାରିକେଡ୍ ସହିତ ରାମ୍ପ ଲଗାଯିବ । ମୋଟ ୬ଟି ଲାଇନରେ ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଘଣ୍ଟି ଦ୍ବାର ଏବଂ ଗାରଦ ଦ୍ବାର ପଟେ ପ୍ରତ୍ୟାବର୍ତ୍ତନ କରିବେ । ବ୍ୟାରିକେଡର ପ୍ରଥମ ଧାଡ଼ିରେ ଦିବ୍ୟାଙ୍ଗ ଭକ୍ତ, ଦ୍ବିତୀୟରେ ବରିଷ୍ଠ ନାଗରିକ, ତୃତୀୟ ଧାଡ଼ିରେ ମହିଳା ଏବଂ ଅନ୍ୟ ଧାଡ଼ିରେ ସାଧାରଣ ଭକ୍ତମାନେ ଦର୍ଶନ କରିବେ । ଏହାଦ୍ବାରା ନାଟମଣ୍ଡପରେ ଆଉ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବ ନାହିଁ । ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ଏକ ସୁଖଦ ଅନୁଭୁତି ନେଇ ଫେରିବେ । ଏହି ଦର୍ଶନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ବେଳେ ଅସ୍ଥାୟୀ ରାମ୍ପର ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଏହାକୁ ଭକ୍ତମାନେ ସ୍ବାଗତ କରିଛନ୍ତି । ଭକ୍ତଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର ଚାରିଦ୍ଵାର:ଓଡ଼ିଶାରେ ବିଜେପି ସରକାର ଗଠନ କରିବା ପରେ ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲାଯାଇଛି । ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ଥିଲେ ମଧ୍ୟ ଶ୍ରୀମନ୍ଦିର ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ଭକ୍ତମାନେ ମହାପ୍ରଭୁଙ୍କୁ ସଠିକ୍ ଭାବରେ ଦର୍ଶନ କରିପାରୁ ନ ଥିବା ଅନେକ ଥର ଅଭିଯୋଗ ଆସିଛି । ଅନେକ ସମୟରେ ନାଟମଣ୍ଡପ ଭିତରେ ଠେଲାପେଲା ସ୍ଥିତି ହେଉଥିବାରୁ ଅନେକ ଭକ୍ତ ଚେତା ଶୂନ୍ୟ ହୋଇପଡୁଥିବାବେଳେ କେତେକ ଭକ୍ତ ଆହତ ମଧ୍ୟ ହେଉଛନ୍ତି । ବିଶେଷ କରି ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ, ମହିଳା ଏବଂ ଶିଶୁମାନେ ପ୍ରବଳ ଭିଡ ଯୋଗୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ନାଟମଣ୍ଡପ ଭିତରେ ଅସ୍ଥାୟୀ ବ୍ୟାରିକେଡ଼ ଲଗାଯାଇ ଧାଡ଼ି ଦର୍ଶନ ବ୍ୟବସ୍ଥା ହେବ । ମହାପ୍ରଭୁଙ୍କ ନୀତିକାନ୍ତି ସମୟରେ ଏହି ବ୍ୟାରିକେଡ଼ଗୁଡିକ ଖୋଲି ଦିଆଯିବ । ଦର୍ଶନ ସମୟରେ ଏହି ବ୍ୟାରିକେଡକୁ ପୁନର୍ବାର ଲଗାଯିବ । ଓବିସିସିର ତତ୍ତ୍ୱାବଧାନରେ ଏକ ସ୍ବତନ୍ତ୍ର ବ୍ୟାରିକେଡ ପ୍ରସ୍ତୁତ କରାଯାଇଛି । ନୂଆବର୍ଷରୁ ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିଲେ । ତେବେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖାଯାଇ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ବିନା ଏହା କାର୍ଯ୍ୟକାରୀ କରାଗଲେ ଅସୁବିଧା ହେବାର ଆଶଙ୍କା କରାଯାଇଥିଲା । ତେଣୁ ଏହାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...

ପୁଣି ବଦଳିଲା ତାରିଖ, ଫେବୃଆରୀ ପହିଲାରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା

ସମସ୍ତ ବ୍ୟବସ୍ଥା ସରିଛି, ଶୃଙ୍ଖଳିତ ହେବ ଧାଡି ଦର୍ଶନ : ଆଇନ୍‌ ମନ୍ତ୍ରୀ

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା, ଖୁବଶୀଘ୍ର ହେବ ଟ୍ରାଏଲ ରନ୍

ଶ୍ରୀମନ୍ଦିର ଚାରିଦ୍ବାର ଭକ୍ତଙ୍କ ପାଇଁ ଖୋଲା ଥିବାବେଳେ ନାଟମଣ୍ଡପ ଭିତରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନଥିବାରୁ ମହାପ୍ରଭୁଙ୍କର ଦର୍ଶନ ଠିକ୍ ଭାବେ ଭକ୍ତମାନେ କରିପାରୁ ନଥିବାରୁ ପ୍ରବଳ ଅସନ୍ତୋଷ ରହିଥିଲା । ଫେବ୍ରୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବା ନେଇ ଆଇନମନ୍ତ୍ରୀ ପୂର୍ବରୁ ସୂଚନା ଦେଇଥିଲେ । ତେବେ ଫେବ୍ରୁଆରୀ ୧ ତାରିଖରୁ ଧାଡି ଦର୍ଶନ ଆରମ୍ଭ ହେବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ନିର୍ଦ୍ଦେଶ ଆସିନାହିଁ । ତେଣୁ ଫେବ୍ରୁଆରୀ ୧ ତାରିଖରୁ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବ କି ନାହିଁ ସେନେଇ ଏବେ ଅନିଶ୍ଚିତତା ଲାଗି ରହିଛି । ସେପଟେ ଶ୍ରୀମନ୍ଦିରରେ ଯଥାଶୀଘ୍ର ଶୃଙ୍ଖଳିତ ଧାଡି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଭକ୍ତ ଓ ଜଗନ୍ନାଥ ପ୍ରେମୀ ଆଶା ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.