ETV Bharat / state

ଜନସେବା କେନ୍ଦ୍ର ଜରିଆରେ ଲାଞ୍ଚ କାରବାର, କଳାକୁ ଧଳା କରି ସରକାରୀ ବାବୁଙ୍କ ସହ ୫ ଗିରଫ - VIGILANCE ARRESTED

ସରକାରୀ ବାବୁଙ୍କ ଲାଞ୍ଚ ଟଙ୍କା କାରବାର ପଛରେ ଜନସେବା କେନ୍ଦ୍ର ମାଲିକ ଥିବା ତଦନ୍ତରୁ ଜଣାପଡିଛି।

ସରକାରୀ ବାବୁଙ୍କ ସହ ୫ ଗିରଫ
ସରକାରୀ ବାବୁଙ୍କ ସହ ୫ ଗିରଫ (ETV Bharat)
author img

By ETV Bharat Odisha Team

Published : Feb 7, 2025, 3:27 PM IST

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ କୋଟିପତି ସରକାରୀ ବାବୁ । ଜଳ ବିଭାଜିକା ଅଧିକାରୀ ଶାନ୍ତନୁ ମହାପାତ୍ର, ଜନସେବା କେନ୍ଦ୍ର ମାଲିକ୍ ଅଲେଖ ପ୍ରଧାନଙ୍କ ସମେତ ମୋଟ ପାଞ୍ଚ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ସରକାରୀ ବାବୁଙ୍କ ଲାଞ୍ଚ ଟଙ୍କା କାରବାର ପଛରେ ଜନସେବା କେନ୍ଦ୍ର ମାଲିକ ଥିବା ତଦନ୍ତରୁ ଜଣାପଡିଛି। ଅନଲାଇନରେ ବଟି ଟଙ୍କା ନେଇ କଳାକୁ ଧଳା କରି ସରକାରୀ ବାବୁଙ୍କ ପାଖକୁ ପଠାଉଥିଲେ। ସରକାରୀ ବାବୁଙ୍କ ଲାଞ୍ଚ ଟଙ୍କା କାରବାର ପଛର ଏଭଳି ପର୍ଦ୍ଦାଫାଶ କରିଛି ଓଡ଼ିଶା ଭିଜିଲାନ୍ସ।

ସରକାରୀ ବାବୁଙ୍କ ସହ ୫ ଗିରଫ (ETV Bharat)
  • ସରକାରୀ ବାବୁଙ୍କ ସହ ମିଶିଥିଲେ ଜନସେବା କେନ୍ଦ୍ର ମାଲିକ

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ ସରକାରୀ ବାବୁ ଶାନ୍ତୁନୁ ମହାପାତ୍ରଙ୍କ ସମେତ ଜନସେବା କେନ୍ଦ୍ର ମାଲିକ୍ ଅଲେଖ ପ୍ରଧାନଙ୍କ ସହ ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର ମୋହନ ମଣ୍ଡଳ, ଡିଇଓ ବିଶ୍ବଜିତ ମଣ୍ଡଳ ଓ କଣ୍ଟ୍ରାକ୍ଚୁଆଲ ଷ୍ଟାଫ୍ ଅମୀୟକାନ୍ତ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ। ଶାନ୍ତନୁ ମହାପାତ୍ରଙ୍କ ଗୋଟିଏ ସୁଉଚ୍ଚ ଅଟ୍ଟାଳିକା ସହ ୪ଟି ବହୁ ମୂଲ୍ୟବାନ ଜମି ସମେତ ୪୨୨ ଗ୍ରାମର ସୁନା ଅଳଙ୍କାର ସହ ୯୧ ଲକ୍ଷ ଟଙ୍କାର କେବଳ ବ୍ୟାଙ୍କ ଡିପୋଜିଟ ଓ ୨ କୋଟି ଟଙ୍କାର ନଗଦ କ୍ୟାସ ବିଭିନ୍ନ ସ୍ଥାନରୁ ଠାବ ହୋଇଛି । ଯାହାକି ଭିଜିଲାନ୍ସ ଇତିହାସରେ ଏତେ ପରିମାଣର ନଗଦ ଟଙ୍କା ଜବତ ହେବା ପ୍ରଥମ ଘଟଣା ।

ସରକାରୀ ବାବୁଙ୍କ ସହ ୫ ଗିରଫ
ସରକାରୀ ବାବୁଙ୍କ ସହ ୫ ଗିରଫ (ETV Bharat)

ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠଓ୍ବା କହିଛନ୍ତି ‘‘ଯେତେବେଳେ ଶାନ୍ତନୁ ଗଞ୍ଜାମ ଓ ଗଜପତିରେ ପୋଷ୍ଟିଂ ଥିଲେ ସେ ଗଞ୍ଜାମର ଥିବା ଜନସେବା କେନ୍ଦ୍ର ମାଲିକ ଅଲେଖ ପ୍ରଧାନ ବିଭିନ୍ନ କଣ୍ଟ୍ରାକ୍ଟର ଟଙ୍କାକୁ ବଟି ଆକାରରେ ନେଇ ତାକୁ ମହାପାତ୍ରଙ୍କ ଆକାଉଣ୍ଟକୁ ପଠାଉଥିଲେ । ପାଖାପାଖି ୧ କୋଟିର ଏଭଳି ଟ୍ରାନ୍ଜାକ୍ସନ ଆମେ ପାଇଛୁ । ବ୍ୟାଙ୍କି ରେକର୍ଡ ଯାଂଚ କରାଯାଉଛି । ଡିଜେଲ ତଦନ୍ତ ଚାଲିଛି ଏନେଇ ତାକୁ ଗିରଫ କରଯାଇଛି। ଏଥି ସହ ମହାପାତ୍ରଙ୍କ ଅଫିସର ତିନି ଜଣ ଷ୍ଟାଫ୍ ମଧ୍ୟ ଲାଞ୍ଚ କାରବାରରେ ସାମିଲ ଥିବା ନେଇ ସୂଚନା ପାଇଛୁ।’’

ସରକାରୀ ବାବୁଙ୍କ ସହ ୫ ଗିରଫ
ସରକାରୀ ବାବୁଙ୍କ ସହ ୫ ଗିରଫ (ETV Bharat)

ସେହିପରି ସେ ଆହୁରି କହିଛନ୍ତି ‘‘ପ୍ରାଥମିକ ତଦନ୍ତରୁ ବହୁତ ସରକାରୀ ପ୍ରୋଜେକ୍ଟରେ କାମ ନ କରିକି କାମ ଦେଖାଇବି ଶ୍ରମିକଙ୍କ ଆକାଉଣ୍ଟରେ ପକାଇ ସେହି ଟଙ୍କାକୁ ମଧ୍ୟ ହଡ଼ପ କରୁଥିଲେ। ଆମେ ଭିଜିଲାନ୍ସ ରେଡ୍‌ ବେଳେ ମଧ୍ୟ ୩୫ଟି ଶ୍ରମିକଙ୍କ ଆକାଉଣ୍ଟ ପାସବୁକ୍‌ ମଧ୍ୟ ଠାବ କରିଛୁ । ଆମେ ଭାବୁଛୁ ସେସବୁ ଶ୍ରମିକଙ୍କ ନାଁରେ ଥିବା ଆକାଉଣ୍ଟ ଏମାନେ ଅପରେଟ କରୁଥିଲେ। ତେବେ ଆମେ ଦୁଇ ବର୍ଷର ସରକାରୀ କାମର ଫାଇଲ ମଧ୍ୟ ତନାଘନା କରୁଛୁ । ଏନେଇ ଯାଂଚ ପରେ ଆହୁରି କେସ୍‌ କରିପାରିବୁ । ଯେଉଁମାନେ ସରକାରୀ ବାବୁଙ୍କୁ ଏଭଳି ଲାଞ୍ଚ କାରବାର ମାମଲାରେ ବେସରକାରୀ ଲୋକ ସାମିଲ ହେବ ତାଙ୍କ ନାଁରେ ମଧ୍ୟ ପ୍ରିଭେସନ ଅଫ କରପ୍ସନ ଆକ୍ଟ ଆଧାରରେ ଆକ୍ସନ ନିଆଯିବ ଓ ନିଆଯାଉଛି । ଭବିଷ୍ୟତରେ ଓଡ଼ିଶା ଭିଜିଲାନ୍ସ ଏଭଳି ସହଯୋଗି ଲାଂଚ କରୁବାର କରୁଥିବା ସହଯୋଗି ବା କଣ୍ଟ୍ରାକ୍ଟର ମାନଙ୍କ ବିରୋଧରେ ମଧ୍ୟ ଆକ୍ସନ ନିଯାଇବ’’।

ସରକାରୀ ବାବୁଙ୍କ ସହ ୫ ଗିରଫ
ସରକାରୀ ବାବୁଙ୍କ ସହ ୫ ଗିରଫ (ETV Bharat)
  • ତିନି ଦଶନ୍ଧି ଧରି ଦକ୍ଷିଣ ଓଡିଶାରେ ଅବସ୍ଥାପିତ ଥିଲେ ଶାନ୍ତନୁ

ଆଗ୍ରିକଲ୍ଚର ଇକୋନୋମିକ୍ସରେ ସ୍ନାତକତ୍ତୋର କରିବା ପରେ 1995 ମସିହାରେ ମୃତ୍ତିକା ସଂରକ୍ଷଣ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହାପରେ 2000 ମସିହା ପର୍ଯ୍ୟନ୍ତ ସହାୟକ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବେ ସେ ଖୋର୍ଦ୍ଧାରେ ନିୟୋଜିତ ହୋଇଥିଲେ ।

ସରକାରୀ ବାବୁଙ୍କ ସହ ୫ ଗିରଫ
ସରକାରୀ ବାବୁଙ୍କ ସହ ୫ ଗିରଫ (ETV Bharat)

ଏହାପରେ 2000 ରୁ 2009 ଯାଏଁ ସେ ସହାୟକ ବିହନ ଉତ୍ପାଦନ ଅଫସର ଭାବେ ମାଲକାନଗିରିର ମାଥିଲୀରେ ପୋଷ୍ଟିଂପାଇଥିଲେ । 2009 ରୁ 2016 ପର୍ଯ୍ୟନ୍ତ ସେ କୋରାପୁଟର ଜୟପୁରରେ ଅବସ୍ଥାପିତ ଥିଲେ । ଗତ 2016ରେ ଗଞ୍ଜାମ ଜିଲ୍ଲାକୁ ସେ ପଦୋନ୍ନତି ପାଇ ସହକାର ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବେ ବଦଳି ହୋଇ ଆସିଥିଲେ ।

ଗତ 2020ରେ ସେ ସହକାରୀ ମୃତ୍ତିକା ସଂରକ୍ଷଣ ଅଫିସର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ବଦଳି ହୋଇଥିଲେ । ଏହାପରେ ପୁଣିଥରେ ଅଗଷ୍ଟ 2021ରେ ସେ ମାଲକାନଗିରି ଜିଲ୍ଲାକୁ ମୃତ୍ତିକା ସଂରକ୍ଷଣ ଡେପୁଟି ଡାଇରେକ୍ଟର ଭାବେ ପଦୋନ୍ନତି ପାଇ ବଦଳି ହୋଇଥିଲେ। ଏବେ ସେ ମାଲକାନଗିରିରେ କାର୍ଯ୍ୟରତ ଅଛନ୍ତି।

ଏହା ମଧ୍ୟ ପଢନ୍ତୁ ସୁସ୍ଥ ହୋଇ ଯାତ୍ରା ପେଣ୍ଡାଲକୁ ଫେରିଲେ ରାଣୀ ପଣ୍ଡା, ଖଣ୍ଡଗିରିରେ ଦର୍ଶକଙ୍କୁ କଲେ ମତୁଆଲା

ଏହା ମଧ୍ୟ ପଢନ୍ତୁ ପୁନଃ ନିଯୁକ୍ତି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବହିଷ୍କୃତ CRPF ଯବାନ

  • ଭିଜିଲାନ୍ସ ଜାଲରେ ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀ

କିଛି ଦିନ ପୂର୍ବରୁ ଶାନ୍ତୁନୁ ମହାପାତ୍ରଙ୍କ ପୈତୃକ ଘର, ଅଫିସ ସମେତ ସମ୍ପର୍କିୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଜୟପୁରର ଅନୁମତି କ୍ରମେ ସରକାରୀ ବାବୁଙ୍କ 7ଟି ଲୋକେସନରେ ଥିବା ଘର ଉପରେ ରେଡ୍‌ ହୋଇଥିଲା।

ସୁନା ଅଳଙ୍କାର ଜବତ
ସୁନା ଅଳଙ୍କାର ଜବତ (ETV Bharat)

କଟକ, ଭୁବନେଶ୍ୱର, ମାଲକାନଗିରି ଓ କୋରାପୁଟରେ ଜୟପୁରରେ ଥିବା ଏକ ତିନି ମହଲା କୋଠା ସମେତ, ମାଲକାନଗିରି ଆସିଷ୍ଟାଣ୍ଟ ଏଗ୍ରିକଲଚର ଇଞ୍ଜିନିୟର ବିଶ୍ବଜିତ ମଣ୍ଡଲ ଓ ମାଲକାନଗିରିର ଠିକା କର୍ମଚାରୀ ଅମିୟ କାନ୍ତ ସାହୁଙ୍କ ଘରେ ମଧ୍ୟ ରେଡ ହୋଇଥିଲା । ଏହା ସହିତ ଶାନ୍ତୁନୁ ମହାପାତ୍ରଙ୍କ ଅଫିସ ଚାମ୍ବର ସମେତ କଟକ ବାଲିସାହି ସ୍ଥିତ ନିଜ ପୈତୃକ ଘର ଓ ଭୀମଟାଙ୍ଗି ହାଉସିଂ ବୋର୍ଡ କଲୋନୀ ଭୁବନେଶ୍ୱରର ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢାଉ ହୋଇଥିଲା ।

ବ୍ୟାଙ୍କ ପାସବୁକ ଜବତ
ବ୍ୟାଙ୍କ ପାସବୁକ ଜବତ (ETV Bharat)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.