ଭୁବନେଶ୍ବର: ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଭବନରେ ପହଞ୍ଚି ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ସୌଜନ୍ୟମୂଳକ ଆଲୋଚନା ମଧ୍ୟ ହୋଇଛି । ବର୍ଷର ପ୍ରଥମ ଅଧିବେଶନ ହୋଇଥିବା କାରଣରୁ ଆସନ୍ତାକାଲି ରାଜ୍ୟପାଳଙ୍କ ସମ୍ବୋଧନରୁ ହିଁ ଗୃହକାର୍ଯ୍ୟ ଆରମ୍ଭ ହେବ । ଏହା ପୂର୍ବରୁ ଗାଣତାନ୍ତ୍ରିକ ପରମ୍ପରା ଅନୁସାରେ, ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି ।
- ବସିଲା ସର୍ବଦଳୀୟ ବୈଠକ
ସେପଟେ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ମଧ୍ୟ ଆରମ୍ଭ ହୋଇଛି । ଶାସକ-ବିରୋଧୀ ଦଳର ନେତାମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଶୃଙ୍ଖଳିତ ଗୃହକାର୍ଯ୍ୟ ସହ ଫଳପ୍ରଦ ଆଲୋଚନା ପାଇଁ ବାଚସ୍ପତି ସମସ୍ତଙ୍କ ସହଯୋଗ ଲୋଡିବେ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଅନୁମତି ଦେବାକୁ ଦାବି କରିବେ ବିରୋଧୀ ।
- କାଲି ରାଜ୍ୟପାଳଙ୍କ ସମ୍ବୋଧନ, 17ରେ ବଜେଟ୍
ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବା ବେଳେ ୧୭ ତାରିଖରେ ମୋହନ ସରକାର ୨୦୨୫-୨୬ ଆର୍ଥିକ ବର୍ଷର ଵଜେଟ୍ ଉପସ୍ଥାପିତ କରିବେ । ଦୁଇ ପର୍ଯ୍ୟାୟ ବିଶିଷ୍ଟ ଏହି ଅଧିବେଶନରେ ରାଜ୍ୟ ସରକାରଙ୍କୁ ଅକଳିରେ ପକାଇବା ପାଇଁ ସଜବାଜ ହେଉଛନ୍ତି ବିରୋଧୀ । ୧୩ ରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଓ ମାର୍ଚ୍ଚ ୭ରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ । ମାଳ ମାଳ ପ୍ରସଙ୍ଗକୁ ନେଇ ମୋହନ ସରକାରକୁ ଘେରିବେ ଉଭୟ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ । ତେବେ ରାଜ୍ୟ ସରକାର ମଧ୍ୟ ପଛ ଘୁଞ୍ଚା ଦେବେନାହିଁ । 8ମାସର ସରକାରର ସଫଳତା ସହ ବିରୋଧୀଙ୍କୁ ମୁଁହତୋଡ ଜବାବ ଦେବେ ସରକାର ବୋଲି କହିଛନ୍ତି ସରକାରୀ ଦଳର ବିଧାୟକ । ସେପଟେ ବିରୋଧୀଙ୍କୁ ବୁଝାଇ ଗୃହକୁ ସୁଚାରୁରୂପେ ପରିଚାଳନା କରିବାକୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।
ଏହା ମଧ୍ୟ ପଢନ୍ତୁ:- ହାଇକୋର୍ଟଙ୍କ ନିଆରା ସର୍ତ୍ତ, ଗଛ ଲଗାଇବା ବଦଳରେ ଅଭିଯୁକ୍ତକୁ ଜାମିନ - HIGH COURT PLANTATION CONDITION ବାରବାଟୀ ଷ୍ଟାଡିଅମ ଅଗ୍ନି ନିରାପତ୍ତା ମାମଲା, ଶୁଣାଣିର ଅନ୍ତ ଘଟାଇଲେ ହାଇକୋର୍ଟ - BARABATI FIRE SAFETY ହାଇକୋର୍ଟରେ ପଦ୍ମଶ୍ରୀ ବିବାଦ: କିଏ ପ୍ରକୃତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ରମାଣ ସହ ବ୍ୟକ୍ତିଗତ ହାଜର ପାଇଁ ଉଭୟଙ୍କୁ ନିର୍ଦ୍ଦେଶ - PADMA AWARD ROW IN ORISSA HC |
ବିଧାନସଭା ଗୃହ କାର୍ଯ୍ୟରେ ବିଶୃଙ୍ଖଳିତ ଆଚରଣ କଲେ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ।ଗଠନମୂଳକ ଆଲୋଚନା ଯାହା ଗୃହ ପାଇଁ ଉପାଦେୟ ହେବ ସେନେଇ ଆହ୍ୱାନ ଦେଇଥିଲେ ବାଚସ୍ପତି । ଗତ ମାସରେ ବିଧାନସଭାରେ ଗଣମାଧ୍ୟମ ଆଗରେ ବାଚସ୍ପତିଙ୍କ ଏଭଳି ମନ୍ତବ୍ୟକୁ ସହଜରେ ଗ୍ରହଣ କରି ପାରିନଥିଲେ ବିରୋଧୀ ବିଜେଡି ଏବଂ କଂଗ୍ରେସ ।
ଇଟିଭି ଭାରତ, ଭୁବନେଶ୍ବର