ETV Bharat / lifestyle

ରୋଷେଇ ଘରେ ଭୁଲରେ ରଖନ୍ତୁ ନାହିଁ ଏସବୁ ଜିନିଷ, ଜାଣନ୍ତୁ ବାସ୍ତୁ ଟିପ୍ସ - REMOVE VASTU DOSH FROM KITCHEN

ରୋଷେଇ ଘରେ କଣ ରଖିବେ ବା କଣ ରଖିବେ ନାହିଁ ? ବାସ୍ତୁ ଦୋଷ ଦୂର ପାଇଁ କିପରି ନେବେ ଯତ୍ନ ? କଣ କହୁଛନ୍ତି ବାସ୍ତୁଶାସ୍ତ୍ରୀ, ଜାଣନ୍ତୁ

REMOVE VASTU DOSH FROM KITCHEN
REMOVE VASTU DOSH FROM KITCHEN (ETV Bharat Odisha)
author img

By ETV Bharat Odisha Team

Published : Feb 12, 2025, 1:01 PM IST

ହାଇଦ୍ରାବାଦ: ବାସ୍ତୁଶାସ୍ତ୍ର ହେଉଛି ଭାରତୀୟ ସ୍ଥାପତ୍ୟ ବିଜ୍ଞାନ, ଯାହା ଆମ ଚାରିପାଖରେ ଥିବା ଶକ୍ତିକୁ ସନ୍ତୁଳିତ କରି ଜୀବନରେ ସୁଖ ଏବଂ ସମୃଦ୍ଧି ଆଣିବାରେ ସହାୟକ ହୋଇଥାଏ । ଏହା ପ୍ରତ୍ୟେକ ଦିଗ ଏବଂ ବାସ୍ତୁ ପାଇଁ ସଠିକ୍ ସ୍ଥାନ ନିର୍ଣ୍ଣୟ କରେ । କାରଣ ବିଶ୍ୱାସ କରାଯାଏ ଯେ ଆମର ଭାଗ୍ୟ ବାସ୍ତୁଶାସ୍ତ୍ର ସହିତ ସଂଯୁକ୍ତ, ଯାହା ଘରର ଆର୍ଥିକ ତଥା ମାନସିକ ଅବସ୍ଥାକୁ ପ୍ରଭାବିତ କରିଥାଏ ।

ବିଶେଷ ଭାବରେ ଆପଣଙ୍କ ଘରର ରୋଷେଇ ଘର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ । ଯେଉଁଠାରେ ଦେବୀ ଲକ୍ଷ୍ମୀ ଏବଂ ମା' ଅନ୍ନପୂର୍ଣ୍ଣା ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ । ତେବେ ଆସନ୍ତୁ ଜାଣିବା ଆମେ ରୋଷେଇ ଘରେ କ'ଣ ନ ରଖିଲେ ଘରେ ଶାନ୍ତି ପ୍ରତିଷ୍ଠା ହେବ ଏବଂ ଧନଧାନ୍ୟରେ ପରିପୂର୍ଣ୍ଣ ହେବ ।

ଲକ୍ଷ୍ନୌର ଜ୍ୟୋତିଷ ଡା. ଉମାଶଙ୍କର ମିଶ୍ର କହିଛନ୍ତି,"ରୋଷେଇ ଘରର ଯତ୍ନ ଏବଂ ଏଥିରେ ରଖାଯାଇଥିବା ଜିନିଷଗୁଡ଼ିକର ଯତ୍ନ ନେବା ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିୟମ ରହିଛି । ଏହି ନିୟମ ପାଳନ ନକରିବା ଦ୍ବାରା ଦାରିଦ୍ର୍ୟ, ଆର୍ଥିକ ସଙ୍କଟ ଏବଂ ଘରେ ଅସନ୍ତୋଷ ଦେଖାଦେଇପାରେ । ଆସନ୍ତୁ ଜାଣିବା ବସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ କ’ଣ ରଖାଯିବା ଅନୁଚିତ ।

  • ଭଙ୍ଗା ବାସନ: ଭଙ୍ଗା ବାସନକୁ କେବେ ରୋଷେଇ ଘରେ ରଖିବା ଉଚିତ୍ ନୁହେଁ । ବିଶ୍ବାସ କରାଯାଏ ଯେ ଭଙ୍ଗା ପାତ୍ରରେ ଖାଦ୍ୟ ଖାଉଥିବା ବ୍ୟକ୍ତି ଦୁର୍ଭାଗ୍ୟର ସମ୍ମୁଖୀନ ହୋଇପାରେ । ଭଙ୍ଗା ବାସନଗୁଡ଼ିକ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ଘରେ ବିଶୃଙ୍ଖଳା ସୃଷ୍ଟି କରିଥାଏ ।
  • ପ୍ଲାଷ୍ଟିକ୍ ପାତ୍ର: ରୋଷେଇ ଘରେ ପ୍ଲାଷ୍ଟିକ୍ ପାତ୍ରଗୁଡିକ ରଖିବାଠାରୁ ଦୂରେଇ ରହିବା ଉଚିତ୍ । ପ୍ଲାଷ୍ଟିକ୍ ନକାରାତ୍ମକ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ । ଏହା ପରିବର୍ତ୍ତେ ଷ୍ଟେନଲେସ ଷ୍ଟିଲ୍, କାଚ, ସେରାମିକ୍ କିମ୍ବା କାଠ ପାତ୍ର ବ୍ୟବହାର କରିବା ଭଲ । ଯାହା ନକାରାତ୍ମକ ଶକ୍ତି ହ୍ରାସ କରିପାରିବ ।
  • ମନ୍ଦିର: ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ ରୋଷେଇ ଘର ଭିତରେ କେବେବି ପୂଜା ଘର ବା ମନ୍ଦିର ପ୍ରତିଷ୍ଠା କରାଯିବା ଅନୁଚିତ । ରୋଷେଇ ଘରେ ଜିନିଷଗୁଡ଼ିକ ପ୍ରାୟତଃ ଏଣେ ତେଣେ ପଡ଼ିଥାଏ ଏବଂ ବିଭିନ୍ନ ସମୟରେ ଅପରିଷ୍କାର ପରିବେଶ ରହିଥାଏ । ଯାହା ମନ୍ଦିରରେ ରଖାଯାଇଥିବା ଠାକୁର ପ୍ରତିମାଗୁଡ଼ିକୁ ଅସମ୍ମାନ କରିଥାଏ । ମନ୍ଦିର ପାଇଁ ଘରେ ଏକ ଅଲଗା ପବିତ୍ର ସ୍ଥାନ ରହିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ...ରାଶିଫଳ: କୁମ୍ଭ ସଂକ୍ରାନ୍ତିରେ କେମିତି କଟିବ ଦିନ, କେଉଁମାନେ ହେବେ ସୈଭାଗ୍ୟଶାଳୀ ? - DAILY HOROSCOPE

ଏହା ମଧ୍ୟ ପଢନ୍ତୁ...ମହାଶିବରାତ୍ରିରେ ସୃଷ୍ଟି ହେଉଛି ବିରଳ ସଂଯୋଗ; ୩ ରାଶିର ଜୀବନରେ ବଡ଼ ପରିବର୍ତ୍ତନ, ଚମକିବ ଭାଗ୍ୟ - MAHA SHIVRATRI HOROSCOPE

ଏହା ମଧ୍ୟ ପଢନ୍ତୁ...ରାଶିଫଳ: ଅର୍ଥଲାଭ ସହ ବ୍ୟବସାୟରେ ଉନ୍ନତି କରିବେ ଏହି ରାଶି, ଏମାନଙ୍କ ବଢ଼ିପାରେ ଖର୍ଚ୍ଚ - DAILY HOROSCOPE

  • ଦର୍ପଣ: ରୋଷେଇ ଘରେ ଦର୍ପଣ ସ୍ଥାପନ କରିବା ବସ୍ତୁ ପାଇଁ କ୍ଷତିକାରକ ହୋଇପାରେ । ଏହା ସେହି ସ୍ଥାନର ସକାରାତ୍ମକ ଶକ୍ତି ନଷ୍ଟ କରିବା ସହ ନକାରାତ୍ମକତାକୁ ବୃଦ୍ଧି କରେ । ଯଦି ଆପଣ ରୋଷେଇ ଘରେ ଏକ ଦର୍ପଣ ସ୍ଥାପନ କରିବାକୁ ଚିନ୍ତା କରୁଛନ୍ତି ? ତେବେ ପ୍ରଥମେ ବାସ୍ତୁଶାସ୍ତ୍ର ବିଶେଷଜ୍ଞଙ୍କ ସହିତ ପରାମର୍ଶ ନିଅନ୍ତୁ । ସେମାନେ ଆପଣଙ୍କୁ ସଠିକ୍ ଦିଗ ଏବଂ ଅବସ୍ଥାନ କହିପାରିବେ । ଯାହା ନକାରାତ୍ମକ ଶକ୍ତିକୁ ଦୂରରେ ରଖିବାରେ ସାହାଯ୍ୟ କରିବ ।

ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଜିନିଷ ଉପରେ ଧ୍ୟାନ ଦିଆନ୍ତୁ :

  • ରୋଷେଇ ଘରକୁ ସର୍ବଦା ସଫା ରଖନ୍ତୁ
  • ରୋଷେଇ ଘରେ ପର୍ଯ୍ୟାପ୍ତ ଆଲୋକ ଏବଂ ବାୟୁ ଯାତାୟତ କରିବା ଉଚିତ
  • ରୋଷେଇ ଘରେ ରାନ୍ଧିବା ବେଳେ ସକାରାତ୍ମକ ରୁହନ୍ତୁ ଏବଂ ଭଗବାନଙ୍କ ବିଷୟରେ ଧ୍ୟାନ କରନ୍ତୁ
  • କ୍ରୋଧ କିମ୍ବା ଚାପରେ କେବେବି ରୋଷେଇ କରନ୍ତୁନି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.