ETV Bharat / state

ପୁରୀ ପରେ କେନ୍ଦ୍ରାପଡ଼ାକୁ ବ୍ୟାପିଲା ବାର୍ଡ ଫ୍ଲୁ ,ଚାରିଛକରେ ନାକା ଲଗାଇଲା ପ୍ରଶାସନ - BIRD FLU

author img

By ETV Bharat Odisha Team

Published : Sep 8, 2024, 11:04 PM IST

BIRD FLU FEAR: କୁକଡ଼ା ଚାଷୀଙ୍କୁ ଘାରିଛି କୁକୁଡ଼ା ମଡକ ଭୟ । ପୁରୀ ଜିଲ୍ଲା ପରେ ଏବେ କେନ୍ଦ୍ରାପଡ଼ାରୁ ଆସିଛି ବାର୍ଡ ପ୍ଲୁ ପଜେଟିଭ ରିପୋର୍ଟ୍ । ସେପଟେ ପୁରୀ ଜିଲ୍ଲାର ପ୍ରବେଶ ପଥରେ ନାକା ଲଗାଇଛି ପ୍ରଶାସନ । ଅଧିକ ପଢନ୍ତୁ

BIRD FLU FEAR
BIRD FLU FEAR (ETV Bharat Odisha)

ନିଆଳି/କେନ୍ଦ୍ରାପଡ଼ା: ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢାଉଛି ବାର୍ଡ ଫ୍ଲୁ । ପୁରୀ ଜିଲ୍ଲା ପରେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ବାର୍ଡ ଫ୍ଲୁ ସଂକ୍ରମଣ ରିପୋର୍ଟ ଆସିଛି । ସେପଟେ ପୋଲିସ ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ପ୍ରବେଶ ପଥରେ ଜୋରଦାର ଚେକିଂ କରାଯାଉଛି । ଯେପରି କୌଣସି କୁକୁଡ଼ା ଗାଡ଼ି ଜିଲ୍ଲା ବାହାରକୁ କିମ୍ବା ଭିତରକୁ ଯାଇ ପାରିବନାହିଁ,ସେଥିପ୍ରତି କଡ଼ା ନଜର ରଖିଛି ପୋଲିସ ।

BIRD FLU FEAR (ETV Bharat Odisha)

ଚିନ୍ତା ବଢାଇଛି କୁକୁଡ଼ା ମଡକ:

ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ସଂକ୍ରମଣ ବଢ଼ାଉଛି ଟେନସନ ।‌ ଅନ୍ୟ ଅଞ୍ଚଳକୁ ପ୍ରଭାବିତ ନ ହେବା ପାଇଁ ଚାରିଛକରେ ନାକା ଲଗାଇଛି ପୋଲିସ । ନିମାପଡ଼ା, ବଳଙ୍ଗା ଏବଂ କାୟା ମେଲାଇଛି ବ୍ଲାଡ ଫ୍ଲୁ । ହଜାର ହଜାର କୁକୁଡା ମରାଯିବା ପରେ ବି ଚିନ୍ତା ବଢାଉଛି ବ୍ଲାଡ ଫ୍ଲୁ । ଏହି ବ୍ଲାର୍ଡ ଫ୍ଲୁ ସଂକ୍ରମଣ ଯେପରି ଅନ୍ୟ ଅଞ୍ଚଳକୁ ନମାଡେ ସେଥିପାଇଁ ତତ୍ପର ହୋଇଛି ସ୍ଥାନୀୟ ପ୍ରଶାସନ ।‌ ଏନେଇ ଚାରିଛକ ପୋଲିସ ଓ ପ୍ରାଣୀ ଚିକିତ୍ସା ବିଭାଗ ଆରମ୍ଭ କରିଛି ନାକା ବନ୍ଦୀ ।‌ ଚାରିଛକ ଥାନା ପକ୍ଷରୁ କଟକ, ପୁରୀ,ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାର ମିଳନ ସ୍ଥଳ ଚାରିଛକ ବ୍ରହ୍ମକୁଣ୍ଡି ପୁରୁଣା ଫାଣ୍ଡି ଛକ ଠାରେ ଏକ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାରେ କାହିଁକି ବ୍ୟାପିଲା ବାର୍ଡ ଫ୍ଲୁ: ସଂକ୍ରମଣ ବଢିବା ପଛରେ କୁକୁଡା ନା ଅନ୍ୟ ଜୀବ ? ଚାଞ୍ଚଲ୍ୟକର ତଥ୍ୟ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - Bird Flu Fear

ଏହା ମଧ୍ୟ ପଢନ୍ତୁ ... ବାର୍ଡ ଫ୍ଲୁ ଆତଙ୍କ: କାହିଁକି ବ୍ୟାପୁଛି ବାର୍ଡ ଫ୍ଲୁ ? ଗ୍ରାଉଣ୍ଡରେ କେନ୍ଦ୍ରୀୟ ଟିମ୍‌ର ତନାଘନା, ସ୍ଥିତି ଅନୁଧ୍ୟାନ - Central team in Nimapara

BIRD FLU FEAR (ETV Bharat Odisha)

କେନ୍ଦ୍ରାପଡ଼ାରେ ବ୍ଲାର୍ଡ ଫ୍ଲୁ ଚିହ୍ନଟ :

କେନ୍ଦ୍ରାପଡା ଡେରାବିଶ ବ୍ଳକ ଅନ୍ତର୍ଗତ ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଚଳିତ ମାସ ଆରମ୍ଭରେ ନରସିଂହପୁର ଅଞ୍ଚଳରେ ଅଚାନକ କୁକୁଡ଼ା ମରିବା ପରେ ବାର୍ଡ ଫ୍ଲୁ ଭୟ ସଞ୍ଚାର ହୋଇଥିଲା । ତେବେ ଗତ ୫ ତାରିଖରେ ନରସିଂହପୁର ସମେତ ଏହି ଅଞ୍ଚଳର କେତେକ କୁକୁଡା ଫାର୍ମରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତକାଲି ସନ୍ଧ୍ୟା ଅର୍ଥାତ (ଶନିବାର) ପ୍ରଶାସନର ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିବା ଜଣାଯିବା ପରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛି ।

ଏହା ମଧ୍ୟ ପଢନ୍ତୁ ...Bird Flu: ଭୟ ବଢାଉଛି ବାର୍ଡ ଫ୍ଲୁ; ମଣିଷ ପ୍ରତି ଏହା କେତେ ବିପଦ, ଜାଣନ୍ତୁ ଲକ୍ଷଣ-କାରଣ-ନିରାକରଣ - Bird Flu Causes

କ'ଣ କହିଲେ ଅତିରିକ୍ତ ଜିଲ୍ଲାପାଳ:

କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର କହିଛନ୍ତି," ରିପୋର୍ଟ ଆସିବା ପରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ନେତୃତ୍ତ୍ଵରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ଅନୁଯାୟୀ ସଂକ୍ରମିତ ଅଞ୍ଚଳରେ କୁକୁଡା ମାରିବା ସହ ସମଗ୍ର ଅଞ୍ଚଳକୁ ସାନିଟାଇଜ କରାଯିବ । ଆଜି(ରବିବାର) ସକାଳୁ ଏକ ରାପିଡ୍ ରେସପନସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି କୁକୁଡ଼ା ମାରୁଛନ୍ତି,ଏଥିରେ ପ୍ରାୟ ୯୦ ରୁ ଅଧିକ ସଦସ୍ୟ ସାମିଲ ରହିଛନ୍ତି ।"

ଏହା ମଧ୍ୟ ପଢନ୍ତୁ ...Bird Flu Scare; ମଣିଷ ଦେହରେ ବାର୍ଡ ଫ୍ଲୁ ! ଆଲର୍ଟରେ ସ୍ବାସ୍ଥ୍ୟ ବିଭାଗ, ଘର ଘର ବୁଲି ଆଶାକର୍ମୀଙ୍କ ସଚେତନତା, ମତ୍ସ୍ୟସମ୍ପଦ ମନ୍ତ୍ରୀ କହିଲେ ଅନ୍ୟଅଞ୍ଚଳ ଲୋକେ ଖାଇପାରିବେ କୁକୁଡା - BIRD FLU SCARE HEALTH DEPT ALERT

ଇଟିଭି ଭାରତ, ନିଆଳି/କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.