ETV Bharat / technology

Low Maintenance Cars: କିଣନ୍ତୁ ଏହି କାର, ମରାମତିରେ ଖର୍ଚ୍ଚ କରିବାକୁ ପଡ଼ିବନି ଅଧିକ ଟଙ୍କା - Top 5 low maintenance cars in India

author img

By ETV Bharat Tech Team

Published : Sep 7, 2024, 10:32 AM IST

Top 5 Low Maintenance Cars: ଯେତେବେଳେ ଆପଣ ନୂଆ କାରଟିଏ କିଣନ୍ତି, ବୁଝିସୁଝି ନ ଆଣିଲେ କାର ମେଣ୍ଟେନାନ୍ସରେ ବହୁତ ଟଙ୍କା ଖର୍ଚ୍ଚ ହୋଇଯାଏ । ଯାହାକି କାର କିଣିବାଠାରୁ ଆପଣଙ୍କୁ ମହଙ୍ଗା ପଡ଼େ । ଏଣୁ ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଆଜି ଆମେ ଆପଣଙ୍କୁ ଏପରି କିଛି କାର ସମ୍ପର୍କରେ କହିବୁ ଯାହାର ମେଣ୍ଟେନାନ୍ସ ଲାଗି କମ ଟଙ୍କା ଖର୍ଚ୍ଚ ହୁଏ । ଅଧିକ ପଢନ୍ତୁ

Top 5 Low Maintenance Cars
Top 5 Low Maintenance Cars (ETV Bharat Tech Team)

ହାଇଦ୍ରାବାଦ: ଗ୍ରାହକ ସଦାସର୍ବଦା କମ ମେଣ୍ଟେନାନ୍ସ ଲୋଡୁଥିବା କାର କିଣିବାକୁ ପସନ୍ଦ କରନ୍ତି । ଯାହାକି ସମୟ ସହିତ ଟଙ୍କା ବି ବଞ୍ଚାଇଥାଏ । ବାରମ୍ବାର କାରର ମରାମତି ଲାଗି ଗ୍ୟାରେଜକୁ ଦୌଡ଼ିବାକୁ ପଡ଼େ ନାହିଁ । ତେବେ ଆପଣ ବି ଯଦି ନିଜ ସମୟ ଓ ଟଙ୍କା ବଞ୍ଚାଇବାକୁ ଚାହୁଁଛନ୍ତି ତେବେ ଏପରି କାର କିଣନ୍ତୁ ଯାହାକି ଏତେ ମେଣ୍ଟେନାନ୍ସର ଆବଶ୍ୟକ କରେ ନାହିଁ । ଆସନ୍ତୁ ସେହି କାର ସମ୍ପର୍କରେ ଜାଣିବା ଯାହାକି ନିଜ ଭରସା, ସ୍ଥାୟିତ୍ବ ଏବଂ ସେବା ପାଇଁ ବେଶ ଲୋକପ୍ରିୟତା ଅର୍ଜନ କରିଛି ।

Maruti Suzuki Alto 800
Maruti Suzuki Alto 800 (Maruti Suzuki)

1. Maruti Suzuki Alto 800: ମାରୁତି ସୁଜୁକି ଅଲଟୋ ଭାରତରେ ବିକ୍ରି ହେଉଥିବା ସବୁଠୁ ଅଧିକ କାର ମଧ୍ୟରେ ଅନ୍ୟତମ । କହିବାକୁ ଭାରତୀୟ ଗ୍ରାହକଙ୍କ ଲାଗି Alto 800 ପସନ୍ଦଯୋଗ୍ୟ କାର । ଏହି କାର କମ ଇନ୍ଧନ ଲୋଡୁଥିବା ବେଳେ ଏହାର ମେଣ୍ଟେନାନ୍ସ ଲାଗି ବେଶି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନଥାଏ । ଏକ ଛୋଟ ପରିବାର ଏହି କାରରେ ଆରାମଦାୟକ ଭ୍ରମଣର ଅନୁଭବ ନେଇପାରିବେ । ଏହି କାର ପାର୍ଟସ ଲାଗି ମଧ୍ୟ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିନଥାଏ । ସୁଲଭ ମୂଲ୍ୟରେ ଏହାର ପାର୍ଟସ ଆପଣଙ୍କୁ ଷ୍ଟୋରରେ ମିଳିୟିବ ।

Hyundai Santro
Hyundai Santro (Hyundai)

2. Hyundai Santro: ଭାରତୀୟ ଗ୍ରାହକଙ୍କ ଲାଗି ଅନ୍ୟ ଏକ ଭରସାଯୋଗ୍ୟ କାର ହେଉଛି ହୁଣ୍ଡାଇର ସାଣ୍ଟ୍ରୋ । ଏହି କାରର ଇଞ୍ଜିନ ଓ ଡିଜାଇନ କାରକୁ ଲୋକପ୍ରିୟ କରିପାରିଛି । ଏହାସହିତ ଏହି କାରରେ କମ ବୈଦ୍ୟୁତିକ ଫିଚର ରହିଥିବାରୁ ଏହାକୁ ମେଣ୍ଟେନ କରିବା ଗ୍ରାହକଙ୍କ ଲାଗି ସହଜ ଓ କମ ଖର୍ଚ୍ଚଯୁକ୍ତ ହୋଇଥାଏ ।

Tata Tiago
Tata Tiago (Tata)

3. Tata Tiago: ଟାଟା ନିଜର କାର ପାଇଁ ଭାରତୀୟ ବଜାରରେ ବେଶ ଲୋକପ୍ରିୟତା ଅର୍ଜନ କରିଛି । ଏହି କମ୍ପାନୀ ଟିଆଗୋ କାର ଅନ୍ୟ ଏକ ଲୋକପ୍ରିୟ କାର । ଆପଣ ଯଦି ଏହି କାରକୁ 5ବର୍ଷ ବ୍ୟବହାର କରନ୍ତି ତେବେ ଏହାର ମେଣ୍ଟେନାନ୍ସ ଲାଗି ଆପଣଙ୍କୁ 25ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ଏହାର ଶକ୍ତିଶାଳୀ ଇଞ୍ଜିନ୍ ଏବଂ ସରଳ ଡିଜାଇନ୍ ସହିତ ଏହି କାର ସ୍ବଳ୍ପ ବଜେଟରେ ଗ୍ରାହକଙ୍କୁ ଉତ୍ତମ ସେବା ପ୍ରଦାନ କରିଥାଏ ।

Ford Figo
Ford Figo (Ford)

4. Ford Figo: ପାଞ୍ଚ ବର୍ଷରେ ଫିଗୋର ରକ୍ଷଣାବେକ୍ଷଣ ମୂଲ୍ୟ (Maintenance cost ) 30 ହଜାରରୁ ଅଧିକ ନୁହେଁ । ଫୋର୍ଡ ଫିଗୋ ଏକ ଉତ୍ତମ ଡ୍ରାଇଭ୍ କାର । ଏହି କାରର ନିର୍ଭରଯୋଗ୍ୟ ଇଞ୍ଜିନ ଏହାକୁ ଏକ ସ୍ବଳ୍ପ ବଜେଟରେ ଗ୍ରାହକଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରିଛି ।

Chevrolet Beat
Chevrolet Beat (Chevrolet)

5. Chevrolet Beat: ଚେଭରୋଲେଟ ବିଟ୍ ଏକ ଷ୍ଟାଇଲିସ୍ କାର । ଏହି କାରର ରକ୍ଷଣାବେକ୍ଷଣ ମୂଲ୍ୟ ପ୍ରାୟ 5 ବର୍ଷ ମଧ୍ୟରେ ପ୍ରାୟ 22ହଜାର ହୋଇଥାଏ । ଏହାର ସରଳ ଡିଜାଇନ ଏବଂ କମ୍ ଇଲେକ୍ଟ୍ରୋନିକ୍ ଫିଚର ଏହାକୁ ଗ୍ରାହକଙ୍କ ପାଇଁ ସୁଲଭ କରିଥାଏ ।

ପଢନ୍ତୁ ଅନ୍ୟ କିଛି ଖବର

Bajaj Pulsar NS160: ପେଟ୍ରୋଲ ଖର୍ଚ୍ଚରୁ ମିଳିବ ମୁକ୍ତି; ନୂଆ ବାଇକ୍‌ ଆଣୁଛି ବଜାଜ୍‌, 100% ଇଥାନଲରେ ଚାଲିବ

Hyundai Creta Launched: ବ୍ଲାକ୍‌ ବୋଲ୍ଡ ଲୁକ୍‌ ସହ ଲଞ୍ଚ ହେଲା Cretaର Knight Edition; ଦାମ 14.51 ଲକ୍ଷ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.