Viral Video: ହାତୀ ଛୁଆ ପାଟିରେ ମଦ ବୋତଲ ! - ELEPHANT TAKES LIQUOR BOTTLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 22, 2025, 10:43 AM IST

Viral Video on Baby Elephant Try To Drink A waste Liquor Bottle ଚେନ୍ନାଇ: ମଦ ପିଇବା ପାଇଁ ଚେଷ୍ଟା କରୁଛି ହାତୀ ଛୁଆ ! ହଁ ଆଜ୍ଞା, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ ଘଟଣା ତାମିଲନାଡୁ ମୁଦୁମଲାଇ ଜଙ୍ଗଲରେ ପର୍ଯ୍ୟଟକଙ୍କ କ୍ୟାମେରା ଲେନ୍ସରେ କଏଦ ହୋଇଛି । ମୁଦୁମଲାଇ ଜଙ୍ଗଲରେ ଅନେକ ବନ୍ୟଜନ୍ତୁ ବସବାସ କରନ୍ତି । (ଯଥା- ହାତୀ, ଚିତାବାଘ, ଭାଲୁ, ହରିଣ ଏବଂ ବାଘ ଇତ୍ୟାଦି) । ସେମାନଙ୍କୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ ପର୍ଯ୍ୟଟକମାନେ ସାଙ୍ଗରେ ଆଣୁଥିବା ଖାଦ୍ୟ, ପାଣି ବୋତଲ ଏବଂ ମଦ ବୋତଲ ଇତ୍ୟାଦି ଜଙ୍ଗଲରେ ଫିଙ୍ଗୁଥିବା କାରଣରୁ ବନ୍ୟଜନ୍ତୁ କ୍ଷତି ଘଟାଉଛି । ଜଙ୍ଗଲ ବିଭାଗ ରାସ୍ତା କଡ଼ରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଏବଂ କାଚ ବୋତଲ ଇତ୍ୟାଦି ସଫେଇ କରୁଥିଲେ ମଧ୍ୟ କେତେକ ପର୍ଯ୍ୟଟକ ଜଙ୍ଗଲ ଅଞ୍ଚଳରେ ନିଷିଦ୍ଧ ପ୍ଲାଷ୍ଟିକ ଏବଂ ମଦ ବୋତଲ ଫିଙ୍ଗି ଦିଅନ୍ତି । ଯାହା ଜଙ୍ଗଲୀ ପ୍ରାଣୀମାନଙ୍କ ମୃତ୍ୟୁର କାରଣ ହୋଇପାରେ ।

ଏହି ପରିସ୍ଥିତିରେ ମୁଦୁମଲାଇ ଜଙ୍ଗଲରେ ମାଆ ହାତୀ ସହିତ ବୁଲୁଥିବା ଏକ ହାତୀ ଛୁଆ ଗୋଟିଏ ଖାଲି ମଦ ବୋତଲ ଦେଖି ଶୁଣ୍ଠରେ ପିଇବା ପାଇଁ ଚେଷ୍ଟା କରୁଥିବା ଦୃଶ୍ୟ ଭାଇରାଲ ହୋଇଛି ।  ଯାହା ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ ହୋଇଛି । ପରିବେଶବିତ ତଥା ସାମାଜିକ କର୍ମୀମାନେ ଜଙ୍ଗଲ ବିଭାଗକୁ ଅନୁରୋଧ କରିଛନ୍ତି ଯେ ଜଙ୍ଗଲ ଅଞ୍ଚଳରେ  ପର୍ଯ୍ୟଟକମାନେ ପକାଉଥିବା ପ୍ଲାଷ୍ଟିକ ଏବଂ କାଚ ବୋତଲଗୁଡିକୁ ସମ୍ପୂର୍ଣ୍ଣ ଅପସାରଣ ପାଇଁ ପଦକ୍ଷେପ ନିଆଯାଉ ।

ଏହା ମଧ୍ୟ ପଢନ୍ତୁ...ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା - ANGUL AIR POLLUTION

 ଏହା ମଧ୍ୟ ପଢନ୍ତୁ...ହାତୀ ଆତଙ୍କ: ଘର ଭାଙ୍ଗିଲେ ୧୧ ଟିକିଆ ହାତୀପଲ - ELEPHANT TERROR 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.