ETV Bharat / state

କର୍ତ୍ତବ୍ୟପଥକୁ ବାଟ କଢ଼ାଇଛି ନିଷ୍ଠା ଓ କର୍ତ୍ତବ୍ୟ, ଦିଲ୍ଲୀ ଯିବେ କେନ୍ଦ୍ରାପଡ଼ାର ୨ ସରପଞ୍ଚ - REPUBLIC DAY PARADE

ପଞ୍ଚାୟତିରାଜ ବ୍ୟବସ୍ଥାରେ ଲୋକାଭିମୁଖୀ କାର୍ଯ୍ୟର ସଫଳ ରୂପାୟନ ପାଇଁ ସମ୍ମାନ । ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପରେଡରେ ସାମିଲ ହେବେ ଡେରାବିଶ ବ୍ଲକର ଦୁଇ ସରପଞ୍ଚ ମୋହନ ଏବଂ ଅରକ୍ଷିତ ।

ଦିଲ୍ଲୀ ଯିବେ ଦୁଇ ସରପଞ୍ଚ
ଦିଲ୍ଲୀ ଯିବେ ଦୁଇ ସରପଞ୍ଚ (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 10:22 AM IST

କେନ୍ଦ୍ରାପଡା: ଜାନୁଆରୀ ୨୬ରେ ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ହେବାକୁ ଥିବା ପରେଡରେ ଯୋଗ ଦେବାକୁ ଦେଶ ବିଦେଶର ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ର ସରକାର । ସାରା ରାଜ୍ୟରୁ ସ୍ବତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ ମିଳିଥିବା ବେଳେ କେନ୍ଦ୍ରାପଡାର ଦୁଇ ପଞ୍ଚାୟତ ପ୍ରତିନିଧିଙ୍କୁ ମଧ୍ୟ ଦିଲ୍ଲୀ ଯିବେ । ସେମାନେ ହେଲେ କେନ୍ଦ୍ରାପଡା ଜିଲ୍ଲାର ମୋହନ ଚରଣ ସାହୁ ଓ ଅରକ୍ଷିତ କାଣ୍ଡି । ପଞ୍ଚାୟତର ଉନ୍ନତିମୂଳକ କାମ କରି ସାରା ରାଜ୍ୟରେ ଉଦାହରଣ ସାଜିଥିବାରୁ ଉପକୂଳ ଜିଲ୍ଲାର ଦୁଇ ସରପଞ୍ଚଙ୍କୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପକ୍ଷରୁ ଚୟନ କରାଯାଇଛି ।

କିଏ ଏହି ଦୁଇ ସରପଞ୍ଚ ଓ କଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ?

ଦିଲ୍ଲୀ ଯିବେ କେନ୍ଦ୍ରାପଡ଼ାର ୨ ସରପଞ୍ଚ (ETV Bharat Odisha)

ଆସନ୍ତା ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ସାରା ଦେଶ ପାଳନ କରିବ ଗଣତନ୍ତ୍ର ଶାସନର ବାର୍ଷିକ ଉତ୍ସବ । ଜାତିର ପିତାଙ୍କ ଆହ୍ବାନ କ୍ରମେ ଗାଁରୁ ହିଁ ଦେଶର ଉନ୍ନତି କଥାକୁ ପ୍ରତିପାଦିତ କରି ପ୍ରତିବର୍ଷ ଦେଶର କୋଣ ଅନୁକୋଣରେ ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡ଼ରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଥାଏ । ତେବେ ଚଳିତବର୍ଷ କେନ୍ଦ୍ରାପଡା ଜିଲ୍ଲାର ଦୁଇଜଣ ପଞ୍ଚାୟତ ପ୍ରତିନିଧି ତଥା ସରପଞ୍ଚଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଛି । କେନ୍ଦ୍ରାପଡା ଡେରାବିଶ୍ ବ୍ଲକ ବେଣୀପୁର ପଞ୍ଚାୟତର ୭୪ ବର୍ଷୀୟ ମାଟ୍ରିକ ପାସ କରିଥିବା ସରପଞ୍ଚ ମୋହନ ଚରଣ ସାହୁ ଓ ଏହି ବ୍ଲକ ଅଧିନ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର ସ୍ନାତକୋତ୍ତର (ଇତିହାସ) ପାସ କରିଥିବା ଅରକ୍ଷିତ କାଣ୍ଡିଙ୍କୁ ଏହି ପରେଡରେ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଛି ।

ଅରକ୍ଷିତ କାଣ୍ଡି
ଅରକ୍ଷିତ କାଣ୍ଡି (ETV Bharat Odisha)

କେଉଁ ଜନାଭିମୁଖୀ କାର୍ଯ୍ୟ ପାଇଁ ମିଳିଛି ସ୍ୱୀକୃତି ?

ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପକ୍ଷରୁ ଦିଆ ଯାଇଥିବା ତାଲିକା ମୁତାବକ ସାରା ରାଜ୍ୟରୁ ୮ ଜଣ ସରପଞ୍ଚ ଏହି ପରେଡରେ ଭାଗ ନେବାକୁ ଯାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ମୋହନ ଓ ଅରକ୍ଷିତ ଦୁଇଜଣ ଏଥିପାଇଁ ମନୋନୀତ ହୋଇଛନ୍ତି । ବେଣୀପୁର ସରପଞ୍ଚ ମୋହନ ଚରଣଙ୍କୁ ପିଏମ ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ଏନଆରଏଲଏମ,କିଷାନ କ୍ରେଡିଟ କାର୍ଡ, ବିଏସକେୱାଇ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମନୋନୀତ କରାଯାଇଥିବା ବେଳେ ଲକ୍ଷ୍ମୀନାରାୟଣପୁର ସରପଞ୍ଚ ଅରକ୍ଷିତଙ୍କୁ କେନ୍ଦ୍ର ସରକାରଙ୍କ ମାତୃବନ୍ଦନା, ପିଏମ ପୋଷଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ), ହର ଘର ଜଲ୍‌ ଯୋଜନା, କିଷାନ କ୍ରେଡିଟ କାର୍ଡ ଏବଂ ବିଏସକେୱାଇ(BSKY) କ୍ଷେତ୍ରରେ ଅବଦାନ ପାଇଁ ମନୋନୀତ କରାଯାଇଥିବା ରାଜ୍ୟ ସରକାରଙ୍କ ଚିଠିରୁ ସ୍ପଷ୍ଟ ହେଉଛି ।

ମୋହନ ଚରଣ
ମୋହନ ଚରଣ (ETV Bharat Odisha)

ଦିଲ୍ଲୀ ଯିବେ, କଣ କହିଲେ ୨ ସରପଞ୍ଚ ?

ବେଣୀପୁର ସରପଞ୍ଚ ମୋହନ ଚରଣ ସାହୁ କହିଛନ୍ତି, "ମୁଁ ମୋ ପଞ୍ଚାୟତରେ ନିର୍ବାଚିତ ହେବା ପରେ ପ୍ରଥମେ ଶିକ୍ଷା, ଗମନାଗମନ, ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଫୋକସ କରିଛି । ଲୋକମାନଙ୍କ ଆବଶ୍ୟକତା ସବୁଦିନ ରହିଛି ତେବେ କିଛି ଆବଶ୍ୟକତାକୁ ପୂରଣ କରାଯାଇଛି ଓ ଆଗକୁ ଏହି ଧାରା ବଜାୟ ରହିବ"।

Republic Day Parade
Republic Day Parade (ETV Bharat Odisha)

ଲକ୍ଷ୍ମୀ ନାରାୟଣପୁର ସରପଞ୍ଚ ଅରକ୍ଷିତ କାଣ୍ଡି କହିଛନ୍ତି,"ପିଏମ ପୋଷଣଠାରୁ ଆରମ୍ଭ କରି ମାତୃ ବନ୍ଦନା ପର୍ଯ୍ୟନ୍ତ ମୁଁ ସବୁ କାମରେ ଯତ୍ନବାନ ହୁଏ । ମୁଁ ଜଣେ ଟ୍ୟୁସନ ଶିକ୍ଷକ ହୋଇଥିବା କାରଣରୁ ୨୦୨୨ ମସିହାରେ ମୁଁ ନିର୍ବାଚିତ ହେବା ପରେ ପ୍ରଥମ ଫୋକସ ଶିକ୍ଷା ଉପରେ ଦେଇଥିଲି । ଏହାଛଡା ନାରୀକୁ ସମ୍ମାନ, ମାତୃବନ୍ଦନା ଇତ୍ୟାଦି କାର୍ଯ୍ୟକ୍ରମ ପାଇଁ ସେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ସୁଯୋଗ ପାଇଥିବାରୁ ମୁଁ ବହୁତ ଧନ୍ୟ ।’

ଏହା ମଧ୍ୟ ପଢନ୍ତୁ:

ରାଷ୍ଟ୍ରପତି ଭବନରୁ ଆସିଛି ଚିଠି, ସାଧାରଣତନ୍ତ୍ର ଦିବସରେ ହେବେ ଅତିଥି

ଗଣତନ୍ତ୍ର ଦିବସ ପାଇଁ କୋରାପୁଟ ପୁଅଙ୍କୁ ଦିଲ୍ଲୀ ନିମନ୍ତ୍ରଣ, ମହାମାରୀବେଳେ ଥିଲା ମହତ ଅବଦାନ

ଗଣତନ୍ତ୍ର ପରେଡରେ ହେବେ ସାମିଲ ହେବେ ଲକ୍ଷପତି ଦିଦି ରେଶମା, ଦିଲ୍ଲୀରୁ ଆସିଛି ଡାକରା

ସାଧାରଣତନ୍ତ୍ର ଦିବସ 2025ରେ କିଏ କେଉଁଠି ଉଡାଇବେ ପତାକା ?

ସବୁ ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ:

ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି ,"ଆମ ଜିଲ୍ଲା ପାଇଁ ନିଶ୍ଚିତ ଭାବରେ ଏହା ଏକ ଗର୍ବର ବିଷୟ ଏହି ଦୁଇ ସରପଞ୍ଚ ଦିଲ୍ଲୀର ପରେଡରେ ସେମାନଙ୍କ ଅଧ୍ୟବସାୟ ଯୋଗୁଁ ପହଞ୍ଚି ପାରିଛନ୍ତି ଏବଂ ସେମାନଙ୍କ ଯାହା ଆବଶ୍ୟକତା ତାକୁ ଜିଲ୍ଲା ପ୍ରଶାସନ ବହନ କରିବ ।’

ଡେରାବିଶ ବ୍ଲକ
ଡେରାବିଶ ବ୍ଲକ (ETV Bharat Odisha)

ଏସବୁ ଅତିଥି ବି ଯିବେ ନୂଆଦିଲ୍ଲୀ:

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ 10 ଅଁଳାଡୁବା ଗାଁର କିରଣ ଡଗରାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ଡାକରା । ସାଧାରଣତନ୍ତ୍ର ଦିବସରେ ସାମିଲ ହେବାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ତାଙ୍କୁ ଡାକରା ଆସିଛି । ସେ ଭୋଗ ବିକ୍ରି କରି ପରିବାର ଚଳାଉଛନ୍ତି । ସେହିପରି କେନ୍ଦ୍ରାପଡାର ଲକ୍ଷପତି ଦିଦି ରେଶମା ବେଗମଙ୍କୁ ମଧ୍ୟ ଆସିଛି ନିମନ୍ତ୍ରଣ । ରେଶମା ନିଜେ ସ୍ବାବଲମ୍ବୀ ହେବା ସହ 70ରୁ ଊର୍ଦ୍ଧ୍ବ ମହିଳାଙ୍କୁ ସ୍ବାବଲମ୍ବୀ କରିଥିବାରୁ ତାଙ୍କୁ କେନ୍ଦ୍ର ସରକାର ଅତିଥି ହେବାକୁ ନିୟମନ୍ତ୍ରଣ ଦେଇଛନ୍ତି । ସେହିପରି କୋରାପୁଟର ଡଃ ବିଜୟାନନ୍ଦଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି । କୋଭିଡ ସମୟରେ ସେ ଓ ତାଙ୍କ ଟିମ ଇନହିବିଟର ବିକଶିତ କରିଥିଲେ । ଏଥିପାଇଁ ତାଙ୍କୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିମନ୍ତ୍ରଣ ମିଳିଛି ।

Republic Day Parade
Republic Day Parade (ETV Bharat Odisha)

ଦିଲ୍ଲୀରୁ କେଉଁମାନଙ୍କୁ ଆସିଛି ଡାକରା ?

  • ମୟୂରଭଞ୍ଜ ରାଇରଙ୍ଗପୁର ଅଁଳାଡୁବା ଗାଁର କିରଣ ଡଗରାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ଡାକରା
  • କେନ୍ଦ୍ରାପଡ଼ାର ଲକ୍ଷପତି ଦିଦି ରେଶମା ବେଗମଙ୍କୁ ଆସିଛି ନିମନ୍ତ୍ରଣ
  • କୋରାପୁଟର ଡଃ ବିଜୟାନନ୍ଦଙ୍କୁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି
  • କେନ୍ଦ୍ରାପଡା ଡେରାବିଶ ବ୍ଲକ ବେଣୀପୁର ପଞ୍ଚାୟତ ସରପଞ୍ଚ ମୋହନ ଚରଣ ସାହୁ
  • କେନ୍ଦ୍ରାପଡ଼ା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସରପଞ୍ଚ ଅରକ୍ଷିତ କାଣ୍ଡି

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.