ETV Bharat / health

ସୋନିଆଙ୍କ ବିବାଦୀୟ ମନ୍ତବ୍ୟକୁ ତେଜିଲା ରାଜନୀତି, ରାଜଧାନୀରେ ଗର୍ଜିଲା ବିଜେପି - BJP PROTEST AGAINST SONIA GANDHI

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ବିଜେପିର ପ୍ରତିବାଦ । ବିଧାୟକ ବାବୁ ସିଂ କହିଲେ 'ଦେଶବାସୀଙ୍କ ଆଗରେ କ୍ଷମା ମାଗନ୍ତୁ ସୋନିଆ ଗାନ୍ଧୀ ।'

BJP PROTEST AGAINST SONIA GANDHI
BJP PROTEST AGAINST SONIA GANDHI (ETV Bharat Odisha)
author img

By ETV Bharat Odisha Team

Published : Feb 1, 2025, 9:49 PM IST

ଭୁବନେଶ୍ବର: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଗର୍ଜିଲା ବିଜେପି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ତେଜୁଛି ରାଜନୀତି । ବିଜେପି ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ । ସେପଟେ ସୋନିଆ ଗାନ୍ଧୀ ଦେଶବାସୀଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଲେ ବିଜେପି ବିଧାୟକ ବାବୁ ସିଂ ।

ରାଜଧାନୀରେ ଗର୍ଜିଲା ବିଜେପି:

ଆଜି (ଶନିବାର) ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଜେପି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି ।ଏକାମ୍ର ସମେତ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ବିଧାୟକ ବାବୁ ସିଂ ନେତୃତ୍ବରେ କଳ୍ପନା ଛକ ସ୍ଥିତ ରାଜ୍ୟ ସଂଗ୍ରହାଳୟ ସମ୍ମୁକ୍ଷରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ କଡ଼ା ପ୍ରତିବାଦ କରାଯାଇଛି । ବିଜେପି କାର୍ଯ୍ୟକର୍ତ୍ତା ସୋନିଆ ଗାନ୍ଧୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ କୁଶ ପୁତ୍ତଳିକା ଦାହ କରିଥିଲେ ।

BJP PROTEST AGAINST SONIA GANDHI (ETV Bharat Odisha)

'ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ କ୍ଷମା ମାଗନ୍ତୁ':

ଏହି ଅବସରରେ ବାବୁ ସିଂ କହିଛନ୍ତି," ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସୋନିଆ ଗାନ୍ଧୀଙ୍କ ଯେଉଁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାହା ନିନ୍ଦନୀୟ । ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ତୁରନ୍ତ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିବା ସହ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ । ଯେପର୍ଯ୍ୟନ୍ତ ସୋନିଆ ଗାନ୍ଧୀ କ୍ଷମା ମାଗି ନାହାନ୍ତି। ସେ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଆନ୍ଦୋଳନ ଜାରି ରହିବ । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଯେଉଁଭଳି ଟିପ୍ପଣୀ ଦେଇଛନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ସାଢ଼େ ୪ କୋଟି ଓଡ଼ିଆଙ୍କୁ କଷ୍ଟ ଦେଇଛି । ଏକ ଦାୟିତ୍ୱ ସମ୍ପନ୍ନ ରାଷ୍ଟ୍ରୀୟ ଦଳର ଶୀର୍ଷ ନେତୃତ୍ୱ ରାଷ୍ଟ୍ରପତିଙ୍କ ବିରୋଧରେ ଯେଉଁଭଳି ଅପମାନସୂଚକ ମନ୍ତବ୍ୟ ଦେଲେ, ସେଥିଲାଗି ସର୍ବସାଧାରଣରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ମାଗିବା ଉଚିତ୍ ।"

BJP PROTEST AGAINST SONIA GANDHI
BJP PROTEST AGAINST SONIA GANDHI (ETV Bharat Odisha)

'କଂଗ୍ରେସର ଗର୍ବ ଓ ଅଂହକାର ଆଜି ସାରା ଦେଶ ଦେଖୁଛି'

ସେ ଆହୁରି ମଧ୍ୟ କହିଛନ୍ତି," କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବୟାନ କଂଗ୍ରେସ ଦଳର ସାମନ୍ତବାଦୀ ଚିନ୍ତାଧାରା ଓ ରୁଗ୍‌ଣ ମାନସିକତାକୁ ସ୍ପଷ୍ଟ କରିଛି । କଂଗ୍ରେସ ଦଳର ଗର୍ବ ଓ ଅଂହକାର ଆଜି ସାରା ଦେଶ ଦେଖୁଛି । ସାଧାରଣ ଲୋକଙ୍କୁ ମଣିଷ ଭଳି ଦେଖିବା ତ ଦୂରର କଥା ଭାରତର ରାଷ୍ଟ୍ରପ୍ରତିଙ୍କ ପ୍ରତି ସେମାନେ ଯେଉଁଭଳି ବ୍ୟବହାର ଓ ଆଚରଣ ପ୍ରକାଶ କଲେ, ସେଥିରେ ଦେଶର ସମ୍ମାନ କ୍ଷୁର୍ଣ୍ଣ ହୋଇଛି । ଏପରିକି ମର୍ଯ୍ୟାଦାର ସମସ୍ତ ସୀମା ଉଲ୍ଲଂଘନ କରିଛି କଂଗ୍ରେସ । କ୍ଷମତାରୁ ଗଲାପରେ କଂଗ୍ରେସ ଦଳ ନିରାଶ ଓ ହତାଶ ହୋଇ ନିଜର ଆଚରଣ ଓ ବ୍ୟବହାରରେ ଧୈର୍ଯ୍ୟଚୁତ ହୋଇଯାଇଛି ।"

ଏହା ମଧ୍ୟ ପଢନ୍ତୁ...ସୋନିଆ ଗାନ୍ଧୀଙ୍କ ଟିପ୍ପଣୀକୁ ମୁକେଶଙ୍କ ନିନ୍ଦା, କହିଲେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ - MUKESH MAHALING CONDEMNS CONGRESS

ଏହା ମଧ୍ୟ ପଢନ୍ତୁ...ବିବାଦୀୟ ବୟାନ ରାଜନୀତି: ରାଷ୍ଟ୍ରପତି ଭବନରୁ ସ୍ପଷ୍ଟୀକରଣ, ହିନ୍ଦୀ ଭାଷା ସହ ପରିଚିତ ନାହାନ୍ତି - RASTRAPATI BHAVAN CLARIFICATION

'ଜାତି-ଜନଜାତି ବିରୋଧୀ କଂଗ୍ରେସ'

ସେ ଏହା ମଧ୍ୟ କହିଛନ୍ତି," କଂଗ୍ରେସ ସବୁବେଳେ ଅନୁସୂଚିତ ଜାତି-ଜନଜାତି, ଓବିସି ଏବଂ ମହିଳା ବିରୋଧୀ ରହିଆସିଛି । ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳ ଅନୁସୂଚିତ ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.