ETV Bharat / international

ପାକିସ୍ତାନରେ ଆତଙ୍କୀ ଆକ୍ରମଣ; ବସ୍‌ ଉପରେ ଆଖିବୁଜା ଗୁଳିମାଡ କଲେ ଆତତାୟୀ, 23 ମୃତ - Pakistan Terror attack

author img

By ETV Bharat Odisha Team

Published : Aug 26, 2024, 11:42 AM IST

Updated : Aug 26, 2024, 12:26 PM IST

Terrorist attack in Pakistan: ପାକିସ୍ତାନରେ ଆତଙ୍କୀଙ୍କ ବର୍ବରକାଣ୍ଡ । ବସ୍‌ରେ ଚଢି ଯାତ୍ରୀଙ୍କୁ ଅତର୍ତିକ ଗୁଳିମାଡ । 23 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଇସଲାମବାଦ୍‌: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ । ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଅତର୍କିତ ଗୁଳି ମାଡ କଲେ ଆତଙ୍କୀ । ଆତଙ୍କୀଙ୍କ ଗୁଳିମାଡରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲୁଚିସ୍ତାନର ମୁସାଖାଇଲ ଅଞ୍ଚଳର ରାରାଶାମରେ ଆତଙ୍କବାଦୀ ଏହି କାଣ୍ଡ ଭିଆଇଛନ୍ତି। ଯାତ୍ରୀଙ୍କ ଗୁଳିମାଡ ପରେ ବିଭିନ୍ନ ଗାଡିରେ ଆତଙ୍କୀ ନିଆଁ ଲଗାଇ ଦେଇଥିବା ସେଥାନୀ ପୋଲିସ୍ ଅଧୀକ୍ଷକ କହିଛନ୍ତି । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହେଉଛି ।

ବସ୍‌କୁ ଯାଞ୍ଚ ଆଳରେ ଆକ୍ରମଣ: ମୁସାଖାଇଲର ଜଣେ ବରିଷ୍ଠ ଅଧିକାରୀ ନଜିବୁଲ୍ଲା କାକର କହିଛନ୍ତି, '' ପଞ୍ଜାବକୁ ବାଲୁଚିସ୍ତାନ ସହ ସଂଯୋଗ କରୁଥିବା ଏକ ରାଜପଥରେ ଆତଙ୍କବାଦୀମାନେ ବସ୍, ଟ୍ରକ୍ ଏବଂ ଭ୍ୟାନ୍ ଅଟକାଇ ଯାତ୍ରୀ ମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏଥିରେ 23 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5 ଜଣ ଆହତ ହୋଇଛନ୍ତି। ପଞ୍ଜାବକୁ ଯାଉଥିବା ଗାଡି ଗୁଡିକୁ ଅଟକାଇ ଯାଞ୍ଚ କରିବା ବାହାନାରେ ଆତଙ୍କି ଗୁଳିବର୍ଷା କରିଥିଲେ । ମୃତକଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବର ଶ୍ରମିକ ଶ୍ରେଣୀର । ଅନ୍ୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ''ଏହି ଘଟଣାରେ ବିଏଲ୍ଏ (ବାଲୁଚ୍ ଲିବରେସନ୍ ଆର୍ମି) ଆତଙ୍କବାଦୀର ହାତ ରହିଥିବା ଜଣାପଡିଛି। ବାଲୁଚ ଲିବରେସନ୍ ଆର୍ମି ହେଉଛି ଏହି ଅଞ୍ଚଳର ସବୁଠାରୁ ସକ୍ରିୟ ଶସସ୍ତ୍ର ବିଚ୍ଛିନ୍ନତାବାଦୀ ଗୋଷ୍ଠୀ। '' । ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲି ଜର୍ଦାରୀ ଏବଂ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମୋହସିନ୍ ନାକଭି ବିବୃତ୍ତି ଜାରି କରି ଏହି ଆକ୍ରମଣକୁ ବର୍ବରକାଣ୍ଡ ବୋଲି କହିଛନ୍ତି । ଏହି ଆକ୍ରମଣ ପାଇଁ ଦାୟୀଥିବା ଲୋକଙ୍କ ଦଣ୍ଡ ଦିଆୟିବ।

ଏହା ମଧ୍ୟ ପଢନ୍ତୁ-Terror Attack In Pakistan: ବାଲୋଚିସ୍ତାନରେ ଆତଙ୍କୀ ଆକ୍ରମଣ, ପ୍ରାଣ ହରାଇଲେ ୧୦ ସୈନ୍ୟ

ଗୋଟିଏ ବର୍ଷ ପୂର୍ବରୁ ବାଲୋଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପ୍ରାଣ ୧୦ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା। ଦକ୍ଷିଣପଶ୍ଚିମ ବାଲୋଚିସ୍ତାନ କେଚ୍‌ ଜିଲ୍ଲା ସ୍ଥିତ ଚେକ୍‌ପୋଷ୍ଟ୍‌ ଉପରେ ଆକ୍ରମଣ କରିଥିଲେଆତଙ୍କୀ । 2022 ଜାନୁଆରୀ ୨୫ ଓ ୨୬ ତାରିଖ ରାତିରେ ଦକ୍ଷିଣପଶ୍ଚିମ ବାଲୋଚିସ୍ତାନ ଚେକ୍‌ପୋଷ୍ଟ୍‌ ଉପରେ ଆତାଙ୍କବାଦୀ ଗୁଳିମାଡ କରିଥିଲେ ।

Last Updated : Aug 26, 2024, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.