ୱାସିଂଟନ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିକାଣ୍ଡ । ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିକାଣ୍ଡ ଭିଆଇଥିବା ସନ୍ଦିଗ୍ଧ ନାବାଳକକୁ ଅଟକ ରଖିଛି ପୋଲିସ ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି ।
US: Four killed, nine wounded in Georgia high school shooting
— ANI Digital (@ani_digital) September 5, 2024
Read @ANI Story | https://t.co/AB0JrVUi4r#GeorgiaSchoolShooting #USGunfire pic.twitter.com/C8FrqMg481
ନାବାଳକ ଚଳାଇଥିଲା ଗୁଳି!
ସୂଚନା ଅନୁସାରେ, US ସ୍ଥିତ ଜର୍ଜିଆ ହାଇସ୍କୁଲରେ ହୋଇଛି ଆଖିବୁଜା ଗୁଳିମାଡ଼ । ଫଳରେ ଟଳିପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ । ଗୁଳିମାଡ଼ରେ ୪ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ସେମାନଙ୍କ ମଧ୍ୟରେ ୨ ଜଣ ଶିକ୍ଷକ ଓ ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଗୁଳିମାଡ଼ କରିଥିବା ୧୪ ବର୍ଷର ନାବାଳକକୁ ପୋଲିସ ଅଟକ ରଖିଛି । ସେପଟେ ୯ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Jill and I are mourning the deaths of those whose lives were cut short due to more senseless gun violence and thinking of all of the survivors whose lives are forever changed in Winder, Georgia.
— President Biden (@POTUS) September 4, 2024
Students across the country are learning how to duck and cover instead of how to… pic.twitter.com/ncjrdNxQUT
ଏମିତି କହିଲେ ଜୋ ବାଇଡେନ:
ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ (X) ରେ ଉଲ୍ଲେଖ କରିଛନ୍ତି, ଏହି ବନ୍ଧୁକ ହିଂସାକୁ ସମାପ୍ତ କରିବାକୁ ହେବ । ଏଥିପାଇଁ ହ୍ବାଇଟ ହାଉସ ତରଫରୁ ଗନ୍ ଭାଓଲେନ୍ସ ପ୍ରିଭେନ୍ସନ (Gun Violence Prevention) ପଦକ୍ଷେପ ନିଆଯାଇଛି । ଆମେ ଏଥିରେ ଅଗ୍ରଗତି କରୁଛି । ହେଲେ ଏହି ହିଂସାକୁ ସମ୍ପୂର୍ଣ୍ଣ ରୂପେ ସମାପ୍ତ କରିବାକୁ ଆହୁରି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ଏହା ବି ପଢନ୍ତୁ...ଆମେରିକାରେ ସ୍କୁଲରେ ପୁଣି ଗର୍ଜିଲା ଗୁଳି: ୧ ମୃତ, ୫ ଗୁରୁତର
ଏହା ବି ପଢନ୍ତୁ...ମାଟ୍ରିକ ପରୀକ୍ଷା ବେଳେ ସ୍କୁଲରେ ଗୁଳିକାଣ୍ଡ, ୮ ଶିକ୍ଷକ ମୃତ
ପୂର୍ବରୁ ଘଟିଛି ସମାନ ଘଟଣା:
ଆମେରିକାରେ ସ୍କୁଲରେ ଗୁଳିମାଡ଼ ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏହିପରି ଅନେକ ଗୁଳିକାଣ୍ଡ ଘଟିଥିବାର ନଜିର ରହିଛି । ଗତ ଜାନୁଆରୀ ୫ ତାରିଖରେ ଆମେରିକାର ଏକ ସ୍କୁଲରେ ହୋଇଥିବା ଗୁଳିମାଡ଼ରେ ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଗୁରୁତର ହୋଇଥିଲେ । ୨୦୨୩ ମସିହା ମେ ମାସରେ ମଧ୍ୟ ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା ହୋଇଥିଲା । ନିଜର ସହପାଠୀ ଓ ସ୍କୁଲ ଗାର୍ଡଙ୍କ ଉପରକୁ ଅତର୍କିତ ଗୁଳିଚାଳନା କରିଥିଲା ୧୪ ବର୍ଷୀୟ ବାଳକ । ଫଳରେ ୯ ଜଣଙ୍କ ଜୀବନ ଯାଇଥିଲା ।
ଏହା ବି ପଢନ୍ତୁ...ରାଜନୈତିକ ଶତ୍ରୁତା ହେଲା କାଳ ! ଗୁଳି ମାଡ଼ରେ ଯୁବକ ମୃତ - DHENKANAL FIRING
ଏହା ବି ପଢନ୍ତୁ...ମଦ ନେଲା ଜୀବନ, ନିଜକୁ ଗୁଳି କଲେ ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ - Subarnapur firing