ଓଡିଶା

odisha

Asian Games: ଆଜି ଜାପାନ ବିପକ୍ଷରେ ଫାଇନାଲ ଖେଳିବ ଭାରତୀୟ ପୁରୁଷ ହକି ଦଳ, ବାଲୁକା ଚିତ୍ରକଳାରେ ଶୁଭେଚ୍ଛା

By ETV Bharat Odisha Team

Published : Oct 6, 2023, 8:06 AM IST

ଭାରତୀୟ ପୁରୁଷ ହକି ଦଳକୁ ସୁଦର୍ଶନଙ୍କ ଶୁଭେଚ୍ଛା

ପୁରୀ: 19ତମ ଏସୀୟ କ୍ରୀଡା ହକି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ହକି ଦଳ । ଆଜି ସ୍ବର୍ଣ୍ଣ ପଦକ ପାଇଁ ଜାପାନ ବିପକ୍ଷରେ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଉଜବେକିସ୍ତାନ, ଦ୍ବିତୀୟରେ ସିଙ୍ଗାପୁରୁ ତୃତୀୟ ମ୍ୟାଚରେ ଜାପାନ ବିଜୟ ହାସଲ କରିଥିଲା । ଏହାପରେ ଚତୁର୍ଥ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ଧୂଳି ଚଟାଇ 10-2 ଗୋଲରେ ବାଜି ମାରିଥିଲା ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ପୁରୁଷ ହକି ଦଳ । ଏସୀୟ କ୍ରୀଡ଼ାରେ ଏପର୍ଯ୍ୟନ୍ତ ଅପରାଜେୟ ରହି ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଦଳ ଆଜି ସ୍ବର୍ଣ୍ଣ ପଦକ ଜିତିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ । ଜାପାନ ବିପକ୍ଷରେ ଫାଇନାଲରେ ବିଜୟ ସହ ଭାରତୀୟ ଦଳ ପ୍ୟାରିସ ଅଲିମ୍ପକ୍ସ ଟିକେଟ୍‌ ହାତେଇବାକୁ ପ୍ରୟାସ କରିବେ । ଏ ନେଇ ଭାରତୀୟ ଦଳର ସ୍ବର୍ଣ୍ଣ ସଫଳତା କାମନା କରି ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବିଚ୍‌ରେ ବାଲିରେ 20 ଫୁଟ୍ ବିଶାଳ ଏକ ହକି ଷ୍ଟିକ ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ।

ଇଟିଭି ଭାରତ, ପୁରୀ 

ABOUT THE AUTHOR

...view details