ETV Bharat / health

ସାନିଟାରୀ ପ୍ୟାଡକୁ ବାଏ ବାଏ, ଏବେଠୁ ମେନଷ୍ଟ୍ରୁରାଲ କପ୍, ଥରେ କିଣିଲେ ୧୦ ବର୍ଷ ଯାଏଁ ନାହଁ ଟେନସନ୍‌ - Menstrual Cups use and Benefit

author img

By ETV Bharat Odisha Team

Published : Jul 21, 2024, 12:08 PM IST

Updated : Jul 21, 2024, 12:51 PM IST

Benefits of using Menstrual Cups for Health And Environment: ମାସିକ ଋତୁସ୍ରାବ ସମୟରେ ସାନିଟାରୀ ପ୍ୟାଡଠୁ ବେଶ ଲାଭଦାୟକ ମେନଷ୍ଟ୍ରୁରାଲ କପ୍ । ସୁସ୍ଥ ଶରୀର ଓ ସୁସ୍ଥ ପରିବେଶ ପାଇଁ ମେନଷ୍ଟ୍ରୁରାଲ କପ୍‌ର ବ୍ୟବହାର ଜରୁରୀ । କପ ବ୍ୟବହାର କରି ଆପଣ ବଞ୍ଚାଇପାରିବେ ଅନେକ ଟଙ୍କା । ଥରେ କିଣିଲେ ୧୦ ବର୍ଷ ପର୍ଯ୍ୟନ୍ତ କରିପାରିବେ ବ୍ୟବହାର । ସହରାଞ୍ଚଳର ମହିଳାମାନେ ମେନଷ୍ଟ୍ରୁରାଲ କପ୍ ପ୍ରତି ଆକୃଷ୍ଟ ହେଉଥିବା ବେଳେ ଗ୍ରାମାଞ୍ଚଳର ମହିଳାମାନଙ୍କ ମଧ୍ୟରେ ଏବେ ବି ରହିଛି ଭୟ । ଜାଣନ୍ତୁ କେତେ ଲାଭଦାୟକ ମେନଷ୍ଟ୍ରୁରାଲ କପ୍ ଓ କିପରି ଏହାକୁ ବ୍ୟବହାର କରିପାରିବେ...

Benefits of using Menstrual Cups
Benefits of using Menstrual Cups (ETV Bharat)

ହାଇଦ୍ରାବାଦ: ମାସିକ ଋତୁସ୍ରାବ ସମୟରେ ସାଧାରଣତଃ ମହିଳାମାନେ ସାନିଟାରୀ ପ୍ୟାଡ ବ୍ୟବହାର କରିଥାନ୍ତି । ଅନେକ ସାନିଟାରୀ ପ୍ୟାଡ ନିର୍ମାଣକାରୀ କମ୍ପାନୀମାନେ ଏଥିରେ ପ୍ଲାଷ୍ଟିକର ବ୍ୟବହାର କରିଥାନ୍ତି । ଯାହା ଶରୀର ଓ ପରିବେଶ ପ୍ରତି ବେଶ୍ ବିପଦ ସୃଷ୍ଟିକାରୀ । ଘଣ୍ଟା ଘଣ୍ଟା ଧରି ପିନ୍ଧିବା ଦ୍ୱାରା ସଂକ୍ରମଣ (ଇନଫେକସନ) ହେବାର ଆଶଙ୍କା ରହିଥାଏ । ଆଉମଧ୍ୟ ଏହା ମାଟିରେ ମିଶିନଥାଏ ଯେଉଁଥିପାଇଁ ପରିବେଶ ଓ ମୃର୍ତ୍ତିକା ପ୍ରଦୂଷଣ କରିଥାଏ । ତେବେ ସାନିଟାରୀ ପ୍ୟାଡର ବିକଳ୍ପ ଭାବରେ ଆପଣ ବ୍ୟବହାର କରିପାରିବେ ମେନଷ୍ଟ୍ରୁରାଲ କପ୍ । ୟୁରୋପିୟାନ ଦେଶଗୁଡିକରେ ଶିକ୍ଷିତ ମହିଳାମାନଙ୍କ କ୍ଷେତ୍ରରେ ଏହାର ବହୁଳ ବ୍ୟବହାର ହେଉଥିବା ବେଳେ ଭାରତରେ ଏହାର ବ୍ୟବହାର ସାଧାରଣତଃ କମ୍ ରହିଛି । ଯଦିଓ ଆମ ଦେଶରେ ଶିକ୍ଷିତ ମହିଳାମାନେ ଏହାକୁ ଆପଣାଇଲେଣି କିନ୍ତୁ ଗ୍ରାମାଞ୍ଚଳରେ ଏବେ ବି ମେନଷ୍ଟ୍ରୁରାଲ କପର ବ୍ୟବହାରକୁ ନେଇ ଭୟ ରହିଛି । ତେବେ ଆସନ୍ତୁ ଜାଣିବା ସାନିଟାରୀ ପ୍ୟାଡଠୁ କେତେ ଗୁଣରେ ଭଲ ମେନଷ୍ଟ୍ରୁରାଲ କପ୍...

Benefits of using Menstrual Cups
Benefits of using Menstrual Cups (getty images)

  • ଜାଣନ୍ତୁ କେତେ ଲାଭଦାୟକ ମେନଷ୍ଟ୍ରୁରାଲ କପ୍‌ର ବ୍ୟବହାର:

୧.ଶାରିରୀକ କାର୍ଯ୍ୟ କରିବାରେ ପଡେନି ଫରକ:

ସାନିଟାରି ପ୍ୟାଡ ବଦଳରେ ମେନଷ୍ଟ୍ରୁରାଲ କପର ବ୍ୟବହାର ଅନେକ ଗୁଣରେ ଲାଭଦାୟକ । ପ୍ରଥମତଃ ଏହା ଆପଣଙ୍କ ଭର୍ଜାଇନା ଭିତରେ ରହୁଥିବାରୁ ଆପଣଙ୍କୁ ପହଁରିବା କିମ୍ବା ଅନ୍ୟ କୌଣସି କାମ କରିବାରେ ଅସୁବିଧା ହେବ ନାହିଁ । ଏଥିରେ ଲିକେଜର ଭୟ ମଧ୍ୟ ନଥାଏ । ସାନିଟାରୀ ପ୍ୟାଡକୁ ବାରମ୍ବାର ବଦଳାଇବାକୁ ପଡିଥାଏ । ଆପଣ ଯଦି ଦୂର ବାଟକୁ ଯାତ୍ରା କରୁଛନ୍ତି ତେବେ ସାନିଟାରୀ ପ୍ୟାଡକୁ ବାରମ୍ବାର ବଦଳାଇବାରେ ଓ ଏହାକୁ ଫୋପାଡିବା କିମ୍ବା ପୋଡିବାରେ ସମସ୍ୟା ହୋଇଥାଏ । କିନ୍ତୁ ଆପଣ ମେନଷ୍ଟ୍ରୁରାଲ କପ୍ ବ୍ୟବହାର କରି ଦୂରବାଟକୁ ଯାତ୍ରା କରିପାରନ୍ତି । ଏହାକୁ ବଦଳାଇବାର କୌଣସି ଟେନସନ ନଥାଏ । ଆଉ ମଧ୍ୟ ଇନଫେକ୍ସନ(ସଂକ୍ରମଣ)ର ସମ୍ଭାବନା ମଧ୍ୟ ଖୁବ କମ ରହିଥାଏ ।

୨.ବଜେଟ ଫ୍ରେଣ୍ଡଲି ମେନଷ୍ଟ୍ରୁରାଲ କପ୍ :

ଏହି ମେନଷ୍ଟ୍ରୁରାଲ କପ୍‌ର ମୂଲ୍ୟ ସାଧାରଣତଃ ୩୦୦- ୪୦୦ରୁ ଆରମ୍ଭ ହୋଇଥାଏ । ଯେଉଁଠି ଆପଣ ସାନିଟାରୀ ପ୍ୟାଡ ପ୍ୟାକେଟ ୩୦ ଟଙ୍କାରେ ମଧ୍ୟ ପାଇପାରିବେ । କିନ୍ତୁ ସାନିଟାରୀ ପ୍ୟାଡକୁ ଆପଣ ମାତ୍ର ଥରେ ବ୍ୟବହାର କରିପାରିବେ ହେଲେ ମେନଷ୍ଟ୍ରୁରାଲ କପ୍ ଓ୍ବାନ ଟାଇମ ଇନଭେଷ୍ଟମେଣ୍ଟ ଭଳି । ଏହାକୁ ଥରେ କିଣି ଆପଣ ୧୦ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଯାହାଦ୍ୱାରା ଆପଣ ପ୍ରତିମାସରେ ସାନିଟାରୀ ପ୍ୟାଡ କିଣିବା ଟେନସନରୁ ମୁକ୍ତ ହୋଇପାରିବେ । ଥରେ ପଇସା ଖର୍ଚ୍ଚ କରି ବର୍ଷ ବର୍ଷ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ ...ଋତୁସ୍ରାବରେ ଅନିୟମିତତା ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ

୩.ପରିବେଶ ପ୍ରଦୂଷଣକୁ ରୋକିଥାଏ ମେନଷ୍ଟ୍ରୁରାଲ କପ୍: କେବଳ ବଜେଟ ଫ୍ରେଣ୍ଡଲି ନୁହେଁ ଏହା ଇକୋ ଫ୍ରେଣ୍ଡଲି ମଧ୍ୟ । କାରଣ ଏହାକୁ ବାରମ୍ବାର ବ୍ୟବହାର କରିହେବ । ଗୋଟିଏ ମେନଷ୍ଟ୍ରୁରାଲ କପ୍ ଆପଣ ଦୀର୍ଘ ବର୍ଷ ଧରି ବ୍ୟବହାର କରିପାରିବେ । ସାନିଟାରୀ ପ୍ୟାଡ ଏଠି ସେଠି ପକାଇବା ଦ୍ୱାରା ଏହାର ଭୟଙ୍କର ପ୍ରଭାବ ମୃର୍ତ୍ତିକା ଓ ପରିବେଶ ଉପରେ ପଡିଥାଏ । ପରିବେଶ ଓ ମୃର୍ତ୍ତିକା ପ୍ରଦୂଷଣ ହୋଇଥାଏ । କିନ୍ତୁ ମେନଷ୍ଟ୍ରୁରାଲ କପ୍ ବ୍ୟବହାର କରି ଆପଣ ସୁସ୍ଥ ପରିବେଶ ସୃଷ୍ଟି କରିପାରିବେ ।

  • ସିଲିକନରେ ତିଆରି ହୋଇଥାଏ ମେନଷ୍ଟ୍ରୁରାଲ କପ୍:

ସିଲିକନରେ ଏହି କପ ତିଆରି ହୋଇଥିବାରୁ ଏହା ବେଶ ନରମ ହୋଇଥାଏ । ଯେଉଁଥିପାଇଁ ଏହାକୁ ବ୍ୟବହାର କରିବାରେ ଆପଣଙ୍କର କୌଣସି ଅସୁବିଧା ହୋଇନଥାଏ ।

  • କିଭଳି ବ୍ୟବହାର କରିବେ ମେନଷ୍ଟ୍ରୁରାଲ କପ୍, ଜାଣିବା ଜରୁରୀ:

ମେନଷ୍ଟ୍ରୁରାଲ କପକୁ ବ୍ୟବହାର କରିବାକୁ ନେଇ ସାଧାରଣତଃ କିଶୋରୀ ଓ ଯୁବତୀମାନଙ୍କ ମଧ୍ୟରେ ଅଧିକ ଭୟ ରହିଥାଏ । କାରଣ ଏହା ଭର୍ଜାଇନାରେ ବ୍ୟବହାର କରାଯାଉଥିବାରୁ ମନରେ ଧାରଣା ଆସେ ଯେ ଏହାକୁ ବ୍ୟବହାର କଲେ ଭର୍ଜିନିଟି ଲସ୍ ହୋଇପାରେ । କିନ୍ତୁ ଏଭଳି ଧାରଣା ଭୁଲ । ଏହାକୁ ବିବାହିତ ଅବାହିତମାନେ ଅତି ସହଜରେ ବ୍ୟବହାର କରିପାରିବେ । ମେନଷ୍ଟ୍ରୁରାଲ କପକୁ ଭି ସେପ ଆକାରରେ କରି ଏହାକୁ ବ୍ୟବହାର କରିପାରିବେ । ୩ରୁ ୪ ଘଣ୍ଟା ପରେ ଏହାକୁ ବାହାର କରି ଏଥିରୁ ବ୍ଲଡ ବାହାର କରିବା ପରେ ଗରମ ପାଣିରେ ହେଉ କିମ୍ବା ପାଣିରେ ଏହାକୁ ଭଲ ଭାବରେ ଧୋଇଦେବେ । ଧୋଇ ସାରିବା ପରେ ପୁନଃ ବ୍ୟବହାର କରିପାରିବେ ।

  • କଣ କୁହନ୍ତି ଡାକ୍ତର:

ମେନଷ୍ଟ୍ରୁରାଲ କପ୍‌ର ବ୍ୟବହାରକୁ ନେଇ ଡାକ୍ତର ବିବେକାନନ୍ଦ ମିଶ୍ର କୁହନ୍ତି ଯେ, ମେନଷ୍ଟ୍ରୁରାଲ କପର ବ୍ୟବହାର ବେଶ ଲାଭଦାୟକ । ପ୍ରଥମତଃ ଏହାକୁ ନିଜ ସୁବିଧା ଅନୁଯାୟୀ ବ୍ୟବହାର କରିପାରିବେ । ଦ୍ୱିତୀୟତଃ ଏଥିରେ ସଂକ୍ରମଣର ଆଶଙ୍କା ବେଶ କମ ରହିଥାଏ । ଆଉମଧ୍ୟ ଏହାକୁ ବ୍ୟବହାର କରି ଯେକୌଣସି କାମ କରିବା ସହଜ ହୋଇଥାଏ ।

  • ମେନଷ୍ଟ୍ରୁରାଲ କପ୍‌ ବ୍ୟବହାରକୁ ନେଇ ସଚେତନତା ସୃଷ୍ଟି କରିବା ଜରୁରୀ:

ଏହାର ବ୍ୟବହାର ଅନେକ ଫାଇଦା ଦେଇଥାଏ । ମନରୁ ଭୟ ଦୂର କରି ମହିଳାମାନେ ସାନିଟାରୀ ପ୍ୟାଡ ବଦଳରେ ମେନଷ୍ଟ୍ରୁରାଲ କପ୍‌ ବ୍ୟବହାର କଲେ ନିଜେ ସୁସ୍ଥ ରହିବା ସହ ପରିବେଶକୁ ମଧ୍ୟ ସୁସ୍ଥ ରଖିପାରିବେ । ତେବେ ସହରାଞ୍ଚଳରେ ମହିଳାମାନେ ଏନେଇ ସଚେତନ ହେଉଥିବା ବେଳେ ଗ୍ରାମାଞ୍ଚଳରେ ବିଭିନ୍ନ ପଥପ୍ରାନ୍ତ ନାଟକ କରି ଏହାର ପ୍ରଚାର ପ୍ରସାର କରିବାର ଆବଶ୍ୟକ ରହିଛି । ଅନେକ ଏନଜିଓ ସଂସ୍ଥା ମଧ୍ୟ ଏନେଇ ଆଗଭର ହେଲେଣି । ବିଭିନ୍ନ ସ୍ଥାନରେ ମହିଳାମାନଙ୍କୁ ଏହାର ଉପଯୋଗିତା ବିଷୟରେ ବୁଝାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 21, 2024, 12:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.