ETV Bharat / state

ନୀତି, ଆଦର୍ଶ ଏବଂ ସମର୍ପଣ ମନୋଭାବ ବାଜପେୟୀଙ୍କୁ କରିଥିଲା ସୁଶାସକ: ମୁଖ୍ୟମନ୍ତ୍ରୀ - GOOD GOVERNANCE DAY

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।

Good Governance Day
Good Governance Day (ETV BHARAT ODISHA)
author img

By ETV Bharat Odisha Team

Published : Dec 26, 2024, 10:27 AM IST

ଭୁବନେଶ୍ବର: ''ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ଦେବୋପମ ବ୍ୟକ୍ତି । ଜୀବନର ଗଭୀରତା, ସଦଗୁଣ ଓ ଆଦର୍ଶ ଅଟଳଙ୍କୁ ଦେବତାଙ୍କ ସହିତ ତୁଳନୀୟ କରିଥିଲା । ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର । ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ । ତାଙ୍କର ରାଜନୈତିକ ବିରୋଧୀ ଥିଲେ, କିନ୍ତୁ, କେହି ଶତ୍ରୁ ନଥିଲେ । ତେଣୁ ସେ ଥିଲେ ଅଜାତଶତ୍ରୁ'' । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି ।

'ବାଜପେୟୀ ଥିଲେ ଜଣେ ଯୁଗପୁରୁଷ':

ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ OUAT କୃଷି ସେବା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତବର୍ଷର ରାଜନୈତିକ ଇତିହାସରେ ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ବାଜପେୟୀ ଥିଲେ ଜଣେ ଯୁଗପୁରୁଷ । ବିଂଶ ଶତାବ୍ଦୀର ଶେଷ ଭାଗ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଦେଶର ନେତୃତ୍ୱ ନେଇ ସାରା ଦେଶକୁ ଏକ ନୂଆ ଦିଗଦର୍ଶନ ଦେଇଥିଲେ । ଦେଶର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସଫଳ ନେତୃତ୍ୱ ହିଁ ପ୍ରମାଣିତ କରିଥିଲା, ଏକବିଂଶ ଶତାବ୍ଦୀ ହେବ ଭାରତର ଶତାବ୍ଦୀ । ତାଙ୍କ ଶାସନରେ ଦେଶର ବିକାଶର ଗତି ଏକ ନୂତନ ଶିଖର ଛୁଇଁ ଥିଲା । ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶ ତାଙ୍କ ଶାସନର ଏକ ଉଜ୍ଜ୍ୱଳ ଅଧ୍ୟାୟ ଥିଲା ।

Good Governance Day
Good Governance Day (ETV BHARAT ODISHA)

''ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନଥିଲେ''

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଭାରତର ବିକାଶର ଇତିହାସ ବାଜପେୟୀଙ୍କ ସମୟରୁ ଆରମ୍ଭ । ଭିତ୍ତିଭୂମି ବିକାଶର ଏକ ନୂତନ ଅୟମାରମ୍ଭ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭାରତର ଚାରି ମହାନଗରୀକୁ ଯୋଡି ସେ ବିକାଶକୁ ଏକ ନୂଆ ଗତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେ ଦେଶର ଗାଁ ଗୁଡିକରେ ସିମେଣ୍ଟ କଂକ୍ରିଟ ରାସ୍ତା କରି ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିଥିଲେ । ବାଜପେୟୀଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଗାଁ'ର ପରିବେଶ ଓ ଗ୍ରାମ୍ୟ ଅର୍ଥନୀତିରେ ଏକ ବ୍ୟାପକ ପରିବର୍ତ୍ତନ ଆଣି ପାରିଛି । ସେ ଥିଲେ ଜଣେ ସର୍ବ ମାନ୍ୟ ନେତା । ନିଜ ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନଥିଲେ । ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ଜାତିସଂଘରେ ପାକିସ୍ତାନର ଚାଲକୁ ପ୍ରତିହତ କରିବାରେ ସଫଳ ହୋଇଥିଲେ । ୧୯୯୯ ରେ ସରକାର ବଞ୍ଚାଇବା ପାଇଁ ସେ ରାଜନୈତିକ ମୂଲ୍ୟବୋଧ ସହିତ ସାଲିସ କରି ନଥିଲେ । ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ ନିଜ ନୀତି ଆଦର୍ଶ କିମ୍ବା ବାବା ସାହେବଙ୍କ ପ୍ରଣିତ ସମ୍ବିଧାନର ଆତ୍ମାର ସୁରକ୍ଷା ପାଇଁ ନିଜ ସରକାରକୁ କେବଳ ଗୋଟି ଭୋଟ ପାଇଁ ଉତ୍ସର୍ଗ କରିଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବାଜପେୟୀଙ୍କ ସ୍ମୃତିରେ ରାଜ୍ୟବ୍ୟାପୀ ପ୍ରତିମୂର୍ତ୍ତି ଉନ୍ମୋଚନ, ସମ୍ବଲପୁରରେ ‘ଅଟଳ ଛକ’ ନାମକରଣ - VAJPAYEE BIRTH ANNIVERSARY

''ବାଜପେୟୀଙ୍କ ପାଇଁ ଦେଶର ସ୍ୱାର୍ଥର ସୁରକ୍ଷା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ''

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତୃତ୍ଵ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଅନ୍ୟ ବିରୋଧୀ ଦଳଙ୍କୁ ଆକର୍ଷିତ କରିଥିଲା । ଭାରତରେ ଏକ ନୂଆ ପ୍ରକାର ରାଜନୀତିର ଅଭ୍ୟୁଦୟ ହୋଇଥିଲା । ବିଭିନ୍ନ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳଙ୍କୁ ନେଇ ଦେଶ ପାଇଁ ଗଠନମୂଳକ କାର୍ଯ୍ୟ କରିବାର କଳା, କୌଶଳ ତାଙ୍କର ଥିଲା । ବାଜପେୟୀଙ୍କ ନେତୃତ୍ୱରେ ପୋଖରନରେ ପରମାଣୁ ପରୀକ୍ଷଣ, କାରଗିଲ ଯୁଦ୍ଧରେ ବିଜୟ ଦୃଢ଼ ପଦକ୍ଷେପ । ୧୯୯୯ର କାରଗିଲ ବିଜୟ ତାଙ୍କ ଦୃଢ ନେତୃତ୍ୱର ପରିଚୟ ଦିଏ । ଦେଶର ଅଖଣ୍ଡତା ପାଇଁ ସେ ଦୃଢ ନେତୃତ୍ୱ ପ୍ରଦର୍ଶନ କରିଥିବା ବେଳେ ଶାନ୍ତି ସ୍ଥାପନ ପାଇଁ ଟିକିଏ ଅଧିକା ମାଇଲ ଚାଲିବାକୁ ସେ ପଛେଇ ଯାଉନଥିଲେ । ପାକିସ୍ତାନ ସହିତ ଶାନ୍ତି ସ୍ଥାପନ ପାଇଁ ସେ ପାକିସ୍ତାନ ଯାତ୍ରା କରିଥିଲେ । ପାକିସ୍ତାନ ରାଷ୍ଟ୍ରମୁଖ୍ୟଙ୍କୁ ଭାରତ ମଧ୍ୟ ଆମନ୍ତ୍ରଣ କରିଥିଲେ । କିନ୍ତୁ, ଆବଶ୍ୟକ ହେଲେ କଠୋରରୁ କଠୋରତମ ପଦକ୍ଷେପ ନେବା ପାଇଁ ସେ ତିଳେମାତ୍ର ପଛଉ ନଥିଲେ । ତାଙ୍କ ପାଇଁ ଦେଶର ସ୍ୱାର୍ଥର ସୁରକ୍ଷା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ନୀତି, ଆଦର୍ଶ ଏବଂ ଜନତାଙ୍କ ପ୍ରତି ସମର୍ପଣ ମନୋଭାବ ତାଙ୍କୁ ଦେଶର ଏକ ଅଦ୍ୱିତୀୟ ନେତା ଓ ସୁଶାସକର ପରିଚୟ ଦେଇଥିଲା ।

Good Governance Day
Good Governance Day (ETV BHARAT ODISHA)

''୧୯୯୯ର ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଆଶାର ଆଲୋକ ଦେଖାଇଥିଲେ''

ସ୍ୱର୍ଗତ ବାଜପେୟୀଙ୍କର ଓଡିଶା ପ୍ରତି ଅନେକ ଅବଦାନ ରହିଛି । ୧୯୯୯ର ମହାବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ଓଡିଶା ହତାଶା ମଧ୍ୟରେ ଗତି କରୁଥିଲା । ବାଜପେୟୀ ଓଡିଶା ଆସି ପ୍ରତ୍ୟେକ ଓଡିଶାବାସୀଙ୍କୁ ଆଶାର ଆଲୋକ ଦେଖାଇଥିଲେ । ଓଡିଶାର ବିକାଶ ପାଇଁ ଅର୍ଥର କୌଣସି ଅଭାବ ରହିବ ନାହିଁ ବୋଲି କହିଥିଲେ । ବାଜପେୟୀଙ୍କ ଆଶ୍ୱାସନା ଲୋକଙ୍କ ଭିତରେ ଭରସା ସୃଷ୍ଟି କରିଥିଲା । ବାଜପେୟୀ ଏହାକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ୩୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଥିଲେ । ଏହା ବ୍ୟତିତ ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ୭ ଲକ୍ଷ ଘର ନିର୍ମାଣ ପାଇଁ ଅର୍ଥ ଅନୁମୋଦନ କରିଥିଲେ । କେବଳ ସେତିକି ନୁହେଁ, ପାରାଦୀପରେ ଇଣ୍ଡିଆନ ଅଏଲ କର୍ପୋରେସନ ଦ୍ୱାରା ଏକ ରେଫିନାରୀ ସ୍ଥାପନ ଓ ଭୁବନେଶ୍ୱରରେ ଏମ୍ସ ସ୍ଥାପନ ପାଇଁ ମଧ୍ୟ ସେ ଭିତ୍ତିପ୍ରସ୍ତର ରଖିଥିଲେ । ଏହା ସହିତ ୨୦୦୩ ମସିହାରେ ଇଷ୍ଟକୋଷ୍ଚ ମଧ୍ୟ ସ୍ଥାପନ ହୋଇଥିଲା । ବାଜପେୟୀଙ୍କ ସମୟରେ ହିଁ ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଯାଇ ଦେଶର ଏକ ସରକାରୀ ଭାଷାର ମର୍ଯ୍ୟଦା ଦିଆଯାଇଥିଲା ।

Good Governance Day
Good Governance Day (ETV BHARAT ODISHA)
''ଓଡ଼ିଶାରେ ଆମ ସରକାର ମାତ୍ର ୬ ମାସ ପୂରଣ କରିଛି''

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, '' ଓଡ଼ିଶାରେ ଆମ ସରକାର ମାତ୍ର ୬ ମାସ ପୂରଣ କରିଛି । କିନ୍ତୁ ଲୋକଙ୍କୁ ସୁଶାସନ ଦେବାରେ ଆମେ ଗୋଟିଏ ମିନିଟ ମଧ୍ୟ ନଷ୍ଟ କରିନାହୁଁ । ସୁଶାସନର ଏକ ବଡ଼ ଆବଶ୍ୟକତା ହେଉଛି ଲୋକଙ୍କ ଭରସା । ନିର୍ବାଚନ ସମୟରେ ଆମେ ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ସବୁ ପ୍ରତିଶ୍ରୁତିକୁ ଗୋଟି ଗୋଟି କରି ପୂରଣ କରି ଚାଲିଛୁ । ଯେଉଁ ଦିନ ସରକାର ଗଠନ ହେଲା, ସେହି ଦିନ ହିଁ କ୍ୟାବିନେଟ୍ ବସାଇ ଆମେ ଚାରିଟି ମୁଖ୍ୟ ନିଷ୍ପତ୍ତି ନେଇଥିଲୁ । ସରକାର ଗଠନର ୬ ମାସ ମଧ୍ୟରେ ସେହି ଚାରିଟି ଯାକ ନିଷ୍ପତ୍ତି କାର୍ଯ୍ୟକାରୀ କରିଛୁ । ଶ୍ରୀମନ୍ଦିର'ର ୪ ଦ୍ଵାର ଖୋଲିବା, ଶ୍ରୀମନ୍ଦିର’ର ଉନ୍ନତି ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ସହିତ ସୁଭଦ୍ରା ଯୋଜନାରେ ମା’ ମାନଙ୍କୁ ୫୦ ହଜାର ଟଙ୍କା ପ୍ରଦାନ ଓ ଚାଷୀ ଭାଇଙ୍କୁ ୮୦୦ ଟଙ୍କା ଇନପୁଟ ସହାୟତା ପ୍ରଦାନ ପ୍ରତିଶ୍ରୁତି କାର୍ଯ୍ୟକାରୀ କରିଛୁ । ଲୋକଙ୍କ ଭିତରେ ସରକାରଙ୍କ ଉପରେ ଭରସା ସୃଷ୍ଟି ହୋଇ ପାରିଛି । ଲୋକ ଅନୁଭବ କରୁଛନ୍ତି, ଯେ ସରକାରଙ୍କ କଥା ଓ କାମ ସମାନ । ''

Good Governance Day
Good Governance Day (ETV BHARAT ODISHA)

''ଓଡ଼ିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ‘ଭିଜନ ଡକୁମେଣ୍ଟ’ ମଧ୍ୟ ପ୍ରସ୍ତୁତ''

ସରକାର ଗଠନର ପ୍ରଥମ ଦିନରୁ ହିଁ ମୁଁ ନିଜେ ଲୋକଙ୍କୁ ନିୟମିତ ଭାବେ ଭେଟୁଛି । ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେଉଛି । ପ୍ରତି ସୋମବାର ଦିନ ମୁଁ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମାନେ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କୁ ଶୁଣି ତାଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଉଛୁ । ଆମ ପାଇଁ ଖୁସିର କଥା, ଆମ ସରକାର 'ଲୋକଙ୍କ ସରକାର ଭାବରେ ସୁନାମ ଅର୍ଜନ କରିଛି । ଗୋଟିଏ ନୂଆ ସରକାର ପାଇଁ ଏହା କିଛି କମ ଉପଲବ୍ଧି ନୁହେଁ । ଆମ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି । କେବଳ ସେତିକି ନୁହେଁ, ଓଡ଼ିଶାର ଲୋକଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏକ ‘ଭିଜନ ଡକୁମେଣ୍ଟ’ ମଧ୍ୟ ପ୍ରସ୍ତୁତ କରୁଛୁ । ବାଜପେୟୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ସୁଶାସନ ପାଇଁ ଆମର ଏହି ସଂକଳ୍ପ ଓ କାର୍ଯ୍ୟାବଳୀ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ।

Good Governance Day (ETV BHARAT ODISHA)

ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ କହିଛନ୍ତି, "ବାଜପେୟୀ ଥିଲେ ଦେଶର ଶ୍ରେଷ୍ଠ ପୁରୁଷ । ତାଙ୍କର ସୁଶାସନ ପାଇଁ ଦେଶ ଆଜି ବି ତାଙ୍କର ପୁନର୍ଜନ୍ମକୁ ଚାହିଁ ରହିଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, "ବାଜପେୟୀଙ୍କ ଜୀବନୀ ଓ ଆଦର୍ଶରୁ ଆମକୁ ବହୁତ କିଛି ଶିଖିବାର ଅଛି । ବିକାଶ ଓ ପ୍ରଗତିର ଏକମାତ୍ର ମାଧ୍ୟମ ହେଉଛି ସୁଶାସନ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ କହିଛନ୍ତି, "ସେବା ଭାବ, ସମ୍ବେଦନଶୀଳତା ଓ ଉତ୍ତଦାୟିତା ମାଧ୍ୟମରେ ବାଜପେୟୀ ସୁଶାସନ ପ୍ରତିଷ୍ଠା କରିଥିଲେ । ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଛନ୍ତି । ବାଜପାୟୀଙ୍କ ଜୟନ୍ତୀକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରାଯାଇ ଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଫଟୋଚିତ୍ର ପ୍ରଦର୍ଶନୀ ଦେଖିଛନ୍ତି । ଭାରତ ରତ୍ନ ଅଟଳ ବିହାରୀ ଓ ସାମାଜିକ ସମଦର୍ଶିତା ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଏକ ଦେଶାତ୍ମବୋଧକ କବିତା ପାଠୋତ୍ସବ କାର୍ଯ୍ୟକ୍ରମର ଆୟୋଜନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.