ହାଇଦ୍ରାବାଦ: ବିଶ୍ବର ସର୍ବବୃହତ୍ତ ଫିଲ୍ମ ସିଟି ରାମୋଜୀ ଫିଲ୍ମ ସିଟି (ଆରଏଫସି)ରେ ପାଳିତ ହେଲା 76ତମ ସାଧାରଣତନ୍ତ୍ର ଦିବସ । RFCର ପରିଚାଳନା ନିର୍ଦ୍ଦେଶିକା (ଏମଡି) ବିଜୟେଶ୍ୱରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖ କ୍ୟାରମ୍ ଗାର୍ଡେନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସୁରକ୍ଷାକର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ରାମୋଜୀ ଗ୍ରୁପର ବିଭିନ୍ନ ସଂସ୍ଥା ଓ କମ୍ପାନୀର କାର୍ଯ୍ୟକର୍ତ୍ତା, ବରିଷ୍ଠ ଅଧିକାରୀ ଓ ଶତାଧିକ ସଂଖ୍ୟାରେ କର୍ମଚାରୀମାନେ ସାମିଲ ହୋଇଥିଲେ ।
- ସାମିଲ ହେଲେ ରାମୋଜୀ ଗ୍ରୁପର ବରିଷ୍ଠ ଅଧିକାରୀ ଓ କର୍ମଚାରୀ
କାର୍ଯ୍ୟକ୍ରମରେ ଆରଏଫସି ନିର୍ଦ୍ଦେଶିକା କୀର୍ତ୍ତି ସୋହନା, ଇଟିଭି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବାପିନେଡୁ, UKML ନିର୍ଦ୍ଦେଶକ ଶିଭା ରାମକ୍ରୀଷ୍ଣନ, ପ୍ରସାର ବିଭାଗୀୟ ଉପାଧ୍ୟକ୍ଷ ଏ.ଭି ରାଓ ପ୍ରମୁଖ ସାମିଲ ହୋଇଥିଲେ । ଇଟିଭି, ଇଟିଭି ଭାରତ ଓ ଇନାଡୁ ଖବର କାଗଜ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିଥିଲେ । ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ ପରେ ମୁଖ୍ୟ ଅତିଥି ସୁରକ୍ଷାକର୍ମୀଙ୍କଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଫିଲ୍ମ ସିଟି ପରିସରରେ ଏକ ଜାତୀୟତାବୋଧ ପରିବେଶ ସୃଷ୍ଟି ହୋଇଥିଲା । ସଂଧ୍ୟାରେ ସୂର୍ଯ୍ୟାସ୍ତ ପୂର୍ବରୁ ଜାତୀୟ ପତାକାକୁ ଅବତରଣ କରାଯାଇଛି ।
- ପୂର୍ବରୁ ପତାକା ଉତ୍ତୋଳନ କରିଆସୁଥିଲେ ରାମୋଜୀ ରାଓ
ପୂର୍ବରୁ ରାମୋଜୀ ଗ୍ରୁପର ମୁଖ୍ୟ ଭାବେ ସି.ରାମୋଜୀ ରାଓ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ପରି ଜାତୀୟ ଦିବସରେ ମୁଖ୍ୟଅତିଥି ଭାବେ ଅଂଶ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରୁଥିଲେ । ଗତବର୍ଷ ରାମୋଜୀ ଦେହାନ୍ତ ପରେ ପ୍ରଥମ ଥର ଫିଲ୍ମସିଟିରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି । ଫିଲ୍ମସିଟିର ପରିଚାଳନା ନିର୍ଦ୍ଦେଶିକା ବିଜୟେଶ୍ବରୀ ରାମୋଜୀ ରାଓଙ୍କ ଭୂମିକା ଗ୍ରହଣ କରି ପୂର୍ବ ପରମ୍ପରା ବଜାୟ ରଖିବା ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ