ହାଇଦ୍ରାବାଦ: ଏୟାରଟେଲ ପରେ ରିଲାଏନ୍ସ ଜିଓ ଟେଲିକମ ରେଗୋଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ (TRAI)ର ନିର୍ଦ୍ଦେଶ ପରେ ନୂଆ କରି ଲଞ୍ଚ କରିଥିବା କେବଳ ଭଏସ କଲିଂ ଓ SMS ପ୍ଲାନର ଦାମକୁ କମ କରିଛି । ଯେଉଁ ୟୁଜରମାନେ ଡେଟାର ଆବଶ୍ୟକତା କରୁନାହାନ୍ତି ସେମାନଙ୍କ ଲାଗି କେବଳ କଲିଂ ଓ ଏସଏମଏସ ଭାଉଚର ଆଣିବାକୁ ଟ୍ରାଇ ନିର୍ଦ୍ଦେଶ ଦେଇଥିଲା । ଏହାପରେ ଜିଓ ଅନ୍ୟ ଅପରେଟରଙ୍କ ପରି ପ୍ଲାନ ଆଣିଥିଲା । କିନ୍ତୁ ଟ୍ରାଇ ଏହି ପ୍ଲାନକୁ ସମୀକ୍ଷା କରିବା ପରେ ଦର କମାଇବାକୁ ନିର୍ଦ୍ଦେଶ ଦେବା ପରେ ଜିଓ ଦାମ କମାଇଛି ।
Jioର ସଂଶୋଧିତ କଲିଂ ଓ SMS ପ୍ଲାନ
ରିଲାଏନ୍ସ ଜିଓ କେବଳ ଭଏସ କଲିଂ ଓ ଏସଏମଏସ ଲାଗି ଦୁଇଟି ପ୍ଲାନ ଲଞ୍ଚ କରିଥିଲା । 84 ଦିନିଆ ପ୍ଲାନର ଦାମ 458 ଟଙ୍କା ଥିବା ବେଳେ ଦ୍ବିତୀୟ ପ୍ଲାନଟିର ବୈଧତା 365 ଦିନ ଥିଲା ଓ ଏହାର ଦାମ 1958 ଟଙ୍କା ଥିଲା । ଏହି ପ୍ଲାନକୁ କମ୍ପାନ ସଂଶୋଧିତ କରି ନୂଆ ଦୁଇଟି ପ୍ଲାନ Rs 448 ଓ Rs 1748 ପ୍ଲାନ ଆଣିଛି ।
- Rs 448 ପ୍ଲାନ: ଏହି ପ୍ଲାନର ବୈଧତା 84 ଦିନ ବା ପାଖାପାଖି 3ମାସ ସମୟ ରହିଛି । ଏଥିରେ ଅନଲିମିଟେଡ କଲିଂ, 1000 ପର୍ଯ୍ୟନ୍ତ ମାଗଣା SMS ସୁବିଧା ମିଳିବ । ଏହାବାଦ ଅତିରିକ୍ତ ସୁବିଧା ଭାବେ JioTV, JioCinema ଓ JioCloudର ସବସ୍କ୍ରିପସନ ମିଳିବ ।
- Rs 1748 ପ୍ଲାନ: ଏହି ପ୍ଲାନର ବୈଧତା କମ୍ପାନୀ 365 ଦିନ ପରିବର୍ତ୍ତେ 336 ଦିନ ରହିଛି । ଏଥିରେ ଅନଲିମିଟେଡ କଲିଂ ଓ 3600 ପର୍ଯ୍ୟନ୍ତ ମାଗଣା SMS ସୁବିଧା ମିଳିବ । ଏହାବାଦ ଅତିରିକ୍ତ ସୁବିଧା ଭାବେ JioTV, JioCinema ଓ JioCloudର ସବସ୍କ୍ରିପସନ ମିଳିବ ।
କେବଳ ଭଏସ କଲିଂ ଓ SMS ପ୍ଲାନ | ||||||
ଅପରେଟରର ନାଁ | ପ୍ଲାନ ଦାମ | ବୈଧତା | ଅନଲିମିଟେଡ କଲିଂ | SMS | ଅତିରିକ୍ତ ସୁବିଧା | ପ୍ରତି ଦିନ ପିଛା ଖର୍ଚ୍ଚ |
Jio | ₹448 | 84 ଦିନ | ହଁ | 1000 | JioTV, JioCinema,JioCloud ସବସ୍କ୍ରିପସନ | 5ଟଙ୍କା |
₹1748 | 336 ଦିନ | ହଁ | 3600 | JioTV, JioCinema,JioCloud ସବସ୍କ୍ରିପସନ | 5ଟଙ୍କା 20 ପଇସା | |
Airtel | ₹469 | 84 ଦିନ | ହଁ | 900 | ଏୟାରଟେଲ ରିୱାର୍ଡ୍ସ (Apollo 24/7 Circle, ଫ୍ରି ହେଲୋ ଟ୍ୟୁନ) | 5ଟଙ୍କା 6 ପଇସା |
₹1849 | 365 ଦିନ | ହଁ | 3600 | ଏୟାରଟେଲ ରିୱାର୍ଡ୍ସ (Apollo 24/7 Circle, ଫ୍ରି ହେଲୋ ଟ୍ୟୁନ) | 5ଟଙ୍କା 58 ପଇସା | |
Vodafone-Idea | ₹1460 | 270 ଦିନ | ହଁ | 100 | କୌଣସି ଅତିରିକ୍ତ ସୁବିଧା ନାହିଁ | 5ଟଙ୍କା 48 ପଇସା |
Airtelର ସଂଶୋଧିତ ପ୍ଲାନ
Rs 469 ପ୍ଲାନ
ବୈଧତା 84 ଦିନ ବା ପାଖାପାଖି 3ମାସ ।
ଅନଲିମିଟେଡ୍ ଭଏସ କଲିଂ, ମାଗଣା ନ୍ୟାସନାଲ ରୋମିଂ ଓ 900 ପର୍ଯ୍ୟନ୍ତ ମାଗଣା SMS
Rs 1849 ପ୍ଲାନ
ବୈଧତା 365 ଦିନ ବା 1ବର୍ଷ
ଅନଲିମିଟେଡ୍ ଭଏସ କଲିଂ, ମାଗଣା ନ୍ୟାସନାଲ ରୋମିଂ, 3600 ପର୍ଯ୍ୟନ୍ତ ମାଗଣା SMS
Viର ପ୍ଲାନ
ଭୋଡାଫୋନ-ଆଇଡିଆ କେବଳ ଭଏସ କଲିଂ ଓ ଏସଏମଏସ ଲାଗି ମାତ୍ର ଗୋଟିଏ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନର ଦାମ 1460 ଟଙ୍କା ରହିଛି । ଯେଉଁଥିରେ ୟୁଜରଙ୍କୁ ଅନଲିମିଟେଡ ଭଏସ କଲିଂ ଓ 100 SMS ସୁବିଧା ମିଳିବ । ଏହି ପ୍ଲାନର ବୈଧତା 270 ଦିନ ରହିଛି । ଏହାର ଅର୍ଥ ପୁରା ବର୍ଷରେ 95 ଦିନ ବା ପ୍ରାୟ 3 ମାସ କମ ଭ୍ୟାଲିଡିଟି ରହିବ । କମ୍ପାନୀ ପୂର୍ବରୁ ଏହି ପ୍ଲାନକୁ ଲଞ୍ଚ କରିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ କରିନାହିଁ । କିନ୍ତୁ ଜିଓ ଏବଂ ଏୟାରଟେଲ ନିଜ ପ୍ଲାନରେ ସଂଶୋଧିତ କରିଛନ୍ତି ।