ETV Bharat / state

୩ ଦିନ ହେଲା ପଡିରହିଛି ଧାନ, ରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ - DHENKANAL PADDY PROCUREMENT

ଢେଙ୍କାନାଳରେ ଧାନ କିଣା ବନ୍ଦ । ବଢୁଛି ଚାଷୀ ଅସନ୍ତୋଷ । ଧାନବସ୍ତା ଧରି ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଏପଟେ ମନ୍ତ୍ରୀ କହିଲେ ଆଲୋଚନା ଚାଲିଛି ।

Farmers Protest Over Disruptions In Paddy Procurement
Farmers Protest Over Disruptions In Paddy Procurement (ETV Bharat Odisha)
author img

By ETV Bharat Odisha Team

Published : Jan 26, 2025, 10:02 PM IST

ଢେଙ୍କାନାଳ: ୩ ଦିନ ଧରି ବନ୍ଦ ରହିଛି ଧାନ ମଣ୍ଡି । ଫଳରେ ଶୀତ କାକରରେ ମଣ୍ଡିରେ ପଡ଼ି ରହିଛନ୍ତି ଚାଷୀ । ଢେଙ୍କାନାଳରେ ଧାନର ‘ଏଫଏକ୍ୟୁ’ ମାନ ଓ କଟନୀ ଛଟନୀକୁ ନେଇ ବିବାଦ ଆରମ୍ଭରୁ ଚାଲିଥିବା ବଳେ ବିଭାଗୀୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୨ଟି ମିଲର ଉପରେ ଚଢ଼ାଉକୁ ନେଇ ବିବାଦ ଉଗ୍ରରୂପ ନେଇଛି । ଫଳରେ ବିଭାଗୀୟ ଯୋଗାଣ ମନ୍ତ୍ରୀ ଓ ମିଲର ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଧନ କିଣାରୁ ରାଇସ ମିଲରମାନେ ଓହରି ଯାଇ ଆଉ ଧାନ କିଣିବେ ନାହିଁ ବୋଲି ଧର୍ମଘଟ ଆରମ୍ଭ କରିଛନ୍ତି । ଫଳରେ ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ତାରିଖରୁ ଧାନ କିଣା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଧନ କିଣା ବନ୍ଦ ହେବା ଆଜି ୩ ଦିନରେ ପହଞ୍ଚିଛି । ଯାହାକୁ ନେଇ ଜିଲ୍ଲାବ୍ୟାପୀ ଚାଷୀମାନେ ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

  • ମଣ୍ଡିରେ ପଡିରହିଛି ଧାନ:

ତେବେ ଢେଙ୍କାନାଳରେ ଗତ ୩ ଦିନ ଧରି ଧାନମଣ୍ଡି ବନ୍ଦ ରହିଛି । ବିଭିନ୍ନ ମଣ୍ଡିକୁ ଆସି ବନ୍ଦ ଯୋଗୁଁ ଫେରୁଥିବାରୁ ଚାଷୀ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଗୋଟିଏ ପଟରେ ସରକାରଙ୍କ ପକ୍ଷରୁ ଧାନ କୁଇଣ୍ଟାଲ ୩୧ ଶହ ଟଙ୍କା ଘୋଷଣା । ଏପଟେ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ନଷ୍ଟ ହୋଇଥିବାରୁ ଧାନର ମାନ ବା ଏଫଏକ୍ୟୁକୁ ନେଇ ପ୍ରଶ୍ନବାଚୀ ହୋଇଥିଲା । ଏପରିସ୍ଥିତିରେ ଚାଷୀମାନେ ମିଲର ସହିତ ସହମତି ଭିତ୍ତିରେ ୫ରୁ୬ କେଜି କାଟି ସୁରୁଖୁରୁରେ ଧାନ ଦେଉଥିଲେ । ଧାନ କିଣା ଠିକରେ ଚାଲିଥିବା ବେଳେ ପୁଣି କାହିଁକି ବନ୍ଦ ରହିଲା ବୋଲି ପ୍ରଶ୍ନ ଉଠାଇଛନ୍ତି ଚାଷୀ । ଏପରିକି ଧାନ କିଣା ନହେଲେ ସୋମବାର ଠାରୁ ଧାନ ବସ୍ତା ଧରି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି ।

Farmers Protest Over Disruptions In Paddy Procurement (ETV Bharat Odisha)
  • ଖୁବଶୀଘ୍ର ହେବ ଧନ କିଣା:

ସେପଟେ ଆଜି ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ପ୍ରତିକ୍ରିୟାରେ ରଖିବାକୁ ଯାଇ ଆମେ ମିଲରଙ୍କ ସହିତ ଆଲୋଚନା କରୁଛୁ ଓ ଖୁବଶୀଘ୍ର ପୁଣି କିଣା ହେବ ବୋଲି କହିଛନ୍ତି । ସେପଟେ ମିଲରମାନଙ୍କ ସହିତ ପ୍ରଥମ ଥର ଆଲୋଚନା ସରିଛି ଓ ଦ୍ୱିତୀୟ ଥର ଆଲୋଚନା ହେବାକୁ ଯାଉଛି । ଆମେ ଚେଷ୍ଠା କରୁଛୁ କିପରି ପୁଣି ଶୀଘ୍ର ଧାନ କିଣା ହେବ ବୋଲି ପ୍ରକାଶ କରିଛନ୍ତି ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ।

  • ରାଜରାସ୍ତକୁ ଓହ୍ଲାଇବାକୁ ଚେତାବନୀ:

ଏନେଇ ଚାଷୀ ପ୍ରହଲ୍ଲାଦ ଦେହୁରୀ କହିଛନ୍ତି, "୪ ମାସ ହେବ ଧାନକୁ କାଟି ଥୋଇଛୁ। ହେଲେ ଧାନ କେହି ନେଉ ନାହାନ୍ତି । ସରକାର ଆଗରୁ କ୍ବିଣ୍ଟାଲ ପିଛା ୪ କିଗ୍ରା ଧାନ କଟି ନେଉଥିବା ବେଳେ ଏବେ ୬ କିଲୋ କଟାଯାଉଛି । ଏଥିରେ ଆମେ ରାଜି ହେବା ପରେ ମଧ୍ୟ ଧାନ ନେଉନାହାନ୍ତି । ଯଦି ଧାନ ନ ନେବେ ଆମେ ବାଧ୍ୟ ହୋଇ ରାଜରାସ୍ତକୁ ଓହ୍ଲାଇବୁ ।"

ଏହା ମଧ୍ୟ ପଢ଼ନ୍ତୁ...ଧାନ ମଣ୍ଡି ବାତିଲକୁ ନେଇ ତାତିଲେ ନିଆଳି ଚାଷୀ

ଏହା ମଧ୍ୟ ପଢ଼ନ୍ତୁ...ମଣ୍ଡିରୁ ଉଠୁନି ଧାନ, ୧୧ ମିଲରଙ୍କୁ କାରଣ ଦର୍ଶାଅ ନୋଟିସ୍‌

  • ମିଲରଙ୍କ ସହ ଆଲୋଚନା:

ଏନେଇ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, "ଆଲୋଚନା ଚାଲିଛି । ସୋମବାର ଠାରୁ ଧାନ କିଣି ଆରମ୍ଭ ହେବ ।" ସେପଟେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ କହିଛନ୍ତି, "ମିଲରମାନଙ୍କ ସହ ଆଲୋଚନା ଚାଲିଛି । ଆଶା କରୁଛୁ ଖୁବଶୀଘ୍ର ଏହାର ସମାଧାନର ବାଟ ବାହାରିବ ।"

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.