ଭୁବନେଶ୍ବର: ସମୟ ବଦଳିବା ସହ ଆମ ଜୀବନଶୈଳୀରେ ଅନେକ କିଛି ପରିବର୍ତ୍ତନ ଆସୁଛି । ପରିବର୍ତ୍ତନ ସହ ଶରୀରର ଯତ୍ନ ନେବା ନିହାତି ଆବଶ୍ୟକ । କିଛି ଅବହେଳା କାରଣରୁ ବଡ଼ ବଡ଼ ରୋଗରେ ପୀଡ଼ିତ ହେବାର ଆଶଙ୍କା ରହିଛି । ତେବେ ଆମ ଶରୀରରେ କିଡ଼ନୀ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏହାର ଯତ୍ନ ନେବା ଅତ୍ୟନ୍ତ ଆବଶ୍ୟକ । ଅତ୍ୟଧିକ ପେନକିଲର ମେଡିସିନ ସେବନ କିଡନୀ ରୋଗର ପ୍ରମୁଖ ସମସ୍ୟା । ଏ ସମ୍ପର୍କରେ କିଡ଼ନୀ ବିଶେଷଜ୍ଞ କ'ଣ କହୁଛନ୍ତି, କିପରି କିଡନୀର ଯତ୍ନ ନେବା ଆବଶ୍ୟକ ଏବଂ କିଡନୀ ରୋଗୀଙ୍କ ସଂଖ୍ୟା ନେଇ ଓଡ଼ିଶାରେ ସ୍ଥିତି କିପରି ରହିଛି ଆସନ୍ତୁ ଜାଣିବା ।
ବ୍ୟସ୍ତବହୁଳ ଜୀବନଶୈଳୀରେ ପରିବର୍ତ୍ତନ:
ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ସାଧାରଣ ଲୋକଟିଏ ଠିକ୍ ଭାବରେ ସ୍ବାସ୍ଥ୍ୟର ଯତ୍ନ ନେବାରେ ନେବାରେ ଅନେକ ସମସ୍ୟାରେ ପଡ଼ିଥାଏ। ଅନେକ ମଧ୍ୟ ଏହାକୁ ଅଣଦେଖା କରିଥାନ୍ତି। ଯାହା ଫଳରେ କି ଅବହେଳା ପାଇଁ ଶରୀର ପାଇଁ ବଡ ବିପଦ ଆଣିଥାଏ । ଯାହା ଫଳରେ ଜଣେ ବ୍ୟକ୍ତି ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହୋଇଥାନ୍ତି । କିଡନୀ ହେଉଛି ଆମ ଶରୀର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହା ମୂତ୍ର ଜରିଆରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହାର କରି ଶରୀରକୁ ସୁସ୍ଥ ରଖିଥାଏ। କିଡ଼ନୀ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଅତ୍ୟଧିକ ପାଣି ପିଇଲେ କିଡ଼ନୀ ଉପରେ ପ୍ରଭାବ ପଡ଼ିଥାଏ।
|
ଡାକ୍ତର ମାନସ କହିଛନ୍ତି, "ଆମ ଶରୀରରେ ଦୁଇଟି କିଡ଼ନୀ ରହିଛି । ଜଣେ ବ୍ୟକ୍ତି ସୁସ୍ଥ ଜୀବନଯାପନ କରିବା ପାଇଁ ଗୋଟିଏ କିଡ଼ନୀ ଯଥେଷ୍ଟ । ତେଣୁ ବହୁତ ଲୋକ ଅଛନ୍ତି ଯେଉଁମାନଙ୍କର ଗୋଟିଏ କିଡ଼ନୀରେ ଜୀବନସାରା ବଞ୍ଚିପାରିବେ। ଏଥିରେ କୌଣସି ସମସ୍ୟା ହେବ ନାହିଁ । କିଡ଼ନୀ ଖରାପ ହେବାର ପ୍ରମୁଖ କାରଣ ହେଉଛି ଡାଇବେଟିସ। ଭାରତରେ ଯେଉଁମାନଙ୍କର କିଡ଼ନୀ ଖରାପ ହେଉଛି ସେଥିରୁ କେବଳ ୬୦ ପ୍ରତିଶତ ଡାଇବେଟିସ ରୋଗୀ ଅଛନ୍ତି । ଦ୍ଵିତୀୟରେ ରକ୍ତ ଚାପ । ଯଦି ବ୍ଲଡ ପ୍ରେସର ପାଇଁ ଚିକିତ୍ସା କରୁନାହାନ୍ତି ତେଣୁ ଏହାର ପ୍ରବାହ କିଡ଼ନୀ ଉପରେ ପଡ଼ିଥାଏ । ଏହାସହ ଅତ୍ୟଧିକ ପେନକିଲର ସେବନ କଲେ କିଡନୀ ପ୍ରଭାବ ପଡିପାରେ । ଏହାସହ ମେଦ ବହୁଳତା ମଧ୍ୟ ଅନ୍ୟ ଏକ କାରଣ । ଯେଉଁମାନେ ବହୁତ ମୋଟା ଲୋକ ରୁହନ୍ତି ତେବେ ସେମାନଙ୍କ କିଡ଼ନୀ ଖରାପ ହେବାର ଆଶଙ୍କା ଅଧିକ ରହିଥାଏ । ଏପରିକି ଷ୍ଟୋନ ଜନିତ ରୋଗ, ଲମ୍ବା ସମୟ ଧରି ଆଣ୍ଠୁ ଗଣ୍ଠିରେ ଯନ୍ତ୍ରଣା ହୋଇଥାଏ ।"
କିଡ଼ନୀ ରୋଗର ସମାଧାନ:
ବିଶେଷ ଭାବରେ କିଡନୀ ରୋଗ ପ୍ରାରମ୍ଭିକ ସମୟରେ ଜଣାପଡିଲା ପରେ ମେଡିସିନ ଦ୍ଵାରା ଏହାକୁ କଣ୍ଟ୍ରୋଲ କରାଯାଇପାରିବ । ଏପଟେ ରୋଗୀଙ୍କ ଖାଦ୍ୟରେ ମଧ୍ୟ କଟକଣା କରାଯିବ। ଡାକ୍ତରଙ୍କ ପରାମର୍ଶରେ ରୋଗୀମାନେ ଖାଦ୍ୟପେୟ କରିବା ଉଚିତ। ଯାହାଫଳରେ ଅତ୍ୟଧିକ ଭାବରେ କିଡନୀ ଖରାପ ହେବ ନାହିଁ । ଏହାସହ କିଡନୀକୁ ଡାଇଲିସିସ କରାଯାଇଥାଏ । ପ୍ରତି ଦୁଇ ତିନି ଦିନ ଥର ଜୀବନ ସାରା ଡାଇଲିସିସ କରିବାକୁ ପଡ଼ିଥାଏ ।
କିଡ଼ନୀକୁ ସୁସ୍ଥ ରଖିବା କିଭଳି ?
"ଅନେକ ଲୋକଙ୍କ ଭୁଲ ଧାରଣା ରହିଛି ଯେ, ଦିନକୁ ଅତ୍ୟଧିକ ପାଣି ପିଇବା ଶରୀର ପାଇଁ ଭଲ । କିନ୍ତୁ ଯାହା ସମ୍ପୂର୍ଣ୍ଣ ରୂପେ ଶରୀର ପାଇଁ ଅର୍ଥାତ ଅନ୍ୟ ଅଙ୍ଗମାନଙ୍କ ପାଇଁ ଖରାପ । ଦିନକୁ ଅନ୍ତତଃ ୮ରୁ ୧୦ ଗିଲାସ ପାଣି ପିଇବା ଆବଶ୍ୟକ । ଅର୍ଥାତ ୨ରୁ ୩ ଲିଟର ପାଣି ପାଇବା ଆବଶ୍ୟକ । ଯେଉଁମାନେ ଅତ୍ୟଧିକ ଖରାରେ କାମ କରୁଛନ୍ତି ସେମାନେ ୩ରୁ ୪ ଲିଟର ପାଣି ପିଇଲେ ଚଳିବ । କିନ୍ତୁ ସାଧାରଣ ଭାବରେ ଦିନକୁ ୨ରୁ ୩ ଲିଟର ପାଣି ପାଇବା ଆବଶ୍ୟକ । ଅତ୍ୟଧିକ ଲୁଣ, ତେଲ ଜାତୀୟ ଖାଦ୍ୟ ଓ ଆମିଷ ଖାଦ୍ୟ ଖାଇବା ଦ୍ବାରା କିଡନୀ ଉପରେ ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି" ଡାକ୍ତର ମାନସ ପ୍ରଧାନ ।
'କିଡନୀ ରୋଗୀମାନେ ମଦ୍ୟପାନଠାରୁ ଦୂରରେ ରୁହନ୍ତୁ'
ମଣିପାଲ ହସ୍ପିଟାଲ ନିର୍ଦ୍ଦେଶକ ଶକ୍ତିମୟ ମହାପାତ୍ର କହିଛନ୍ତି, "ଏହି ରୋଗ କେବଳ ଜୀବନଶୈଳୀ ପରିବର୍ତ୍ତନ ପାଇଁ ହେଉଛି । ଖାଦ୍ୟପେୟ ଓ ପାନୀୟ ଜଳ ପ୍ରତି ଧ୍ୟାନ ଦେବା ଉଚିତ । ଯେପରିକି ସେଥିରେ ଲୌହ ପଦାର୍ଥ ନଥିବା ଆବଶ୍ୟକ । ଜଣେ କିଡନୀ ରୋଗରୁ ବଞ୍ଚିବା ପାଇଁ ହେଲେ ଯେତେ ଭଲ ପନିପରିବା ଫଳ ଖାଇବା ଆବଶ୍ୟକ । ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା ଆବଶ୍ୟକ, ଅନ୍ୟ ରୋଗ ଥିଲେ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରିବା ଦରକାର ।" ଏହାସହ ଓଜନ କମ କରିବା ଆବଶ୍ୟକ, ପ୍ରତ୍ୟେକ ଦିନ ବ୍ୟାୟାମ କରିବା ଆବଶ୍ୟକ, ଭଲ ଭାବରେ ନିଦ ହେବା ଆବଶ୍ୟକ । ଏହାସହ ଶରୀରକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟପେୟ ସହିତ ସଠିକ ଏବଂ ପ୍ରଚୁର ପରିମାଣରେ ଶୋଇବା ନିତ୍ୟାନ୍ତ ଆବଶ୍ୟକ । ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ ବହୁତ କ୍ଷତିକାରକ ହୋଇଥାଏ । ଏହାକୁ ସେବନ କରିବା ଦ୍ବାରା ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ସୃଷ୍ଟି ହେବା ସହ ଏହା କିଡନୀ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇଥାଏ । ତେଣୁ କିଡନୀ ରୋଗୀମାନେ ମଦ୍ୟପାନଠାରୁ ଦୂରେଇ ରହିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଓଡ଼ିଶାର ସ୍ଥିତି କିଭଳି:
ମାନସ ରଞ୍ଜନ ପ୍ରଧାନ କହିଛନ୍ତି, "ଦେଶରେ କିଡନୀ ରୋଗ ଅତ୍ୟଧିକ ବୃଦ୍ଧି ଘଟୁଛି । ପ୍ରତିବର୍ଷ ରୋଗୀଙ୍କ ସଂଖ୍ୟା ବଢୁଥିବାବେଳେ ବିଶେଷ ଭାବରେ ଢେଙ୍କାନାଳ, କଟକ ,ସମ୍ବଲପୁର ଆଦି ଜିଲ୍ଲାମାନଙ୍କରେ ଅଧିକ ଏହି କିଡନୀ ରୋଗୀ ଦେଖାଯାଇଥାନ୍ତି । ବିଶେଷ ଭାବରେ ଏହି ଅଞ୍ଚଳରେ ଧୂଳି ଅଧିକ ଉଡ଼ିବା କାରଣରୁ, ପାନୀୟ ଜଳ ପ୍ରଦୂଷଣ ମୁଖ୍ୟ କାରଣ ଅଟେ । ଉତ୍ତର ଭାରତର ରାଜ୍ୟ ଗୁଡିକରେ କିଡନୀ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି । ଉପକୂଳ କଥା ଦେଖିଲେ ଓଡ଼ିଶା ହଟସ୍ପଟ ପାଲଟିଛି ।"
ଇଟିଭି ଭାରତ, ଭୁବନେଶ୍ବର