ETV Bharat / state

ବାବା ବକ୍ରେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା, ପୂଜକଙ୍କ ପାଇଁ ବଦଳିଥିଲା ନଦୀର ଗତିପଥ - BABA BAKRESWAR TEMPLE

ବକ୍ରେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ । 15 ଦିନ ଧରି ଚାଲିବ କାର୍ଯ୍ୟକ୍ରମ । ପ୍ରବଚନ ସହ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ।

Baba Bakreswar Temple in balasore
Baba Bakreswar Temple in balasore (ETV Bharat Odisha)
author img

By ETV Bharat Odisha Team

Published : Feb 26, 2025, 9:00 PM IST

ବାଲେଶ୍ୱର: ଦେଶବ୍ୟାପୀ ପାଳନ ହେଉଛି ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ଅନୁଷ୍ଠିତ ହେଉଛି । ବାଲେଶ୍ବରର ବାବା ଚନ୍ଦନେଶ୍ୱରଙ୍କ ପୀଠରୁ ଆରମ୍ଭ କରି ମଣିନାଗେଶ୍ୱରଙ୍କ ମନ୍ଦିରରେ ସବୁଠି ଚାଲିଛି ଜାଗର ଯାତ୍ରା । ସେହିପରି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ତରାଙ୍ଗ ଟିପିସିଗଡ଼ିଆ ଅଞ୍ଚଳରେ ଥିବା ବାବା ବକ୍ରେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ମହାଦେବଙ୍କ ମହାଦୀପ ରାତି 10 ଟାରେ ଉଠିବାକୁ ଥିବାବେଳେ ଭୋର 4ଟା ବେଳୁ ବାବାଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଶ୍ରଦ୍ଧାଳୁମାନେ ବାବାଙ୍କ ଉପରେ ଜଳାଭିଷେକ କରିଥିଲେ । ବାବା ବକ୍ରେଶ୍ୱରଙ୍କ ପୀଠରେ ଜାଗର ଯାତ୍ରା 15 ଦିନ ଧରି ଚାଲିବାକୁ ଥିବାବେଳେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

କ'ଣ କୁହେ କିମ୍ବଦନ୍ତୀ:

କିମ୍ବଦନ୍ତୀ ଅନୁସାରେ, ସେହି ସ୍ଥାନ ପ୍ରଥମେ ଜଙ୍ଗଲରେ ପରିପୂର୍ଣ୍ଣ ରହିଥିଲା । ଜଣେ ବିରି ବ୍ୟବସାୟୀ ଶଗଡ଼ରେ ଏହି ଅଞ୍ଚଳରେ ବ୍ୟବସାୟ ପାଇଁ ଆସିଥିଲେ । ରାତ୍ରିଯାପନ ସମୟରେ ତାଙ୍କର ଏକ ବଳଦ ହଜି ଯାଇଥିଲା । ସେହି ବ୍ୟବସାୟୀଙ୍କୁ ସେତେବେଳେ କୁଷ୍ଠ ବ୍ୟାଧି ହୋଇଥିଲା । ବ୍ୟବସାୟୀ ଜଣଙ୍କ ବଳଦ ଖୋଜିଖୋଜି ଏକ ବଟବୃକ୍ଷ ନିକଟରେ ଆଶ୍ରୟ ନେଇଥିଲେ । କିଛି ଦୂରରେ ମାଟି ତଳୁ କ୍ଷୀର ଭଳି ପାଦୁକା ବାହାରୁଥିବା ସେ ଦେଖିବାକୁ ପାଇଥିଲେ । ବ୍ୟବସାୟୀ ଜଣଙ୍କ ଉକ୍ତ ସ୍ଥାନକୁ ଖୋଳିବା ଆରମ୍ଭ କରିଥିଲେ। ଏମିତି ଖୋଳୁ ଖୋଳୁ ପାଦୁକା ଆହୁରି ଅଧିକ ପ୍ରବାହିତ ହେବାରେ ଲାଗିଲା । ବ୍ୟବସାୟୀ ଜଣଙ୍କ ପାଦୁକା ନିଜ ଦେହସାରା ଲେପନ କରିବା ପରେ ତାଙ୍କର କୁଷ୍ଠ ରୋଗ ଭଲ ହୋଇଯାଇଥିଲା । ଏହି ଘଟଣା ପ୍ରଚାରିତ ପରେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏବଂ କିଛି ବ୍ରାହ୍ମଣ ଉକ୍ତ ସ୍ଥାନ ଖୋଳିବା ପରେ ଶିବ ଲିଙ୍ଗ ବାହାରିଥିଲା । ବକ୍ର ଭାବେ ଶିବଲିଙ୍ଗ ପାତାଳରୁ ବାହାରିବା ଯୋଗୁଁ ବାବାଙ୍କ ନାମ ବକ୍ରେଶ୍ୱର ବୋଲି ନାମକରଣ କରାଯାଇଛି ।

Baba Bakreswar Temple (ETV Bharat Odisha)

ଅର୍ଦ୍ଧଚନ୍ଦ୍ର ନଦୀ ପ୍ରବାହିତ:

ପ୍ରଥମେ ଏକ ଚାଳ ଘର କରି ଟିପିସିଗଡ଼ିଆ ଅଞ୍ଚଳର ପୂଜକମାନେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ । ବାବାଙ୍କ ପ୍ରଥମ ପୂଜକ ମହାଦେବ ମିଶ୍ର। ସେ ଯେତେବେଳେ ପୂଜା କରିବାକୁ ଆସନ୍ତି କାଂଶବାଂଶ ନଦୀ ପାରି ହୋଇ ଆସିଥାନ୍ତି । କାଂଶବାଂଶ ନଦୀ ମନ୍ଦିର ଦେଇ ପ୍ରବାହିତ ହେଉଥିବାବେଳେ ନଦୀରେ ବନ୍ୟା ଆସିଥିଲା । ପୂଜକ ପୂଜା କରିବା ପାଇଁ କେମିତି ଆସିବେ ସେହି ଚିନ୍ତାରେ ଥିବାବେଳେ ମହାଦେବଙ୍କ ସ୍ୱପ୍ନାଦେଶ ହୋଇଥିଲା । ସକାଳେ ଗତିପଥ ବଦଳିଯାଇଥିବା କଥା ସ୍ୱପ୍ନରେ ଦେଖିବା ପରେ ପୂଜକ ପୂଜା କରିବା ପାଇଁ ମନ୍ଦିର ଯିବାବେଳେ ସତକୁ ସତ ନଦୀର ଗତିପଥ ବଦଳିଯାଇଥିଲା । ସେହିଦିନଠାରୁ ବକ୍ରେଶ୍ୱରଙ୍କ ମନ୍ଦିର ଦେଇ ନଦୀ ଏକ ଅର୍ଦ୍ଧଚନ୍ଦ୍ର ଭାବେ ପ୍ରବାହିତ ହେଉଛି । ସେହିଦିନଠାରୁ ବାବା ବକ୍ରେଶ୍ୱରଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅପୁତ୍ରିକ ପୁତ୍ର ଲାଭ କରିଥିବାବେଳେ ରୋଗୀ ଭଲ ହୋଇ ପାରିଛି । ଏମିତି ଅନେକ ଉଦାହରଣ ଥିବାବେଳେ ବାବା ବକ୍ରେଶ୍ୱରଙ୍କ ମହିମା ମଧ୍ୟ ଅପାର ବୋଲି ବିଶ୍ବାସ ରହିଛି।

Baba Bakreswar Temple

ଶିବରାତ୍ରିରେ ଏହି ପରମ୍ପରା:

ବକ୍ରେଶ୍ବର ମନ୍ଦିରର ମୁଖ୍ୟ ପୂଜକ ମଧୁସୂଦନ ମିଶ୍ର କହିଛନ୍ତି, " ଭୋରରୁ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ ଓ ପୂଜା ପରେ ଭକ୍ତଙ୍କ ଦ୍ୱାରା ଜଳାଭିଷେକ କରାଗଲା। ମହାଦୀପ ରାତି 10 ଟା ରେ ଉଠିବ । ଜଳାଭିଷେକ, ପୂଜାର୍ଚ୍ଚନା ପରେ ବାବା ବେଶ ହେବେ , ଉପଚାର ପୂଜା ପରେ ଶେଷ ହେବ ପୂଜାର୍ଚ୍ଚନା । ବାବା ବକ୍ର ଥିବାରୁ ନାଁ ବକ୍ରେଶ୍ୱର ରହିଛି । ନଦୀ ମଧ୍ୟ ବାଙ୍କି ଯାଇଛି ବକ୍ର ଭାବେ।"

ଏହା ବି ପଢନ୍ତୁ...ସୋମନାଥ ପୀଠ ପଛରେ ରୋଚକ ଇତିହାସ, ରାଜାଙ୍କୁ ସ୍ବପ୍ନାଦେଶ ପରେ ଗଢିଉଠିଥିଲା ମନ୍ଦିର

ଏହା ବି ପଢନ୍ତୁ...ଉତ୍ସବମୁଖର ଲୋକନାଥ ପୀଠ, ରାତି 3ଟାରେ ଉଠିବ ମହାଦୀପ

ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି:

ବାବାଙ୍କ ପାଖରେ ଜାଗର ଯାତ୍ରା ପାଇଁ ବକ୍ରେଶ୍ୱର ମନ୍ଦିର କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କମିଟି ସମ୍ପାଦକ ବରେନ୍ଦ୍ର ପାଣି କହିଛନ୍ତି ," ଏହା ଏକ ପୁରାତନ ଶୈବପୀଠ, ବାବା ବକ୍ରେଶ୍ୱର ଏଠାରେ ବିଦ୍ୟମାନ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଭକ୍ତମାନଙ୍କର ଦେହ ଅସୁସ୍ଥ ହେଲେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରମାନେ ଅଛନ୍ତି। 28 ତାରିଖ ଠାରୁ 2 ତାରିଖ ଯାଏଁ ଗଗନ ଗୁରୁଜୀଙ୍କ ପ୍ରବଚନ କାର୍ଯ୍ୟକ୍ରମ ରହିଛି । 3 ତାରିଖରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି।" ଜଣେ ଶ୍ରଦ୍ଧାଳୁ ସଂଯୁକ୍ତା ପଣ୍ଡା ନିଜର ମତ ରଖି କହିଛନ୍ତି ," ବାବାଙ୍କ ପାଖରେ ଯାହା ମାନସିକ କରିଛୁ ପାଇଛୁ । ମାନସିକ ପୂରଣ ହେବା ପରେ ଏଠାକୁ ଆସୁ । ମୁଁ ଶତ ପ୍ରତିଶତ ବାବାଙ୍କ ପାଖରେ ଆଶାବାଦୀ ଯେ ଠାକୁର ମୋର ମନସ୍କାମନା ପୂର୍ଣ୍ଣ କରୁଛନ୍ତି । ଏଠାକୁ ଆସିବା ପାଇଁ ବହୁତ ଭଲ ଲାଗେ।"
ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.