ETV Bharat / technology

IRCTC ସର୍ଭର ଡାଉନ: ଅନଲାଇନ ହେଲାନି ଟିକେଟ, ଅସନ୍ତୋଷ ଝାଡ଼ିଲେ ଯାତ୍ରୀ - IRCTC DOWN TODAY

ଆଜି IRCTC ୱେବସାଇଟ୍‌ ଠପ୍‌ ହୋଇଛି । ଦେଶସାରା ଅନେକ ୟୁଜର ତତକାଲ୍‌ ଟିକେଟ କରିନପାରି ଅସନ୍ତୋଷ ଝାଡ଼ିଛନ୍ତି । ଅଧିକ ପଢନ୍ତୁ

IRCTC DOWN TODAY
IRCTC DOWN TODAY (ETV Bharat)
author img

By ETV Bharat Tech Team

Published : 13 hours ago

ହାଇଦ୍ରାବାଦ: ଭାରତୀୟ ରେଳବାଇର ଇ-ଟିକେଟିଂ ପ୍ଲାଟଫର୍ମ ଇଣ୍ଡିଆନ ରେଲୱେ କାଟରିଙ୍ଗ ଆଣ୍ଡ ଟୁରିଜିମ କର୍ପୋରେସନ (IRCTC)ର ଅନଲାଇନ ୱେବସାଇଟ ଓ ମୋବାଇଲ ଆପ୍‌ ଗୁରୁବାର (ଡିସେମ୍ବର 26) ଅସ୍ଥାୟୀ ଭାବେ ଉପଲବ୍ଧ ନାହିଁ । ଏଥିଲାଗି ଆଜି ଅନେକ ୟୁଜର ତତକାଳ ଟିକେଟ ବୁକ୍‌ କରିବା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହାପରେ ସୋସିଆଲ ମିଡିଆରେ ଅସନ୍ତୋଷ ଝାଡ଼ିଥିବା ଦେଖିବାକୁ ମିଳିଛି ।

ଆଜି ଠପ୍‌ ରହିବ ୱେବସାଇଟ୍‌

ଧ୍ୟାନ ଦେବା କଥା ହେଉଛି, ସାଧାରଣତଃ ଆଇଆରସିଟିସି ଆପ୍‌ରେ ସକାଳ 10ଟାରୁ ତତକାଳ ଟିକଟ ବୁକିଂ କରିବା ସମୟ । ସେପଟେ ସ୍ଲିପର କ୍ଲାସ ବୁକିଂ କରିବା ଲାଗି ଟିକଟ ବୁକିଂ ସମୟ ପୂର୍ବାହ୍ନ 11ଟା ହୋଇଥାଏ । କିନ୍ତୁ ଆଜି (ଡିସେମ୍ବର 26) ଆଇଆରସିଟିଟିର ଟିକଟିଂ ପ୍ଲାଟଫର୍ମ ଦେଶ ସାରା ଠପ୍‌ ହୋଇଯାଇଛି । ଯାହାଦ୍ବାରା ଲକ୍ଷ ଲକ୍ଷ ଲୋକ ଅସୁବିଧା ଭୋଗିଛନ୍ତି ।

କାହିଁକି ଡାଉନ ହେଲା ୱେବସାଇଟ୍‌ ?

IRCTC ୱେବସାଇଟରେ ଲେଖା ହୋଇଥିବା ନୋଟିଫିକେସନ ଅନୁସାରେ, 'ମେଣ୍ଟେନାନ୍ସ ପାଇଁ ଏବେ ଇ-ଟିକେଟିଂ ସର୍ଭିସ ଉପଲବ୍ଧ ହେବ ନାହିଁ । ଦୟାକରି ପରେ ବୁକ୍‌ କରନ୍ତୁ । ଟିକଟ ରଦ୍ଦ କରିବା/TDR ଫାଇଲ କରିବା ପାଇଁ ଦୟାକରି କଷ୍ଟମ କେୟାର ନମ୍ବର 14646,08044647999 ବା 08035734999ରେ କଲ୍‌ କରନ୍ତୁ । ନଚେତ etickets@irctc.co.inରେ ମେଲ୍‌ କରନ୍ତୁ ।'

ଅସୁବିଧା ଭୋଗିଲେ ଲକ୍ଷ ଲକ୍ଷ ଯାତ୍ରୀ

ଦେଶର ସବୁଠୁ ବୃହତମ ପବ୍ଲିକ ଟ୍ରାନ୍ସପୋର୍ଟର ଭାରତୀୟ ରେଳବାଇ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଠିକଣା ସ୍ଥଳକୁ ପହଞ୍ଚାଇଥାଏ । ଏଥିଲାଗି ରେଳ ଟିକଟ ନ ହୋଇପାରିବା ଯୋଗୁଁ ଦେଶରେ ଅନେକ ୟୁଜର ଅସୁବିଧା ଭୋଗିଛନ୍ତି । ବିଶେଷ ଭାବରେ ଏବେ ଛୁଟି ଦିନ ଚାଲିଥିବାରୁ ଅନେକ ଲୋକ ନିଜ ନିଜ ଘରକୁ ଯାତ୍ରା କରୁଛନ୍ତି । ଏଥିଲାଗି ସାଧାରଣ ଦିନ ଅପେକ୍ଷା ଏବେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଅନେକ ଯାତ୍ରୀ ପୂର୍ବରୁ ଟିକଟ କରିନଥିଲେ ତତକାଳ ଟିକଟ କରି ଯାତ୍ରା କରନ୍ତି । ହେଲେ ଆଜି ହଠାତ୍‌ ଏପରି ଅସୁବିଧାର ସମ୍ମୁଖୀନ ହେବା ପରେ ଅନେକ ଯାତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ଆସି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ବିଟର) ସାଇଟ୍‌ରେ ଜଣେ ୟୁଜର ୱେବସାଇଟ୍‌ର ଏକ ଫଟୋ ସେୟାର କରି ଲେଖିଛନ୍ତି, "ବିଶ୍ବରେ ଭାରତ ସର୍ବବୃହତ ଆଇଟି ହବ୍‌ । କିନ୍ତୁ ଏଯାବତ ଦେଶରେ ୱେବସାଇଟର ସମସ୍ୟା ସମାଧାନ ହୋଇପାରୁନାହିଁ । ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ।" ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, "ଆଇଆରସିଟିସି ପୋର୍ଟାଲ ଡାଉନ ଅଛି । ତତକାଳ ବୁକିଂ ଟାଇମରେ ଡାଉନଟାଇମ ମେସେଜ ଦର୍ଶାଇଛି ।"

ଏହା ବି ପଢନ୍ତୁ
  1. ଏମିତି ଏକ ରାଜ୍ୟ, ଯେଉଁଠି ନାହିଁ ଗୋଟିଏ ବି ରେଳ ଷ୍ଟେସନ...
  2. IRCTC: ଲୋୟର ବର୍ଥ ପାଇଁ ନୂଆ ନିୟମ, ଟ୍ରେନ ଟିକେଟ ବୁକିଂ ବେଳେ ଏମିତି କରନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.