ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ଆଜି ବିଳମ୍ବିତ ସଂଧ୍ୟାରେ 92 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଆଜି ସଂଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ (AIIMS) ଏମରଜେନ୍ସି ଡିପାର୍ଟମେଣ୍ଟରେ ସେ ଭର୍ତ୍ତି କରାଯାଇଥିଲା । ମନମୋହନଙ୍କ ଦେହାନ୍ତ ନେଇ ‘ଏମ୍ସ’ ପକ୍ଷରୁ ଏକ ପ୍ରେସବାର୍ତ୍ତା ମାଧ୍ୟମରେ ସୂଚନା ଦିଆଯାଇଛି । ସେପଟେ କଂଗ୍ରେସ ପକ୍ଷରୁ ଆସନ୍ତାକାଲି (ଶୁକ୍ରବାର) ପାଇଁ ସମସ୍ତ ଦଳୀୟ କାର୍ଯ୍ୟକ୍ରମ ବାତିଲ ନେଇ ଘୋଷଣା କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ବିୟୋଗକୁ ନେଇ ଦେଶରେ ଶୋକର ଛାୟା ଖେଳିଯାଇଛି । କଂଗ୍ରେସ ଓ ତମାମ ଦଳର ବରିଷ୍ଠ ରାଜନେତାମାନେ ଏମ୍ସରେ ପହଞ୍ଚୁଛନ୍ତି ।
- 2004 ରୁ 2014 ପର୍ଯ୍ୟନ୍ତ ଥିଲେ ପ୍ରଧାନମନ୍ତ୍ରୀ
ବିଶିଷ୍ଟ ଅର୍ଥଶାସ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲମ୍ବା ଇନିସିଂ ଖେଳିଥିବା କଂଗ୍ରେସର ଏହି ଭେଟେରାନ ରାଜନେତା 2004 ରୁ 2014 ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବାଧୀନ ‘ୟୁପିଏ’ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ । ଚଳିତବର୍ଷ ଏପ୍ରିଲରେ ସେ ରାଜ୍ୟସଭା ସାଂସଦ ପଦରୁ ଅବସର ନେବା ସହ ବାର୍ଦ୍ଧକ୍ୟଜନିକ କାରଣରୁ ସକ୍ରିୟ ରାଜନୀତିରୁ ମଧ୍ୟ ଅବସର ନେଇଥିଲେ । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିଲେ ମନମୋହନ । ଲଗାତାର ୩୩ ବର୍ଷ ରାଜ୍ୟସଭା ସାଂସଦ ରହିଛନ୍ତି । ୧୯୯୧ରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୧ରୁ ୧୯୯୬ରେ ତତ୍କାଳୀନ ନରସିହ୍ମା ରାଓ ସରକାରରେ ସେ ଅର୍ଥମନ୍ତ୍ରୀ ଭାବେ ଗୁରୁଦାୟିତ୍ବ ତୁଲାଇଥିଲେ । ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବାରେ ମନୋମୋହନ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ।
With profound grief, we inform the demise of the former Prime Minister of India, Dr Manmohan Singh, aged 92. He was being treated for age-related medical conditions and had a sudden loss of consciousness at home on 26 December 2024. Resuscitative measures were started immediately… pic.twitter.com/ZX9NakKo7Y
— ANI (@ANI) December 26, 2024
- ଭାରତୀୟ ଅର୍ଥନୀତିର ଉତ୍ଥାନରେ ଅତୁଳନୀୟ ଭୂମିକା ଥିଲା: ପ୍ରଧାନମନ୍ତ୍ରୀ ମୋଦି
ମନମୋହନଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ଜଣେ ସାଧାରଣ ପୃଷ୍ଠଭୂମିରୁ ସେ ଜଣେ ଅସାଧାରଣ ଅର୍ଥନୀତିଜ୍ଞ ହୋଇ ପାରିଥିଲେ । ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦ-ପଦବୀରେ ରହି ଦେଶର ସେବା କରିଥିଲେ ବୋଲି ମୋଦି ଟ୍ବିଟରେ କହିଛନ୍ତି । ଜଣେ ପ୍ରଧାନମନ୍ତ୍ରୀ ଭାବେ ସେ ଦେଶବାସୀଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବାରେ ଅତୂଳନୀୟ ଅବଦାନ ଛାଡିଯାଇଛନ୍ତି ବୋଲି ମୋଦି ଲେଖିଛନ୍ତି । ସେହିପରି କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ମନମୋହନଙ୍କ ଦୀର୍ଘ ରାଜନୈତିକ ଅବଦାନକୁ ସ୍ମରଣ କରି ଟ୍ବିଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଟ୍ବିଟ କରି ଶୋକ ବ୍ୟକ୍ତ କରିଛନ୍ତି ।
India mourns the loss of one of its most distinguished leaders, Dr. Manmohan Singh Ji. Rising from humble origins, he rose to become a respected economist. He served in various government positions as well, including as Finance Minister, leaving a strong imprint on our economic… pic.twitter.com/clW00Yv6oP
— Narendra Modi (@narendramodi) December 26, 2024
- ୧୯୩୨ରେ ପଞ୍ଜାବରେ ଜନ୍ମଗ୍ରହଣ
ଡକ୍ଟର ମନମୋହନ ସିଂ ୧୯୩୨ ମସିହା ସେପ୍ଟମ୍ବର ୨୬ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । ୧୯୫୨-୧୯୫୪ରେ ସେ ପଞ୍ଜାବ ବିଶ୍ବବିଦ୍ୟାଳୟରେ ଅର୍ଥଶାସ୍ତ୍ର (Economics)ରେ ସ୍ନାତକ କରିଥିଲେ । ୧୯୫୭ରେ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ (Economic Tripos) ଅଧ୍ୟୟନ ଶେଷ କରିଥିଲେ । ସେହିପରି ୧୯୭୧ରେ ବାଣିଜ୍ୟ ମନ୍ତ୍ରାଳୟରେ ଆର୍ଥିକ ପରାମର୍ଶଦାତା ଥିଲେ ମନମୋହନ । ୧୯୭୨ରେ ତାଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରାଗଲା । ୧୯୮୭-୧୯୯୦ରେ ଜେନେଭାରେ ଦକ୍ଷିଣ ଆୟୋଗର ମହାସଚିବ ଭାବେ ନିଯୁକ୍ତ ହୋଇଥିଲେ ମନମୋହନ ।
Deeply saddened by the passing of former Prime Minister, Dr. Manmohan Singh Ji. His dedication, integrity, and calm leadership will always be remembered. May Mahaprabhu Jagannath bless his soul and grant him eternal peace.
— Mohan Charan Majhi (@MohanMOdisha) December 26, 2024
Om Shanti 🙏
- ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି:
ଦେଶର ବିକାଶ ଦିଗରେ ପ୍ରତିବଦ୍ଧତା ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୮୭ରେ ପଦ୍ମ ବିଭୂଷଣ, ୧୯୯୩ରେ ଅର୍ଥମନ୍ତ୍ରୀ ଥିବାବେଳେ ୟୁରୋ ମନି ଆୱାର୍ଡ,୧୯୯୩ ଓ ୧୯୯୪ରେ ଏସିଆ ମନି ଆୱାର୍ଡ ଏବଂ ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହରଲାଲ ନେହେରୁ ଜନ୍ମ ଶତାବ୍ଦୀ ପୁରସ୍କାର ପାଇଥିଲେ ମନମୋହନ ।
Undoubtedly, history shall judge you kindly, Dr. Manmohan Singh ji!
— Mallikarjun Kharge (@kharge) December 26, 2024
With the passing of the Former Prime Minister, India has lost a visionary statesman, a leader of unimpeachable integrity, and an economist of unparalleled stature. His policy of Economic Liberalisation and… pic.twitter.com/BvMZh3MFXS
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ