ETV Bharat / state

ଗିରିରାଜଙ୍କ ଭାରତରତ୍ନ ଦାବିକୁ ନେଇ ଦ୍ବନ୍ଦ୍ୱ, ବିଜେଡି କହିଲା ବିଜୁ-ନବୀନ ପୁରସ୍କାରରୁ ଊର୍ଦ୍ଧ୍ବରେ - BHARAT RATNA FOR NAVEEN

କେନ୍ଦ୍ରମନ୍ତ୍ରୀ ଗିରିରାଜଙ୍କ ବୟାନକୁ ନେଇ ରାଜନୀତି ଜୋର । ବିଜେଡିର ସ୍ବାଗତ । ମାପିଚୁପି ବୟାନ ରଖୁଛି ବିଜେପି ।

ଗିରିରାଜଙ୍କ ଭାରତରତ୍ନ ଦାବିକୁ ନେଇ ଦ୍ବନ୍ଦ୍ୱ, ବିଜେଡି କହିଲା ବିଜୁ-ନବୀନ ପୁରସ୍କାରରୁ ଊର୍ଦ୍ଧ୍ବରେ
ଗିରିରାଜଙ୍କ ଭାରତରତ୍ନ ଦାବିକୁ ନେଇ ଦ୍ବନ୍ଦ୍ୱ, ବିଜେଡି କହିଲା ବିଜୁ-ନବୀନ ପୁରସ୍କାରରୁ ଊର୍ଦ୍ଧ୍ବରେ (ETV Bharat odisha)
author img

By ETV Bharat Odisha Team

Published : Dec 26, 2024, 8:48 PM IST

Updated : Dec 26, 2024, 9:22 PM IST

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ଦେବାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଦାବି କରିବା ପ୍ରସଙ୍ଗରେ ବୟାନବାଜୀ ଓ ଚର୍ଚ୍ଚା ଲାଗିରହିଛି । ରାଜ୍ୟରେ ଏହି ପ୍ରସଙ୍ଗରେ ରାଜନୈତିକ ଝଡ଼ ଆରମ୍ଭ ହୋଇଛି । ବିଜୁ ପଟ୍ଟନାୟକଙ୍କୁ ‘ଭାରତରତ୍ନ’ ପ୍ରଦାନ ଲାଗି ଦାବି ହୋଇ ଆସୁଥିବା ବେଳେ ନବୀନଙ୍କୁ ‘ଭାରତରତ୍ନ’ ପ୍ରଦାନ ପାଇଁ ଦାବି କରିବାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସିବାରେ ଲାଗିଛି । ବିଜୁ-ନବୀନ ଭାରତରତ୍ନରୁ ଊର୍ଦ୍ଧ୍ଵରେ ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି । ବିଜେପି ମାପିଚୁପି ଜବାବ ରଖିଥିବା ବେଳେ ରାଜନୈତିକ ଫାଇଦା ପାଇଁ ଗିରିରାଜ ଏହା କହିଛନ୍ତି ବୋଲି କଂଗ୍ରେସ ପ୍ରତିକ୍ରିୟା ରଖିଛି ।

  • ନବୀନ ପୁରସ୍କାରରୁ ଊର୍ଦ୍ଧ୍ବରେ: ବିଜେଡି

ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, "ନବୀନ ପଟ୍ଟନାୟକ ପୁରସ୍କାରରୁ ବହୁତ ଊର୍ଦ୍ଧ୍ବରେ । ସେ କାମରେ ବିଶ୍ୱାସ କରନ୍ତି । ସାଢ଼େ 4 କୋଟି ଲୋକଙ୍କୁ ସେ ପରିବାର ଭାବନ୍ତି । ମୁଖ୍ୟମନ୍ତ୍ରୀ ଥିବାବେଳେ ଓ ଆଉ ଏବେ ବିରୋଧୀ ଦଳର ନେତା ଭାବେ ସେ ସେହି କାର୍ଯ୍ୟ କରୁଛନ୍ତି । କିଛି ଲୋକ ସଜ ମାଛରେ ପୋକ ପକାନ୍ତି । ନବୀନ ବାବୁ ବିଧାନସଭାରେ କହିବା ବେଳେ ମାଇକ କାଟି ଦିଆଯାଉଛି । ବିଜେପିଠାରୁ ଆଶା କିଛି କରାଯାଇପାରିବ ନାହିଁ । ଶାଳୀନତା ଥିବା ଲୋକଠୁ ଭଲ ଆଶା କରାଯାଏ । ବିଜୁ ପଟ୍ଟନାୟକ ଭାରତର ଗର୍ବ ଓ ଗୌରବ । ବିଜୁ ବାବୁଙ୍କୁ କେବଳ ଓଡିଶାରେ ସୀମିତ ରଖାନଯାଉ । ଇଭିଏମକୁ ନେଇ ଅଭିଯୋଗ କରିବା ପରେ ବିଜେଡିକୁ ମାନେଇବାକୁ ଭାରତରତ୍ନ ଥୋପ କୁହାଯାଉନାହିଁ ତ ? ମଣିଷର ହୃଦୟ ଜିତିଥିବା ମୋ ନେତା ନବୀନ ବାବୁ ସବୁ ପୁରସ୍କାରରୁ ଉର୍ଦ୍ଧ୍ବକୁ ଚାଲି ଯାଇଛନ୍ତି ।"

ଗିରିରାଜଙ୍କ ଭାରତରତ୍ନ ଦାବିକୁ ନେଇ ଦ୍ବନ୍ଦ୍ୱ, ବିଜେଡି କହିଲା ବିଜୁ-ନବୀନ ପୁରସ୍କାରରୁ ଊର୍ଦ୍ଧ୍ବରେ (ETV Bharat odisha)
  • ଦାବିକୁ ଆମେ ସ୍ବାଗତ କରୁଛୁ: ଅମର ପଟ୍ଟନାୟକ

ପୂର୍ବତନ ସାଂସଦ ଅମର ପଟ୍ଟନାୟକ କହିଛନ୍ତି,"ଗିରିରାଜ ନବୀନଙ୍କୁ ‘ଭାରତରତ୍ନ’ ଦେବା କଥା ଏବେ କାହିଁକି କହିଲେ ଜାଣିପାରୁ ନାହିଁ । ବିଜୁ ବାବୁଙ୍କୁ ‘ଭାରତରତ୍ନ’ ପ୍ରଦାନ କରିବା ପାଇଁ ଆମେ କହି ଆସୁଛୁ । ନବୀନଙ୍କୁ ‘ଭାରତରତ୍ନ’ ଦେବା କଥା କହିବା ଭଲ କଥା । ଆମେ ସ୍ୱାଗତ କରୁଛୁ । ନବୀନ ବାବୁ ଓ ବିଜେଡି ଲୋକଙ୍କ ସହ ଅଛନ୍ତି । ଆଗାମୀ ଦିନରେ ମଧ୍ୟ ରହିବେ । ବିଜେପିର ମିଥ୍ୟା ପ୍ରତିଶ୍ରୁତି ବିରୋଧରେ ଲଢ଼ିବେ । ଭାରତରତ୍ନ ମିଳୁ କି ନମିଳୁ । ଅଟଳ ବିହାରୀ ବାଜପେୟୀଙ୍କୁ ମିଳିବା ପୂର୍ବରୁ ବିଜୁ ବାବୁଙ୍କୁ ଭାରତରତ୍ନ ମିଳିବା କଥା । ଅତୀତର ଭୁଲ ସୁଧାରିବା ଲାଗି ବିଜୁ ବାବୁଙ୍କୁ ଭାରତରତ୍ନ ମିଳିବା କଥା । ବର୍ତ୍ତମାନର କାର୍ଯ୍ୟ ପାଇଁ ନବୀନ ବାବୁଙ୍କୁ ମିଳିବା କଥା । ବିଜୁ-ନବୀନ ବାପ ପୁଅ ହୋଇଥାଇପାରନ୍ତି, କିନ୍ତୁ ଉଭୟ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ । ବର୍ତ୍ତମାନ ଓଡିଶାକୁ ଦେଶ ତଥା ଦେଶ ବାହାରେ ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ ।"

ବିଜେପି ନେତାଙ୍କ ବୟାନକୁ ଏମିତି କହିଲେ ସସ୍ମିତ:-

ସେହିପରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜେପିର କେଉଁ ମନ୍ତ୍ରୀ କେତେବେଳେ କଣ କହୁଛନ୍ତି ତାହାର ଗ୍ୟାରେଣ୍ଟି ନାହିଁ । ବିଜୁ ବାବୁଙ୍କୁ ଭାରତରତ୍ନ ପାଇଁ ସଂସଦରେ ଆମେ ଦାବି କରିଛୁ । ସେ ପ୍ରସଙ୍ଗରେ ବିଜେପି ନିରବ । ବିଜେପି ସାଂସଦ ନବୀନ ବାବୁଙ୍କୁ ଭାରତରତ୍ନ କଥା କହୁଛି । ଉଭୟ ବିଜୁ ବାବୁ ଓ ନବୀନ ବାବୁଙ୍କୁ ଭାରତରତ୍ନ ଠାରୁ ଯଥେଷ୍ଟ ଉପରେ ଅଛନ୍ତି । ଉଭୟଙ୍କ ଦକ୍ଷତା ମାପିବା ଲାଗି ଭାରତରତ୍ନ ମାପ କାଠି ନୁହେଁ । ନବୀନ ବାବୁଙ୍କୁ ଭାରତରତ୍ନ ଦେବା କଥା କହି ବିଜୁ ବାବୁଙ୍କୁ କେମିତି ଭୁଲି ଗଲେ ଆମେ ପ୍ରଶ୍ନ କରୁଛୁ ।"

ଏହା ମଧ୍ୟ ପଢନ୍ତୁ:- ପରାଜୟର କାରଣ କହିଲେ ନବୀନ, ‘ଶହେ ବର୍ଷ ପର୍ଯ୍ୟନ୍ତ ସେବା କରିବ ବିଜେଡି’ - NAVEEN PATNAIK

ଫେରିଗଲେ ରଘୁବର; ଖୁବଶୀଘ୍ର ଦାୟିତ୍ୱ ନେବେ ନୂଆ ରାଜ୍ୟପାଳ ହରିବାବୁ - RAGHUBAR DAS LEFT ODISHA

ବିଜେପି ବିଧାୟକ ଅମର ନାୟକ କହିଛନ୍ତି, "ଭାରତରତ୍ନ ପ୍ରଦାନ ଲାଗି ଅନେକ ମାନଦଣ୍ଡ ରହିଛି । ଭାରତରତ୍ନ ପ୍ରଦାନ କରିବା ଲାଗି ମଧ୍ୟ ଏକ କମିଟି ରହିଛି । ସେମାନେ ଏ ବାବଦରେ ସଠିକ ଭାବେ କହିପାରିବେ । ବ୍ୟକ୍ତିଗତ ମନ୍ତବ୍ୟ ଦେବା ଉଚିତ ହେବନାହିଁ । ପ୍ରଶଂସା କିମ୍ବା ସମାଲୋଚନା କରିବା କଥା ନୁହେଁ ।" ସେହିପରି କଂଗ୍ରେସର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, "ଗିରିରାଜ ଏକ ଅଦ୍ଭୁତ କଥା କହିଛନ୍ତି । ବିଜୁ ବାବୁଙ୍କୁ ଭାରତରତ୍ନ ମିଳୁ ବୋଲି ଆମେ ଦାବି କରିଛୁ । ବିଜୁଙ୍କୁ ଭାରତରତ୍ନ ମିଳୁ ବୋଲି ଓଡ଼ିଶାବାସୀ ସବୁବେଳେ ଚାହୁଁଛନ୍ତି । ବିଜେଡି କିଛି କରିନାହିଁ ବୋଲି ବିଜେପି ସବୁବେଳେ କହିଛି । ଏବେ ଦୋ ମୁଁହା କଥା କହୁଛି । ରାଜ୍ୟସଭାରେ କେନ୍ଦ୍ର ସରକାର ବିଜେଡିର ସହଯୋଗ ନେବାକୁ ଚାହୁଁଛି । "

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 26, 2024, 9:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.