ETV Bharat / lifestyle

ଧନପ୍ରାପ୍ତି ପାଇଁ ଏଭଳି ଜାଳନ୍ତୁ ଦୀପ, ଦୂର ହେବ ଟଙ୍କା ସମସ୍ୟା ! - ASTROLOGY REMEDIES FINANCIAL STATUS

ଧନପ୍ରାପ୍ତି ପାଇଁ କେଉଁ ଭଗବାନଙ୍କ ପାଖରେ କେଉଁ ଦୀପ ଜାଳିବେ । ଟଙ୍କା ସମସ୍ୟା ଓ ସଫଳତା ପାଇଁ ଏଭଳି ଜାଳନ୍ତୁ ଦୀପ ।

Benefits of Lightning Diya
Benefits of Lightning Diya (ETV Bharat)
author img

By ETV Bharat Odisha Team

Published : Feb 5, 2025, 9:44 PM IST

ହାଇଦ୍ରାବାଦ: ହିନ୍ଦୁ ଧର୍ମରେ ଦୀପର ଏକ ସ୍ୱତନ୍ତ୍ର ମହତ୍ତ୍ବ ରହିଛି । ଏହାକୁ କେବଳ ଆଲୋକର ଉତ୍ସ ଭାବରେ ବିବେଚନା କରାଯାଏ ନାହିଁ ବରଂ ଭଗବାନଙ୍କ ଉପସ୍ଥିତିର ପ୍ରତୀକ ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ରରେ, ଦେବୀ-ଦେବତାମାନଙ୍କୁ ପୂଜା କରିବା ସମୟରେ ଦୀପ ପ୍ରଜ୍ବଳନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବିଶ୍ବାସ କରାଯାଏ ଯେ, ଦୀପର ଆଲୋକ ନକାରାତ୍ମକ ଶକ୍ତିକୁ ଦୂର କରି ସକାରାତ୍ମକ ଶକ୍ତିର ବିସ୍ତାର କରିଥାଏ, ଯାହାଦ୍ବାରା ଘରେ ସୁଖ ଶାନ୍ତି ରହିଥାଏ ଏବଂ ସମସ୍ତ ଅସୁବିଧା ଦୂର ହୋଇଥାଏ । ତେଣୁ, ଧାର୍ମିକ ରୀତିନୀତି ଏବଂ ଶୁଭ କାର୍ଯ୍ୟରେ ଦୀପ ଜାଳିବା ଅନିର୍ବାଯ୍ୟ ବୋଲି ବିବେଚନା କରାଯାଏ ।

ଜ୍ୟୋତିଷ ଡକ୍ଟର ଉମାଶଙ୍କର ମିଶ୍ରଙ୍କ କହିବା ଅନୁସାରେ, ଯଦି ଆପଣ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଦୀପ ସହିତ ଜଡିତ କିଛି ସରଳ ଉପାୟ ଅବଲମ୍ବନ କରି ଆପଣ ଆପଣଙ୍କର ଭାଗ୍ୟ ବଦଳାଇ ପାରିବେ । ଆପଣଙ୍କର ଆୟ ବୃଦ୍ଧି କରିପାରିବେ ଏବଂ ଜୀବନର ସମସ୍ୟା ଦୂର କରିପାରିବେ।

ଶନି ଦୋଷ ଏବଂ ରାହୁ-କେତୁରୁ ମୁକ୍ତି:

ଯଦି ଆପଣଙ୍କ କୁଣ୍ଡଳୀରେ ରାହୁ-କେତୁ କିମ୍ବା ଶନି ଦୋଷ ଅଛି, ତେବେ ସକାଳ ଏବଂ ସନ୍ଧ୍ୟାରେ ଅଳସୀ ତେଲର ଦୀପ ଜାଳିବା ଶୁଭ । ବିଶେଷକରି, ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲର ଦୀପ ଜାଳିବା ଦ୍ବାରା ଶନି ଦୋଷ ଏବଂ ଶନିଙ୍କ କ୍ରୋଧରୁ ମୁକ୍ତି ମିଳିଥାଏ । ଏହି ସମାଧାନ ରାହୁ ଏବଂ କେତୁଙ୍କ ନକାରାତ୍ମକ ପ୍ରଭାବକୁ ମଧ୍ୟ ହ୍ରାସ କରିବାରେ ସହାୟକ ହୋଇଥାଏ ।

ଭୟ ଏବଂ ଶତ୍ରୁଙ୍କ ଠାରୁ ସୁରକ୍ଷା:

ଯଦି ଆପଣ ବାରମ୍ବାର ଅଜଣା ଭୟକୁ ନେଇ ଚିନ୍ତିତ ହେଉଛନ୍ତି କିମ୍ବା ଆପଣଙ୍କ ଶତ୍ରୁମାନେ ଆପଣଙ୍କୁ ହଇରାଣ କରୁଛନ୍ତି, ତେବେ ସୋମବାର ଏବଂ ଶନିବାର ଦିନ ଭୈରବ ମନ୍ଦିରରେ ସୋରିଷ ତେଲର ଦୀପ ଜାଳନ୍ତୁ । ଏହା କରିବା ଦ୍ବାରା, ଶତ୍ରୁମାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଭୟ ଏବଂ ସମସ୍ୟା ଦୂର ହୁଏ । ଆପଣଙ୍କ ଚାରିପାଖରେ ଏକ ସୁରକ୍ଷା ବୃତ୍ତ ସୃଷ୍ଟି ହୁଏ, ଯାହା ଆପଣଙ୍କୁ ନକାରାତ୍ମକ ଶକ୍ତିରୁ ରକ୍ଷା କରେ ।

ମାନ-ସମ୍ମାନରେ ବୃଦ୍ଧି:

ସମାଜରେ ମାନ ଏବଂ ସମ୍ମାନ ପାଇବା ପାଇଁ, ପ୍ରତିଦିନ ସକାଳେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଶୁଦ୍ଧ ଘିଅର ଦୀପ ଜାଳି ଆଳତୀ କରନ୍ତୁ । ଏହି ଉପାୟ ଆପଣଙ୍କ କାମରେ ଉନ୍ନତି ଆଣିଥାଏ ଏବଂ ଆପଣଙ୍କର ସମ୍ମାନ ବୃଦ୍ଧି କରିଥାଏ। ଏହା ଆପଣଙ୍କର ଆତ୍ମବିଶ୍ବାସ ମଧ୍ୟ ବୃଦ୍ଧି କରେ । ଯାହା ଆପଣଙ୍କୁ ଜୀବନରେ ସଫଳତା ହାସଲ କରିବାରେ ସାହାଯ୍ୟ କରେ।

ସୁଖ ଏବଂ ସମୃଦ୍ଧି ପାଇଁ ଉପାୟ:

ପ୍ରତିଦିନ ବାଲ ଗୋପାଳଙ୍କ ସମ୍ମୁଖରେ ଏବଂ ଗୁରୁବାର ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଦେଶୀ ଘିଅର ଦୀପ ଜଳାନ୍ତୁ । ଏହା ସହିତ, "ଓଁ ନମୋ ଭଗବତେ ବାସୁଦେବାୟ ନମଃ" ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହି ଉପାୟ ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ । ଭଗବାନ ବିଷ୍ଣୁଙ୍କ କୃପା ସହିତ, ଆପଣଙ୍କ ଜୀବନରେ ଖୁସି ଆସିଥାଏ । ଏହାସହ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:

ବୁଧଙ୍କ ରାଶି ପରିବର୍ତ୍ତନ, ଏହି ଦିନଠାରୁ ୫ ରାଶି ଉପରେ ହେବ ଧନବର୍ଷା

ପର୍ସରେ ରଖନ୍ତୁ ଏହି ଗଛର ପତ୍ର, ଦୂର ହୋଇଯିବ ଅର୍ଥ ସମସ୍ୟା !

ଘରେ ଝଗଡ଼ା ଲାଗି ରହୁଛି କି ? ଆପଣାନ୍ତୁ ଏହି ବାସ୍ତୁ ଉପାୟ

ଲଭ୍ ନା ଆରେଞ୍ଜ ମ୍ୟାରେଜ ? କେମିତି ହେବ ବିବାହ, ହାତ ରେଖାରୁ ଜାଣନ୍ତୁ..

ଟଙ୍କା ସମ୍ବନ୍ଧୀୟ ସମସ୍ୟାର ସମାଧାନ:

ଦେବୀ ଲକ୍ଷ୍ମୀଙ୍କ ସମ୍ମୁଖରେ 7 ବତୀ ଦୀପ ଜାଳିବା ଦ୍ବାରା ଟଙ୍କା ସମସ୍ୟାର ସମାଧାନ ହୁଏ ଏବଂ ଅଟକି ରହିଥିବା ଟଙ୍କା ପାଖକୁ ଫେରିଥାଏ । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରେ, ଧନ ଆଗମନ ହେବା ସହ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଏହା ସହିତ, ଜ୍ଞାନ ବୃଦ୍ଧି ପାଇଁ, ଦେବୀ ସରସ୍ବତୀଙ୍କ ସମ୍ମୁଖରେ ଦୁଇବତୀ ବିଶିଷ୍ଟ ଦୀପ ଜାଳନ୍ତୁ । ମା' ସରସ୍ବତୀ ଜ୍ଞାନ ଏବଂ ବିଦ୍ୟାର ଦେବୀ । ତାଙ୍କ କୃପାରୁ ଜ୍ଞାନ ବିକଶିତ ହେବା ସହ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିଥାଏ ।

ଧନ-ଧ୍ୟାନ ବୃଦ୍ଧି:

ବୁଧବାର ଦିନ, ଭଗବାନ ଗଣେଶଙ୍କ ସମ୍ମୁଖରେ ଦେଶୀ ଘିଅର ତିନିମୁଖୀ ଦୀପ ଜଳାନ୍ତୁ ଏବଂ ଦୁବ ଘାସ ଅର୍ପଣ କରନ୍ତୁ। ଏହି ଉପାୟ ଘରେ ଧନର ଅଭାବ ଦୂର ହେବା ସହ ଆୟର ନୂତନ ସୁଯୋଗ ପ୍ରଦାନ କରେ। ଭଗବାନ ଗଣେଶ ହେଉଛନ୍ତି ବାଧାବିଘ୍ନର ବିନାଶକ, ତାଙ୍କ କୃପାରୁ ସମସ୍ତ ବାଧାବିଘ୍ନ ଦୂର ହୁଏ ଏବଂ ଜୀବନରେ ସମୃଦ୍ଧି ଆସେ ।

Disclaimer: (ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଏବଂ ପଣ୍ଡିତମାନଙ୍କ ମତ ଉପରେ ଆଧାରିତ । ଏହା ଇଟିଭି ଭାରତର କୌଣସି ନିଜସ୍ବ ମତ ନୁହେଁ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.