ETV Bharat / politics

'ବିକଶିତ ଗାଁ ବିକଶିତ ଓଡ଼ିଶା'କୁ ନେଇ ରାଜନୀତି, ବିଜେଡି ଅଭିଯୋଗର ଉତ୍ତର ରଖିଲା ବିଜେପି - VIKSIT GAON VIKSIT ODISHA SCHEME

'ବିକଶିତ ଗାଁ ବିକଶିତ ଓଡ଼ିଶା'ଯୋଜନାକୁ ନେଇ ରାଜନୀତି, ବିଜେଡିର ନାଁ ପରିବର୍ତ୍ତନ ଯୋଜନା ଅଭିଯୋଗର ବିଜେପି ରଖିଲା ପାଲଟା ଉତ୍ତର,'ଲୋକଙ୍କୁ ଭ୍ରମିତ କରୁଛି ବିଜେଡି'

Viksit Gaon Viksit Odisha scheme
Viksit Gaon Viksit Odisha scheme (ETV Bharat Odisha)
author img

By ETV Bharat Odisha Team

Published : Feb 5, 2025, 10:58 PM IST

ଭୁବନେଶ୍ୱର: 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ ହୋଇଛି । ଗ୍ରାମାଞ୍ଚଳର ବିକାଶ ଲକ୍ଷ୍ୟରେ ଏହି ଯୋଜନାର ଆରମ୍ଭ କରାଯାଇଥିବା ବେଳେ ୫ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି । ଅନ୍ୟପଟେ ଏହି ଯୋଜନାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ପୂର୍ବ ସରକାରଙ୍କ ଯୋଜନାର ନାଁ ପରିବର୍ତ୍ତନ କରି ଏହି ଯୋଜନା କରାଯାଇଥିବା ବେଳେ ବିଜେଡି ଅଭିଯୋଗ ଆଣିଥିବା ବେଳେ ପାଲଟା ଉତ୍ତର ରଖିଛି ବିଜେପି ।

'ବିଜେଡି ଓଲଟା କଥା କହି ଲୋକଙ୍କୁ ଭ୍ରମିତ କରୁଛି'

Viksit Gaon Viksit Odisha scheme (ETV Bharat Odisha)

ଏନେଇ ବିଜେପି ବିଧାୟକ ବିଭୂତି ପ୍ରଧାନ କହିଛନ୍ତି, "ବିକଶିତ ଗାଁ ବିକଶିତ ଓଡିଶା ଏବଂ ଆମ ଓଡ଼ିଶା ନବୀନ ଓଡିଶା ସହ ତୁଳନା କରାଯାଉ । ଆମ ଓଡ଼ିଶା ନବୀନ ଓଡିଶା ଯୋଜନାରେ ପଲ୍ଲୀସଭା ନଥିଲା । ଯାହା ପ୍ରସ୍ତାବ ଆସିବ ତାହା ବାବୁ ଓ ବଡ଼ ନେତା ଦେବେ । ତାହା ଗାଁ'ରେ କାର୍ଯ୍ୟକାରୀ ହେବ । ବିକଶିତ ଗାଁ ବିକଶିତ ଓଡିଶା ଥିମ ହେଉଛି ପ୍ରସ୍ତାବ ଗାଁ'ରେ ପ୍ରସ୍ତୁତ ହେବ । ଗାଁ'ରେ ପଲ୍ଲୀ ସଭା ହେବ । ଗାଁ' ଲୋକ ଗାଁ'ର ବିକାଶ ପାଇଁ ପ୍ରସ୍ତାବ ଦେବେ । ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଏହାକୁ ଅନୁମୋଦନ କରିବେ । ସରକାର ଅର୍ଥ ଦେବେ । ତାହା ପରେ କାମ ହେବ । ବିଜେଡି ସରକାର ପୂର୍ବରୁ ଏହି ବ୍ୟବସ୍ଥା ଥିଲା । କିନ୍ତୁ ବିଜେଡି ଏହାକୁ ବଦଳେଇ ଦେଇଥିଲା । ଗାଁ'ଲୋକ ଅତିଷ୍ଠ ହୋଇ ବିଜେଡିକୁ ବଦଳେଇ ଦେଲେ । ବିଜେଡି ଯୋଜନାର ବ୍ୟବସ୍ଥା ବଦଳେଇଥିଲା, ଆମ ସେଇଟା ବଦଳେଇଲୁ । ବିଜେଡି ଓଲଟା କଥା କହି ଲୋକଙ୍କୁ ଭ୍ରମିତ କରୁଛି । ଲୋକେ ଭ୍ରମିତ ହେବେନାହିଁ ।"

ଏହାମଧ୍ୟ ପଢନ୍ତୁ...

'ବିକଶିତ ଗାଁ ବିକଶିତ ଓଡ଼ିଶା'ର ଶୁଭାରମ୍ଭ, ଗ୍ରାମସଭାରେ ପ୍ରକଳ୍ପ ତାଲିକା ଚୟନ - VIKSIT GAON VIKSIT ODISHA SCHEME

ବିକଶିତ ଗାଁ ନାମରେ ବିକଳାଙ୍ଗ ଯୋଜନା କରିଛନ୍ତି ମୋହନ ସରକାର: ବିଜେଡି

'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା:

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି (ବୁଧବାର) ଖୋର୍ଦ୍ଧା ଜିଲ୍ଲା ଜଙ୍କିଆଠାରେ ଏକ କାର୍ଯ୍ୟକ୍ରମରେ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ କରିଛନ୍ତି । ଗ୍ରାମାଞ୍ଚଳର ବିକାଶ ଲକ୍ଷ୍ୟରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ୫ ବର୍ଷ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ପାଇଁ ୫ହଜାର କୋଟିର ବ୍ୟୟବରାଦ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.