ମେଷ: ଆଜି ଘରୋଇ କାର୍ଯ୍ୟ କଲାବେଳେ ବାସ୍ତବିକତାପୂର୍ଣ୍ଣ ଏବଂ ଗଠନାତ୍ମକ ହେବା ଉଚିତ୍ । ଅନ୍ୟମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ । ଠିକ୍ ସମୟରେ ଖାଇବା କଷ୍ଟକର ହୋଇପାରେ । ଆପଣଙ୍କ ଖର୍ଚ୍ଚକୁ ବଜେଟ୍ ଭିତରେ ରଖନ୍ତୁ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଆର୍ଥିକ ବିଷୟରେ ସଜାଗ ରୁହନ୍ତୁ ।
ବୃଷ: ଆଜି ଆପଣ ଅର୍ଥ ସମନ୍ଧୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପାଇଁ ଦିନଟିକୁ ଉତ୍ସର୍ଗ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ସେ ବିଷୟରେ ଯୋଜନା ଏବଂ କାର୍ଯ୍ୟସୂଚୀ ବିସ୍ତାର ଭାବରେ ତିଆରି କରିବାକୁ ପଡିପାରେ । ଅର୍ଥ ଲାଭର ସଙ୍କେତ ଅଛି । ଆପଣ ଶକ୍ତି ସାମର୍ଥ୍ୟ ଭରା ହେବେ । ଆପଣ ଆଜି ଦିନଟିର କାର୍ଯ୍ୟ ଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ ।
ମିଥୁନ: ଆଜି ସାବଧାନତାର ସହ ରୁହନ୍ତୁ । ଆପଣଙ୍କର ପ୍ରଚଣ୍ଡ କ୍ରୋଧ ଏବଂ ତିକ୍ତ ବଚନ, ବିବାଦ ଏବଂ ଭୁଲ ବୁଝାମଣାର କାରଣ ହୋଇପାରେ । ଆଜି ଧ୍ୟାନ କରନ୍ତୁ ଏବଂ ଆରାମ ଅନୁଭବ କରିବ । ଆଖିରେ ଯନ୍ତ୍ରଣାରୁ ମୁକ୍ତି ପାଇବେ । ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଆପଣଙ୍କର ଖର୍ଚ୍ଚ ଉପରେ ଦୃଷ୍ଟି ରଖିନ୍ତୁ । ଆର୍ଥିକ ଲାଭ ଅଧିକ ହେବାର ସମ୍ଭାବନା ଅଛି । ଆଜି ଆପଣ ଦୁର୍ଘଟଣା ପ୍ରବଣ ଅଛନ୍ତି, ସତର୍କତାର ସହିତ ଯାବାହାନ ଚଲାନ୍ତୁ । ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ବିଶ୍ୱାସ ଶାନ୍ତି ପ୍ରଦାନ କରିବ ।
କର୍କଟ: ଆପଣଙ୍କର ସକରାତ୍ମକ ଶକ୍ତି ଶୀଘ୍ର କିଛି ପରିମାଣରେ ଫଳପ୍ରଦ ହେବାକୁ ଯାଉଛି । ହଠାତ୍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତରେ ବର୍ଦ୍ଧିତ ହେବ । ଆଜି ଆପଣ ଭାଗ୍ୟବାନ ହେବେ । ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ଆପଣଙ୍କର ମନପସନ୍ଦ ଦର୍ଶନୀୟ ସ୍ଥାନକୁ ଲମ୍ୱା ଯାତ୍ରାରେ ଯିବାକୁ ଯୋଜନା କରିବେ ଏବଂ ଆପଣଙ୍କର ଦିନର ସମାପ୍ତି ଉଲ୍ଲେଖିତ ଭାବେ ସମାପ୍ତ ହେବ । ପତି-ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ।
ସିଂହ: ଆଜି ଦିନଟି ଅତ୍ୟନ୍ତ ଶୁଭ ରହିବ । ଅଫିସ୍ରେ ପଦୋନ୍ନତି ସମ୍ଭାବନା ରହିଛି । ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବା ପାଇଁ ବୁଲାବୁଲି କରିବାକୁ ଯାଇପାରନ୍ତି । ସହକର୍ମୀଙ୍କ ସହଯୋଗରେ କାମ ପୂରା କରିବେ । ଅକସ୍ମାତ୍ ଖୁସି ଖବର ପାଇବେ । ବ୍ୟବସାୟରୁ ଲାଭ ପାଇବେ । ମନୋରଞ୍ଜନରେ ସମୟ ଅତିବାହିତ ହେବ । ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେବେ ।
କନ୍ୟା: ଆଜି ନିଷ୍କ୍ରିୟତା, ଆଳସ୍ୟ ଅନୁଭବ କରିବେ । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁ ନାହିଁ । ଯଦି ଆପଣ ଜିତିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପ୍ରତିଦ୍ୱନ୍ଦ୍ବୀ ମାନଙ୍କର ପରବର୍ତ୍ତୀ ପଦକ୍ଷେପ ପାଇଁ ସାବଧାନ ହୋଇ ରହିବାକୁ ପଡିବ । ଶତ୍ରୁ ପରାଜିତ ହେବ । ନୂଆ ଲୋକଙ୍କ ସଂସ୍ପର୍ଶରେ ଆସିବେ ।
ତୁଳା: ଆଜି କଥାବାର୍ତ୍ତା କରିବା ବେଳେ ସତର୍କ ରୁହନ୍ତୁ । ଚିଡଚିଡା ଅନୁଭବ କରିପାରନ୍ତି । କ୍ଷମତା ଯୁକ୍ତ ହୋଇପାରନ୍ତି । ଅତ୍ୟଧିକ ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରିବାରୁ ଦୂରେଇ ରୁହନ୍ତୁ । ଅପ୍ରିୟ ସତ କହି ସମସ୍ୟାର ସମ୍ମୁଖିନ ହୋଇପାରନ୍ତି । ସ୍ବାସ୍ଥ୍ୟ ସମସ୍ଯା ଦେଖାଦେଇପାରେ ।
ବିଛା: ଆଜି ଆପଣ ଆପଣଙ୍କର ଦୁର୍ବଳତାକୁ ଦୂର କରନ୍ତୁ । କ୍ୟାରିୟରକୁ ନେଇ ଚିନ୍ତାରେ ରହିପାରନ୍ତି । ଆର୍ଥିକ ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି । ପ୍ରେମିକ-ପ୍ରେମିକାଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭୁଲ୍ ବୁଝାମଣା ହୋଇପାରେ । ସନ୍ଧ୍ଯା ବେଳକୁ ସ୍ଥିତିରେ ଉନ୍ନତି ଆସିବ । ଜମିବାଡ଼ିକୁ ନେଇ ବିବାଦ ଦେଖା ଦେଇପାରେ ।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଆନନ୍ଦମୟର ହେବ । ଆପଣ ନିଜ ସହ ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ଅନୁଭବ କରିପାରନ୍ତି । ପରିବାରର ସମସ୍ତ ବିଷୟକୁ ନେଇ ଗୋଟିଏ ଉତ୍ତମ ଦିନ । ଘରେ ପରିବେଶ ବାତାବରଣ ଆନନ୍ଦମୟ ରହିବ, ଯାହାକି ତାହା ଆପଣଙ୍କୁ ଅଧିକ ଖୁସି ଦେବ । ବ୍ୟବସାୟରେ ଲାଭବାନ ହେବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ରାଜନୀତିରେ ପ୍ରତିଷ୍ଠା ବଢ଼ିବ ।
ମକର: ଆପଣଙ୍କର ସ୍ୱାସ୍ଥ୍ୟ ଆଜି ଖରାପ ରହିପାରେ । ଆପଣଙ୍କ ମୁଣ୍ଡ ବୁଲେଇବା ଏବଂ ନିଷ୍କ୍ରିୟତା ଅନୁଭବ କରିପାରନ୍ତି । ଆପଣ ବିଭିନ୍ନ କାରଣରୁ ବ୍ୟତିବ୍ୟସ୍ତ ରହିବାର ସମ୍ଭାବନା ରହିଛି । ଆପଣଙ୍କ ନକ୍ଷତ୍ର ଗୁଡିକ କାର୍ଯ୍ୟକୁ ଅଗ୍ରସର କରାଇବାରେ ସହଯୋଗ କରିବେ । ମାତ୍ର ଆପଣଙ୍କର ବରିଷ୍ଠମାନେ ଅସନ୍ତୁଷ୍ଟ ହୋଇ ପାରନ୍ତି । ଆପଣଙ୍କର ପିଲାମାନଙ୍କର ଏବଂ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବିଶ୍ରାମ ଏବଂ ଆରାମ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ କରନ୍ତୁ ।
କୁମ୍ଭ: ଆଜି ଆପଣଙ୍କର ଦିନଟି ସୀମିତ ଅଟେ । ଆପଣଙ୍କର ନକାରାତ୍ମକ ଭାବନାକୁ ଦେଖିରଖି ଚଳନ୍ତୁ । ଯାହା ପାରିବାରିକ ଜୀବନକୁ ପ୍ରଭାବିତ କରିପାରେ । ଏହା ଆପଣଙ୍କର ସାମାଜିକ ମର୍ଯ୍ୟାଦା ଉପରେ ବିପରୀତ ପ୍ରଭାବ ପକାଇପାରେ । ଗୃହ ଏବଂ ସମ୍ପତ୍ତିର ନିଷ୍ପତ୍ତି ନେଲାବେଳେ ସାବଧାନ ରହନ୍ତୁ । ଛାତ୍ରମାନଙ୍କର ପଢିବାର ଏହା ହେଉଛି ଉତ୍ତମ ସମୟ । ଆପଣ କୌଶଳକ୍ରମେ ଆପଣଙ୍କର ଆର୍ଥିକ ଉତ୍ସର ପରିଚାଳନାରେ ସଫଳ ହେବେ ।
ମୀନ: ଆପଣଙ୍କର ଭାଗ୍ୟଧାରା ଆଜି ଶକ୍ତିଶାଳୀ ଅଛି । ଆପଣ ନେଇଥିବା ନିଷ୍ପତ୍ତି ଶୀଘ୍ର କାର୍ଯ୍ୟରେ ପରିଣତ ହୋଇପାରେ । ଆପଣଙ୍କର ସକାରାତ୍ମକ ମନୋବୃତ୍ତି କେନ୍ଦ୍ରିତ ଏବଂ ଏକାଗ୍ରତା ଆପଣଙ୍କକୁ ସଫଳତାର ସହ ଅଗ୍ରସର କରିବ । ବନ୍ଧୁ, ଭାଇ ଓ ଭଉଣୀମାନଙ୍କ ସହ ସମ୍ପର୍କ ସୁଦୃଢ ହେବ । ସମାଜରେ ପ୍ରତିଷ୍ଠତ ହେବା ସହ ପ୍ରଶଂସିତ ହେବ । ଅର୍ଥ ଲାଭ ହେବ ।