ETV Bharat / state

ଅଦିନିଆ ବର୍ଷା ଛଡେଇନେଲା ଚାଷୀ ମୁହଁରୁ ଆହାର - CROP DAMAGE

ଅଦିନିଆ ବର୍ଷାରେ ଉଜୁଡିଗଲା ସୁନାର ଫସଲ । ଚିନ୍ତାରେ ଚାଷୀକୁଳ । 'ରକ୍ଷକ କୃଷି ଆପ୍' ମାଧ୍ୟମରେ କ୍ଷୟକ୍ଷତି ବିଷୟରେ ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ପରାମର୍ଶ ।

Crop Damage
Crop Damage (ETV Bharat Odisha)
author img

By ETV Bharat Odisha Team

Published : Dec 26, 2024, 10:09 PM IST

ଖୋର୍ଦ୍ଧା : ବର୍ଷା ଅଜାଡ଼ିଲା, ଫସଲ ଉଜୁଡିଲା । ଏପରି ପରିସ୍ଥିତି ଚାଷୀକୁଳକୁ ଚିନ୍ତାରେ ପକାଇଛି । ବର୍ଷକର ଅମଳ ଫସଲ ଆଖି ଆଗରେ ଗଜା ହୋଇ ନଷ୍ଟ ହୋଇଯିବାକୁ ବସିଛି । ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ଚାଷୀ ।

Crop Damage (ETV Bharat Odisha)

ବର୍ଷା ବଢାଇଲା ଚାଷୀର ଚିନ୍ତା:

ଚଳିତ ବର୍ଷ ଖରିଫ ଧାନ ଫସଲ ଭଲ ହୋଇଥିବାବେଳେ ଚାଷୀ ମନରେ ଆନନ୍ଦ ଲହରୀ ଖେଳିଥିଲା । ଧାନ କାଟି ସୁରକ୍ଷିତ ଭାବରେ ଗଦା କରି କ୍ଷେତରେ ରଖିଥିଲା ଚାଷୀ । ବିଲରେ ଚାଷ କରି ରବି ଫସଲ ପାଇଁ ମୁଗ ବିରି ବୁଣିଥିଲା । କିନ୍ତୁ ଅଦିନିଆ ବର୍ଷା ଯୋଗୁ ଚାଷୀର ସବୁ ସ୍ବପ୍ନରେ ପାଣି ପଶିଛି । ପୌଷ ମାସରେ ଧାରା ଶ୍ରାବଣ ଭଳି ବର୍ଷା ହୋଇ ଚାଷୀର ବର୍ଷକ ଆହାର ଉଜାଡି ଦେଇଛି । ଯାହାକୁ ନେଇ ଏବେ ସରକାରୀ ସହାୟତା ପାଇଁ ଚାଷୀ ଆକୁଳ ନିବେଦନ କରିଛି । ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ଭଲ ଖରିଫ ଧାନ ଫସଲ ହୋଇଥିବାବେଳେ ମଣ୍ଡିରେ ଧାନ ଦରକୁ ନୂଆ ସରକାର ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଚାଷୀ ମନରେ ଉତ୍ସାହ ଖେଳିଥିଲା। ଯାହା ଫଳରେ ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ଫସଲ କରି ଭଲ ଦିପଇସା ପାଇବ ବୋଲି ଆଶା ରଖିଥିଲା । କିନ୍ତୁ ଚାଷୀକୂଳର ସବୁ ଆଶା ଆଶାରେ ରହିଗଲା ।

Crop Damage
Crop Damage (ETV Bharat Odisha)

ଫସଲ ନଷ୍ଟ, ସହାୟତା ଆଶାରେ ଚାଷୀ:

ଚାଷୀ ତା ଫସଲକୁ ଠିକ ସମୟରେ ସୁରକ୍ଷିତ ସ୍ଥାନରେ ରଖିପାରିଲାନି । କେଉଁଠି କ୍ଷେତରେ ପଡିଥିବା ସୁନା ଫସଲ ଉପରେ ପାଣି ଚାଲୁଛି ତ ଆଉ କେଉଁଠି ଗଦା ହୋଇଥିବା ଧାନ ପାଣିରେ ବୁଡିଛି । ଯାହାଫଳରେ ଗଦା ହୋଇଥିବା ଧାନ ଫସଲରୁ ଗଜା ବାହାରିଲାଣି । କିଛି ଯାଗାରେ ଚାଷ ହୋଇଥିବା ରବି ଫସଲ ମୁଗ, ବିରି ଉପରେ ପାଣି ଜମା ହୋଇ ତାହା ନଷ୍ଟ ହୋଇଗଲାଣି । ଚାଷୀ ଆଜି ମୁଣ୍ଡରେ ହାତ ଦେଇ ସରକାରୀ ସହାୟତା ପାଇବା ପାଇଁ ଆକୁଳ ନିବେଦନ କରିଛି । ତୁରନ୍ତ ପ୍ରଶାସନ ଅଧିକାରୀ ଚାଷୀକୂଳକୁ ସହାୟତା ଯୋଗାଇ ଦେବାକୁ ଚାଷୀକୂଳ ନିବେଦନ କରିଛନ୍ତି । ଜଣେ ଚାଷୀ ଅନାଦି ବାରିକ କହିଛନ୍ତି, "ଧାନ ମୁଗ ସବୁରେ ପାଣି ପଶି ନଷ୍ଟ ହୋଇଯାଇଛି । ପ୍ରଶାସନ ଯଦି ସହାୟତା କରିବ, ନହେଲେ ଆମ ପାଖରେ ଆଉ କୌଣସି ରାସ୍ତା ନାହିଁ ।" ସେପଟେ ଅନ୍ୟ ଜଣେ ଚାଷୀ ଜନ୍ମେଜୟ ପଣ୍ଡା କହିଛନ୍ତି, ଏ ବର୍ଷ ଭଲ ଫସଲ ହୋଇଥିଲା । ହେଲେ ବର୍ଷା ପାଇଁ ସବୁ ନଷ୍ଟ ହୋଇଗଲା । ସରକାର ଯଦି ସହାୟତା ନକରନ୍ତି କେତେ ଯେ ଚାଷୀ ଜୀବନ ହାରିବେ ତାହା କହିହେବନାହିଁ ।"

Crop Damage
Crop Damage (ETV Bharat Odisha)

ଏହା ବି ପଢନ୍ତୁ...ଅଦିନିଆ ବର୍ଷା ଉଜାଡିଲା ଧାନ, କ୍ଷେତରେ ମନ୍ତ୍ରୀ ବିଭୂତି ଜେନାଙ୍କ ସ୍ଥିତି ଅନୁଧ୍ୟାନ

ଏହା ବି ପଢନ୍ତୁ...ବିଲରେ ଭାସୁଛି ଧାନ, ବର୍ଷକର ରୋଜଗାର ପାଣିରେ ପକାଇ ଦେଲା ବର୍ଷା

କ୍ଷୟକ୍ଷତି ଅବଗତ କରାଇବାକୁ ଜିଲ୍ଲାପାଳଙ୍କ ପରାମର୍ଶ:

ସେପଟେ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ଚାଷୀମାନଙ୍କ ସମସ୍ଯା ଶୁଣିଛନ୍ତି । ଜିଲ୍ଲାପାଳ କହିଛନ୍ତି," ସହାୟତା ପାଇବା ପାଇଁ 14447 ନମ୍ବରରେ ଫୋନ କରି କିମ୍ବା ରକ୍ଷକ କୃଷି ଆପ୍ ମାଧ୍ୟମରେ କ୍ଷୟକ୍ଷତି ବିଷୟରେ ଅବଗତ କରାନ୍ତୁ । ଲଗାଣ ବର୍ଷା ଫଳରେ ଜିଲ୍ଲାରେ ଖୋଲିବାକୁ ଥିବା ମଣ୍ଡି ତାରିଖକୁ କିଛି ଦିନ ପାଇଁ ଘୁଞ୍ଚାଇ ଦିଆଯିବାକୁ ନିଷ୍ପତ୍ତି ହୋଇଛି।"

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.