ପ୍ରୟାଗରାଜ (ଉତ୍ତରପ୍ରଦେଶ): ମହାକୁମ୍ଭ ମେଳାରୁ ଆସିଲା ଆଉ ଏକ ଦୁଃଖଦ ଖବର । ଗତକାଲି(ବୁଧବାର) କାର୍ଯ୍ୟରତ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ଝୁନ୍ସି ପୋଲିସ । ସବଇନ୍ସପେକ୍ଟରଙ୍କ ମୃତ୍ୟୁକୁ ନେଇ ପରିବାର ସମେତ ପୋଲିସ ବିଭାଗରେ ଶୋକର ଲହରୀ ଖେଳିଯାଇଛି ।
'କୁମ୍ଭମେଳାରେ ଡ୍ୟୁଟିବେଳେ ପୋଲିସ ଅଧିକାରୀଙ୍କ ମୃତ୍ୟୁ'
ଗାଜିପୁରା ଜିଲ୍ଲା ଗହମର ଥାନା ସ୍ଥିତ ବସୁକା ଗାଁର ବାସିନ୍ଦା ସବ୍-ଇନ୍ସପେକ୍ଟର ଅଞ୍ଜନୀ ରାୟଙ୍କ ବହରାଇଚ ଜିଲ୍ଲାରେ ପୋଷ୍ଟିଂ ହୋଇଥିଲା । ପ୍ରୟାଗରାଜ କୁମ୍ଭମେଳାରେ ଡ୍ୟୁଟିରେ ଥିଲେ ଅଞ୍ଜନୀ । କାର୍ଯ୍ୟରତ ଅବସ୍ଥାରେ ହଠାତ୍ ସେ ଅସୁସ୍ଥ ହୋଇପଡିଥିଲେ । ହସ୍ପିଟାଲ ନେବାବେଳେ ଅଧାବାଟରେ ଅଞ୍ଜନୀଙ୍କ ମୃତ୍ୟୁ ହୋଇଛି । ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ଅନ୍ୟପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ବିଭାଗରେ ଶୋକର ଲହରୀ ଖେଳିଯାଇଛି ।
'ଅଞ୍ଜନୀଙ୍କ ପରିବାରକୁ କରାଗଲା ଅବଗତ'
ରୁରାଲ ଏସପି ଦୁର୍ଗା ପ୍ରସାଦ ତିୱାରୀ କହିଛନ୍ତି, "ଅଧିକାରୀମାନେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ଝୁନ୍ସି ପୋଲିସ ଆବଶ୍ୟକ ପଦକ୍ଷେପ ନେଇ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି ।"
ଅଞ୍ଜନୀ ରାୟଙ୍କ ବିଷୟରେ...
ଗାଜିପୁରା ଜିଲ୍ଲା ବାସୁକା ଗାଁର ବାସିନ୍ଦା ଅଞ୍ଜନୀ ରାୟଙ୍କୁ 1995 ମସିହାରେ ପୋଲିସ ବିଭାଗରେ କନଷ୍ଟେବଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଏହାପରେ ତାଙ୍କୁ ସବ୍-ଇନ୍ସପେକ୍ଟର ପଦବୀକୁ ପ୍ରମୋସନ କରାଯାଇଥିଲା । ତାଙ୍କୁ ଦୁଇ ବର୍ଷରୁ ଅଧିକ ସମୟ ପାଇଁ ବହରାଇଚ୍ ଜିଲ୍ଲାରେ ନିଯୁକ୍ତ କରାଯାଇଥିଲା । ଜିଲ୍ଲାର ହରଦୀ ଏବଂ ବୋଣ୍ଡି ଥାନାରେ ସେ କାର୍ଯ୍ୟ କରିଥିଲେ ।
ଏହା ବି ପଢନ୍ତୁ...ମହାକୁମ୍ଭରେ ଦଳାଚକଟା ପରେ କିପରି ରହିଛି ସ୍ଥିତି? ଜାଣନ୍ତୁ
ଏହା ବି ପଢନ୍ତୁ...ଅଯୋଧ୍ୟା, ବାରାଣାସୀ, ମିର୍ଜାପୁର ଏବଂ ଚିତ୍ରକୋଟ ଜିଲ୍ଲା ପ୍ରଶାସନ ସତର୍କ ରହିବା ଉଚିତ୍ ଏବଂ ସମସ୍ତଙ୍କ ସୁରକ୍ଷା ପାଇଁ ଠୋସ୍ ବ୍ୟବସ୍ଥା କରାଯିବା ଉଚିତ୍।
ଏହା ବି ପଢନ୍ତୁ...ସାମ୍ନାକୁ ଆସିଲା ମହାକୁମ୍ଭ ଦଳାଚକଟାର କାରଣ: 30 ମୃତ, 60ରୁ ଊର୍ଦ୍ଧ୍ବ ଆହତ
ଦଳାଚକଟାରେ ୩୦ ମୃତ:
ପ୍ରୟାଗରାଜରେ ଘଟିଥିବା ଦଳାଚକଟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି । ଏହି ଅଘଟଣରେ 30 ଜଣଙ୍କ ଜୀବନ ଯାଇଥିବାବେଳେ ପାଖାପାଖି 90 ଜଣ ଆହତ ହୋଇଥିବା ସୂଚନା ରହିଛି । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଏହାସହ ଘଟଣା ସମ୍ପର୍କରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି (ବୁଧବାର) ଭୋର ସମୟରେ ମୌନି ଅମାବାସ୍ୟାରେ ସାହି ସ୍ନାନ ଅବସରରେ ତ୍ରିବେଣୀ ସଙ୍ଗମସ୍ଥଳରେ ଦଳାଚକଟା ହୋଇଥିଲା ।