ETV Bharat / state

୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଚାଷ ନଷ୍ଟ କଲା ପ୍ରଶାସନ - ILLEGAL OPIUM CULTIVATION

ନିଶା ମାଫିଆଙ୍କୁ ସାବାଡ କରିବାକୁ ଆକ୍ସନ ମୋଡରେ ପୋଲିସ । ବେଆଇନ ଅଫିମ ଚାଷଜମିରେ ରେଡ୍ । ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ନଷ୍ଟ ।

Illegal Opium Cultivation
Illegal Opium Cultivation (ETV Bharat Odisha)
author img

By ETV Bharat Odisha Team

Published : Jan 30, 2025, 8:38 AM IST

ରାଇରଙ୍ଗପୁର : ଏକ ଏକରରୁ ଉର୍ଦ୍ଧ୍ବ ଜମିରେ ଚାଲିଥିଲା ବେଆଇନ ଅଫିମ ଚାଷ । ଅଚାନକ ଚଢାଉ କରି ଅଫିମ ଚାଷକୁ ନଷ୍ଟ କଲା ପ୍ରଶାସନ । ପ୍ରାୟ ୪୦ ଲକ୍ଷ ଟଙ୍କାର ଅଫିମ ଚାଷ ହୋଇଥିବାବେଳେ ତାହାକୁ ନଷ୍ଟ କରାଯାଇଛି । ସେପଟେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର । ତେବେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ।

Illegal Opium Cultivation (ETV Bharat Odisha)

ଅଫିମ ଚାଷ ସ୍ଥାନରେ ଚଢାଉ:

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ସାଲେଇବେଡା ଗ୍ରାମପଞ୍ଚାୟତର ଏଦେଲାବେଡା ଗ୍ରାମ ଅନ୍ତର୍ଗତ ବୁରୁସାହି ଜଙ୍ଗଲ ଭିତରେ ପ୍ରାୟ ଏକ ଏକର ସ୍ଥାନରେ ହୋଇଥିଲା ଅଫିମ ଚାଷ। ନିଶା ମାଫିଆମାନେ ଅଫିମ ଚାଷ କରିବା ପାଇଁ ଉକ୍ତ ଜଙ୍ଗଲକୁ ବାଛି ନେଇଥିଲେ। କାରଣ ପୋଲିସ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିଲା ଏହି ସ୍ଥାନ। ତେବେ କୌଣସି ସୂତ୍ରରୁ ଖବର ପାଇବା ପରେ ପୋଲିସ ପ୍ରଶାସନର ନଜରକୁ ଆସିଥିଲା ଏହି ଅଫିମ ଚାଷ। ଗତକାଲି (ବୁଧବାର) ଦିନ ଠାକୁରମୁଣ୍ଡା ତହସିଲଦାର ସମ୍ବିତ କୁମାର କର ଓ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ଉପସ୍ଥିତିରେ ଠାକୁରମୁଣ୍ଡା ଥାନା ଅଧିକାରିଣୀ ସାବିତ୍ରୀ ଦଳେଇ, ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ସମେତ ପୋଲିସ ଓ ବନବିଭାଗ କର୍ମଚାରୀ ମିଳିତ ଭାବରେ ଜଙ୍ଗଲ ଭିତରେ ଥିବା ବୁରୁସାହିରେ ଚଢ଼ାଉ କରିଥିଲେ।

ଏହା ବି ପଢନ୍ତୁ...ଦେବଗଡ଼ରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ

ଏହା ବି ପଢନ୍ତୁ...ସମ୍ବଲପୁର ପରେ ବଣାଇରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ ବିଭାଗ

ମାଫିଆ ଫେରାର:

କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର କହିଛନ୍ତି, " ଅଫିମ ଚାଷ କରିଥିବା ମାଫିଆମାନେ ପୂର୍ବରୁ ହିଁ ଫେରାର ହୋଇ ଯାଇଥିଲେ । ଏକ ଏକରରୁ ଉର୍ଦ୍ଧ୍ୱ ଜମିରେ ହୋଇଥିବା ଅଫିମ ଚାଷକୁ ନଷ୍ଟ କରାଯାଇଛି । ପ୍ରାୟ ୪୦ ଲକ୍ଷ ଟଙ୍କାର ଅଫିମ ଚାଷ କରାଯାଇଥିବା ଅନୁମାନ କରୁଛୁ । ଫେରାର ଥିବାରୁ ବର୍ତ୍ତମାନ ସୁଦ୍ଧା ଏନେଇ କାହାକୁ ଗିରଫ କରା ଯାଇ ନାହିଁ । ଯଥାଶୀଘ୍ର ନିଶା ମାଫିଆମାନଙ୍କୁ ଗିରଫ କରାଯିବ ।"

ଏହା ବି ପଢନ୍ତୁ..ଚଢାଉବେଳେ ଅବକାରୀ କର୍ମଚାରୀଙ୍କୁ ଗ୍ରାମବାସୀଙ୍କ ଆକ୍ରମଣ, 10ରୁ ଉର୍ଦ୍ଧ୍ବ ଅଟକ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.