ETV Bharat / state

ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - DISTRICT DISTRIBUTION

ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ବାଲେଶ୍ବର ଓ ଭଦ୍ରକ ଦାୟିତ୍ବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

DISTRICT DISTRIBUTION
DISTRICT DISTRIBUTION (ETV Bharat Odisha)
author img

By ETV Bharat Odisha Team

Published : 14 hours ago

Updated : 14 hours ago

ଭୁବନେଶ୍ବର: ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କଟକ ଦାୟିତ୍ବ ନେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଦାୟିତ୍ବ ନେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

DISTRICT DISTRIBUTION
DISTRICT DISTRIBUTION (ETV Bharat Odisha)

ମନ୍ତ୍ରୀଙ୍କୁ ଜିଲ୍ଲା ଦାୟିତ୍ବ:

ସୁରେଶ ପୂଜାରୀଙ୍କୁ ମିଳିଲା ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲା ଦାୟିତ୍ବ । ସୋନପୁର ଓ ବଲାଙ୍ଗୀର ଦାୟିତ୍ବରେ ମନ୍ତ୍ରୀ ରବି ନାରାୟଣ ନାୟକ । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ଦାୟିତ୍ବ ମିଳିଛି । ଖାଦ୍ୟ ସୁରକ୍ଷା ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦିଆଗଲା ଅନୁଗୋଳ ଓ ସମ୍ବଲପୁର ଜିଲ୍ଲା ଦାୟିତ୍ବ । ସେହିପରି ଗଞ୍ଜାମ ଓ ଗଜପତି ଜିଲ୍ଲା ଦାୟିତ୍ବରେ ରହିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଝାରସୁଗୁଡା ଓ ବରଗଡ଼ ଦାୟିତ୍ବ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ମିଳିଛି । ରାୟଗଡା ଓ ନବରଙ୍ଗପୁର ଦାୟିତ୍ବ ନେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ବରେ ରହିଛନ୍ତି । ସେହିପରି ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଦାୟିତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମିଳିଛି ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା ଦାୟିତ୍ବ । ସେହିପରି ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଦାୟିତ୍ବରେ ରହିବେ । ଅପରପକ୍ଷେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ବ ମିଳିଥିବାବେଳେ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ମିଳିଛି ଢେଙ୍କାନାଳ ଓ ପୁରୀ ଜିଲ୍ଲା ଦାୟିତ୍ବ ।

ଏହା ବି ପଢନ୍ତୁ... ‘ଦାନା’ ମୁକାବିଲା ପାଇଁ 9 ମନ୍ତ୍ରୀଙ୍କୁ 9 ଜିଲ୍ଲା ଦାୟିତ୍ବ

ଏହା ବି ପଢନ୍ତୁ...ଚାଷୀଙ୍କୁ ହଇରାଣ କଲେ କଡା କାର୍ଯ୍ୟାନୁଷ୍ଠାନ, ବୀମା କମ୍ପାନୀଙ୍କୁ ରାଜସ୍ୱ ମନ୍ତ୍ରୀଙ୍କ ଚେତାବନୀ

ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଜ ନିଜ ଜିଲ୍ଲାର ତତ୍ତ୍ବାବଦାନ କରିବେ ମନ୍ତ୍ରୀ । ବିଭିନ୍ନ କାର୍ଯ୍ୟ ନେଇ କରିବେ ସମୀକ୍ଷା । ପୂର୍ବରୁ ବାତ୍ୟା 'ଦାନା' ପରିଚାଳନା ସମୟରେ ମଧ୍ୟ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ମାନଙ୍କରେ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 14 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.