ETV Bharat / bharat

ଖାଇକୁ ଖସିଲା କାର, ଚାଲିଗଲେ ଗୋଟିଏ ପରିବାରର 8ଜଣ - EIGHT MEMBERS OF FAMILY DIE

author img

By ETV Bharat Odisha Team

Published : Jul 27, 2024, 5:34 PM IST

8 killed in accident: ଅନନ୍ତନାଗରେ ଖାଇକୁ କାର ଖସି ଗୋଟିଏ ପରିବାର 8 ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଏକାଧିକ ଶିଶୁ । ଅଧିକ ପଢନ୍ତୁ

ଖାଇକୁ ଖସିଲା କାର, ଚାଲିଗଲେ ଗୋଟିଏ ପରିବାର 8ଜଣ
ଖାଇକୁ ଖସିଲା କାର, ଚାଲିଗଲେ ଗୋଟିଏ ପରିବାର 8ଜଣ (ETV Bharat Odisha)

ଶ୍ରୀନଗର: କାଶ୍ମୀରର ଅନନ୍ତନାଗରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ କାର ଖାଇକୁ ଖସିପଡିବା ଫଳରେ ଗୋଟିଏ ପରିବାରର 8ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ 5ଜଣ 18ବର୍ଷରୁ କମ ବୟସର ରହିଛନ୍ତି । ଅନନ୍ତନାଗ ଜିଲ୍ଲାର ଡାକସୁମରେ ଆଜି ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ଆମ୍ବୁଲାନ୍ସ ଟିମ ସହ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲା । ଏଥିରେ 8ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଛି । ମୃତକଙ୍କ ପରିଚୟ ସମ୍ପର୍କରେ ପୋଲିସ କୌଣସି ସୂଚନା ସ୍ପଷ୍ଟ କରିନି । ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

ମୃତକଙ୍କ ମଧ୍ୟରେ 5 ନାବାଳକ: -

ସୂଚନା ଅନୁସାରେ, ମୃତକମାନେ ଏକ କାରରେ କିସ୍ତାଓ୍ବାରରୁ ଆସୁଥିଲା । କାରଟି ଡାକସୁମ ଏରିଆରେ ଏକ ଗଭୀର ଖାଇକୁ ଖସିପଡିଥିଲା । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ଖସିପଡିଥିବା ସନ୍ଦେହ କରାଯାଉଛି । ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା । ହେଲେ ଉଦ୍ଧାର ବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ଏଥିରେ ଡ୍ରାଇଭର ସମେତ 8ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ତିନି ପୁରୁଷ ଓ ମହିଳାଙ୍କ ବ୍ୟତୀତ 5 ଜଣ ବୟସ 5ରୁ 15 ବର୍ଷ ମଧ୍ୟରେ ହେବା ନେଇ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- କିଏ ବନ୍ଦ କଲା ମାଇକ୍‌ ! ନୀତି ଆୟୋଗ ବୈଠକରୁ ଅଧାରୁ ଉଠି ଆସିଲେ ଦିଦି - Mamata Banerjee walks out

ନିକଟରେ ସିରିଜ ଦୁର୍ଘଟଣା ନେଇଥିଲା 6 ଜୀବନ:-

21ତାରିଖରେ ଘାଟିରେ ଦୁଇଟି ସିରିଜ ଦୁର୍ଘଟଣା ଘଟିଥିଲା । ଏଥିରେ 6ଜଣ ପ୍ରାଣ ହରାଇଥିଲେ । ରଜୌରୀରେ ଏକ ଟାକ୍ସି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା । ଏଥିରେ 8ଜଣ ଯାତ୍ରୀ ଥିବା ବେଳେ 3ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟ ତିନି ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ । ସେହିଦିନ ରିଆସି ଜିଲ୍ଲାରେ ମଧ୍ୟ ଏକ କାର ଖାଇକୁ ଖସିପଡିଥିଲା । ଏଥିରେ ମଧ୍ୟ 3ଜଣଙ୍କ ପ୍ରାଣହାନୀ ଘଟିଥିଲା । ଆଜି ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର 8 ଜଣଙ୍କ ଜୀବନ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.