ETV Bharat / bharat

କୁମ୍ଭମେଳାରେ ଦେଶର ବଡ ଅନ୍ନଛତ୍ର, ଯେଉଁଠି ଖାଆନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ - KUMBHA MELA 2025

ପ୍ରୟାଗରାଜରେ ଅନ୍ନଦାନ, ଭୋଜନ କରାଇଲେ ଅତ୍ୟନ୍ତ ପୁଣ୍ୟ ହୋଇଥାଏ । ଏହି କାରଣରୁ ମହାକୁମ୍ଭ ମେଳାରେ ଆଖାଡା ଠୁ ନେଇ ଉଦ୍ଦ୍ୟୋଗପତି ଓ ଶ୍ରଦ୍ଧାଳୁ ଅନ୍ନଦାନ କରିବା ପାଇଁ ଅନ୍ନଛତ୍ର ଖୋଲିଥାନ୍ତି ।

କୁମ୍ଭ ମେଳା
କୁମ୍ଭ ମେଳା (ETV Bharat)
author img

By ETV Bharat Odisha Team

Published : Jan 27, 2025, 7:59 PM IST

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ଦେଶ ବିଦେଶରୁ ପହଞ୍ଚୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ଯେମିତି ଶ୍ରଦ୍ଧାଳୁଙ୍କୁ ଖାଇବା ପିଇବାର ଅସୁବିଧା ନ ହେଉ ସେଥିପାଇଁ ସବୁଠି ଖୋଲିଛି ଅନ୍ନଛତ୍ର । ବିଭିନ୍ନ ଆଖଡା ଓ ସାଧୁସନ୍ଥଙ୍କ ସହ କଳ୍ପବାସୀ ଓ ସ୍ନାନାର୍ଥୀ ଅନ୍ନଦାନ କରି ମହାପୁଣ୍ୟ ଅର୍ଜନ କରୁଛନ୍ତି । ମାନ୍ୟତା ଅଛି ଯେ ତୀର୍ଥସ୍ଥାନ ପ୍ରୟାଗରାଜରେ ଅନ୍ନଦାନ, ଭୋଜନ କରାଇବା ଓ ଫଳଦାନ ଅତ୍ୟନ୍ତ ପୁଣ୍ୟ ହୋଇଥାଏ । ଏହି କାରଣରୁ ମାଘ ମାସରେ ଚାଲିଥିବା ମହାକୁମ୍ଭ ମେଳାରେ ଆଖାଡା ଠୁ ନେଇ ଉଦ୍ଦ୍ୟୋଗପତି ଓ ଶ୍ରଦ୍ଧାଳୁ ଅନ୍ନଦାନ କରିବା ପାଇଁ ଅନ୍ନଛତ୍ର ଖୋଲିଥାନ୍ତି ।

କୁମ୍ଭ ମେଳା
କୁମ୍ଭ ମେଳା (ETV Bharat)
  • ଏକ ଲକ୍ଷରୁ ଅଧିକ ଲୋକେ ଭୋଜନ କରିଥାନ୍ତି

ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ 13 ଆଖଡାର ସାଧୁସନ୍ଥଙ୍କ ସହ ଦେଶ ବିଦେଶରୁ ସନ୍ଥ ମହନ୍ତ ଆସିଛନ୍ତି । ଏହି ମେଳାରେ 100ରୁ ଅଧିକ ସ୍ଥାନରେ ଅନ୍ନଛତ୍ର ଖୋଲାଯାଇଛି । ଯେଉଁ ଅଖାଡାରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ବସି ପ୍ରସାଦ ସେବନ କରୁଛନ୍ତି । ଜଣାଶୁଣା ଉଦ୍ଦ୍ୟୋଗପତି ଗୌତମ ଆଦାନୀ ଇସ୍କନ ସହାୟତାରେ ପ୍ରତିଦିନ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରସାଦ ସେବନ କରାଉଛନ୍ତି । ଜୁନା ଆଖଡାର ସନ୍ଥ ମାଧବାନନ୍ଦ ମହାରାଜ କହିଛନ୍ତି ‘‘ତୀର୍ଥସ୍ଥାନ ପ୍ରୟାଗରାଜକୁ ଆସୁଥିବା ପ୍ରତି ଶଦ୍ଧାଳୁ ନିଶ୍ଚିତ ରୂପେ ଅନ୍ନଦାନ କରିଥାନ୍ତି’’ । ତାଙ୍କ କହିବା କଥା ଯେ ‘‘ଅନ୍ନଦାନ କରିବା ଦ୍ବାରା ଭଗବାନ ଶିବ ଓ ମାତା ଅନ୍ନପୂର୍ଣ୍ଣାଙ୍କ କୃପା ଲାଭ ହୋଇଥାଏ । ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରସନ୍ନ କରିବା ପାଇଁ ମାଘ ମାସରେ ଅନ୍ନଛତ୍ର ଖୋଲା ଯାଇଥାଏ’’ । ସନ୍ଥ କହିଛନ୍ତି ଯେ ‘‘ସମସ୍ତେ ନିଜ ସାମର୍ଥ୍ୟ ଅନୁସାରେ ଭଣ୍ଡାରା ଖୋଲିବା ସହ ଅନ୍ନଦାନ କରିଥାନ୍ତି’’।

କୁମ୍ଭ ମେଳା
କୁମ୍ଭ ମେଳା (ETV Bharat)
  • ପଦ ଅନୁସାରେ ଦକ୍ଷିଣା ମିଳେ

ସେ ଆହୁରି କହିଛନ୍ତି ‘‘ମହାକୁମ୍ଭରେ ଆସୁଥିବା ଅଖାଡା ନିଜ ଶିବିରରେ ପ୍ରତିଦିନ ଅନ୍ନଛତ୍ରର ଆୟୋଜନ କରିଥାନ୍ତି । ଗୋଟେ ଗୋଟେ ଅନ୍ନଛତ୍ରରେ ଥରକରେ ହାଜରେ ଲୋକେ ଏକାଠି ବସି ପ୍ରସାଦ ସେବନ କରିବାର ବ୍ୟବସ୍ଥା ରହିଛି । କେବଳ ଏତିକି ନୁହେଁ ଆଖଡାରେ ଭୋଜନ କରି ସାରିବା ପରେ ଦକ୍ଷିଣା ବି ଦିଆଯାଇଥାଏ । ଅଖାଡାର ଅନ୍ନଛତ୍ରରେ ପ୍ରସାଦ ସେବନ ପରେ ପଦ ଅନୁସାରେ ଦକ୍ଷିଣା ବି ଦିଆଯାଇଥାଏ । ପଦ ଅନୁସାରେ ଦକ୍ଷିଣା 100 ଟଙ୍କାରୁ ନେଇ 5100 ଟଙ୍କା ପର୍ଯ୍ୟନ୍ତ ପ୍ରାବଧାନ ରହିଛି । ମହାକୁମ୍ଭ ଆଖାଡାରେ ନାଗା ସନ୍ୟାସୀ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥାନ୍ତି । ମହାକୁମ୍ଭ ଆୟୋଜନରେ ସାଧୁସନ୍ଥ ମଧ୍ୟ ପୁଣ୍ୟ ଅର୍ଜନ କରିବାକୁ ଆସିଥାନ୍ତି । ଏହି କାରଣରୁ ଆଖଡା ଶିବିରରେ ଧାର୍ମିକ ଗତିବିଧି ଲାଗି ରହିଥାଏ । ସମସ୍ତ ଅଖାଡାରେ ସକାଳ ସନ୍ଧ୍ୟା ଅନ୍ନଛତ୍ର ଚାଲିଥାଏ ।

କୁମ୍ଭ ମେଳା
କୁମ୍ଭ ମେଳା (ETV Bharat)

ଶ୍ରୀ ପଞ୍ଚାୟତି ଅଖାଡା ନିରଞ୍ଜନୀ ସଚିବ ମହନ୍ତ ରବିନ୍ଦ୍ର ପୁରୀଙ୍କ କହିବା କଥା ଯେ ଅଖାଡା ଶିବିରରେ ପ୍ରତିଦିନ ହଜାର ହଜାର ଲୋକେ ପ୍ରସାଦ ସେବନ କରିବା ସହ ଦକ୍ଷିଣା ପ୍ରାପ୍ତ କରିଥାନ୍ତି । ମହାକୁମ୍ଭରେ ନିଜର ସମସ୍ତ ରୋଜଗାର ଖର୍ଚ୍ଚ କରି ସଙ୍ଗମ ସ୍ଥଲରେ ପୁଣ୍ୟ ଅର୍ଜନ କରିବାକୁ ଆସିଥାନ୍ତି । ତାଙ୍କ କହିବା କଥା ଯେ ଯେତେବେଳେ ରାଜା ହର୍ଷବର୍ଦ୍ଧନ ମହାକୁମ୍ଭ ଆସିଥିଲେ ଅଖାଡାରେ ସବୁକୁଛି ଦାନ କରି ଖାଲି ହାତ ଫେରିଥିଲେ । ଅଖାଡା ଗୁଡିକ ଗୋଟିଏ କୁମ୍ଭରୁ ଆଉ ଗୋଟିଏ କୁମ୍ଭ ମଧ୍ୟରେ ଯାହା ମଠ ମନ୍ଦିରରୁ ଆୟ ହୋଇଥାଏ ତାହା ଖର୍ଚ୍ଚ କରି ପୁଣ୍ୟ ଅର୍ଜନ କରିବା ପାଇଁ ମହାକୁମ୍ଭ ମେଳା ଆସିଥାନ୍ତି । ତୀର୍ଥସ୍ଥଳୀର ରାଜା ଭାବେ ପ୍ରୟାଗରାଜରେ ଅକ୍ଷୟ ପୂଣ୍ୟ ମିଳେ ବୋଲି ବିଶ୍ବାସ ରହିଛି । ଏହା ସହ ଏଟାରେ ଦାନ କଲେ ବ୍ରହ୍ମା, ବିଷ୍ଣୁ, ମହେଶଙ୍କ ସହ ମାତା ଅନ୍ନପୂର୍ଣ୍ଣା ଓ ମାତା ଗଙ୍ଗାଙ୍କ କୃପା ଲାଭ ହୋଇଥାଏ ।

କୁମ୍ଭ ମେଳା
କୁମ୍ଭ ମେଳା (ETV Bharat)
  • ମହାକୁମ୍ଭରେ ପ୍ରସାଦ ତିଆରି କଲେ ଅଖିଳେଶ

ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ମହାକୁମ୍ଭ ମେଲାରେ ବୁଡ ପକାଇଛନ୍ତି । ଏଠାରେ ପୂଜାର୍ଚ୍ଚନା ପରେ ସେ ଇସ୍କନ ଶିବିରରେ ପହଞ୍ଚିଥିଲେ । ଅଖିଳେଶ ଯାଦବ ସେକ୍ଟର 19ରେ ଥିବା ଆଦାନୀ ଓ ଇସ୍କନ ସହଯୋଗରେ ଚାଲୁଥିବା ମହାପ୍ରସାଦ ସେବା ରୋଷେଇଶାଳର ନିରୀକ୍ଷଣ କରିଥିଲେ । ଅଖିଳେଶ ଯାଦବ ନିଜ ହାତରେ ମହାପ୍ରସାଦ ତିଆରି କରିଥିଲେ । ସେ ବି ସେବାରେ ଯୋଗଦାନ କରିବା ସହ ନିଜେ ପ୍ରସାଦ ସେବନ କରିଥିଲେ ।

ସଙ୍ଗମରେ ସ୍ନାନ ପରେ ଅଖିଳେଶ ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି ‘‘ମହାକୁମ୍ଭ ଏକ ପୁଣ୍ୟ ଯାତ୍ରା। ମହାକୁମ୍ଭ 144 ବର୍ଷରେ ଥରେ ଆସିଥାଏ । ଜୀବନରେ ଥରେ ନଦୀର ମିଳନ ସ୍ଥଳରେ ସଂକଳ୍ପ ନେବା ଦରକାର । ଏଣୁ ଜୀବନରେ ସଂକଳ୍ପ ନେବା ଉଚିତ୍‌ ଯେ ଆମକୁ ଜୀବନରେ ଯାହା ଅଲଗା ଅଲଗା ଧାରାରୁ ମିଳୁଛି ତାହା ସଠିକ ଅର୍ଥରେ ଉପଯୋଗ ହେଉ । ଆମକୁ ସଙ୍ଗମ ଭଳି ଜୀବନରେ ସକରାତ୍ମକ ବାର୍ତ୍ତା ଦେବା ଉଚିତ । ସଦଭାବ, ସୌହାର୍ଧ୍ୟ ଓ ସହନଶୀଳତାର ତ୍ରିବେଣୀ ସଙ୍ଗମ ଯେତେବେଳେ ବ୍ୟକ୍ତିଙ୍କ ମଧ୍ୟରେ ରହିବ ସେତେବେଳେ ଆମେ ସମସ୍ତେ ମହାକୁମ୍ଭର ଅନୁଭବ ନେଇପାରିବା’’ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.