ହାଇଦ୍ରାବାଦ: ଅନ୍ତର୍ଜାତୀୟ କ୍ରିକେଟରେ ସବୁବେଳେ ରେକର୍ଡ ତିଆରି ହୁଏ ଓ ଭାଙ୍ଗେ । ଜଣେ ଖାଳାଳି ଗୋଟିଏ ରେକର୍ଡ କଲେ ଏହାକୁ ଆଉ ଜଣେ ଖାଳାଳି ଭାଙ୍ଗି ଥାଏ । କିନ୍ତୁ ଏମିତି କିଛି ରେକର୍ଡ ଅଛି ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି । ଯଦି କ୍ରିକେଟ ଜଗତରେ ରେକର୍ଡ କରିଥିବା ଖେଳାଳିଙ୍କ କଥା ଆସେ, ତେବେ ପ୍ରଥମେ ୨ ଜଣ ଖେଳାଳିଙ୍କ ନାମ ମନକୁ ଆସେ । ଜଣେ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲ କର ଓ ସାର ଡନ୍ ବ୍ରାଡମ୍ୟାନ । ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ଟି ଶତକ କରିଥିବାର ରେକର୍ଡ ସଚିନଙ୍କ ନାମରେ ଥିବା ବେଳେ ବ୍ରେଡମ୍ୟାନଙ୍କ ନାମରେ ଟେଷ୍ଟରେ ଆଭରେଜ ରହିଛି ୯୯.୯୯ । ତେବେ ଏହି ୨ ଜଣଙ୍କ ବ୍ୟତୀତ ଆଉ ଜଣେ ମଧ୍ୟ ଖେଳାଳି ଅଛନ୍ତି, ଯାହାଙ୍କ ରେକର୍ଡ ଭାଙ୍ଗିବା ଅନ୍ୟ ଖେଳାଳିଙ୍କ ପାଇଁ ମୁସ୍କିଲ । ତେବେ କିଏ ସେ କ୍ରିକେଟର ?
'ରେକର୍ଡ ଭାଙ୍ଗିବା ପାଇଁ ତିଆରି ହୁଏ' । ଏହି ବାକ୍ୟଟି ଆମେ ବହୁତ ଦିନ ଧରି ଶୁଣିଆସୁଛେ । କିନ୍ତୁ କିଛି ରେକର୍ଡ ଅଛି ଯାହାକୁ ଭାଙ୍ଗିବା ବହୁତ କଷ୍ଟକର । ଆଜି ଆମେ ଆପଣଙ୍କୁ ଏପରି ପାଞ୍ଚଟି ରେକର୍ଡ ବିଷୟରେ କହିବାକୁ ଯାଉଛୁ । ସଚିନ ତେନ୍ଦୁଲ କର ଓ ସାର ଡନ୍ ବ୍ରାଡମ୍ୟାନଙ୍କ ବ୍ୟତୀତ ଅନ୍ୟ ଖେଳାଳି ଜଣଙ୍କ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ । ତେବେ ଦ୍ରାବିଡଙ୍କ ନାମରେ ଏଭଳି କିଛି ବିଶ୍ବ ରେକର୍ଡ ଅଛି, ଯାହାକୁ ଭାଙ୍ଗିବା ଏତେ ସହଜ ନୁହେଁ । ରାହିଲ ଦ୍ରାବିଡଙ୍କ କରିଥିବା 5ଟି ରେକର୍ଡ ଉପରେ ନଜର ପକାଇବା ।
୧- ଟେଷ୍ଟ କ୍ରିକେଟରେ ସର୍ବାଧିକ ବଲ୍ ଖେଳିବା-
ଦ୍ରାବିଡ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ 31,258 ବଲ୍ ଖେଳିଛନ୍ତି । ଯାହା ପ୍ରାୟ 5210 ଓଭର । ଏବେ ଟେଷ୍ଟ କ୍ରିକେଟରେ ଯେ କୌଣସି ବ୍ୟାଟର ଦ୍ରୁତ ଷ୍ଟାଇକରେଟରେ ଖେଳୁଛନ୍ତି । ଯାହା ଯୋଗୁଁ ଦ୍ରାବିଡଙ୍କ ଏହି ବିଶ୍ୱ ରେକର୍ଡ ଭାଙ୍ଗିବା କୌଣସି ବ୍ୟାଟସମ୍ୟାନଙ୍କ ପାଇଁ ଏବେ କଷ୍ଟକର ।
୨- ଟେଷ୍ଟ ଇତିହାସରେ ସର୍ବାଧିକ କ୍ୟାଚ୍
ଜଣେ ବିଶ୍ୱସ୍ତରୀୟ ବ୍ୟାଟସମ୍ୟାନ ହେବା ବ୍ୟତୀତ, ଦ୍ରାବିଡ ଜଣେ ଉତ୍କୃଷ୍ଟ କ୍ଷେତ୍ରରକ୍ଷକ ମଧ୍ୟ ଥିଲେ । ବିଶେଷକରି ସ୍ଲିପ୍ କର୍ଡନରେ ଦ୍ରାବିଡ ସର୍ବଦା କ୍ୟାଚ୍ ଧରୁଥିଲେ । ରାହୁଲ ଦ୍ରାବିଡ ହେଉଛନ୍ତି ଫିଲ୍ଡର (ନନ୍-ୱିକେଟକିପର) ଯିଏ ଟେଷ୍ଟ କ୍ରିକେଟରେ ସର୍ବାଧିକ କ୍ୟାଚ୍ ନେଇଛନ୍ତି । ଦ୍ରାବିଡ ଟେଷ୍ଟ କ୍ରିକେଟରେ 210ଟି କ୍ୟାଚ୍ ନେଇଛନ୍ତି, ଯାହା ଏପରି ଏକ ରେକର୍ଡ ଯାହା କେବେ ଭାଙ୍ଗିପାରିବ ନାହିଁ । ତାଙ୍କ ପରେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ୨୦୫ଟି କ୍ୟାଚ୍ ନେଇଛନ୍ତି । ସକ୍ରିୟ ଖେଳାଳିମାନଙ୍କ ମଧ୍ୟରେ ଷ୍ଟିଭ୍ ସ୍ମିଥ୍ ତାଙ୍କ ନିକଟତର । ସ୍ମିଥ୍ ଟେଷ୍ଟରେ ୧୭୩ଟି କ୍ୟାଚ୍ ନେଇଛନ୍ତି ।
୩- କ୍ରିଜରେ ସର୍ବାଧିକ ସମୟ ବିତାଇବା
ଦ୍ରାବିଡ ଏପରି ଜଣେ ଖେଳାଳି ଥିଲେ ଯିଏ କେବେବି ତାଙ୍କ ୱିକେଟ୍ ଫିଙ୍ଗି ନଥିଲେ । ତେଣୁ ବୋଲରମାନଙ୍କୁ ତାଙ୍କୁ ଆଉଟ୍ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିନଥିଲା। ଏହାର ସବୁଠାରୁ ବଡ଼ ପ୍ରମାଣ ହେଉଛି, ରାହୁଲ ଟେଷ୍ଟ କ୍ରିକେଟରେ ସର୍ବାଧିକ ସମୟ କ୍ରିଜରେ ବିତାଇବାର ରେକର୍ଡ । ଦ୍ରାବିଡ ଟେଷ୍ଟ କ୍ରିକେଟରେ 44,152 ମିନିଟ୍ ବ୍ୟାଟିଂ କରିଥିଲେ, ଯାହା କ୍ରିକେଟ ଇତିହାସରେ ସର୍ବାଧିକ ରନ୍ ସ୍କୋରର ସଚିନ ତେନ୍ଦୁଲକରଙ୍କ ଠାରୁ ଅଧିକ । ଏହା ଏପରି ଏକ ରେକର୍ଡ ଯାହା କେବେ ଭାଙ୍ଗି ପାରିବ ନାହିଁ ।
୪- ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକୀୟ ଭାଗିଦାରୀ ରେକର୍ଡ
ଟେଷ୍ଟ କ୍ରିକେଟ୍ ଇତିହାସରେ ସର୍ବାଧିକ ଶତକୀୟ ଭାଗିଦାରୀର ବିଶ୍ୱ ରେକର୍ଡ ଦ୍ରାବିଡଙ୍କ ନାମରେ ରହିଛି । ଦ୍ରାବିଡ ଟେଷ୍ଟ କ୍ରିକେଟରେ 88ଟି ଶତକୀୟ ଭାଗିଦାରୀ କରିଛନ୍ତି । ସଚିନ ତେନ୍ଦୁଲକର 80ଟି ଶତକୀୟ ଭାଗିଦାରୀ ସହିତ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
୫- ସର୍ବାଧିକ ତ୍ରିଶତକୀୟ ଭାଗୀଦାରୀର ରେକର୍ଡ
ଟେଷ୍ଟ ମ୍ୟାଚ୍ରେ ସର୍ବାଧିକ ଶତକୀୟ ଭାଗିଦାରୀ କରିବା ବ୍ୟତୀତ କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ଦ୍ରାବିଡ ଖେଳ ଇତିହାସରେ ସର୍ବାଧିକ 300 ଭାଗିଦାରୀ କରିବାର ବିଶ୍ୱ ରେକର୍ଡ ମଧ୍ୟ ରଖିଛନ୍ତି । ସେ ଛଅଟି ତ୍ରିଶତକୀୟ ଭାଗିଦାରୀରେ ନିଜ ନାଁଙ୍କୁ ଇତିହାସରେ ଲିପିବଦ୍ଧ କରିଛନ୍ତି । ତାଲିକାର ପରବର୍ତ୍ତୀ ନାମ ହେଉଛି ଡନ୍ ବ୍ରାଡମ୍ୟାନ୍ ଏବଂ ଗ୍ରେମ୍ ସ୍ମିଥ୍, ଯାହାଙ୍କର ପାଞ୍ଚଟି ତ୍ରିଶତକୀୟ ଭାଗୀଦାରି ଅଛି । କେବଳ ଲାଲ ବଲ୍ କ୍ରିକେଟରେ ନୁହେଁ, ଦ୍ରାବିଡ ଏକମାତ୍ର ବ୍ୟାଟସମ୍ୟାନ ଯିଏ ODIରେ ଦୁଇଟି ତ୍ରିଶତକୀୟ ଭାଗିଦାରୀରେ ସାମିଲ ହୋଇଛନ୍ତି ।
ଏହି ସମସ୍ତ ରେକର୍ଡ ରାହୁଲ ଦ୍ରାବିଡଙ୍କୁ ଜଣେ ମହାନ ଟେଷ୍ଟ କ୍ରିକେଟର କରିଥାଏ। ଏହା ବ୍ୟତୀତ, ପ୍ରତ୍ୟେକ ପରିସ୍ଥିତିରେ ଚାପ ସହ୍ୟ କରିବାର କ୍ଷମତା ପାଇଁ ରାହୁଲଙ୍କୁ କ୍ରିକେଟ ଜଗତରେ "ଦି ୱାଲ" ଭାବରେ ଜଣାଶୁଣା। ଦ୍ରାବିଡଙ୍କ ପ୍ରଶିକ୍ଷଣରେ, ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଏବଂ ଏକଦିବସୀୟ ବିଶ୍ୱକପର ଫାଇନାଲ ଖେଳିଛି । ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଛି । ସେ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କ ମଧ୍ୟରୁ ଜଣେ । ତାଙ୍କର ରେକର୍ଡ ଟେଷ୍ଟ ଏବଂ ଦିନିକିଆ ଉଭୟ ଫର୍ମାଟରେ ଉତ୍କୃଷ୍ଟ ରହିଛି ।
ରାହୁଲ ଦ୍ରାବିଡଙ୍କ କ୍ରିକେଟ କ୍ୟାରିଅର
ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମିତ ରାହୁଲ ଦ୍ରାବିଡ ତାଙ୍କ କ୍ୟାରିୟର ମଧ୍ୟରେ ୧୬୪ଟି ଟେଷ୍ଟ, ୩୪୪ଟି ଦିନିକିଆ ଏବଂ ଗୋଟିଏ ଟି-୨୦ ଅନ୍ତର୍ଜାତୀୟରେ ଟିମ୍ ଇଣ୍ଡିଆର ପ୍ରତିନିଧିତ୍ୱ କରିଛନ୍ତି । ଦ୍ରାବିଡ ୫୦ ରୁ ଅଧିକ ହାରରେ ୩୬ ଶତକ ସହିତ ୧୩,୨୮୮ ଟେଷ୍ଟ ରନ ସ୍କୋର କରିଥିବା ବେଳେ ଏକଦିବସୀୟ ମ୍ୟାଚରେ ସେ ୧୨ ଶତକ ଏବଂ ୮୩ ଅର୍ଦ୍ଧଶତକ ସହିତ ୧୦,୮୮୯ ରନ ସ୍କୋର କରିଛନ୍ତି ।