ETV Bharat / state

ଜାପାନରେ ନିଯୁକ୍ତି ପାଇଲେଣି 8 ଓଡ଼ିଆ, ପୁରୀରେ IT ସହ ମିଳୁଛି ମାଗଣା ଭାଷା ଶିକ୍ଷା ତାଲିମ - JOB IN JAPAN

ଭାଷା ଶିକ୍ଷା ଦେଲା ଜାପାନରେ ନିଯୁକ୍ତି । ଓଡି଼ଆ ପିଲାଙ୍କୁ ଜାପାନରେ ନିଯୁକ୍ତି ଦେବା ପାଇଁ କାର୍ଯ୍ୟ କରୁଛନ୍ତି ଓଡିଆ ପୁଅ କୁନା ଦାଶ । ପୁରୀରୁ ଶକ୍ତି ପ୍ରସାଦ ମିଶ୍ରଙ୍କ ରିପୋର୍ଟ...

ଜାପାନରେ ନିଯୁକ୍ତି ପାଇଲେଣି 8 ଓଡ଼ିଆ
ଜାପାନରେ ନିଯୁକ୍ତି ପାଇଲେଣି 8 ଓଡ଼ିଆ (ETV Bharat Odisha)
author img

By ETV Bharat Odisha Team

Published : Jan 27, 2025, 7:14 PM IST

ପୁରୀ: ରାଜ୍ୟର ବେକାରୀ ଯୁବକଙ୍କ ପାଇଁ ଦିଗଦର୍ଶନ । ଜାପାନରେ ନିଯୁକ୍ତି ପାଉଛନ୍ତି ଓଡ଼ିଆ । ଜାପାନୀ ଭାଷା ଶିଖି ବିଦେଶରେ କାମ କରିବାର ସୁଯୋଗ ପାଉଛନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ପୁରୀରେ । ଓଡି଼ଆ ପିଲାଙ୍କୁ ଜାପାନରେ ନିଯୁକ୍ତି ଦେବା ପାଇଁ କାର୍ଯ୍ୟ କରୁଛନ୍ତି ଓଡିଆ ପୁଅ କୁନା ଦାଶ । ଜାପାନରେ ନିଯୁକ୍ତି ମିଳିବା ପରେ ଛାତ୍ରଙ୍କ ଭିତରେ ଖୁସିର ଲହରୀ ଖେଳିଯାଇଛି ।

ଜାପାନରେ ନିଯୁକ୍ତି ପାଇଲେଣି 8 ଓଡ଼ିଆ (ETV Bharat Odisha)

ଜାପାନୀ ଭାଷା ଶିକ୍ଷା ଦେଲା ଜାପାନରେ ନିଯୁକ୍ତି । ଅନେକ ଛାତ୍ରଛାତ୍ରୀ ଗ୍ରାଜୁଏସନ (ଯୁକ୍ତ ତିନି) ପରେ ବେକାର ହୋଇ ଘରେ ବସିଛନ୍ତି । ଅନେକ ଛାତ୍ରଛାତ୍ରୀ ନିଯୁକ୍ତି ନପାଇ ହତୋତ୍ସାହିତ ହୋଇପଡୁଛନ୍ତି । ତେବେ ହତୋତ୍ସାହିତ ନହୋଇ ଆଇଟି କୋର୍ସ ସହିତ ଜାପାନୀ ଭାଷା ଶିକ୍ଷା ଲାଭକଲେ ଜାପାନରେ ନିଯୁକ୍ତି ମିଳିପାରିବ । ଏଭଳି କିଛି ଉଦାହରଣ ଦେଖିବାକୁ ମିଳିଛି । ପୁରୀରେ ରହୁଥିବା କିଛି ଛାତ୍ର ଆଇଟି କୋର୍ସ ସହ ଜାପାନୀ ଭାଷା ଶିକ୍ଷା ଲାଭ କରି ଜାପାନରେ ବଡ ଆଇଟି କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ପୁରୀ ଚନ୍ଦ୍ରଶେଖର ଏକାଡେମୀରେ ଜାପାନୀ ଭାଷା ସହ ଆଇଟି କୋର୍ସ କରି ଜାପାନରେ ଥିବା ବଡ ଆଇଟି କମ୍ପାନୀରେ ଚଳିତ ବର୍ଷ ନିଯୁକ୍ତି ପାଇଛନ୍ତି 5 ଜଣ ଛାତ୍ର । ସେହିପରି ପୂର୍ବରୁ ଏଠାରୁ ଆଉ 3 ଛାତ୍ର ମଧ୍ୟ ନିଯୁକ୍ତି ପାଇଥିଲେ ।

ଜାପାନରେ ନିଯୁକ୍ତି ପାଇଲେଣି 8 ଓଡ଼ିଆ
ଜାପାନରେ ନିଯୁକ୍ତି ପାଇଲେଣି 8 ଓଡ଼ିଆ (ETV Bharat Odisha)

କେଉଁ କୋର୍ସ କଲେ ଜାପାନରେ ମିଳୁଛି ନିଯୁକ୍ତି:

ଜାପାନରେ ଆଇଟି କମ୍ପାନୀରେ ନିଯୁକ୍ତି ପାଇବାକୁ ହେଲେ ଏକ ସ୍ୱତନ୍ତ୍ର କୋର୍ସ ରହିଛି । ଜାଣେ ଛାତ୍ରକୁ ରାଷ୍ଟ୍ରୀୟ ଇଲେକଟ୍ରୋନିକ୍ ଏବଂ ସୂଚନା ପ୍ରୋଦ୍ୟୋଗିକ ସଂସ୍ଥାନ ତଥା NIELIT ର 'A' ଲେଭଲ ଆଇଟି କୋର୍ସରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଏଥି ସହିତ ଜାପାନୀ ଭାଷାର ଜିଏଲପିଟି କୋର୍ସ ଉତ୍ତୀର୍ଣ୍ଣ ହେବାକୁ ପଡିବ । ତେବେ କୋଲକାତାରେ ଥିବା ଟେକ୍ନୋ ଇଣ୍ଡିଆ ୟୁନିଭରସିଟି ଅଧୀନରେ ଏହି କୋର୍ସ କରିବାକୁ ପଡିବ । ଏହି କୋର୍ସର ଅବଧି ଦୁଇ ବର୍ଷ ରହିଛି । ପୁରୀର ଚନ୍ଦ୍ରଶେଖର ଏକାଡେମୀରେ ଏହି କୋର୍ସ ଶିକ୍ଷାଦାନ କରାଯାଉଛି । ଟେକ୍ନୋଇଣ୍ଡିଆ ବିଶ୍ୱ ବିଦ୍ୟାଳୟରୁ ଫ୍ରାଞ୍ଚାଇଜ୍ ଆଣି ପୁରୀର ଚନ୍ଦ୍ର ଶେଖର ଏକାଡେମୀ ଏହି କୋର୍ସ ଶିକ୍ଷାଦାନ କରୁଛି । ଦୁଇ ବର୍ଷରେ ମାତ୍ର ୬୦ ହଜାର ଟଙ୍କା ଏହି କୋର୍ସରେ ଖର୍ଚ୍ଚ ହେଉଛି । ଏହି କୋର୍ସ ଶିକ୍ଷାଦାନ କରି ମୋଟ 8 ଜଣ ଛାତ୍ର ଜାପାନରେ ଥିବା ଆଇଟି କମ୍ପାନୀରେ ଭଲ ବେତନରେ ନିଯୁକ୍ତି ପାଇଛନ୍ତି । ଜାପାନ ଭାଷା ଶିକ୍ଷା ଲାଭ ଦ୍ୱାରା ଜାପାନୀ କମ୍ପାନୀ ଗୁଡିକ ନିଯୁକ୍ତି ପାଇଁ ଅଗ୍ରାଧିକାର ଦେଇଛନ୍ତି । ଏଣୁ ଜଣେ ଛାତ୍ର ନିଜର ଗ୍ରାଜୁଏସନ ଶେଷ ପରେ ସ୍ୱଳ୍ପ ମୂଲ୍ୟରେ ନିଲିଟର A ଲେବଲ ଆଇଟି କୋର୍ସ ସହ ଦୁଇ ବର୍ଷିଆ ଜାପାନୀ ଭାଷା କୋର୍ସ କରି ଜାପାନ ରେ ଥିବା ବଡ ବଡ ଆଇଟି କମ୍ପାନି ରେ ଭଲ ଦରମାରେ ନିଯୁକ୍ତି ପାଇପାରିବେ ।

ପୁରୀରେ IT ସହ ମିଳୁଛି ମାଗଣା ଭାଷା ଶିକ୍ଷା ତାଲିମ
ପୁରୀରେ IT ସହ ମିଳୁଛି ମାଗଣା ଭାଷା ଶିକ୍ଷା ତାଲିମ (ETV Bharat Odisha)

କ'ଣ କହୁଛନ୍ତି ଜାପାନରେ ନିଯୁକ୍ତି ପାଇଥିବା ଛାତ୍ର:
ଜାପାନରେ ନିଯୁକ୍ତି ପାଇଥିବା ଜଣେ ଛାତ୍ର ଚଞ୍ଚଲ ସରକାର କାହିଛନ୍ତି , "ମୁଁ ଜାପାନ ବିଷୟରେ କେବଳ ଟିଭିରୁ ଜାଣିଥିଲି । ତେବେ ସେଠାରେ ଚାକିରି ମିଳିବ କେବେବି ଭାବିନଥିଲି ।ପୁରୀର ଚନ୍ଦ୍ର ଶେଖର ଏକାଡେମୀ ଆସି ନିଲିଟର ଆଇଟି କୋର୍ସ ସହ ଜାପାନୀ ଭାଷା କୋର୍ସ କଲି । ଏବେ ଏହି କୋର୍ସ ସରିବା ପରେ ମୋତେ ଜାପାନରେ ଏକ IT କମ୍ପାନୀରେ ନିଯୁକ୍ତି ମିଳିଛି । ମୋର ଜାପାନ ଯିବା ସ୍ୱପ୍ନ ଆଜି ପୂରଣ ହୋଇଥିବାରୁ ମୁଁ ବହୁତ ଖୁସି । ତେବେ ଅନେକ ଛାତ୍ରଛାତ୍ରୀ ଏହି କୋର୍ସ ସମ୍ପର୍କରେ ଜାଣିନାନାହାନ୍ତି । ମୁଁ ଇଣ୍ଟରନେଟରୁ ଏହା ଜାଣି କୋର୍ସ କଲି । ଗ୍ରାଜୁଏସନ ପରେ ବେକାର ଥିବା ଛାତ୍ରଛାତ୍ରୀ ଏହି କୋର୍ସ କରି ଜାପାନରେ ଭଲ ଦରମାରେ ନିଯୁକ୍ତି ପାଇପାରିବେ ।"

Students In Japan
Students In Japan (ETV Bharat Odisha)
ଜାପାନରେ ନିଯୁକ୍ତି ପାଇଥିବା ଆଉ ଜଣେ ଛାତ୍ର ବିକାଶ କୁମାର ଗୁପ୍ତା କହିଛନ୍ତି ,"ଗତ ୧୦ ବର୍ଷ ହେବ ମୁଁ ଟାଇଲ ମିସ୍ତ୍ରୀ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲି । ମୁଁ ଗ୍ରାଜୁଏସନ୍ ପାସ କରିବା ପରେ ବହୁତ ଚାକିରି ପାଇଁ ଚେଷ୍ଟା କରିଥିଲି । ହେଲେ ଚାକିରି ନମିଳିବାରୁ ମୁଁ ବାଧ୍ୟ ହୋଇ ଟାଇଲ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲି । ତେବେ ମୁଁ ନିଲିଟରୁ IT (A) ଲେଭଲ କୋର୍ସ ସହ ଜାପାନୀ ଭାଷା କୋର୍ସ କରି ଏବେ ଜାପାନରେ ଚାକିରି ପାଇଛି । ସବୁକିଛି ସ୍ୱପ୍ନ ଭଳି ଲାଗୁଛି । ଚନ୍ଦ୍ରଶେଖର ଏକାଡେମୀର ପ୍ରତିଷ୍ଠାତା କୁନା ଦାସ ମୋତେ ବହୁତ ସହଯୋଗ କରିଛନ୍ତି । ସେ ମୋତେ ପାଠ ପଢି଼ବା ପାଇଁ ଆର୍ଥିକ ସାହାଯ୍ୟ ସହ ଅନ୍ୟାନ୍ୟ ସାହାଯ୍ୟ କରିଛନ୍ତି । ତେବେ ଅନେକ ଛାତ୍ରଛାତ୍ରୀ ଗ୍ରାଜୁଏସନ ପରେ ବେକାର ହୋଇ ବୁଲୁଥିବାବେଳେ ଅନେକ ଛୋଟ ମୋଟ କମ୍ପାନୀରେ ଅଳ୍ପ ଦରମାରେ କାର୍ଯ୍ୟ କରୁଛନ୍ତି । ତେବେ ସେମାନେ ମଧ୍ୟ ମୋ ଭଳି ନିଲିଟର ଆଇଟି 'A' ଲେଭଲ କୋର୍ସ ସହ ଜାପାନୀ ଭାଷା ଶିକ୍ଷା ଲାଭକରି ଜାପାନରେ ଆଇଟି କମ୍ପାନୀରେ ଚାକିରି ପାଇପାରିବେ । ଏହା ମାତ୍ର ୬୦ ହଜାର ଟଙ୍କାରେ ହୋଇପାରିବ ।"
Students In Japan
Students In Japan (ETV Bharat Odisha)

ଆଉ ଜଣେ ଛାତ୍ର ସତ୍ୟଜିତ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି , "ନିଲିଟର IT 'A' ଲେଭଲ କୋର୍ସ ସହ ଜାପାନୀ ଭାଷାର ଥିବା N-3 ଲେଭଲ କୋର୍ସ କରିବା ପରେ ମୋତେ ଜାପାନରେ ଏକ ଆଇଟି କମ୍ପାନୀରେ ନିଯୁକ୍ତି ମିଳିଛି । ଅନେକ ପିଲା ଯୁକ୍ତ ତିନି ଶିକ୍ଷା ଲାଭ କରିବା ପରେ ମଧ୍ୟ ଚାକିରି ମିଳୁନି । ତେବେ ଜଣେ ଛାତ୍ର ଯେକୌଣସି ଷ୍ଟ୍ରିମରୁ ଆସି ଏହି ଏହି କୋର୍ସ କରିପାରିବେ । ଏହା ସହିତ ଜାପାନୀ ଭାଷା ଶିକ୍ଷା ଲାଭ କରି ଜାପାନରେ ଥିବା ଆଇଟି କମ୍ପାନୀରେ ନିଯୁକ୍ତି ପାଇପାରିବେ । ମୋ ପରିବାର ଗରିବ ଶ୍ରେଣୀର । ମୋ ବାପା ଜଣେ ଜଳଖିଆ ଦୋକାନୀ । ସବୁ କିଛି ସମ୍ଭବ ହୋଇଛି ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର ତଥା ଚନ୍ଦ୍ର ସେଖର ଏକାଡେମୀର ପ୍ରତିଷ୍ଠାତା କୁନା ଦାଶଙ୍କ ସାହାଯ୍ୟ ଯୋଗୁ । ଆମର ଅର୍ଥିକ ସ୍ଥିତି ଖରାପ ଥିବାବେଳେ ସେ ମୋତେ ଅର୍ଥିକ ସାହାଯ୍ୟ ସହ ଅନ୍ୟାନ୍ୟ ସହଯୋଗ କରିଥିବାରୁ ମୋର ଚାକିରି କରିବା ସ୍ୱପ୍ନ ସତ ହୋଇଛି ।"

Kuna Das with Naveen Patnaik
Kuna Das with Naveen Patnaik (ETV Bharat Odisha)

ଓଡିଆ ପିଲାଙ୍କୁ ଜାପାନରେ ନିଯୁକ୍ତି ଦିଗରେ କୁନା ଦାଶଙ୍କ ପ୍ରଚେଷ୍ଟା:

ଶ୍ରୀକ୍ଷେତ୍ର ପୁରୀରୁ ଯାଇ ଦୀର୍ଘ ୩୫ ବର୍ଷ ହେବ ଜାପାନରେ ରହୁଛନ୍ତି କୁନା ଦାଶ । ପୁରୀରେ ହୋଟେଲ ବ୍ୟବସାୟରେ ସଫଳ ହେବା ପରେ ଜାପାନରେ ହୋଟେଲ ବ୍ୟବସାୟ କରି ମଧ୍ୟ ସଫଳ ହୋଇଛନ୍ତି ଓଡ଼ିଆ ପୁଅ କୁନା ଦାଶ । ହେଲେ ନିଜ ମାତୃଭୁମୀକୁ ସେ ଭୁଲି ନାହାନ୍ତି । ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ ସେଣ୍ଟର ଅନୁଷ୍ଠାନ କରି ଓଡ଼ିଶାର କଳା , ସଂସ୍କୃତିକୁ ସେ ଜାପାନରେ ପହଞ୍ଚାଇଛନ୍ତି । ଜାପାନୀମାନଙ୍କୁ ପୁରୀକୁ ରଥଯାତ୍ରାରେ ସାମିଲ କରିବା ସହ ଓଡ଼ିଶା ଆସିବାକୁ ସବୁ ବ୍ୟବସ୍ଥା କରୁଛନ୍ତି । ବିଦେଶରେ ଓଡିଶାର କଳା ସଂସ୍କୃତି ସହ ପର୍ଯ୍ୟଟନର ପ୍ରଚାର ପ୍ରସାର କରୁଛନ୍ତି କୁନା ଦାଶ । ତେବେ ଓଡିଆ ପିଲାଙ୍କୁ ଜାପାନରେ ନିଯୁକ୍ତି ଦେବାକୁ ନେଇ ସେ ମାଗାଣାରେ ଜାପାନୀ ଭାଷା ଶିକ୍ଷା ଦେଉଛନ୍ତି । ଏନେଇ କୁନା ଦାଶ ପୁରୀ ବାଲିଘାଇରେ ଏକ ସିବିଏସଇ ସ୍କୁଲ କରି ନର୍ସରୀରୁ ଯୁକ୍ତ ଦୁଇ ବିଜ୍ଞାନ ଯାଏଁ ପିଲାଙ୍କୁ ସ୍ୱଳ୍ପ ମୂଲ୍ୟରେ ଶିକ୍ଷାଦାନ କରୁଛନ୍ତି । ତେବେ ଜାପାନରେ ବଡବଡ ଆଇଟି କମ୍ପାନୀ ଥିବାବେଳେ ମାନବ ସମ୍ବଳର ଅଭାବ ରହିଛି । ଏହାକୁ ଏକ ସୁଯୋଗ ଭାବେ ନେଇଛନ୍ତି କୁନା ଦାଶ । ଓଡିଆ ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ସେ ତାଙ୍କ ସ୍କୁଲରେ ଆଇଟି ଶିକ୍ଷା ସହ ଜାପାନୀ ଭାଷା ଶିକ୍ଷା ଦେଉଛନ୍ତି । ଫଳରେ ବର୍ତ୍ତମାନସୁଦ୍ଧା ୮ ଜଣ ଛାତ୍ର ଜାପାନରେ ଥିବା ଆଇଟି କମ୍ପାନୀରେ ଚାକିରି ପାଇ ସାରିଲେଣି । କୋଲକାତାରେ ଥିବା ଟେକ୍ନୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟରୁ ନିଲିଟର ଆଇଟି 'ଏ' ଲେଭଲ କୋର୍ସର ଫ୍ରାଞ୍ଚାଇଜ ଆଣିବା ସହ ଜାପାନୀ ଭାଷା ନିଜ ସ୍କୁଲରେ ଶିକ୍ଷା ଦେଉଛନ୍ତି । ଆଗାମୀ ଦିନରେ ଅଧିକ ଓଡିଆ ପିଲାମାନେ କିଭଳି ଅଧିକ ଜାପାନରେ ନିଯୁକ୍ତି ପାଇ ନିଜକୁ ପ୍ରତିଷ୍ଠିତ କରିପାରିବେ ତାହା ଲକ୍ଷ୍ୟ ବୋଲି କହିଛନ୍ତି କୁନା ଦାଶ ।

Chandrasekhar Academy
Chandrasekhar Academy (ETV Bharat Odisha)

ଏହା ବି ପଢନ୍ତୁ...Linkedinରେ ଚାକିରି ଖୋଜିବା ହେଲା ସହଜ; ଚୁଟକିରେ AI ଫିଚର ଖୋଜିଦେବ ଜବ୍‌

ଏହା ବି ପଢନ୍ତୁ...ଚାକିରି ପାଇଁ ମାଗଣା କୋଚିଂ ଓ ଟ୍ରେନିଂ: 'କଳ୍ପତରୁ ପ୍ରଶିକ୍ଷଣ କେନ୍ଦ୍ର', ଆଶାୟୀଙ୍କ ଆଶାର ଆଲୋକ

ଓଡି଼ଶାରେ ବେକାରୀ ସମସ୍ୟା ସାମାଧାନ ମୋର ଲକ୍ଷ୍ୟ: କୁନା ଦାଶ

ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟର ପ୍ରତିଷ୍ଠାତା କୁନା ଦାଶ କହିଛନ୍ତି, "ଜଣେ ଯୁକ୍ତ ତିନି ପାସ କରିବା ପରେ କେନ୍ଦ୍ର ସରକାରଙ୍କ ନିଲିଟର ଆଇଟି କୋର୍ସ ସହ ଜାପାନୀ ଭାଷାର JLPT ଟେଷ୍ଟରେ ଉତ୍ତୀର୍ଣ୍ଣ ହେବାକୁ ପଡିବ । ଏହି ଶିକ୍ଷା ଲାଭ କରି ଚଳିତବର୍ଷ ଆମ ସ୍କୁଲର ୫ ଜଣ ଛାତ୍ର ଜାପାନରେ IT କମ୍ପାନୀରେ ନିଯୁକ୍ତି ପାଇଛନ୍ତି । ସେମାନେ ନିଯୁକ୍ତି ପାଇଥିବା ଆଇଟି କମ୍ପାନୀରେ ଅସିଷ୍ଟାଣ୍ଟ ଇଂଜିନିୟର ଭାବେ କାର୍ଯ୍ୟ କରିବେ । ସେଠାରେ ଅଭିଜ୍ଞତା ହେବା ପରେ ଅହୁରି ଆଗକୁ ବଢିପାରିବେ । ଏକ ଉନ୍ନତ ଦେଶର ଭାଷା ଶିଖିଲେ ସେହି ଦେଶରେ ନିଯୁକ୍ତି ମିଳିବାରେ ଅଧିକ ଅଗ୍ରାଧିକାର ମିଳିଥାଏ । ପ୍ରଥମେ ଜଣେ ସେଠାରେ ଭାରତୀୟ ମୁଦ୍ରାରେ ଏକ ଲକ୍ଷ ଟଙ୍କା ପାଇବ । ସେଠାରେ ମାସିକ ରହିବା ଖର୍ଚ୍ଚ ୫୦ ହଜାର ଟଙ୍କା ପରେ ମାସକୁ ୫୦ ହଜାର ଟଙ୍କା ନିଜ ପରିବାରକୁ ପଠାଇ ପାରିବ । ଏହାଦ୍ୱାରା ଅନେକ ପିଲା ଉପକୃତ ହୋଇପାରିବେ । ପରବର୍ତ୍ତୀ ସମୟରେ ଭାରତ ଆସି ଭଲ ଦରମାରେ ନିଯୁକ୍ତି ପାଇପାରିବେ । ଜାପାନ ଏକ ଉନ୍ନତ ଦେଶ ହୋଇଥିବାବେଳେ ସେଠାରେ କିନ୍ତୁ ମାନବ ସମ୍ବଳ ଅଭାବ ରହିଛି । ଏଣୁ ଏହାକୁ ଏକ ସୁଯୋଗ ଭାବେ ନେଇ IT ସହ ଜାପାନୀ ଭାଷା ଶିକ୍ଷା ଲାଭ କରି ଆମ ଓଡିଶାର ଯୁବକମାନେ ଭଲ ଦରମାରେ ଜାପାନରେ ଚାକିରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ କରିପାରିବେ । ସାରା ଦେଶରେ ITର ଚାହିଦା ରହିଛି । ଏଣୁ ଆଇଟି ସହ ଏକ ଉନ୍ନତ ଦେଶର ଭାଷା ଶିଖିପାରିଲେ ନିଯୁକ୍ତି ମିଳିିବାର ଅଧିକ ସୁଯୋଗ ରହିଛି ।"

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.