ଯାଜପୁର: ଉଦଘାଟିତ ହେଲା ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ କେନ୍ଦ୍ର । ଯାଜପୁରର ବିକାଶ ଦିଗରେ ଯୋଡ଼ିହେଲା ଆଉ ଏକ ନୂଆ ଅଧ୍ୟାୟ । ତେନ୍ତୁଳିଖୁଣ୍ଟା ଠାରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) କେନ୍ଦ୍ରର ଉଦଘାଟନ କରିଛନ୍ତି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
- 'ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ' କେନ୍ଦ୍ର ଶୁଭାରମ୍ଭ:
ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ହୋଇଥିବା 'ଉତ୍କର୍ଷ ଓଡ଼ିଶା କନକ୍ଲେଭ ୨୦୨୫'ର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଅଭାଷୀ ମାଧ୍ୟମରେ ତେନ୍ତୁଳିଖୁଣ୍ଟାଠାରେ ଏସଟିପିଆଇ ସେଣ୍ଟର ଶୁଭ ଉଦଘାଟନ କରିଥିଲେ ।ସେପଟେ ତେନ୍ତୁଳିଖୁଣ୍ଟାଠାରେ ଆୟୋଜିତ ଉଦଘାଟନୀ କର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ, ଯାଜପୁର ଜିଲ୍ଲାପାଳ ପି .ଅନ୍ଵେଷା ରେଡ୍ଡୀ ଓ ଏସଟିପିଆଇର ନିର୍ଦ୍ଦେଶକ ସୂର୍ଯ୍ୟ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
- କ'ଣ ରହିଛି ସୁବୁଧା ?
ଏଥିରେ ପ୍ରାୟ 20,000 ବର୍ଗ ଫୁଟର ଅତ୍ୟାଧୁନିକ ଇନ୍କ୍ୟୁବେସନ୍ ଭତ୍ତିଭୂମି ପ୍ରସ୍ତୁତ କରାଯାଇଛି । ଏହାବ୍ୟତୀତ ଏସ୍ଟିପିପିଆଇ ଯାଜପୁରରେ ପ୍ଳଗ ଆଣ୍ଡ ପ୍ଲେ ଇନକ୍ୟୁବେସନ୍, ସମ୍ମିଳନୀ କକ୍ଷ, ମିଟିଂ ରୁମ , ନେଟୱାର୍କ ଅପରେସନ୍ ସେଣ୍ଟର ଓ କ୍ୟାଫେଟେରିଆ ଆଦି ସୁବିଧା ରହିଛି ।ଏସଟିପିଆଇ ଭବନ ନିର୍ମାଣ ପାଇଁ ଓଡ଼ିଶା ସରକାର 3 ଏକର ଜମି ଆବଣ୍ଟନ କରିବା ସହ ସରକାରୀ ଅନୁଦାନ ପ୍ରଦାନ କରିଛନ୍ତି । ଡିଜିଟାଲ ଇଣ୍ଡିଆର ପରିକଳ୍ପନାକୁ ଆଗକୁ ବଢ଼ାଇବା ଏବଂ ବିକଶିତ ଭାରତ ସାକାର ଦିଗରେ ଏସଟିପିଆଇ ଯାଜପୁର ଯୋଗଦାନ ରହିବ ।ଏହା ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନରେ ଥିବା ଏକ ପ୍ରମୁଖ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ସଂସ୍ଥା । ଯହା ଆଇଟି ଶିଳ୍ପକୁ ଅଧିକ ପ୍ରୋତ୍ସାହିତ କରିବ । ଏସଟିପିଆଇ କେନ୍ଦ୍ର ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ବର ସମେତ ସମଗ୍ର ଦେଶରେ ୬୫ଟି ସ୍ଥାନରେ ରହିଛି ।
- "ଷ୍ଟାର୍ଟଅପ କରିବା ପାଇଁ ସୁଯୋଗ ପାଇବେ ଯୁବ ଉଦୌଗୀ ":
ଏନେଇ କୋରେଇ ବିଧାୟକ କହିଛନ୍ତି ଆକାଶ ଦାସ ନାୟକ କହିଛନ୍ତି,"ଏସଟିପିଆଇ ସ୍ଥାପନର ମୁଖ୍ୟ ଉଦ୍ଦେଶ୍ୟ ଅଞ୍ଚଳର ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।ଯେଉଁମାନେ ଆଟିରେ ରହିଛନ୍ତି ,ସେମାନେ ଏଠାକୁ ଆସିବେ ଏବଂ ବ୍ୟବସାୟ କରିବା ପାଇଁ ସୁଯୋଗ ପାଇବେ । ଓଡ଼ିଶାର ଯୁବ ଉଦୌଗୀମାନଙ୍କ ପାଇଁ ମଧ୍ୟ ଖୁସି ଖବର, ସେମାନେ ଏଠାକୁ ଆସି ନିଜର ଷ୍ଟାର୍ଟଅପ କରିପାରିବେ ।"
ଇଟିଭି ଭାରତ, ଯାଜପୁର