ETV Bharat / state

ସୁଭଦ୍ରାକୁ ନେଇ ବଡ ଅପଡେଟ୍‌: ଆବେଦନ କରି ମଧ୍ୟ ଟଙ୍କା ଆସିନଥିଲେ ବ୍ୟାଙ୍କ ଯିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ - SUBHADRA YOJANA

‘NPCI’ ଫେଲ କାରଣରୁ ଆବେଦନ କରି ମଧ୍ୟ ଆସୁନି ସୁଭଦ୍ରା ଟଙ୍କା । ଖାତା ଥିବା ବ୍ୟାଙ୍କ ଶାଖା ଯାଇ ରି-ଆକ୍ଟିଭେଟ କରିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ।

ସୁଭଦ୍ରାକୁ ନେଇ ବଡ ଅପଡେଟ୍‌: ଆବେଦନ କରି ମଧ୍ୟ ଟଙ୍କା ଆସିନଥିଲେ ବ୍ୟାଙ୍କ ଯିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ସୁଭଦ୍ରାକୁ ନେଇ ବଡ ଅପଡେଟ୍‌: ଆବେଦନ କରି ମଧ୍ୟ ଟଙ୍କା ଆସିନଥିଲେ ବ୍ୟାଙ୍କ ଯିବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ (ETV Bharat Odisha)
author img

By ETV Bharat Odisha Team

Published : Jan 28, 2025, 10:12 PM IST

ଭୁବନେଶ୍ବର: ‘ସୁଭଦ୍ରା’ ଯୋଜନାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ଜରୁରୀ ସୂଚନା ଦେଇଛନ୍ତି । ଆବେଦନ କରି ମଧ୍ୟ ସୁଭଦ୍ରା ଟଙ୍କା ପାଇନଥିବା ହିତାଧିକାରୀ ବ୍ୟାଙ୍କକୁ ଗଲେ ହିଁ ଟଙ୍କା ପାଇପାରିବେ । ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି, ସେହି ଶାଖାକୁ ଯାଇ ‘NPCI’ ରି-ଆକ୍ଟିଭେଟ କରନ୍ତୁ । ଏହି ପ୍ରକ୍ରିୟା ପରେ ସରକାର ସୁଭଦ୍ରାର ଶେଷ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

  • 29 ଓ 30 ତାରିଖରେ ଆକ୍ଟିଭେଟ କରନ୍ତୁ: ଉପମୁଖ୍ୟମନ୍ତ୍ରୀ

ଆଜି ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କ ପାଖକୁ ଫୋନ ବା ମେସେଜ ଆସିଛି ସେମାନେ ବ୍ୟାଙ୍କକୁ ଯାଆନ୍ତୁ । ସମସ୍ତ ବ୍ୟାଙ୍କକୁ କୁହାଯାଇଛି ଓ ଆଲୋଚନା ହୋଇଛି । ସବୁ ହିତାଧିକାରୀଙ୍କ ପାଇଁ ଶେଷ ସୁଯୋଗ, ବ୍ୟାଙ୍କ ଯାଇ ତୁରନ୍ତ ଆକ୍ଟିଭ କରାନ୍ତୁ । ‘NPCI’ ଫେଲ ହେବା ଯୋଗୁଁ ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ଟଙ୍କା ମିଳିପାରିନାହିଁ, ସେମାନଙ୍କ ପାଇଁ ସ୍ପେଶାଲ ଡ୍ରାଇଭ୍‌ ହୋଇଛି । 29 ଓ 30 ତାରିଖରେ ବ୍ୟାଙ୍କରେ ଏହି ସ୍ପେଶାଲ ଡେସ୍କ ଓ ଟିମ୍ ବସିବେ । ବ୍ୟାଙ୍କମିତ୍ରମାନେ ମଧ୍ୟ ଉପସ୍ଥିତ ରହି ଆପଣଙ୍କୁ ସାହାଯ୍ୟ କରିବେ ।’’

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଜରୁରୀ ସୂଚନା, ବ୍ୟାଙ୍କକୁ ଗଲେ ହିଁ ହିତାଧିକାରୀ ପାଇବେ ଟଙ୍କା (ETV Bharat Odisha)
  • NPCI ଫେଲ କାରଣରୁ ଏପର୍ଯ୍ୟନ୍ତ 3 ଲକ୍ଷ ଆବେଦନକାରୀ ପାଇନାହାନ୍ତି ଟଙ୍କା

ସେହିପରି ସୁଭଦ୍ରା ଯୋଜନାର ଅପର୍ଯ୍ୟନ୍ତ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏପର୍ଯ୍ୟନ୍ତ 1କୋଟି 7ଲକ୍ଷ 23 ହଜାର 294 ଜଣ ଯୋଜନାରେ ପଞ୍ଜୀକୃତ । ସେମାନଙ୍କ ମଧ୍ୟରୁ ମୋଟ 80 ଲକ୍ଷ 29 ହଜାର 741 ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । NPCI ବିଫଳତା କାରଣରୁ ଏପର୍ଯ୍ୟନ୍ତ 3ଲକ୍ଷ 31 ହଜାର 188 ଜଣ ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା ।

ଏହା ମଧ୍ୟ ପଢନ୍ତୁ:-

ଉତ୍କର୍ଷ ଓଡିଶା ସମ୍ମିଳନୀ: ପ୍ରଥମ ଦିନରେ ସ୍ବାକ୍ଷରିତ ହେଲା 54ଟି ଚୁକ୍ତିନାମା

ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟିତ, ଓଡ଼ିଶାକୁ ଆଉଟଷ୍ଟାଣ୍ଡିଂ କହିଲେ ପ୍ରଧାନମନ୍ତ୍ରୀ ମୋଦି

  • ଦେଢ ଲକ୍ଷ ଆବେଦନକାରୀଙ୍କର e-KYC ପେଣ୍ଡିଂ ରହିଛି

ସେହିପରି 1 ଲକ୍ଷ 55 ହଜାର 158 ଜଣ ଆବେଦନକାରୀଙ୍କର ଇ-କେଆଇସି ପେଣ୍ଡିଂ ଅଛି । ମୋଟ ଫିଲ୍ଡ ଭେରିଫିକେସନ୍ 1ଲକ୍ଷ 75 ହଜାର 119 ଜଣ ଆବେଦନକାରୀଙ୍କର ପେଣ୍ଡିଂ ରହିଛି । ଅନ୍ୟପକ୍ଷରେ ପୁରୁଷ ଆବେଦନକାରୀଙ୍କ ପଞ୍ଜୀକରଣ ସଂଖ୍ୟା ଆଉ ବଢି ନାହିଁ । ସୁଭଦ୍ରା ଏକ ମହିଳାକୈନ୍ଦ୍ରିକ ଯୋଜନା । ତେଣୁ ଏଥିରେ କେବଳ ମହିଳାମାନେ ହିଁ ଆବେଦନ କରିପାରିବେ । ତେଣୁ 157 ଜଣ ପୁରୁଷଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦିଆଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.