ETV Bharat / state

ଢେଙ୍କାନାଳରେ ତୁଟିଲା ବିବାଦ, କାଲିଠୁ ମଣ୍ଡିରେ ଉଠିବ ଧାନ - FARMERS PROTEST PADDY PROCUREMENT

ଧାନ କିଣା ହୋଇଯାଇଥିଲା ଠପ୍ । ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ । କାଲିଠୁ ସ୍ବାଭାବିକ ହେବ ପ୍ରକ୍ରିୟା ।

FARMERS PROTEST PADDY PROCUREMENT
FARMERS PROTEST PADDY PROCUREMENT (ETV Bharat Odisha)
author img

By ETV Bharat Odisha Team

Published : Jan 28, 2025, 9:12 PM IST

ଢେଙ୍କାନାଳ: ଧାନ କିଣାକୁ ନେଇ ଢେଙ୍କାନାଳରେ ମିଲର ଓ ମନ୍ତ୍ରୀ ଙ୍କୁ ନେଇ ଲାଗି ରହିଥିବା ବିବାଦର ଆଜି ଅବସାନ ହୋଇଛି । ଆଉ ମିଲର ମାନେ ତାଙ୍କ ଧର୍ମଘଟରୁ ଓହରିଛନ୍ତି । ଫଳରେ ଗତ ୨୪ ତାରିଖଠାରୁ ଢେଙ୍କାନାଳ ଜିଲ୍ଲାରେ ବନ୍ଦ ରହିଥିବା ଧାନ ମଣ୍ଡି ପୁଣି ସ୍ୱାଭାବିକ ହେବ । ଆସନ୍ତା କାଲିଠାରୁ ଜିଲ୍ଲାରେ ମଣ୍ଡି ମାନଙ୍କରେ ଧାନ କିଣା ହେବ । ଚାଷୀମାନଙ୍କଠାରୁ ସରକାର ପୁଣି ଧାନ କିଣିବେ । ତେବେ ଚାଷୀମାନଙ୍କର ଟୋକନ ଅବଧିକୁ ବଢ଼ାଇ ଦେବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆ ଯାଇଥିବାରୁ ଯେଉଁ ଚାଷୀଙ୍କର ଟୋକନ ଅବଧି ସରି ଯିବ ତାଙ୍କର ଅବଧି ବଢ଼ାଇ ଦିଆଯିବ ବୋଲି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରକାଶ କରିଛନ୍ତି ।

ଆଜି ସନ୍ଧ୍ୟାରେ ଢେଙ୍କାନାଳ ସର୍କିଟ ହାଉସଠାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ଜିଲ୍ଲାର ସମସ୍ତ ବିଧାୟକ, ଜିଲ୍ଲା ପାଳ ଓ ମିଲର ମାନଙ୍କୁ ନେଇ ମିଳିତ ଭାବେ ବୈଠକ ହୋଇଥିଲା । ଜିଲ୍ଲାର ଚାଷୀମାନଙ୍କ ସ୍ୱାର୍ଥଦୃଷ୍ଟିରୁ ସମସ୍ତ ମତଭେଦ ଭୁଲି ଜିଲ୍ଲା ପାଇଁ ସମସ୍ତେ ମିଶି କାମ କରିବା ପାଇଁ ବୈଠକରେ ସମସ୍ତେ ମତ ରଖିଥିଲେ । ମିଳିତ ନିଷ୍ପତ୍ତି ମୁତାବକ ଆସନ୍ତା କାଲି ଠାରୁ ଧାନ କିଣାଯିବ ବୋଲି ନିଷ୍ପତି ହୋଇଥିଲା । ତେବେ ଟୋକନ ଅବଧି ପାଇଁ ଚାଷୀମାନେ ବ୍ୟସ୍ତ ହୁଅନ୍ତୁନାହିଁ ଓ ଧାନ ନେଇ ମଣ୍ଡିକୁ ଯାଆନ୍ତୁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଚାଷୀଙ୍କୁ ଆହ୍ୱାନ ଦେଇଛନ୍ତି ।

FARMERS PROTEST PADDY PROCUREMENT (ETV Bharat Odisha)

ରାଜରାସ୍ତାରେ ବସିଥିଲେ ଚାଷୀ:

ଢେଙ୍କାନାଳ ଜିଲ୍ଲାରେ ଧାନ କିଣାକୁ ନେଇ ମିଲର ଓ ମନ୍ତ୍ରୀଙ୍କ ମଧ୍ୟରେ ବିବାଦରୁ ଜିଲ୍ଲାରେ ଧାନ କିଣା ଠପ୍ ହୋଇଯାଇଥିଲା । ଧାନ କିଣିବୁ ନାହିଁ ବୋଲି ମିଲରଙ୍କ ଧର୍ମଘଟ ଯୋଗୁଁ ଜିଲ୍ଲାରେ ଗତ ୨୪ ତାରିଖରୁ ଧାନ କିଣା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ତେବେ ମିଲର ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ବାରମ୍ବାର ଆଲୋଚନା ବିଫଳ ହେବା ପରେ ଚାଷୀ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା । ଏ ପରିକି ଗତକାଲି (ସୋମବାର) ବେଲଟିକିରି ସମବାୟ ସମିତି ଅଧୀନରେ ଆସୁଥିବା ପ୍ରାୟ ୭/୮ଟି ଗ୍ରାମର ଚାଷୀମାନେ ଚନ୍ଦ୍ରଶେଖର ଆଞ୍ଚଳିକ ବିକାଶ ପରିଷଦ ନେତୃତ୍ୱରେ ଆନ୍ଦୋଳନ ପାଇଁ ଧାନ ବସ୍ତା ଧରି ରାଜରାସ୍ତାକୁ ଓହ୍ଲାଇଥିଲେ । ଢେଙ୍କାନାଳ-ଗଁନ୍ଦିଆ ମୁଖ୍ୟରାସ୍ତା କାଇମାଟିଠାରେ ରାସ୍ତା ଉପରେ ଧାନ ବସ୍ତା ରଖି ଶହ ଶହ ଚାଷୀ ଆନ୍ଦୋଳନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...୩ ଦିନ ହେଲା ପଡିରହିଛି ଧାନ, ରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ - DHENKANAL PADDY PROCUREMENT

ଏହା ମଧ୍ୟ ପଢନ୍ତୁ...ଧାନ ମଣ୍ଡି ବାତିଲକୁ ନେଇ ତାତିଲେ ନିଆଳି ଚାଷୀ - NIALI FARMER PROTEST

ଏହା ମଧ୍ୟ ପଢନ୍ତୁ...ଜଗତସିଂହପୁରରେ ଧାନ ମଣ୍ଡିରେ ଅବ୍ୟବସ୍ଥା, ଶୀତ-କାକରରେ ପଡ଼ି ରହିଛନ୍ତି ଚାଷୀ - PADDY PROCUREMENT

ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ:

ଏନେଇ ଚାଷୀ ବିମଳ ପରିଡା କହିଛନ୍ତି," ଅଦିନିଆ ବର୍ଷାରେ ଧାନର ମାନ କମିଥିବାରୁ ଆମେ ମିଲରସ ସହିତ ସହମତି ଭିତ୍ତିରେ ଧାନ ଦେଉଥିଲୁ । ମାତ୍ର କାହିଁକି ଧାନ ମଣ୍ଡି ବନ୍ଦ କରାଗଲା । ଆମକୁ ଏଫଏକ୍ୟୁ ଧାନ ମାଗିଲେ ଆମେ ଆଣିବୁ କେଉଁଠୁ ।" ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ ବସନ୍ତ ପଣ୍ଡା କହିଛନ୍ତି,"ଆମେ ଚାଷୀ ଓ ମିଲରଙ୍କ ସହମତିରେ ଧାନ କିଣାଯିବାକୁ ପ୍ରତିଶ୍ରୁତି ଦେବା ସହିତ ମିଲରଙ୍କ ସହିତ ଆଲୋଚନା ଜାରି ରହିଛି । ଆସନ୍ତା କାଲିଠାରୁ ଧାନ କିଣାଯିବ ।" ଚାଷୀମାନେ ଯୋଗାଣ ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.