ଭୁବନେଶ୍ବର: ଜାନୁଆରୀ ଶେଷ ଯାଏଁ ଓଡ଼ିଶାରୁ ପିଛା ଛାଡିବନି ଘନକୁହୁଡି । ଉପକୂଳରୁ ଆଭ୍ୟନ୍ତରୀଣ, ସବୁଠି ଦୃଶ୍ୟମାନ ହେବ ପ୍ରବଳ କୁହୁଡ଼ି । କିଛିକିଛି ସ୍ଥାନରେ ଜିରୋ ଭିଜିବିଲିଟି ରହିବାର ସମ୍ଭାବନା ରହିଛି । ଘନକୁହୁଡ଼ିକୁ ନେଇ ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୨୮ ତାରିଖରେ ୧୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଘନକୁହୁଡ଼ି ୟେଲୋ ୱାର୍ଣ୍ଣିଂ:
ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବେଶେଷ ପରିବର୍ତ୍ତନ ହେବାର ନାହିଁ । ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଘନକୁହୁଡ଼ିକୁ ନେଇ ରାତି ୨ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ସତର୍କତାର ସହ ଗାଡି ଚଳାଇବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେପେଟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲାରେ ଘନକୁହୁଡ଼ି ଅସ୍ତବ୍ୟସ୍ତ କରିବ । ଏଥିପାଇଁ ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ନୟାଗଡ଼, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ଦିନ ପାଇଁ ୱାର୍ଣ୍ଣିଂ:
ସେହିପରି ଆସନ୍ତାକାଲି (୨୮ ତାରିଖ) ପାଇଁ ୧୪ ଜିଲ୍ଲା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୯ ଓ ୩୦ ତାରିଖରେ ୪ ଜିଲ୍ଲା ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ତେବେ ୩ ଦିନ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକରେ ଦୃଶ୍ୟମାନର ଦୂରତା ୫୦ ମିଟର ରହିବ । କିଛିକିଛି ସ୍ଥାନରେ ଜିରୋ ଭିଜିବିଲିଟି ରହିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୁଖ୍ୟତଃ ଭୋର ସମୟ ଅଧିକ ସତର୍କ ରହିବା ପାଇଁ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ସେହିପରି କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ମଧ୍ୟ ଦେଖାଯିବ ।
Warning for the State.
— Meteorological Centre, Bhubaneswar (@mcbbsr) January 27, 2025
Day-1 to Day-3 : Dense Fog Warning at one or two places over the marked districts.
Day-4 & Day-5 : No Warning. #Odisha #weatherforecast pic.twitter.com/P4Ov4tMvIx
ଏହା ମଧ୍ୟ ପଢ଼ନ୍ତୁ...ଭୋର ସମୟରେ ଅଧିକ ସତର୍କତା, ଆହୁରି ୨ ଦିନ ଘନକୁହୁଡିରୁ ମିଳିବନି ନିସ୍ତାର ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୩ ଦିନ ଅସ୍ତବ୍ୟସ୍ତ କରିବ ଘନକୁହୁଡ଼ି, ଆଲର୍ଟ ଭିତରେ ୧୫ ଜିଲ୍ଲା |
କେଉଁଠି କେତେ ତାପମାତ୍ରା:
ଗତ ୨୪ ଘଣ୍ଟା ମଧ୍ୟରେ ପାହାଡ଼ିଆ ଅଞ୍ଚଳ ଭାବରେ ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିରେ ୬.୪ ଡିଗ୍ରୀ ରହିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଝାରସୁଗୁଡ଼ା ଓ ରାଉରକେଲାରେ ୮.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଦିନକୁ ଦିନ ତାପମାତ୍ରା ଧିରେଧିରେ ବଢ଼ୁଥିବା ବେଳେ ସର୍ବାଧିକ ତାପମାତ୍ରା ବଲାଙ୍ଗୀରରେ ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି । ନୟାଗଡ଼ରେ ଘନକୁହୁଡ଼ି ଦେଖାଦେଇଥିବା ବେଳେ ଦୃଶ୍ୟମାନର ଦୂରତା ୫୦ ମିଟର ରହିଥିଲା ।
ଇଟିଭି ଭାରତ, ଭୁବନେଶ୍ବର