ରୁଙ୍ଗଟା ମାଇନ୍ସରେ ପୁଣି ଦୁର୍ଘଟଣା, ଫାଟିଲା ହଟ୍‌ ଟ୍ୟାଙ୍କ - MISHAP AT RUNGTA MINES

By ETV Bharat Odisha Team

Published : Jul 27, 2024, 8:11 PM IST

Updated : Jul 27, 2024, 8:52 PM IST

thumbnail
MISHAP AT RUNGTA MINES (ETV Bharat Odisha)

MISHAP AT RUNGTA MINES: ଢେଙ୍କାନାଳ: ହିନ୍ଦୋଳ ରୁଙ୍ଗଟା କାରଖାନାରେ ପୁଣି ଘଟିଛି ଦୁର୍ଘଟଣା । କାରଖାନାର ଏସଏମଏସ ସାଇଡରେ ଘଟିଛି ଏହି ଦୁର୍ଘଟଣା । ଏସଏମଏସ ସାଇଡର ୬ନମ୍ବର ହଟ୍ ଟ୍ୟାଙ୍କ ଲିକେଜ ଯୋଗୁଁ ପମ୍ପଚର ହୋଇଛି । ଫଳରେ ଏହି ହଟ୍ ଟ୍ୟାଙ୍କ ଫାଟି ଯାଇଛି । ତେବେ ଏହି ବିସ୍ଫୋରଣରେ କାହାରି କିଛି କ୍ଷତି ହୋଇ ନଥିଲେ ମଧ୍ୟ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ । ଏପରିକି ଦୁର୍ଘଟଣାରେ ଏକ ବଡ଼ ଧରଣର ଶବ୍ଦ ହୋଇଥିବାବେଳେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଏଣେତେଣେ ଦୌଡ଼ି ପଳାଇଥିଲେ । କିଛି ସମୟ ଏହି ଏସଏମଏସ ଅଞ୍ଚଳରେ କଳା ଧୂଆଁରେ ଆକାଶ ଆଚ୍ଛାଦିତ ହୋଇଯାଇ କାମ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ଥିବା ସୂଚନା ମିଳିଛି । 

ଏହା ମଧ୍ୟ ପଢନ୍ତୁ....ରୁଙ୍ଗଟା କାରଖାନାରେ ପୁଣି ଦୁର୍ଘଟଣା, କୋଲଡ଼ ୱାସିର ପ୍ଳାଣ୍ଟରୁ ପଡି ଇଞ୍ଜିନିୟର ମୃତ- Mishap at Rungta Mines 

ସୂଚନା ଥାଉକି, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ଝାଡ଼ବନ୍ଧ ଗ୍ରାମ ନିକଟରେ ଏହି ରୁଙ୍ଗଟା ମାଇନ୍ସ କାରଖାନା ରହିଛି । ଗତ କିଛି ଦିନ ପୂର୍ବେ ମଧ୍ୟ ଏହି କାରଖାନା ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ଜଣ ଶ୍ରମିକ ଗୁରୁତର ହୋଇଥିଲେ । ଆଉ ପୁଣି ଏପରି ଅଘଟଣକୁ ନେଇ କାରଖାନାରେ କାର୍ଯ୍ୟରତ ଶ୍ରମିକ ଓ କର୍ମଚାରୀ ଭୟଭୀତ ହୋଇପଡିଛନ୍ତି ।


ଇଟିଭି ଭାରତ, ଢେଙ୍କାନାଳ  

Last Updated : Jul 27, 2024, 8:52 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.