ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିଲା ଝାରସୁଗୁଡା - BIRTH ANNIVERSARY CELEBRATION

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 23, 2025, 8:22 PM IST

ଝାରସୁଗୁଡା: ଦୁଇ ମହାପୁରୁଷଙ୍କ ଜନ୍ମଜୟନ୍ତୀ ପାଳୁଛି ରାଜ୍ୟ । ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଦୁଇ ପରାକ୍ରମୀ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ । ଏହି ଅବସରରେ ଜିଲ୍ଳା ପ୍ରଶାସନ ପକ୍ଷରୁ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଓ ବିଧାୟକ ଟଙ୍କଧର ତ୍ରିପାଠୀ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପ୍ରବେଶପଥ ତଥା ପରିସର ମଧ୍ୟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ଦୁଇଟି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ‘ଡିଏମଏଫ’ ଅଡୋଟରୀୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 

ଏହା ବି ପଢନ୍ତୁ...ପରାକ୍ରମ ଦିବସରେ ନେତାଜୀଙ୍କ ସ୍ମୃତିଚାରଣ, ମୁଖ୍ୟମନ୍ତ୍ରୀ କହିଲେ 'ଇତିହାସ ଦେଇନି ଉଚିତ ସମ୍ମାନ'

ଏହା ବି ପଢନ୍ତୁ...ବାଲୁକାକଳାରେ ନେତାଜୀ ଏବଂ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି

ଏହି କାର୍ଯ୍ୟକ୍ରମରେ ବହୁ ଅତିଥି ସାମିଲ ରହିଥିଲେ । ଜିଲ୍ଲାର ବହୁ ବୁଦ୍ଧିଜୀବୀ ଏବଂ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଜନ୍ମଜୟନ୍ତୀ ଅବସରରେ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀମାନେ ଦୁଇ ମହାନ ବୀରପୁତ୍ରଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । 

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.