ETV Bharat / sports

ଭାରତ-ଇଂଲଣ୍ଡ T20Iରେ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ, ଭାଙ୍ଗିଲେ ରେକର୍ଡ - ABHISHEK SHARMA NEW RECORD

ଭାରତ-ଇଂଲଣ୍ଡ T20I: ଓ୍ବାଙ୍ଖେଡେ ଷ୍ଟାଡିୟମରେ ସଞ୍ଜୁ ସାମସନଙ୍କ ଏହି ରେକର୍ଡ ଭାଙ୍ଗିଲେ ଅଭିଷେକ ଶର୍ମା

File Photo: Abhishek Sharma
File Photo: Abhishek Sharma (IANS)
author img

By ETV Bharat Sports Team

Published : Feb 2, 2025, 10:27 PM IST

ମୁମ୍ବାଇ: ଭାରତ- ଇଂଲଣ୍ଡ ପଞ୍ଚମ T20 ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ଦୁର୍ଦ୍ଦଶ ବ୍ୟାଟିଂ । ମୁମ୍ବାଇ ସ୍ଥିତ ଓ୍ବାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚରେ ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ଇତିହାସ ରଚିଛନ୍ତି ଅଭିଷେକ ଶର୍ମା ।

ଅଭିଷେକଙ୍କ ଆକ୍ରାମକ ବ୍ୟାଟିଂ:

ଇଂଲଣ୍ଡ ବିପକ୍ଷ ଏହି ମ୍ୟାଚରେ ଅଭିଷେକଙ୍କ ଆକ୍ରାମକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଇଣ୍ଡିଆକୁ ବ୍ୟାଟିଂ କରିବାକୁ ମୈଦାନକୁ ଛାଡିଥିଲା ଇଂଲଣ୍ଡ । ଓପନର ଭାବେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ପ୍ରଥମେ ବ୍ୟାଟିଂ କରିଥିଲେ ।

ଦ୍ୱିତୀୟ ଦ୍ରୁତ ଅର୍ଦ୍ଧଶତକ ହାସଲକାରୀ ଭାରତୀୟ ଖେଳାଳି:

ଆରମ୍ଭରୁ ହିଁ ଆକ୍ରାମକ ଭାବେ ଖେଳି ୧୭ ବଲରେ ୩ଟି ଚଉକା ଓ ୫ଟି ଛକା ସହ ଅର୍ଦ୍ଧଶତକ ହାସଲ କରିଥିଲେ ଅଭିଷେକ ଶର୍ମା । ଏଥିସହ ସବୁଠୁ କମ୍ ବଲରେ ଅର୍ଦ୍ଧଶତକ ହାସଲ କରିବାର ଦ୍ୱିତୀୟ ଭାରତୀୟ ଖେଳାଳି ବନିଥିଲେ । ତେବେ ଯୁବରାଜ ସିଂହ ମାତ୍ର ୧୨ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ।

ସଞ୍ଜୁ ସାମସନଙ୍କ ଏହି ରେକର୍ଡ ଭାଙ୍ଗିଲେ ଅଭିଷେକ:

ସେହିଭଳି ମାତ୍ର ୩୭ ବଲରେ ୫ଟି ଚଉକା ଓ ୧୦ଟି ଛକା ସହ ଶତକ ହାସଲ କରି ଅଭିଷେକ ଶର୍ମା ଆଉ ଏକ ରେକର୍ଡ ନିଜ ନାଁରେ କରିଛନ୍ତି । ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ଦ୍ୱିତୀୟ ଦ୍ରୁତ ଶତକ ହାସଲକାରୀ ଭାରତୀୟ ବ୍ୟାଟମ୍ୟାନ ହୋଇଛନ୍ତି ଅଭିଷେକ । ସେ ସଞ୍ଜୁ ସାମସନଙ୍କୁ ପଛରେ ପକାଇ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ପୂର୍ବରୁ ୨୦୧୭ ମସିହାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ରୋହିତ ଶର୍ମା ମାତ୍ର ୩୫ ବଲ ଖେଳି ଶତକ ହାସଲ କରି ଦ୍ରୁତ ଶତକ ହାସଲକାରୀ ଭାରତୀୟ ଖେଳାଳି ଭାବେ ରେକର୍ଡ କରିଥିଲେ । ଏହାପରେ ସଞ୍ଜୁ ସାମସନ ୪୦ ବଲରେ ଶତକ ହାସଲ କରି ଦ୍ୱିତୀୟ ଦ୍ରୁତ ଶତକ ହାସଲକାରୀ ଭାରତୀୟ ଖେଳାଳି ହୋଇଥିଲେ । ହେଲେ ତାଙ୍କର ଏହି ରେକର୍ଡକୁ ଆଜି ଭାଙ୍ଗିଛନ୍ତି ଅଭିଷେକ ଶର୍ମା ।

ଏହାମଧ୍ୟ ପଢନ୍ତୁ...

ବିଶ୍ବ ବିଜୟୀ ହେଲା ଭାରତ, ସାଉଥ ଆଫ୍ରିକାକୁ ହରାଇ ମହିଳା ଟିମ ଚାମ୍ପିୟନ

ବାରବାଟୀ ଲଢେଇ: ଅଧ ଘଣ୍ଟାରେ ସରିଗଲା ଟିକେଟ, ବୁକିଂକୁ ନେଇ ନିରାଶ ଦର୍ଶକ

ବିରାଟଙ୍କଠୁ ବାବର...ODIରେ ସର୍ବାଧିକ ରନ୍ ସ୍କୋରର ଟପ୍-5 ବ୍ୟାଟ୍ସମ୍ୟାନ୍, ଚାମ୍ପିଅନ୍ସ ଟ୍ରଫିରେ କରିବେ କମାଲ

ରେକର୍ଡ ବୁକରେ ବୁମରା, ଜିତିଲେ ଆଇସିସି ଟେଷ୍ଟ୍ କ୍ରିକେଟର ଆଓ୍ବାର୍ଡ

ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିବାର ରେକର୍ଡ:

ଆଉମଧ୍ୟ ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ସର୍ବାଧିକ ଛକା ହାସଲକାରୀ ଭାରତୀୟ ଖେଳାଳି ହେବାର ମଧ୍ୟ ରେକର୍ଡ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା, ସଞ୍ଜୁ ସାମସନ ଓ ତିଳକ ବର୍ମା ଟି-୨୦ ଅନ୍ତର୍ଜାତୀୟ ଇନିଂସରେ ୧୦ଟି ଲେଖାଏଁ ଛକା ହାସଲ କରି ରେକର୍ଡ କରିଛନ୍ତି । ୨୦୧୭ ମସିହାରେ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷରେ ,ଗତ ବର୍ଷ ନଭେମ୍ବର ମାସରେ ସଞ୍ଜୁ ସାମସନ ସାଉଥ ଆଫ୍ରିକା ବିପକ୍ଷରେ ଓ ତିଳକ ବର୍ମା ମଧ୍ୟ ସାଉଥ ଆଫ୍ରିକା ବିପକ୍ଷରେ ଏହି ରେକର୍ଡ ହାସଲ କରିଥିଲେ । ଅଭିଷେକ ଶର୍ମା ୫୪ ବଲରେ ୧୩ଟି ଛକା ସହ ୧୩୫ ରନ ସଂଗ୍ରହ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.